A Lost Love ଅନ୍ଵେଷଣ


A Lost Love


ଅନ୍ଵେଷଣ
*******

ତୁମ କଥାରେ ମୁଁ ବିଶ୍ଵାସ କରି
ଆଖି ବୁଜି ବସିଲି
କେତେ ଯେ ଆଶା ମନରେ ଉଙ୍କି ମାରିଲା
କାଳେ ତମେ ଖୋଜି ଆଣିବ
ତୁମର ବାହୁରେ ମୋତେ
ନିଜର କରି ମୋର ଆଖି କୁ ଖୋଲି
ନୂଆ ଦୁନିଆ ଦେଖେଇବ,,,,, କିନ୍ତୁ
ଆଶା ମୋର ଅଧୁରା ହୋଇ
ଏକ ସ୍ମୃତି ର ଘର ହୋଇ ପୁଣି ଭାଙ୍ଗି ଗଲା ।

ତୁମର ବିଶ୍ୱାସ ଶବ୍ଦ ମୋ ମନରେ
ବେଦର ଗାର ହୋଇ ରହିଗଲା
ମୁଁ ମୋ ମନ ଆକାଶରେ
ଘୁରି ବୁଲିଲି
କାଳେ ପୁଣି ଆସି ମୋତେ ଖୋଜିବ
ମୋ ଲୁଚିବା ସ୍ଥାନରୁ,,, କିନ୍ତୁ
ତୁମେ ନିଜେ କେଉଁଠି ଲୁଚିଗଲ ଯେ
ମୋ ଆଖି ଖୋଲିବା ପର ଠାରୁ
ଖୋଜି ଚାଲିଛି ତୁମକୁ 
ପାଉନି
ଏବଂ କେବେ ପାଇବି ବୋଲି 
ସେ ବିଶ୍ୱାସ ହିଁ ମୋର ମଉଳି ଗଲାଣି ।

କଣ ତମକୁ ଅନ୍ୱେଷଣ କରିବା
ମୋର ଏକ ଭ୍ରମ ଥିଲା,,, ନା 
ପଥ ପ୍ରାନ୍ତ ମରୀଚିକା
ମୁଁ ନିଜେ ମଧ୍ୟ ବୁଝି ପାରୁନି
କିନ୍ତୁ ମୋର ଅନ୍ୱେଷଣ ଜାରି ରହିବ
କେବଳ ତୁମ ପାଇଁ !!!!

ମନୋଜ କୁମାର ବେହେରାଙ୍କ
କବିତା ପୃଷ୍ଟାରୁ….

Leave a Reply

Your email address will not be published. Required fields are marked *