ପରିଶ୍ରମ ର ଫଳ ମିଠା

ପରିଶ୍ରମ ର ଫଳ ମିଠା
ପରିଶ୍ରମ ର ଫଳ ମିଠା
 
ରାମପୁର ଗ୍ରାମରେ ଗୋଟିଏ ଗରିବ ଓ ନିରିହ ପରିବାର ବାସ କରୁଥିଲେ । ସେହି ପରିବାରରେ ସ୍ଵାମୀ, ସ୍ତ୍ରୀ ଓ ତାଙ୍କର ଦୁଇ ପୁଅ ବାସ କରୁଥିଲେ । ବଡ଼ ପୁଅ ନୀଳମଣି ଓ ସାନ ପୁଅ କୁଳମଣି ଥିଲା । ନୀଳମଣି ବହୁତ ପରିଶ୍ରମୀ ଥିଲା । ଦିନ ସାରା ପରିଶ୍ରମ କରେ କିନ୍ତୁ ସେ କେବେ ବି ଥକି ନଥାଏ କିନ୍ତୁ କୁଳମଣି ବହୁତ ଅଳସୁଆ ଥିଲା ଖରାପ ଲୋକ ସହିତ ମିଶି ମଦ ପିଇ ବୁଲେ । ମା ଯାହା ରୋଷେଇ କରନ୍ତି ଖାଇଦେଇ ସୋଇପଡେ଼ । କୌଣସି କାମ ଧନ୍ଦା କରେ ନାହିଁ, ମା କହିଲେ ମଧ୍ୟ ମା ଙ୍କ କଥା ଶୁଣେ ନାହିଁ । ନୀଳମଣି କିନ୍ତୁ ସକାଳୁ ଉଠି କାମ ଅଭିମୁଖେ ଯାଏ ପୁଣି ଖାଇବାକୁ ଆସେ ଖାଇସାରି ପୁଣି ଚାଲିଯାଏ ।ଦିନେ ବାପା ନୀଳମଣି କୁ କହିଲେ ତୁ ତ ସବୁଦିନ କାମ ଅଭିମୁଖେ ଯାଉଛୁ କିନ୍ତୁ ତୋ ଭାଇ କିଛି କରୁନାହିଁ ତା ପାଇଁ କିଛି କାମ ଦେଖି ଦେ ଏବଂ ତାକୁ କୋଉ କାମରେ ଲଗାଇ ଦେ। ତୁ ତ ଜାଣିଛୁ ମୁଁ ଏହି ବୟସରେ ଆଉ କିଛି କରିପାରିବି ନାହିଁ । ତୁ ଯାହା ଘରକୁ ଆଣିଥାଉ ସେତକ ଆମେ ଚାରି ଜଣ ଖାଉଛୁ । ଆଉ ମୋର ଦେହ ମଧ୍ୟ ଠିକ୍ ନାହିଁ ଯାହା ବଳକା ଟଙ୍କା ଔଷଧ ରେ ଖର୍ଚ୍ଚ ହେଇଯାଉଛି । ନୀଳମଣି ତା ସାନଭାଇ କୁ ବୁଝେଇବାକୁ ବହୁତ ଚେଷ୍ଟା କରିଲା କିନ୍ତୁ ସେ ଜମା ବୁଝିଲା ନାହିଁ। ଗାଁ ଲୋକ ସାଙ୍ଗରେ ମଦ ପିଇ ମାରପିଟ କରେ । ଗାଁ ଲୋକେ ମଧ୍ୟ ତାକୁ କେହି ପସନ୍ଦ କରୁନଥିଲେ । ସେ ସେମିତି ହିଁ ଅଳସୁଆ ହୋଇ ଶୋଇ ରହୁଥାଏ ଏବଂ ନୀଳମଣି ହିଁ ରୋଜଗାର କରି ଘର ଚଳାଏ । ବାପା ସାନପୁଅ ପାଇଁ ବହୁତ ଚିନ୍ତାର ରୁହନ୍ତି । ସେଇ ଚିନ୍ତାରେ ଦିନେ ବାପା ଆରପାରିକୁ ଚାଲିଗଲେ । କିନ୍ତୁ କୁଳମଣି ଯେମିତି କି ସେମିତି ହିଁ ରହିଲା । ମା ଦୁଇ ପୁଅର ବାହାଘର ପାଇଁ ଯୋଜନା କରିଲେ ତା ସହିତ ସାନ ପୁଅ ପାଇଁ ମଧ୍ୟ ବାହାଘର ଠିକ୍ କରାଗଲା । କୁଳମଣି ଭଲ ମଣିଷ ହୋଇ ପାରେ ଭାବି ତାକୁ ବାହାଘର କରାଗଲା । ବାହାଘର ପରେ ମଧ୍ୟ କୁଳମଣି ସେମିତି ଅଳସୁଆ ହେଇ ରହିଲା । ନୀଳମଣି ର ସ୍ତ୍ରୀ କୁଳମଣି ର ସ୍ତ୍ରୀ କୁ କହିଲେ ତୁମ ଅଳସୁଆ ସ୍ବାମୀ କୁ କୁହ କିଛି କାମ ଧନ୍ଦା କରିବେ । ଆଉ କେତେ ଦିନ ବସି ଖାଇ ନଦୀ ବାଲି ସାରିବେ। ଭାଇ ଯାହା ରୋଜଗାର କରି ନେଇ ଆସୁଛନ୍ତି ସେତକ ଖାଇ ସେ ଶୋଇପଡୁଛନ୍ତି । ଏମିତି ଶୁଣି କୁଳମଣି ସ୍ତ୍ରୀ କୁ ଭଲ ଲାଗିଲାନି । ସେ କୁଳମଣି କୁ ଯାଇ କହିଲା ତୁମେ ଯଦି କିଛି କାମ କରିବନି ତେବେ ଆମ ପରିବାର କେମିତି ଚଳିବ । ଏହା ଶୁଣି କୁଳମଣି ତାର ସ୍ତ୍ରୀ ସହ ଝଗଡା ଏବଂ ମାରପିଟ ଆରମ୍ଭ କରିଦେଲା । ତାକୁ ତା ବାପ ଘରକୁ ପଠେଇଲା । କିଛି ମାସ ପରେ ହଠାତ୍ ମା ର ଦେହ ଖରାପ ହେଲା ସଙ୍ଗେ ସଙ୍ଗେ ଡାକ୍ତର ଖାନା ରେ ଭର୍ତ୍ତି କରାଗଲା। ଡାକ୍ତର ବାବୁ କହିଲେ କିଛି ଦିନ ଭିତରେ ଟଙ୍କା ଯୋଗାଡ କରନ୍ତୁ । ଯଦି ଅଧିକା ଦିନ ହୁଏ ତେବେ ଆପଣଙ୍କ ମା ଙ୍କ ଜୀବନ ମଧ୍ୟ ଯାଇପାରେ । ଏହା ଭାବି ନୀଳମଣି ଘରେ ଥିବା ସବୁ ଟଙ୍କା ସୁନା ଗହଣା ବନ୍ଧକ ରଖି ଟଙ୍କା ଆଣିଲା। କିନ୍ତୁ ସେତକ ଟଙ୍କା ମଧ୍ୟ କମ୍ ପଡ଼ିଲା। ନୀଳମଣି ସାନ ଭାଇ କୁଳମଣି କୁ କହିଲା କିଛି ଟଙ୍କା ଯୋଗାଡ କର। ମୋ ପାଖରେ ଯେତେ ଟଙ୍କା ଥିଲା ସବୁ ସରିଗଲା । କୁଳମଣି ମା କୁ ବହୁତ୍ ଭଲ ପାଉଥାଏ କାରଣ କୁଳମଣି ଯାହା ଭୁଲ କରେ ମା ସବୁବେଳେ ସେ ଭୁଲ କୁ କ୍ଷମା କରିଦେଉଥିଲେ। କୁଳମଣି ନିଜ ପାଖରେ ତଥା ସ୍ତ୍ରୀ ର ସୁନା ଗହଣା ସବୁ ବନ୍ଧକ ରଖି ଟଙ୍କା ଆଣି ମଦ ପିଇ ସାରିଦେଇଛି । ଏବେ କୁଳମଣି ମୁଣ୍ଡରେ ଚଡକ ପଡ଼ିଲା। ସେ ମନେ ମନେ ବହୁତ୍ ଦୁଃଖୀ ହେଲା । ଗାଁ ଲୋକ ମାନଙ୍କ ପାଖକୁ ଯାଇ ଟଙ୍କା ମାଗିବାରୁ ଲୋକ ମାନେ କେହି ଟଙ୍କା ଟିଏ ଦେଲେ ନାହିଁ ଓଲଟା ଗାଳି ଗୁଲଜ କଲେ । କୁଳମଣି କାମ ଖୋଜୁଥିଲା ଦେଖିଲା ଗୋଟିଏ ଜାଗାରେ ଗାଡି ରେ ସାମାନ ଲୋଡ କରା ଯିବାର ଥିଲା କିନ୍ତୁ ସେଠୀ କେହି ମୂଲିଆ ନଥିଲେ। ସେଠୀ କୁଳମଣି ମାଲିକ କୁ କହିଲା, ଆଜ୍ଞା ମୁଁ ଏହି କାମ କରିପାରିବି କିନ୍ତୁ ମୋତେ ଟଙ୍କା ଦରକାର କାରଣ ମୋ ମା ମେଡିକାଲ ରେ ଭର୍ତ୍ତି ଅଛନ୍ତି । ମାଲିକ କୁଳମଣି କୁ କହିଲେ ପ୍ରଥମେ କାମ କରି ଦେଖାଅ ତାପରେ ମୁଁ କିଛି ନିଷ୍ପତି ନେବି । ମାଲିକ ଦୟାଳୁ ଥିଲେ । କୁଳମଣି ର କାମରେ ସନ୍ତୁଷ୍ଟ ହେଲେ ଏବଂ ମଜୁରୀ ସହିତ ତାର ମା ର ମେଡିକାଲ୍ ଖର୍ଚ୍ଚ ମଧ୍ୟ ଦେଲେ । ସେହି ଟଙ୍କା ରେ ମା ସୁସ୍ଥ ହୋଇ ଘରକୁ ଫେରିଲେ। କୁଳମଣି ମାଲିକ ପାଖରେ କାମ କରି ବାକି ଟଙ୍କା କୁ ଧିରେ ଧୀରେ ଜମା କରି ସବୁ ସୁଝି ଦେଲା। କୁଳମଣି କାମ ରୋଜଗାର କରିବାର ଦେଖି ମା ବହୁତ୍ ଖୁସି ହେଲେ । କୁଳମଣି ମା କୁ କହିଲା ମା ଆଉ ଅଳସୁଆ ହେବି ନାହିଁ ଏବଂ ଆଜିଠୁ ତମ ସାନ ପୁଅ ତମର ଭଲ ପୁଅ ହୋଇ ଦେଖେଇବ। ତା ପରଠାରୁ ଦୁଇ ଭାଇ କାମ କରି ଯାହା ପଇସା ଆଣନ୍ତି ସବୁ ପଇସା ମା କୁ ଦେଇ ଦିଅନ୍ତି। ଦିନେ କୁଳମଣି କୁ ନୀଳମଣି କହିଲା ସ୍ତ୍ରୀ କୁ ନେଇ ଆସେ । ସେ ମଧ୍ୟ ବହୁତ୍ ଦିନ ହେଲା ଘରକୁ ଗଲେଣି। କୁଳମଣି ସ୍ତ୍ରୀ ପାଖକୁ ଯାଇ ସବୁ କଥା କହିଲା ଏବଂ କ୍ଷମା ମାଗି ଘରକୁ ଆଣିଲା । ପରେ ସମସ୍ତେ ମିଶି ରହିଲେ । ପରେ ବହୁତ୍ ରୋଜଗାର କରି ଘର,ଗାଡି କିଣିଲେ ଏବଂ ସମସ୍ତେ ମିଶି ଖୁସିରେ ରହିଲେ ।
ଏଥିରୁ କଣ ଶିଖିଲ??
୧. ଅଳସୁଆ ହେବା ଅନୁଚିତ୍ ।
୨. ମାରପିଟ କରିବା ଅନୁଚିତ୍ ।
୩. ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବା ଦରକାର ।
 
ଲେଖିକା. ପୂଜା ସ୍ୱାଇଁ
ବୁଗୁଡ଼ା,ଗଞ୍ଜାମ। 
 

Categories:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading