Peace (ଶାନ୍ତି)


peace
PEACE



ଶାନ୍ତି
*****
ତମର ସବୁ ସ୍ମୃତି…
ସ୍ନେହ- ପ୍ରେମ – ଆନ୍ତରିକତା,
ଧ୍ଵଂସସ୍ତୁପ ଇତିହାସ ପାଲଟିଗଲା
ଅଗ୍ନିକୁ ସାକ୍ଷୀ ରଖି…
ପାଉଁଶ ର ଅବିସେଶ ତଳେ ….
ତମେ ଏବେ ମୁକ୍ତ,
ମୁଁ ଏବେ ମୁକ୍ତ,
ଆମ ଦୁହିଁଙ୍କ ପ୍ରେମରୁ
ହୃଦୟରୁ ମନରୁ
ଦେବୀ ପ୍ରତିମା ଟିଏ
ତମ ହୃଦୟ ଇଛା,
ଶାନ୍ତିର ଏକ ରାଜମହଲ ରେ,
ପୂଜା ହୁଅ ତମେ
ଆମନ୍ତ୍ରିତ ଶାନ୍ତିର ଇଲାକାରେ ।।

ମନୋଜ କୁମାର ବେହେରା ଙ୍କ
ଲେଖନୀରୁ….

Sun (ସୂର୍ଯ୍ୟ)



Sun
Sun




ସୂର୍ଯ୍ୟ
******
ତୁମେ ପୁଣ୍ୟ- ପୂର୍ଣ୍ଣତୋୟା ।
ସକାଳର ଏକ ଅମୃତବେଳାରେ
ଶପଥ ନେଇ ଆସୁଛ,
ଦୁନିଆରେ ଯେତେ ବ୍ୟଭିଚାର ଠୁ ଛଳନା,
ହିଂସ୍ର ଠୁ ହିଂସ୍ର; ରକ୍ତରୁ ରକ୍ତ ପାତ
ଅଭିନୟଠୁ ପୃଥିବୀରେ ବାସ୍ତବତା ଯାଏ
କେବଳ ତମେ ଦେଖିବାର,
ତମକୁ କିଏ ଜାଣିନପାରିଲେ ବି
ତମର ଶାନ୍ତ-ରୁଦ୍ର-କୋମଳ
ରଶ୍ମି ପାଖରେ
କେବଳ ତମେ ହିଁ
ପୂଜା ଆଉ ପୂଜାରୀ ।।

ମନୋଜ କୁମାର ବେହେରା ଙ୍କ
ଲେଖନୀରୁ….