ସ୍ଵାଥପର ରୁ ସଚ୍ଚୋଟ

ସ୍ଵାଥପର ରୁ ସଚ୍ଚୋଟ
ସ୍ଵାଥପର ରୁ ସଚ୍ଚୋଟ
ପଲ୍ଲିପୂର ନାମକ ଗୋଟିଏ ଗ୍ରାମ ଥିଲା । ଲିଜା ଆଉ ରୋଜା ନାମକ ଦୁଇ ଜଣ ଝିଅ ର ପରିବାର ମଧ୍ୟ ଥିଲା। ଦୁହେଁ ବହୁତ ଘନିଷ୍ଠ ଏବଂ ସୁବିଧା ଅସୁବିଧାରେ ପରସ୍ପରକୁ ସାହାଯ୍ୟ କରୁଥିଲେ। ଲିଜା ବହୁତ ସୁଶୀଳ ଏବଂ ସରଳ କିନ୍ତୁ ରୋଜା ପୁରା ଓଲଟା ରାଗି ଏବଂ ଗର୍ବୀ କିନ୍ତୁ ଲିଜା ପ୍ରତି ରୋଜା ର ଭଲ ପାଇବା ବହୁତ୍ ଥିଲା ଏବଂ ସମାନ ଭାବେ ରୋଜା ପ୍ରତି ଲିଜା ର ମଧ୍ୟ ଭଲ ପାଇବା ଥିଲା।
ଦୁହେଁ ସାଙ୍ଗ ହୋଇ ସ୍କୁଲ୍ ଯାଉଥିଲେ । ସ୍କୁଲ୍ ଜଙ୍ଗଲ ଆର ପଟେ ଗାଁ ରେ ଥିଲା । ଜଙ୍ଗଲ ରାସ୍ତା ଦେଇ ଗୋଟିଏ ରାସ୍ତା ଥିଲା ଯାହା ପାଖ ଥିଲା କିନ୍ତୁ ଜଙ୍ଗଲ ବାହାରେ ଅନ୍ୟ ଏକ ରାସ୍ତା ଥିଲା ଯାହା ପକ୍କା ସଡ଼କ କିନ୍ତୁ ଦୂର ଥିଲା। ଦୁହେଁ ସବୁ ସମୟରେ ପକ୍କା ସଡ଼କ ଦେଇ ଯିବା ଆସିବା କରୁଥିଲେ । ଦିନେ ସ୍କୁଲ୍ ରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଥିବା ଯୋଗୁ ଆସିବା ସମୟରେ ସନ୍ଧ୍ୟା ହୋଇଯାଇ ଥାଏ ।
ସଂଧ୍ୟା ହେବା ଫଳରେ ଦୁହେଁ ଶୀଘ୍ର ଆସିବା ପାଇଁ ବାହାରିଲେ କିନ୍ତୁ ପକ୍କା ସଡ଼କ ଦେଇ ଗଲେ ବହୁତ୍ ସମୟ ଲାଗିବ ସେଥିପାଇଁ ସେମାନେ ଜଙ୍ଗଲ ରାସ୍ତା ହୋଇ ଯିବାକୁ ବାହାରିଲେ। କିନ୍ତୁ ଜଙ୍ଗଲ ପାଖକୁ ଆସିଲା ବେଳକୁ ବହୁତ୍ ଅନ୍ଧାର ହୋଇ ଯାଇଥାଏ ରୋଜା କହେ ଚାଲ ଆଉ ଅଳ୍ପ ବାଟ ଜଙ୍ଗଲ ରାସ୍ତା ଦେଇ ଚାଲିଯିବା କିନ୍ତୁ ଲିଜା କହେ ନା ନା ବାପା କହିଥିଲେ ସନ୍ଧ୍ୟା ହେଲେ ଜଙ୍ଗଲ ରାସ୍ତାରେ ଆସିଲେ ଆମ ପାଇଁ ବିପଦ । ଆମେ ପକ୍କା ସଡ଼କ ରେ ଯିବା । ରୋଜା କହିଲା କିଛି ହେବନି ଚାଲ ମୋ ସାଙ୍ଗରେ । ଲିଜା ର ଇଚ୍ଛା ନ ଥିଲେ ମଧ୍ୟ ରୋଜା ସାଙ୍ଗରେ ଆସିବାକୁ ଲାଗିଲା । ଜଙ୍ଗଲ ମଝିରେ ପହଞ୍ଚିଲା ପରେ ଦୁଇଟି ଚୋର ଆସି ଛୁରୀ ଦେଖାଇ ଟଙ୍କା ପଇସା ଏବଂ ସୁନା ଗହଣା ଯାହା ଅଛି ଆମକୁ ଦିଅ ବୋଲି କହିଲେ। ଦୁହେଁ ଡରରେ କହିଲେ ଆମ ପାଖରେ କିଛି ନାହିଁ ଆମେ ସ୍କୁଲ୍ ରୁ ଫେରୁଛୁ ଆମକୁ ଛାଡ଼ି ଦିଅ । ସଂଧ୍ୟା ହେବା ଯୋଗୁ ଆମେ ଶୀଘ୍ର ଯିବା ପାଇଁ ଜଙ୍ଗଲ ରାସ୍ତା ଦେଇ ଆସିଲୁ । ଚୋର ମାନେ କହିଲେ ଆମକୁ କିଛି ନା କିଛି ଦରକାର ନହେଲେ ଆମେ ଛାଡ଼ିବୁ ନାହିଁ। ଦୁହେଁ ବହୁତ ଅନୁରୋଧ କରିଲେ ଆମକୁ ଛାଡି ଦିଅ। ଦୁହିଁଙ୍କ ଅନୁରୋଧ ଦେଖି ସେଥିରୁ ଗୋଟିଏ ଚୋର କହିଲା ଶୁଣ ତମ ଦୁଇ ଜଣ ଭିତରୁ ଜଣେ ଆମ ସାଙ୍ଗରେ ଯିବାକୁ ହେବ ଆଉ ଜଣେ ଯାଇ ପାର । ଏହା ଶୁଣି ରୋଜା କହିଲା ମୋତେ ଛାଡ଼ି ଦିଅ ତମେ ଲିଜା କୁ ରଖି ଦିଅ । ଲିଜା ମଧ୍ୟ କଣ କହିବ ଭାବି କହିଲା ହଁ ହଁ ମୁଁ ରାଜି ଅଛି କିନ୍ତୁ ମୋ ସାଙ୍ଗକୁ ଛାଡ଼ି ଦିଅ । ମୋ ଜୀବନ ଠୁ ଅଧିକା ମୋ ସାଙ୍ଗର ଜୀବନ ଅତି ମୂଲ୍ୟବାନ । ମୋତେ ବରଂ ମାରି ଦିଅ । ରୋଜା ଖୁସିରେ ଖୁସିରେ ଚାଲିଗଲା। ଲିଜା, ରୋଜା ଚାଲିଯିବା ଦେଖି ବହୁତ୍ କାନ୍ଦିଲା । ଲିଜା ର ସାଙ୍ଗ ପ୍ରତି ଭଲ ପାଇବା ଦେଖି ଚୋର ମାନେ କହିଲେ ତମେ ମଧ୍ୟ ଯାଇ ପାରିଥାନ୍ତ । ତମେ କାହିଁକି କହିଲ ନାହିଁ । ଲିଜା କହିଲା ମୋ ସାଙ୍ଗ ମୋ ଜୀବନ ସେଥିପାଇଁ ମୁଁ ଏମିତି କରିଲି। ଚୋର ମାନେ ଲିଜା ର ସାଙ୍ଗ ପ୍ରତି ଭଲ ପାଇବା ଦେଖି ବହୁତ୍ ଖୁସି ହେଲେ । କହିଲେ ତୋ ସାଙ୍ଗ ପ୍ରତି ଭଲ ପାଇବା ଦେଖି ଆମେ ବହୁତ୍ ଖୁସି ସେଥିପାଇଁ ତମକୁ ମଧ୍ୟ ଆମେ ଛାଡ଼ି ଦେଲୁ। ଗୋଟିଏ କଥା ସବୁବେଳେ ମନେ ରଖିବ ଅନ୍ୟ ପ୍ରତି ସବୁବେଳେ ଭଲ ପାଇବା ରଖିବା ଦରକାର କିନ୍ତୁ ଯିଏ ସ୍ବାର୍ଥ ପାଇଁ ତମକୁ ଅସୁବିଧା ରେ ପକେଇ ଛାଡ଼ି ଚାଲି ଯାଆନ୍ତି ସେମାନଙ୍କ ଠାରୁ ଦୂରରେ ରହିବା ଉଚିତ୍। ତାପରେ ଚୋର ମାନେ ଲିଜା କୁ ଗାଁ ରେ ଛାଡି ଆସିଲେ । ଲିଜା ଘରକୁ ଦଉଡ଼ି ଦଉଡି ଯାଇ ପହଞ୍ଚି ଦେଖିଲା ବେଳକୁ ରୋଜା ଘରେ ଅଛି ଏବଂ ସମସ୍ତେ ଲିଜା କୁ ଖୋଜିବା ପାଇଁ ବାହାରି ଥିଲେ । କିନ୍ତୁ ଯେତେବେଳେ ଲିଜା କୁ ଦେଖିଲେ ସମସ୍ତେ ଖୁସି ହୋଇଗଲେ। ରୋଜା ଦଉଡ଼ି ଦଉଡି ଆସି ଲିଜା କୁ କୁଣ୍ଢେଇ ପକେଇ କାନ୍ଦିଲା। ରୋଜା କହିଲା ଲିଜା ମୁଁ କିଛି ସମୟ ପାଇଁ ସ୍ୱାର୍ଥପର ହୋଇଯାଇଥିଲି କିନ୍ତୁ ପରେ ମୋ ମନ ମାନିଲା ନାହିଁ । ମୁଁ ଘରକୁ ଆସି ସମସ୍ତଙ୍କୁ କହିଲା ପରେ ଗାଁ ଲୋକେ ସାଙ୍ଗରେ ତୋତେ ଖୋଜିବାକୁ ବାହାରିଥିଲୁ । ମୋତେ କ୍ଷମା କରିଦେ। ଲିଜା ମଧ୍ୟ ରୋଜା କ୍ଷମା କରିଦେଲା। ଦୁହେଁ ପୁଣି ଥରେ ସାଙ୍ଗ ହୋଇ ସ୍କୁଲ୍ କୁ ଗଲେ ଏବଂ ଦୁହିଁଙ୍କ ମଧ୍ୟରେ ଆଗ ଠୁ ଅଧିକା ଭଲ ପାଇବା ବଢ଼ି ଯାଇଥିଲା।
 
ଏଥିରୁ କଣ ଶିଖିଲ
୧. ଅସୁବିଧା ସମୟରେ ସବୁବେଳେ ସାଙ୍ଗ ହୋଇ ଲଢ଼ିବା ଉଚିତ୍।
୨. ଅନ୍ୟକୁ କେବେ ବିପଦକୁ ଠେଲି ନିଜେ ବଞ୍ଚିବା ଅନୁଚିତ୍ ।
୩. ଅସୁବିଧା ସମୟରେ ସରଳ ରାସ୍ତା ବାହାର କରିବା ଉଚିତ୍ ।
 
ଲେଖିକା. ପୂଜା ସ୍ୱାଇଁ
ବୁଗୁଡ଼ା. ଗଞ୍ଜାମ.
 

Categories:

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading