A Real Pedestrian ପ୍ରକୃତ ପଥିକ


ପ୍ରକୃତ ପଥିକ
*********

କହିବାକୁ ଥିଲା ଅନେକ ଶବ୍ଦ
କିନ୍ତୁ ସବୁ ନିଶବ୍ଦ ହୋଇ ଗଲା
ଶାନ୍ତ ମୟ ଅବସ୍ଥାରେ
କିଛି ଦୂର ଆଗେଇ ଗଲି
ତୁମ ଓଠ ଶବ୍ଦ ଶୁଣିବା ପରେ
ମୋର କର୍ଣ୍ଣ ଧନ୍ୟ ମନେ କରିଥାନ୍ତା
କିନ୍ତୁ ତାହା ଗ୍ରୀଷ୍ମ ଋତୁ
ଭଳି କଷ୍ଟ ଦେଇ ଗଲା ।


ତୁମର ସେ ଟିକକ ଶବ୍ଦ ମୋତେ ଯେମିତି
ନୂଆ ରାସ୍ତାର ପଥିକ ସାଜି
ବାଟ ଦେଖାଇ ଚାଲିଛି
ଆଉ ତାହା ସମ୍ଭବ
ହୋଇ ମୁଁ ଆଜି କିଛି ଉନ୍ନତି ପଥେ
ବଢ଼ିବାକୁ ଲାଗିଛି ।
କଣ ତୁମର ସେ ଶବ୍ଦ
ମୋ ସଫଳତା ର
ପ୍ରକୃତ ପଥିକ???

ସେ ଉତ୍ତରର ମଧୁ ପାଇବା ପାଇଁ
ପ୍ରତିଟି କୋଣେ ଅନୁକୋଣେ ଭ୍ରମର ଭଳି
ଫୁଲ ପାଇଁ ଘୁରି ବୁଲୁଛି……


ନୀଳମାଧବ ଭୂୟାଁ
କଲମରୁ……

Leave a Reply

Your email address will not be published. Required fields are marked *