ରାଧୂଆ ବାରିକ (Radhua Barber)

 
ରାଧୂଆ ବାରିକ (Radhua Barber)
ରାଧୂଆ ବାରିକ (Radhua Barber)
ଆଜକୁ ବହୁତ୍ ବର୍ଷ ପୂର୍ବେ ଭାରତରେ ଜଣେ ସୁନ୍ଦର ରାଜା ଥିଲେ । ତାଙ୍କ ସୁନ୍ଦରତା ର ଚର୍ଚ୍ଚା ରେ ସମସ୍ତେ ତାଙ୍କୁ ମହାରାଜ ସୁନ୍ଦରରାଜ ବୋଲି କହୁଥିଲେ। ସେ ନିଜ ବେଶ ଭୂଷା ପାଇଁ ବହୁତ୍ ଯତ୍ନବାନ ଥିଲେ । ଯେମିତି କପଡା ପିନ୍ଧିବା ଠାରୁ ଆରମ୍ଭ କରି କେଶ ସଜ୍ଜା ଏବଂ ମହଲ ଚାରିପାଖେ ସୁନ୍ଦର ବଗିଚା ରେ ନିଜ ସମୟ ବିତାଉ ଥିଲେ । ସେ ସବୁ ରାଜାଙ୍କ ଠାରୁ ଅଲଗା ଥିଲେ । ପ୍ରତ୍ୟେକ ଦିନ ଅଲଗା ଅଲଗା ସଜବାଜ ରେ ରାଜାଙ୍କ ବେଶ ଭୂଷା ବଦଳି ନୂତନ ରୂପ ନେଉଥିଲା । ରାଣୀ ମଧ୍ୟ ରାଜାଙ୍କ ବେସଭୂଷା ପ୍ରତି ବହୁତ୍ ଧ୍ୟାନ ଦେଉଥିଲେ ଏବଂ ରାଜାଙ୍କ ସଜବାଜ ଚାଲିଚଳନ ପାଇଁ ସେ ବହୁତ୍ ଖୁସି ଥିଲେ। ଦିନେ ରାଣୀ ରାଜାଙ୍କୁ କହିଲେ ରାଜ ବାରିକ କିଛି ଦିନ ପୁର୍ବରୁ ମୃତ୍ୟୁ ବରଣ କରିସାରିଲାଣି । ତା ବଦଳରେ ଆପଣଙ୍କୁ ରାଜ ଦରବାର ପାଇଁ ଉତ୍ତମ ବାରିକ ଚୟନ କରିବାକୁ ହେବ । ରାଣୀ ଙ୍କ କହିବା କଥା ଯେ ଆପଣ ପ୍ରତି ଦିନ କେଶ ସଜ୍ଜା କରୁଛନ୍ତି। ଆମ ରାଜ୍ୟରେ ବହୁତ ବାରିକ ଅଛନ୍ତି ସେଥି ମଧ୍ୟରେ କିଛି ବାରିକ ମାନଙ୍କ ଦକ୍ଷତା ପରୀକ୍ଷା ଆୟୋଜନ କରି ଉତ୍ତମ ବାରିକ କୁ ଚୟନ କରନ୍ତୁ। ରାଣୀ ଙ୍କ ନିଷ୍ପତି ଅନୁଯାୟୀ ରାଜାଙ୍କ ଆଦେଶରେ ଦୂତ ମାନେ ରାଜ୍ୟ ସାରା ବୁଲି ଡେଙ୍ଗୁରା ପିଟି ଆସିଲେ ଯେ ରାଜ ଦରବାର ପାଇଁ ବାରିକ ଚୟନ କରାଯିବ । ରାଜ ବାରିକ ପାଇଁ ଇଛୁକ ବାରିକ ରାଜମହଲରେ ନିଜ ଦକ୍ଷତା ପ୍ରଦାନ କରିବାକୁ ଯୋଗ ଦିଅନ୍ତୁ । ଉତ୍ତମ ବାରିକ ଚୟନ ପରେ ତାଙ୍କୁ ରାଜ ମହଲରେ ରହିବାକୁ ହେବ ଏବଂ ରାଜା ଙ୍କ ତରଫରୁ ମୋତି ମାଣିକ ମଧ୍ୟ ଦିଆଯିବ । ଠିକ୍ ସେହି ସମୟରେ କିଛି ସ୍ତ୍ରୀ ଲୋକ ନଦୀ ରେ ସ୍ନାନ କରୁଥିଲେ । ସେଥି ମଧ୍ୟରୁ ବାରିକ ମାନଙ୍କ ସ୍ତ୍ରୀ ମାନେ ମଧ୍ୟ ସ୍ନାନ କରୁଥିଲେ । ସେମାନଙ୍କ ମଧ୍ୟରେ କଥା ବାର୍ତ୍ତା ଚାଲିଲା ଯେ ମୋ ସ୍ବାମୀ ବହୁତ୍ ଭଲ କେଶ କାଟନ୍ତି ସେ ଏଇ ଥର ରାଜ ବାରିକ ଭାବେ ନିଶ୍ଚୟ ଚୟନ ହେବେ। ଏମିତି ବହୁତ୍ ସ୍ତ୍ରୀ ଲୋକେ ପରସ୍ପର କଥା ହେବାକୁ ଲାଗିଲେ । ପାଖରେ ରାଧୁଆ ବାରିକ ର ସ୍ତ୍ରୀ ଏହି କଥା ଶୁଣି ଚୁପ୍ ରହି ଘରକୁ ଆସି ନିଜ ସ୍ବାମୀ କୁ କହିଲା । ଆରେ ତମେ ଶୁଣିଛ ରାଜ ବାରିକ ର ଆୟୋଜନ ହେଉଛି ତମେ ଭାଗ ନେଇ ରାଜ ବାରିକ ଭାବେ ଯଦି ନିୟୋଜିତ ହୁଅ ତେବେ ଆମର ଟଙ୍କା ପଇସା ଅଭାବ ହୋଇ ନଥାନ୍ତା। ବାରିକ କହିଲା ମୋତେ କଇଁଚି ଧରି ଆସେନି ଆଉ ମୁଁ କଣ ରାଜାଙ୍କ କେଶ ସଜ୍ଜା ପାଇଁ କେଶ କାଟିବି !! ସ୍ତ୍ରୀ କହିଲା ଥରେ ଚେଷ୍ଟା କର । ସେଠିକି ଯାଅ ସବୁ ସିଖିଯିବ । ତମେ ଏହି ସମାରୋହ ରେ ଭାଗ ନିଅ । ଯଦି ହେଲା ତେବେ ଆମର ଭାଗ୍ୟ ଖୋଲିଯିବ। ଏତିକି କହି ସ୍ବାମୀ ଯିବା ପାଇଁ ରାଜି ହେଇଗଲା କିନ୍ତୁ ମନରେ ବହୁତ୍ ଡର ଥାଏ । ସେଦିନ ସବୁ ବାରିକ ଉପସ୍ଥିତ ଥିଲେ । ରାଜା କିଛି ନିର୍ଦ୍ଦେଶାବଳୀ ଘୋଷଣା କଲେ ଯେ ନିଜ ନିଜ ଦକ୍ଷତା ଦେଖାଇବେ କିନ୍ତୁ ଜଣକ ପରେ ଜଣେ ଆସି ନିଜ କେଶ କାଟିବା ଶୈଳୀ ଦେଖାଇବେ । ସବୁ ବାରିକ ନିଜ ଦକ୍ଷତା ଦେଖାଇବା ପାଇଁ ପ୍ରସ୍ତୁତି କରିଥିଲେ। ସମସ୍ତେ ନୂଆ ନୂଆ ଶୈଳୀ ରେ କେଶ କାଟିବା ଶିଖି ଆସିଥିଲେ କିନ୍ତୁ ରାଧୂଆ ମନରେ ଡର ଥାଏ । କାଳେ ସେ ଧରା ପଡ଼ିଯିବ । ସେ ତ କେବଳ ଧନ ଲୋଭରେ ଆସିଛି । ରାଜା ଦରବାର ରେ କେବଳ ୧୦ ଜଣ ବାରିକ ପହଞ୍ଚି ଥିଲେ । ରାଜା ଆଦେଶ ଦେଲେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ବାରିକ ଆସି ଏଠି କେଶ କାଟିବା ପରୀକ୍ଷା ନିଆଯିବ । ତାପରେ ସମସ୍ତ ବାରିକ ନିଜ ଘରକୁ ଫେରିଗଲେ। ପର ଦିନ ଠାରୁ ପ୍ରତିଦିନ ଗୋଟିଏ ଗୋଟିଏ ବାରିକ ଆସୁଥାନ୍ତି ନିଜ କାଟିବାର ଷ୍ଟାଇଲ ଦେଖାଇ ଯାଉଥିଲେ । ପ୍ରଥମ ଦିନ ରାଜା ନିଜ ଦୁତ ମାନଙ୍କ ମଧ୍ୟରୁ ଜଣଙ୍କୁ ପଠାଇଲେ। ଦ୍ଵିତୀୟ ଦିନ ଆଉ ଗୋଟିଏ ଦୂତ କୁ ପଠାଇଲେ । ଏମିତି ସବୁଦିନ କେଶ କାଟିବା ବାରିକ ସାଙ୍ଗରେ ରାଧୂଆ କଥା ହେଉଥାଏ । ସମସ୍ତେ କେଶ କରିବାର ଷ୍ଟାଇଲ କହୁଥାନ୍ତି । ଏମିତି ସମସ୍ତ ବାରିକ କୁ ବାରମ୍ବାର ପଚାରୁ ଥାଏ । ସମସ୍ତ ବାରିକ ମାନେ ଭାବୁଥାନ୍ତି ଏହି ରାଧୂଆ କୁ କିଛି ଆସୁନି । ସେଥିପାଇଁ ସେ ଏମିତି ପଚାରୁଛି । ସମସ୍ତ ବାରିକ ଙ୍କ ପରୀକ୍ଷା ସରିବା ପରେ ରାଧୂଆ ର ପାଳି ଆସିଲା ମାତ୍ର ସେ ଡରୁଥିଲା । ରାତିରେ ସ୍ତ୍ରୀ ସାଙ୍ଗରେ ବସି କଥା ହେଲା କହିଲା  କାଲି ମୋର ପାଳି କଣ କାଟିବି କେମିତି କାଟିବି କିଛି ଜାଣି ପାରୁନି । ସ୍ତ୍ରୀ କହିଲା ସମସ୍ତ ବାରିକ ମାନେ କେମିତି କାଟୁଛନ୍ତି ତମେ ଜାଣିଲ। ଏବେ ତମେ କିଛି ନୂଆ କରିବା ପାଇଁ ଚେଷ୍ଟା କର । ପର ଦିନ ରାଧୂଆ ରାଜ ଦରବାର ରେ ପହଞ୍ଚିଲା । ସେଦିନ ରାଜାଙ୍କ ପୁତ୍ର କୁ ପଠାଇଲେ। କହିଲେ ବାକି ସବୁଦିନ ଦୂତ ମାନଙ୍କୁ ପଠା ଯାଉଥିଲା ଆଜି ହେଉଛି ଶେଷ ଦିନ ଏବଂ  ଏ ହେଉଛି ଆମ ରାଜ୍ୟର ରାଜ କୁମାର । ଭଲ ଭାବରେ କେଶ କାଟିବ, ଯଦି ଖରାପ କାଟିବ ତେବେ ତୁମର ଶିର ଚ୍ଛେଦନ କରାଯିବ। ରାଧୂଆ ବହୁତ୍ ଡରିଗଲା, ହାତର କଇଁଛି ଥରୁଥାଏ । ମନେ ମନେ ଭାବୁଥାଏ ଏଣୁ” ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା ” ଆଜି ଯାହା ହେଉଛି ହେଉ ଯେମିତି ହେଲେ କାଟିବାକୁ ପଡ଼ିବ । ରାଧୂଆ କେଶ କାଟିବା ଆରମ୍ଭ କରିଲା ଶେଷରେ ରାଜା ଆସି ଦେଖିଲେ ଯେ ବାକି ଦିନ ଠାରୁ ରାଧୂଆ ଭଲ କେଶ କାଟିଛି। ରାଜା ଖୁସି ହେଲେ ପଚାରିଲେ ଏହି କେଶ ସଜ୍ଜା ତମେ କୋଉଠୁ ଶିଖିଲ । ରାଧୂଆ ଖୁସି ହୋଇ କହିଲା। ଏମିତି ବହୁତ୍ କେଶ କାଟିଛି କିନ୍ତୁ କିଛି ନୂଆ କରିବା କୁ ଯାଇ ଆଜି ମୁଁ ମୋ କାମରେ ସଫଳ ହୋଇଛି । ରାଜା ରାଧୂଆ କୁ ବାରିକ ଭାବେ ରାଜ ଦରବାର ରେ ସ୍ଥାନ ଦେଲେ । ମୋତି ମାଣିକ ସହ ତାକୁ ସୁନ୍ଦର ଘର ସହିତ କିଛି ଜମି ମଧ୍ୟ ପ୍ରଦାନ କରିଲେ । ନିଜକୁ ଧନ୍ୟ ମନେ କରି ରାଜ ବାରିକ ପଦରେ ନାମିତ ହେଲା । ମନେ ମନେ ଭାବୁଥାଏ ପ୍ରତିଦିନ ଯାହା ଦେଖୁଥିଲି ତାହା ମୋର ଗୋଟିଏ ଗୋଟିଏ ପାଠ ଥିଲା ଏବଂ ସେହି ପାଠ ପଢା ଠାରୁ ଅଧିକା କରିବା ଲୋକ ହିଁ ସଫଳ ହୁଅନ୍ତି ବୋଲି ଆଜି ଜାଣିଲି । ତା ପର ଠାରୁ ରାଧୂଆ ବାରିକ ରାଜ ଦରବାର ର ଜଣେ ସଦସ୍ୟ ହୋଇ ରହିଲା।
 
ଏଥିରୁ କଣ ଶିଖିଲ ?
୧. ସବୁ କାର୍ଯ୍ୟ ପୂର୍ବରୁ ମାର୍ଗ ଦର୍ଶନ ନିହାତି ଦରକାର ।
୨. କେବେ ମଧ୍ୟ ନିଜକୁ ହାରିବା ମନେ କରିବା ଅନୁଚିତ୍ ।
୩. ଯଦି କାହାଠାରୁ କିଛି ନୂଆ ଶିଖିଲ ତେବେ ତାହା ଠାରୁ ଅଧିକା କରିବା ପାଇଁ ଚେଷ୍ଟା କର।
 
ଲେଖିକା. ପୁଜା ସ୍ୱାଇଁ
ବୁଗୁଡ଼ା, ଗଞ୍ଜାମ.
 

Categories:

Tagged:

One response

  1. […] ହାନିକାରକ By Puja Swain   ପରିଶ୍ରମ ର ଫଳ ମିଠା   ରାଧୁଆ ବାରିକ By Puja Swain   ନାଗ ମଣି By Puja Swain   ଯାଦୁ ଗଛ By Puja Swain   ସିଂହ […]

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading