ସ୍ଵର୍ଗର ଅପସରି (Angel)

ସ୍ଵର୍ଗର ଅପସରି (Angel)
ସ୍ଵର୍ଗର ଅପସରି (Angel)
ଗୋଟିଏ ଗ୍ରାମରେ ଭଦ୍ର ବ୍ୟକ୍ତି ଏବଂ ତାର ସ୍ତ୍ରୀ ସହିତ ରହୁଥିଲା । ତା ପାଖରେ ଧନ ର ଭଣ୍ଡାର ଥିଲା କିନ୍ତୁ ବେଳେବେଳେ ସେ ଦାନ ଧର୍ମ ମଧ୍ୟ କରେ। ସେ ତାର କନ୍ୟା ଓ ଗୋଟିଏ ପୁତ୍ର ଏବଂ ପୁତ୍ରବଧୂ ସହିତ ରହୁଥିଲେ । ସ୍ବାମୀ ସହ ସ୍ତ୍ରୀ ଜଣକ ବହୁତ୍ ଦାନ ଧର୍ମ କରୁଥିଲେ । ବହୁ ଯୋଗୀ ଋଷିି ତାଙ୍କ ଘର ଦୁଆର କୁ ଭିକ୍ଷା ନିମନ୍ତେ ଆସିଥାନ୍ତି । ଯେଉଁ ବ୍ୟକ୍ତି ବି ତାଙ୍କ ଘରକୁ ଆସେ କେହି ମଧ୍ୟ ଖାଲି ହାତରେ ଫେରେ ନାହିଁ । ଏମିତି ଦାନ କରି ସେ ଦୁହେଁ ବହୁତ ଖୁସି ରହୁଥିଲେ ।ଲୋକଙ୍କ ସେବା ମଧ୍ୟ କରୁଥିଲେ । ଯାହାର କୌଣସି ଅସୁବିଧା ହୁଏ ତେବେ ପ୍ରଥମେ ଏହି ସ୍ବାମୀ ଓ ସ୍ତ୍ରୀ ପାଖକୁ ଆସିଥାନ୍ତି । ଜଣେ ସାଧୁବାବା ପ୍ରତିଦିନ ଭିକ୍ଷା ନିମନ୍ତେ ଆସୁଥାଏ । ସ୍ତ୍ରୀ ଜଣକ ନିଜ ଝିଅ ହାତରୁ ସବୁଦିନ ସାଧୁବାବା କୁ ଭିକ୍ଷା ଦେଉଥିଲେ । ସାଧୁବାବା ଭିକ୍ଷା ନେବା ସମୟରେ କନ୍ୟା ଜଣକ ର ମୁହଁ କୁ ଦେଖି କିଛି ମଧ୍ୟ କୁହନ୍ତି ନାହିଁ ଏବଂ ଖୁସି ରେ ଭିକ୍ଷା ଗ୍ରହଣ କରି ଚାଲି ଯାଆନ୍ତି।


ଦିନେ ଭିକ୍ଷା କନ୍ୟା ବଦଳରେ ବୋହୂ ଆସିଲା । ଭିକ୍ଷା ଦେବା ପରେ ସାଧୁବାବା ଜଣକ ତାକୁ ବହୁତ ଆଶ୍ରିବାଦ କଲେ । ତା ପର ଦିନ ପୁଣି କନ୍ୟା ଭିକ୍ଷା ଦେବା ପାଇଁ ଆସିଲା।   କିନ୍ତୁ ତାହାର ଭିକ୍ଷା ନେବା ସମୟରେ ସାଧୁବାବା କିଛି ଆଶୀର୍ବାଦ ନ ଦେଇ ଧିରେ ଚାଲିଗଲେ । ସାଧୁବାବାଙ୍କୁ ସ୍ତ୍ରୀ ଜଣଙ୍କ ପଚାରିଲେ । ହେ ସାଧୁ ବାବା ଆପଣ ମୋ ବୋହୂ କୁ ଆଶୀର୍ବାଦ ଦିଅନ୍ତି କିନ୍ତୁ ମୋ କନ୍ୟାକୁ ଆଶୀର୍ବାଦ ଦିଅନ୍ତି ନାହିଁ ।  କାରଣ କଣ !! ଏହା ଶୁଣି ସାଧୁ ଜଣକ କୁହନ୍ତି । ତମ ଝିଅ ର ଭାଗ୍ୟ ବିଷୟରେ ମୁଁ ଜାଣି ପାରୁନି ଏବଂ ତାର ଭବିଷ୍ୟତ କଣ ହେବ ସେ ବିଷୟରେ ଚିନ୍ତିତ ।  ତେଣୁ ମୁଁ କିଛି ଆଶୀର୍ବାଦ କରିପାରୁନାହିଁ ।  ତୁମ ଝିଅ ବିଷୟରେ ଜଣେ ହିଁ କହି ପାରିବ ତୁମେ ଯାଇ ତାକୁ ପଚାର ।  ଏହା ଶୁଣି ସ୍ତ୍ରୀ ଜଣକ ପଚାରିଲେ ଯେ କିଏ ସିଏ କୁହନ୍ତୁ ମୁଁ ଯାଇ ତାଙ୍କୁ ପଚାରିବି । ସାଧୁ ଜଣକ କହିଲେ ନଦୀ ତଟରେ ଜଣେ ଧୋବା ଲୋକ ରହୁଛି । ତାର ସ୍ତ୍ରୀ କୁ ପଚାରିବ, ସେ ସବୁ କଥା କହିବ । ଏହା ଶୁଣି ସ୍ତ୍ରୀ ଜଣକ ତାର ପରଦିନ କିଛି ଟଙ୍କା ଗହଣା ଶାଢ଼ୀ ନେଇ ସେ ଧୋବା ର ସ୍ତ୍ରୀ ପାଖକୁ ଗଲେ । ଧୋବା ର ସ୍ତ୍ରୀ ଧନୀ ସ୍ତ୍ରୀ ଜଣକୁ ଦେଖି ଆଶ୍ଚର୍ଯ୍ୟ ହେଇ ପଚାରେ କି କେଉଁ କାମ ଲାଗି ତୁମେ ମୋ କୁଡିଆ କୁ ଆସିଛ ?  ଏବଂ କଣ ଦରକାର ତୁମକୁ ?  ସ୍ତ୍ରୀ ଲୋକ ଜଣକ କୁହନ୍ତି ମୁଁ ତମ ସହ ମୈତ୍ର ବାନ୍ଧିବାକୁ ଆସିଛି ଏହା ଶୁଣି ଧୋବା ର ସ୍ତ୍ରୀ ଖୁସି ହେଇ ତା କଥା ରେ ରାଜି ହୋଇଗଲା। ତାପରେ ଦୁଇଜଣ ମୈତ୍ର ହୋଇଗଲେ । ସ୍ତ୍ରୀ ଜଣକ ଧୋବା ର ସ୍ତ୍ରୀ କୁ କଥା ଆଳରେ ସାଧୁ କହିବା କଥାକୁ କୁହନ୍ତି । ତାହା ଶୁଣି ଧୋବା ର ସ୍ତ୍ରୀ କୁହେ ତମ ଝିଅର ଅତୀତ ବହୁତ୍ ଖରାପ।  ସେ ଗତ ଜନ୍ମରେ ବହୁତ୍ ବଡ଼ ପାପ କରିଛି ସେ ଏହି ଜନ୍ମରେ ତାକୁ ଭୋଗିବାକୁ ପଡ଼ିବ । ସ୍ତ୍ରୀ ଜଣକ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ କି ଏବେ କଣ କରାଯାଇପାରିବ ।ଧୋବା ର ସ୍ତ୍ରୀ ଆଶ୍ୱାସନା ଦେଇ କହିଲା,  ମୁଁ ତମକୁ କହିବି କଣ କରାଯାଇ ପାରିବ ତୁମେ ତୁମେ ଏବେ ଘରକୁ ଯାଅ । ସ୍ତ୍ରୀ ଲୋକଟି ଘରକୁ ଚାଲିଯାଏ । ଧୋବା ର ସ୍ତ୍ରୀ ଭାବେ କି ମୁଁ ୟାକୁ କିଛି ମିଛ କହିଦେବୀ । ୟାକୁ ତ ମୁଁ ଯାହା କହିବି ସେ ସବୁକୁ ବିଶ୍ୱାସ କରିବ । ଏହା ଭାବି ସେ ତା ମନରେ ଭାବେ କି ତା ଝିଅକୁ ମୋ ପୁଅ ସହ ବିବାହ କରିବାକୁ କହିଲେ ମଧ୍ୟ ରାଜି ହେଇଯିବ । ମିଛ କହିକି ବାହା କରେଇଦେବି ଆଉ ସବୁ ସଂପତ୍ତି ମୋର ହେଇଯିବ । ଏହା ଭାବି ଭାବି ସେ ସ୍ତ୍ରୀ ଜଣକ ପାଖକୁ ଯାଏ । ଅତୀତ ର ପ୍ରତିକାର ବିଷୟରେ କହିଲା ଏବଂ କୁହେ ମୈତ୍ର ମୁଁ ଝିଅ ର ଭାଗ୍ୟ ଦେଖି ଜାଣିଲି ଯେ ଏହି ଝିଅ ଜଣକ ସହ ବିବାହ କରିବ ସେ ପୁଅ ବହୁତ୍ ଗରିବ ହେଇଥିବ ଏବଂ ତୁମ ଜାତି ଠାରୁ ଅଲଗା ହୋଇଥିବ। ଏହି ବିବାହ ଆଗାମୀ ପୂର୍ଣ୍ଣମୀ ପୂର୍ବରୁ ହେବା ଦରକାର।  ଏବଂ ପୂର୍ଣ୍ଣମୀ ଆଉ ୨ ଦିନ ପରେ ଅଛି ମାନେ ଏହି ଦୁଇଦିନ ମଧ୍ୟ ରେ ବିବାହ କରିବ ତେବେ ଯାଇ ତୁମ ପରିବାର ସହ ତୁମ ଝିଅର ଜୀବନ ମଧ୍ୟ ବଞ୍ଚି ରହିବ ।

ଯଦି ବିବାହ ନହୁଏ ତେବେ ତୁମ ପରିବାରର ସମସ୍ତଙ୍କ ର ମୃତ୍ୟୁ ଘଟି ପାରେ । ଏହା ଶୁଣି ସ୍ତ୍ରୀ ଲୋକଟି ବହୁତ୍ ଡରିଗଲା ଏବଂ ନିଜ ସ୍ବାମୀଙ୍କୁ ଯାଇ ସବୁ କଥା କୁହେ।  ଏହା ଶୁଣି ସ୍ବାମୀ କୁହେ ଦୁଇଦିନ ଭିତରେ ଆମକୁ ଯୋଇଁ ପୁଅ କୋଉଠୁ ମିଳିବ ସେ ବି ନିଜ କୁଳର ହେଇନଥିବ । ତାହା ଶୁଣି ଧୋବା ର ସ୍ତ୍ରୀ କୁହେ ତମେ ଯଦି ଖରାପ ନ ଭାବ ତେବେ ମୁଁ ମୋର ଗୋଟିଏ ମତ ଦେବୀ । ସ୍ତ୍ରୀ ଲୋକ ଜଣକ କୁହେ ଖରାପ କଣ ପାଇଁ ଭାବିବୁ ତୁମେ ତ ମୋ ପରିବାରକୁ ବଞ୍ଚେଇବାକୁ ଚାହୁଁଛ କୁହ କଣ କରାଯାଇ ପାରିବ । ଧୋବା ର ସ୍ତ୍ରୀ ଜଣକ କୁହେ ତୁମ ଝିଅକୁ ଯଦି ମୋ ପୁଅ ସହ ବିବାହ କରିବ ତେବେ କେମିତି ହେବ ଏବଂ ଆମ ଜାତି ମଧ୍ୟ ଅଲଗା। ସ୍ତ୍ରୀ ଲୋକଟି ଆଉ କିଛି ନ ଭାବି ସଙ୍ଗେ ସଙ୍ଗେ ହଁ କରିଦେଲେ । ଧୋବା ର ସ୍ତ୍ରୀ ଘରକୁ ଆସି ବହୁତ ଖୁସି ହେଇ ନିଜ ପୁଅର ଫେରିବା ବାଟ କୁ ଚାହିଁ ରହିଥାଏ ଖୁସି ଖବର ଜଣେଇବା ପାଇଁ । ସ୍ତ୍ରୀ ଜଣକ ସାଧୁ ଜଣକୁ ଦେଖା କରିବା ପାଈଁ ଯାଆନ୍ତି । ସାଧୁ ଙ୍କୁ ଦେଖି ପ୍ରଣାମ କରି କୁହନ୍ତି ବାବା ଆପଣଙ୍କ ପାଇଁ ସବୁ ଠିକ୍ ହେଇଗଲା । ଆପଣ ଆସି ମୋ କନ୍ୟାକୁ ଆଶୀର୍ବାଦ କରି ପାରିବେ କିନ୍ତୁ ସାଧୁ ବାବା ସ୍ତ୍ରୀ ଲୋକ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ ଏଇ ଝିଅ ତ ସ୍ବର୍ଗ ର ଅପସରୀ ଅଟେ ୟାକୁ କିଏ ବିବାହ କରିବ। ସ୍ତ୍ରୀ ଜଣକୁ ପଚାରିବାରୁ ସେ ଧୋବା ର ସ୍ତ୍ରୀ କହିଥିବା ସବୁ କଥା କୁହେ । ସାଧୁ ସବୁ କଥା ଶୁଣି କହିଲେ ସେ ଯାହା ସବୁ କହିଛି ସବୁ ମିଛ କହିଛି । ଚାଲ ଆମ୍ଭେ ଦୁଇ ଯାଇ ପଚାରିବା । ସଙ୍ଗେ ସଙ୍ଗେ ସାଧୁ ଏବଂ ସେ ସ୍ତ୍ରୀ ଜଣଙ୍କ ଧୋବା ଘରକୁ ଗଲେ।  ଯେତେବେଳେ ପହଞ୍ଚିଲେ ଦ୍ଵାର ପାଖରେ ପହଞ୍ଚି ଶୁଣିବାକୁ ପାଇଲେ।  ଧୋବା ର ସ୍ତ୍ରୀ ନିଜ ପୁଅ କୁ କହୁଥାଏ। ତୁ ସେଇ କନ୍ୟାକୁ ବିବାହ କରିବୁ ବହୁତ ଧନ ସମ୍ପତ୍ତି ଆମ୍ଭ ଘରକୁ ଆସିବ ଆଉ ଆମେ ଗରିବ ରହିବା ନାହିଁ । ସେହି କନ୍ୟାଟି ଗୋଟାଏ ସ୍ବର୍ଗ ର ଅପସରି ତୋତେ ବିବାହ କରିବା ମାତ୍ରେ ସେ ସବୁ କିଛି ଛାଡ଼ି ସ୍ବର୍ଗ କୁ ଚାଲିଯିବ । ତୁ ପୁଣିଥରେ ଆଉ ଜଣକୁ ବିବାହ କରିବୁ । ଏହି କଥା ଶୁଣି ସାଧୁ ବାବା ବହୁତ୍ ରାଗିଲେ ଏବଂ ଦୁହେଁ ସେଠୁ ଫେରି ଆସିଲେ ।

ସାଧୁ ଜଣକ ଆସୁଥିବା ରାସ୍ତାରେ ମୁରୁକି ହସୁଥିଲେ। ସ୍ତ୍ରୀ ଜଣଙ୍କ ପଚାରିଲେ  ସାଧୁ ବାବା ଆପଣ ତା କଥା ଶୁଣି ହସୁଛନ୍ତି । ସାଧୁ ବାବା କହିଲେ ସେ ତୋ ଝିଅ ର ଭାଗ୍ୟ କଥା ଠିକ୍ କହିଛି କିନ୍ତୁ ଲୋଭ ରେ ତୋ ଝିଅ ର ପୁରା ଭାଗ୍ୟ ଦେଖି ନାହିଁ । ସ୍ତ୍ରୀ ଜଣକ ପଚାରିଲେ ଆପଣ କଣ କହୁଛନ୍ତି ମୁଁ କିଛି ଜାଣି ପାରୁନି।  ସାଧୁ ଜଣଙ୍କ କହିଲେ ଧୋବା ର ସ୍ତ୍ରୀ ଯାହା କହୁଛି ତାହା ସତ କଥା । ପ୍ରକୃତରେ ତୋ ଝିଅ ର ବିବାହ ପରେ ଯୋଉ ପୂର୍ଣ୍ଣମୀ ଆସିବ ସେହି ପୂର୍ଣ୍ଣମୀ ର ଚନ୍ଦ୍ରାଲୋକ ପଡ଼ିଲେ ସେ ତାର ଅସଲ ରୂପ ମାନେ ଅପସରୀ ରୂପ କୁ ଆସି ଯିବ ଏବଂ ସେ ସବୁ ଦିନ ପାଇଁ ତୁମ ମାନଙ୍କୁ ଛାଡି ସ୍ୱର୍ଗକୁ ଚାଲିଯିବ। ତୋ ଝିଅ ସାଙ୍ଗରେ ଯାହା ଧନ ସମ୍ପତି ନେଇ ଯାଇଥିବ ସେ ସବୁ ତୋ ଝିଅ ଅପସରୀ ହେବା ପରେ ଅଦୃଶ୍ୟ ହୋଇଯିବ । ଏହି କଥା ଶୁଣି ଦୁହେଁ ସ୍ବାମୀ ସ୍ତ୍ରୀ ଦୁଃଖୀ ହେଲେ । କିନ୍ତୁ ବିଧିର ବିଧାନ କେ କରିବ ଆନ ।

ସାଧୁ ମତ ଦେଲେ, ସେ ଯାହା ଯୋଜନା କରୁଛି କରୁ ତୁମ କାମ ହେଲା ତୁମ ଝିଅ କୁ ମୁକ୍ତି ମିଳିବା ଦରକାର । ତୁମେ ତୁମ ଝିଅ ର ବିବାହ କାର୍ଯ୍ୟ ଆରମ୍ଭ କର । ବିବାହ ସରିଲା , ଧୋବା ର ସ୍ତ୍ରୀ ମନେମନେ ଖୁସି ହେଉଥିଲା । ଏପଟେ ଝିଅ ର ବାହାଘର ତଥା ମୁକ୍ତି ପାଇଁ ସ୍ବର୍ଗକୁ ଯିବା ଭାବି ଦୁଃଖୀ ହେଉଥିଲେ । ଝିଅ ବାହାଘର ପରେ ଧୋବା ଘରକୁ ଆସିଲା ସାଙ୍ଗରେ ବହୁତ୍ ଧନ ନେଇ ଆସିଲା । ବାହାଘର ପର ଦିନ ପୂର୍ଣ୍ଣମୀ ସନ୍ଧ୍ୟାରେ ।ପୂର୍ଣ୍ଣମୀ ର ଚନ୍ଦ୍ରଲୋକ ପଡ଼ିଲା ପରେ ସେ ଝିଅ ନିଜ ଅପସରୀ ରୂପ କୁ ଆସିଗଲା। ଧୋବା ସ୍ତ୍ରୀ ମନେ ମନେ ବହୁତ୍ ଖୁସି ହେଉଥିଲା । ଅପସରୀ ର ମା ଏବଂ ବାପା ସମସ୍ତେ ଝିଅ କୁ ଅନ୍ତିମ ସମୟରେ ଦେଖା କରିବାକୁ ଆସିଲେ । ଅପସରୀ କହିଲା ଆପଣ ମାନଙ୍କ ଯୋଗୁ ମୁଁ ଏବେ ଅଭିଶାପ ରୁ ମୁକ୍ତି ହେଲି । ବାପା ମା ଙ୍କ ଆଖିରେ ଲୁହ ଥିଲା । ଅପସରୀ ଏତିକି କହି ସମସ୍ତଙ୍କୁ ଧନ୍ୟବାଦ ଦେଇ ସ୍ୱର୍ଗକୁ ଚାଲିଗଲା । କିଛି ସମୟ ପରେ ଧୋବା ସ୍ତ୍ରୀ ପୁଅ ନିଜ ଧନ ସଂପତ୍ତି କୁ ଦେଖି ବହୁତ୍ ଖୁସି ହେଉଥିଲା କିନ୍ତୁ କିଛି ଘଣ୍ଟା ପରେ ସବୁ ଦାମୀ ଜିନିଷ ଏବଂ ସୁନା ଗହଣା ଅଦୃଶ୍ୟ ହେବାକୁ ଲାଗିଲା ।  ଧୋବା ର ସ୍ତ୍ରୀ ଚିନ୍ତା ରେ ପଡ଼ିଗଲା । ସେ ଭାବିଲା ମୁଁ ତ ସେ ଅପସରୀ ର ପୁରା ଭବିଷ୍ୟ ଦେଖିନି ଏବଂ ପ୍ରକୃତ ଘଟଣା କଣ ଭାବି ପୁରା ଭବିଷ୍ୟ ଦେଖିଲା ପରେ ଜାଣିଲା ଯେ ସେ ଯାହା ଯାହା ଭାବିଥିଲା ତାହା ସତ କିନ୍ତୁ ସେ ଅପସରୀ ନିଜ ସାଙ୍ଗରେ ଆଣିଥିବା ଜିନିଷ ସବୁ ସମୟ କ୍ରମେ ଅଦୃଶ୍ୟ ହେଇଯିବ। ଏତିକି ବେଳେ ସାଧୁ ବାବା ଆସି ପହଞ୍ଚିଲେ ଏବଂ ଧୋବା ର ସ୍ତ୍ରୀ କୁ କହିଲେ ତୋର ଲୋଭ ଯୋଗୁ ଏହି ସମ୍ପତି ଅଦୃଶ୍ୟ ହୋଇଗଲା ଏବଂ ଧୀରେ ଧୀରେ ତୋର ସମ୍ପତି ମଧ୍ୟ ଅଦୃଶ୍ୟ ହୋଇଯିବ।  ଏତିକି ଶୁଣିଲା ପରେ ଧୋବା ର ସ୍ତ୍ରୀ ସାଧୁ ବାବା ର ଗୋଡ଼ ତଳେ ପଡି ଗୁହାରି କଲା । ମୋତେ କ୍ଷମା କରିଦିଅ ବାବା, ମୁଁ ମୋ ଭୁଲ ବୁଝିପାରିଛି। ମୋ ସ୍ବାମୀ ଏକ ଦିନ ମଜୁରିଆ ଯଦି ସେତକ ମଧ୍ୟ ସରିଯିବ ତେବେ ଆମେ ଦାଣ୍ଡର ଭିକାରୀ ହୋଇଯିବୁ । ସାଧୁ ବାବା ଙ୍କ ରାଗ ଶାନ୍ତ ହେଲା ଏବଂ କହିଲା ମୁଁ ମଧ୍ୟ ମୋ ଅଭିଶାପ ରୁ ମୁକ୍ତି ହେଲି ମୁଁ ସେ ଅପସରୀ କୁ ଅଭିଶାପ ଦେଇଥିବା ଋଷି । ମୁଁ ମୋ ରାଗ ପ୍ରକୃତି ପାଇଁ ଅଭିଶାପ ପାଇଥିଲି ଏବଂ ପୃଥିବୀ ପୃଷ୍ଠରେ  ଭିକ୍ଷା ମାଗି ଜୀବନ ଯାପନ କରିବାକୁ ଅଭିଶପ୍ତ ଥିଲି । ମୋର ରାଗ ରେ ଅଭିଶପ୍ତ ଯୋଗୁ ଦେବତା ମାନେ ମୋତେ ଅଭିଶାପ ଦେଇଥିଲେ ।  ଏବେ ମୋର ରାଗ ଶାନ୍ତ ହୋଇଛି ଏବଂ ତୁମକୁ କ୍ଷମା ଦେଉଛି । ତୁମର ମଙ୍ଗଳ ହେଉ କହି ସେ ମଧ୍ୟ ସ୍ୱର୍ଗକୁ ଚାଲିଗଲେ । ଧୋବା ର ସ୍ତ୍ରୀ , ଅପସରୀ ର ବାପା ମା ପାଖକୁ ଯାଇ କ୍ଷମା ମାଗିଲା । ଧୋବା ର ପରିବାର ମୂଲ ଲାଗି ଟଙ୍କା ଅର୍ଜନ କରି ଖୁସିରେ ରହିଲେ ଏବଂ ଅପସରୀ ର ପରିବାର ପୂର୍ବ ଭଳି ଦାନ ଧର୍ମ କରି ଖୁସିରେ ରହୁଥିଲେ।    

ଏଥିରୁ କଣ ଶିଖିଲ?
୧. ଲୋଭ କରିବା ଅନୁଚିତ୍ ।
୨. ରାଗରେ କାହାକୁ ଭୁଲ କହିବ ଅନୁଚିତ୍ ।
୩. ବେଳେବେଳେ ଦାନ କରିବା ଉଚିତ୍ ।

ଲେଖିକା. ପୂଜା ସ୍ୱାଇଁ
ବୁଗୁଡ଼ା, ଗଞ୍ଜାମ।  

ବଣ ଭୋଜି ( Picnic)

ବଣ ଭୋଜି ( Picnic)
ଜଙ୍ଗଲ ପାଖରେ ଗୋଟିଏ ସୁନ୍ଦର ଗ୍ରାମ । କିଛି ପରିବାର ସେହି ଗ୍ରାମରେ ବାସ କରୁଥିଲେ । ଗ୍ରାମ ମଧ୍ୟରେ ଗୋଟିଏ ସୁନ୍ଦର ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାର୍ଥୀ ମାନେ ସେଠୀ ପାଠ ପଢା କରନ୍ତି । ପାଖ ପଡିଆ ରେ ସମସ୍ତେ ଖେଳ କୁଦ କରନ୍ତି । ପଞ୍ଚମ ଶ୍ରେଣୀ ର ଛାତ୍ର ଛାତ୍ରୀ ଭିତରୁ କୁନୁ, ପାପୁ ଭଲ ପାଠ ପଢ଼ନ୍ତି । ଟୁନା, କୁନା, ଟିକୁ, ତୁନି, ସାନି ଏମାନେ ବି ଭଲ ପାଠ ପଢ଼ନ୍ତି କିନ୍ତୁ କୁନୁ, ପାପୁ ସ୍କୁଲ ରେ ପ୍ରଥମ ଏବଂ ଦୁହେଁ ବହୁତ୍ ସାହସୀ । କୁନୁ, ପାପୁ ଭାଇ ଭଉଣୀ ଏକା ସାଙ୍ଗରେ ହିଁ ପଢ଼ନ୍ତି । କୁନୁ, ପାପୁ ଭଲ ପଢ଼ନ୍ତି ବୋଲି ସାନି ସେମାନଙ୍କ ଉପରେ ଈର୍ଷା କରେ କିନ୍ତୁ ସାନି ସହ ସେ ଦୁଇ ଭାଇ ଭଉଣୀ ଭଲରେ କଥା ବାର୍ତ୍ତା ହେଉଥିଲେ। ସାନି ଟିକିଏ ଟିକିଏ କଥାରେ ପାପୁ ସହ ଝଗଡା ଲାଗେ କିନ୍ତୁ ପାପୁ ବହୁତ ସରଳ ହେତୁ ତା ସହ ଝଗଡା ନ ଲାଗି କାନ୍ଦି ପକାଏ । ପାପୁ କାନ୍ଦିବାର ଦେଖିଲେ ତା ଭାଇ କୁନୁ ଆସି ବୁଝାଇ ଦିଏ ଆଉ ପାପୁ ସାଙ୍ଗେ ସାଙ୍ଗେ ବୁଝିଯାଏ । ଏମିତି ଖେଳ କୁଦ ଝଗଡା ରେ କିଛି ଦିନ ଚାଲିଗଲା । କିଛିଦିନ ପରେ ନୂଆବର୍ଷ ଆସିଲା । ଶିକ୍ଷକ ଏବଂ ଦିଦି ମାନେ ବଣ ଭୋଜି ପାଇଁ ଯୋଜନା କଲେ । ବଣ ଭୋଜି ଯିବା ପାଇଁ ପିଲାମାନଙ୍କୁ ବି କହିଲେ । ବଣ ଭୋଜି କଥା ଉଠିଲା ପରେ ସମସ୍ତେ ଖୁସି ହୋଇଗଲେ । ପିଲାମାନେ ନାଚି ଉଠିଲେ। ସମସ୍ତେ ନିଜ ନିଜ ଘରେ ବଣ ଭୋଜି କଥା ଯାଇ କହିଲେ । ଘରେ କିଏ ରାଜି ହେଲେ ତ କିଏ ରାଜି ହେଲେନି । ଯୋଉ ଘରେ ରାଜି ହେଲେନି ସେମାନେ କାନ୍ଦିବା ଆରମ୍ଭ ସହିତ ବଣଭୋଜି ଯିବା ପାଇଁ ଜିଦ୍ ଧରି ବସିଲେ । କିନ୍ତୁ ପିଲା ମାନଙ୍କ ଜିଦ୍ ଯୋଗୁ ବାପା ମା ଶିକ୍ଷକ ଙ୍କ ସହ ଦେଖା କରି ପିଲା ମାନଙ୍କ ଯତ୍ନ ନେଇ ଯତ୍ନ ରେ ଆଣିବା ପାଇଁ କହିଲେ । ସବୁ ପିଲା ମାନେ ବଣ ଭୋଜି ପାଇଁ ବାହାରିଲେ ।
ସମସ୍ତେ ନୁଆ ବର୍ଷ ଦିନ ଭଳି ଭଳିକି ରଙ୍ଗ ର ପୋଷାକ ପିନ୍ଧି ବଣ ଭୋଜି ପାଇଁ ବାହାରିଲେ । ସମସ୍ତେ ଗାଡ଼ିରେ ବସି ଗଲେ । ସ୍କୁଲ ରୁ 10 କିମି ଦୂରରେ ବଣ ଭୋଜି କରିବାକୁ ବାହାରିଲେ । ଜଙ୍ଗଲ ପାଖ ଆମ୍ବ ତୋଟା ରେ ବଣ ଭୋଜି ଆରମ୍ଭ ହେଲା । ଗୋଟିଏ ପଟେ ଭୋଜି ରନ୍ଧା ହେଲା ଆଉ ଗୋଟିଏ ପଟେ ପିଲାମାନେ ଖେଳ କୁଦ ସହିତ ନାଚ, ଗୀତ, ବୋହୂ ବୋହୂକା, ଲୁଚକାଳି ଏମିତି ନାନା ପ୍ରକାର ଖେଳ ଖେଳିଲେ । ଶିକ୍ଷକ ସମସ୍ତଙ୍କୁ କିଛି ନିର୍ଦ୍ଦେଶ ଦେଲେ ଏବଂ କୁନୁ ଓ ପାପୁ କୁ ମନିଟର୍ ଭାବେ ଦୁହିଁଙ୍କୁ କହିଲେ ତମେ ଦୁଇ ଜଣ ପିଲା ମାନଙ୍କ ଠାରୁ ବହୁତ୍ ସାହସୀ ଏବଂ ଚତୁର । ତମେ ଦୁଇଜଣ ପିଲାମାନଙ୍କୁ ଜଙ୍ଗଲ ଭିତରକୁ ଯିବା ପାଇଁ ମନା କରିବ। ଏବଂ ପିଲା ମାନଙ୍କୁ ଏଠି ସେଠୀ ଯିବା ପାଇଁ ମନା କରିବ। କୁନୁ ଏବଂ ପାପୁ ହଁ ଭରିଲେ ଏବଂ ସମସ୍ତଙ୍କୁ ବୁଝେଇ କହିଲେ କିନ୍ତୁ ସାନି କୁନୁ ଏବଂ ପାପୁ ର କଥା କୁ ଶୁଣିଲା ନାହିଁ । ଲୁଚି ଲୁଚିକା ଖେଳରେ ସାନି ଜଙ୍ଗଲ ଭିତରେ ଲୁଚିବାକୁ ଚାଲିଗଲା। ମାତ୍ର କୁନୁ ଏବଂ ପାପୁ ଦେଖି ନଥିଲେ। ସାନି ଜଙ୍ଗଲ ଭିତରକୁ ଲୁଚାଇବାକୁ ଚାଲିଗଲା କିନ୍ତୁ ସେ ରାସ୍ତା ଭୁଲି ଜଙ୍ଗଲ ଭିତରକୁ ଭିତରକୁ ଚାଲିଗଲା। ସାନି ରାସ୍ତା ପାଇଲାନି ଏବଂ ସେ ଜଙ୍ଗଲରେ କାନ୍ଦିବାକୁ ଲାଗିଲା । ସବୁ ସାଙ୍ଗମାନେ ଖେଳି ଖେଳି ସମସ୍ତ ଙ୍କୁ ପାଇଲେ କିନ୍ତୁ ସାନି କୁ ପାଇଲେ ନାହିଁ । ସମସ୍ତେ ଡରରେ ଶିକ୍ଷକ ଙ୍କୁ କହିଲେ ନାହିଁ । ନିଜ ନିଜ ଭିତରେ ଖୋଜିବା କୁ ଲାଗିଲେ ହେଲେ ପାଇଲେନି । ସମସ୍ତେ ବ୍ୟସ୍ତ ହେଇଗଲେ । ଏପଟେ ଶିକ୍ଷକ ଏବଂ ଦିଦି ମାନେ ରନ୍ଧା କାର୍ଯ୍ୟରେ ଲାଗିଥିଲେ ପିଲାମାନଙ୍କ ଉପରେ ତାଙ୍କର ଧ୍ୟାନ ନଥିଲା । କୁନୁ ଆଉ ପାପୁ ଡର ଭୟ ନ କରି ଜଙ୍ଗଲ ଭିତରକୁ ସାନି କୁ ଖୋଜିବାକୁ ଗଲେ । ସେ ଯେଉଁ ରାସ୍ତାରେ ଯାଉଥିଲେ ପ୍ରତିଟି ଜାଗାରେ ଚିହ୍ନ ଦେଇ ଦେଇ ଜଙ୍ଗଲ ଭିତରକୁ ଯାଉଥିଲେ ଯାହା ଫଳରେ ତାଙ୍କୁ ପୁଣି ସେହି ରାସ୍ତା ଦେଇ ଆସିବାକୁ ସୁବିଧା ହେବ । କିଛି ସମୟ ଖୋଜିବା ପରେ ଦୁହେଁ କାନ୍ଦ ଶବ୍ଦ ଶୁଣିଲେ। ଜଙ୍ଗଲ ର କିଛି ଦୂରରେ ସାନି ଗୋଟିଏ ଗଛ ତଳେ ବସି କାନ୍ଦୁଥିଲା । କାନ୍ଦ ଶବ୍ଦ ଶୁଣି ଦୁହେଁ ସାନି ପାଖରେ ପହଞ୍ଚିଲେ । ସାନି , କୁନୁ ଆଉ ପାପୁ କୁ ଦେଖି ବହୁତ୍ ଖୁସି ହେଲା ଏବଂ ଦଉଡ଼ି ଦଉଡି ଆସି କୁଣ୍ଢେଇ ପକେଇଲା। ସାନି, କୁନୁ ଏବଂ ପାପୁ କୁ କ୍ଷମା ମାଗିଲା । ତାପରେ ତିନି ଜଣ ଜଙ୍ଗଲ ବାହାରକୁ ଆସିଲେ। ଏତିକିବେଳେ ବାକି ପିଲା ମାନେ ଶିକ୍ଷକ ଙ୍କୁ କହିଲେ । ଶିକ୍ଷକ ମାନେ ମଧ୍ୟ ବହୁତ୍ ଚିନ୍ତାରେ ଥିଲେ । କିନ୍ତୁ ଶିକ୍ଷକ ମାନେ ଖୋଜିବାକୁ ଯିବା ପୂର୍ବରୁ 03 ଜଣ ଆସି ପହଞ୍ଚିଲେ। ସାନି କୁ ଶିକ୍ଷକ ଗାଳି ଦେଲେ । ସାନି ନିଜ ଭୁଲ ବୁଝିଲା ଏବଂ ଭୁଲ ମାଗିଲା ଏବଂ ଏମିତି କେବେ ଦୁଷ୍ଟାମୀ କରିବି ନାହିଁ ବୋଲି କହିଲା । ଶିକ୍ଷକ କୁନୁ,ପାପୁ କୁ ସାବାସ୍ ଜଣାଇଲେ ଏବଂ ବୁଦ୍ଧି ପ୍ରୟୋଗ କରି କେମିତି ଜଙ୍ଗଲ ଭିତରକୁ ଗଲେ, କେମିତି ଖୋଜିଲେ ସେକଥା ସବୁ କହିଲେ । ଶିକ୍ଷକ ପୁଣି ଥରେ ସମସ୍ତଙ୍କୁ ବୁଝାଇଲେ ଏବଂ ଏମିତି ନିଜ ଇଚ୍ଛାରେ କିଛି କାମ କରିବାକୁ ମନା କରିଲେ ଏବଂ କହିଲେ ଯଦି କିଛି କାମ କରିବ ତେବେ ନିଜ ଗୁରୁଜନ ଙ୍କ ଠାରୁ ପ୍ରଥମେ ପଚାରି କରିବା ଦରକାର । ସେତେବେଳେ ଭୋଜି ରନ୍ଧା ସରିଥିଲା, ସମସ୍ତେ ଭୋଜି ଖାଇଲେ ଏବଂ ଶିକ୍ଷକ କିଛି ଖେଳ ର ଆୟୋଜନ କରିଲେ । ସମସ୍ତେ ସେହି ଖେଳ ରେ ଭାଗ ନେଲେ ଏବଂ ଭୋଜି ଖାଇ ଘରକୁ ଆସିଲେ ।
ଦ୍ଵିତୀୟ ଦିନ କୁନୁ ଏବଂ ପାପୁ ଙ୍କୁ ପ୍ରଧାନ ଶିକ୍ଷକ ସାହସିକତା ର ପୁରସ୍କୃତ କରିଲେ ଏବଂ କୁନୁ ଏବଂ ପାପୁ ଭଳି ସମସ୍ତେ ସାହସୀ ହେବା ପାଇଁ ପ୍ରଧାନ ଶିକ୍ଷକ ପ୍ରେରଣା ଦେଲେ।
ଏଥିରୁ କଣ ଶିଖିଲ?
୧. ନିଜ ଇଚ୍ଛା ରେ କୋଉ କାମ କରିବା ଅନୁଚିତ୍।
୨. ନିଜ ସାଙ୍ଗ କୁ ଈର୍ଷା କରିବା ଅନୁଚିତ୍ ।
୩. ସବୁବେଳେ ସାହସିକତା ର କାର୍ଯ୍ୟ କରିବା ଉଚିତ୍।
ଲେଖିକା. ରୁବି ନାହାକ
ବୁଗୁଡ଼ା, ଗଞ୍ଜାମ ।