କଷ୍ଟ ବିନା ଫଳ ନାହିଁ

କଷ୍ଟ ବିନା ଫଳ ନାହିଁ
କଷ୍ଟ ବିନା ଫଳ ନାହିଁ
ଚନ୍ଦନପୁର ନାମକ ଗ୍ରାମରେ ନନ୍ଦକିଶୋର ବାବୁଙ୍କ ଘର । ସେ ଦିନ ଭାବିଲେ କି ମୁଁ ଗୋଟିଏ ହୋଟେଲ କରିବି କିନ୍ତୁ ହୋଟେଲ ପାଇଁ ପର୍ଯ୍ୟାପ୍ତ ଟଙ୍କା ତାଙ୍କ ପାଖରେ ନଥିଲା । ସେ ଲୋକ ମାନଙ୍କ ପାଖରୁ ଧାର ଉଧାର କରି ହୋଟେଲ ଟିଏ ତ ଖୋଲିଦେଲେ କିନ୍ତୁ ହୋଟେଲ ରେ ରୋଷେଇ ପାଇଁ ରାସନ୍ ଆଣିବା ପାଇଁ ପଇସା ହେଲା ନାହିଁ ଏବଂ ଯାହା ଫଳରେ ପୁଣି ଟଙ୍କା ଅଭାବ ହେଲା। ସେ ନିଜ ଘର ର କାଗଜ ପତ୍ର କୁ ବନ୍ଧା ରଖି ଆଉ କିଛି ଟଙ୍କା ଆଣି ହୋଟେଲ କୁ ଆରମ୍ଭ କଲେ।
ପ୍ରଥମ ଦିନ ସକାଳେ କିଛି ଖାଇବା ସାମାନ ସରିଲା ଏବଂ ବାକି ସବୁ ବଞ୍ଚିଗଲା। ଦିତୀୟ ଦିନ ମଧ୍ୟ କିଛି ବିକ୍ରି ହୁଏ ଏବଂ ଅଧିକା ଖାଇବା ବଞ୍ଚିଯାଉଥାଏ ଯାହା ଫଳରେ ଋଣ ଆଣିଥିବା ଟଙ୍କା ସରିବା ସହିତ ଖାଦ୍ୟ ଅଧିକା ନଷ୍ଟ ହେଉଥାଏ । ତୃତୀୟ ଦିନ ମଧ୍ୟ ସେମିତି ଅବସ୍ଥା ଏବଂ ଧିରେ ଧୀରେ ଲୋକ କମ୍ ହେବାକୁ ଲାଗିଲେ। ଚତୁର୍ଥ ଦିନ ଗୋଟିଏ ମଧ୍ୟ ଲୋକ ଆସିଲେ ନାହିଁ । ନନ୍ଦକିଶୋର ବାବୁ ଚିନ୍ତାରେ ପଡି ତାଙ୍କ ଦେହ ଖରାପ ହୋଇଗଲା। ସେ ଆଉ ହୋଟେଲ ଗଲେ ନାହିଁ । ସ୍ବାମୀ ଙ୍କ ଅବସ୍ଥା ଦେଖି ସ୍ତ୍ରୀ ତାଙ୍କର ଯତ୍ନ ନେଉଥିଲେ ଏବଂ ତାଙ୍କୁ ବୁଝେଇ କହିଲେ ସବୁ ଠିକ୍ ହେଇଯିବ। ତା ପର ଦିନ ତାଙ୍କ ସ୍ତ୍ରୀ କହିଲେ ଆପଣ ଯଦି ଅନୁମତି ଦେବେ ତେବେ ମୁଁ ହୋଟେଲ ପାଖ ବୁଲି ଆସିବି। ନନ୍ଦକିଶୋର ବାବୁ ଙ୍କ ଅନୁମତି ଅନୁଯାୟୀ ସ୍ତ୍ରୀ ହୋଟେଲ ବୁଲି ଆସିଲେ। ହୋଟେଲ ଦେଖିଲେ ସବୁ ଠିକ୍ ଥିଲା କିନ୍ତୁ ରୋଷେଇ ପାଇଁ ବ୍ୟବହାର ମସଲା ଯୋଗୁ ସ୍ଵାଦ ହେଉ ନଥିଲା ବୋଲି ଜାଣିଲେ । ଏବଂ ପରେ ସେ ଗାଁ ଭିତରକୁ ଯାଇ ବୁଲି ଆସିଲେ । ଦେଖିଲେ ଅନ୍ୟ ଏକ ଗ୍ରାମ ର ଜଣେ ମହିଳା ଟିଏ ଘର ଘର ବୁଲି ଜଳଖିଆ ବିକୁଥାଏ । ନନ୍ଦକିଶୋର ବାବୁ ଙ୍କ ସ୍ତ୍ରୀ ମଧ୍ୟ ସେ ମହିଳା ଠାରୁ ଜଳଖିଆ କିଣି ଖାଇଲେ । ତାଙ୍କୁ ମଧ୍ୟ ଭଲ ଲାଗିଲା ଏବଂ ମନେ ମନେ ଭାବିଲେ ଏହି ମହିଳା ଠୁ ମୁଁ ଭଲ ଜଳଖିଆ ବନେଇ ପାରିବି। ଏ ମହିଳା ଯେମିତି ଘର ଘର ବୁଲି ବିକ୍ରି କରୁଛି ମୁଁ ଯଦି ସେମିତି କରେ ତେବେ କେମିତି ହେବ । ଏୟା ଭାବି ଘରକୁ ଆସି ସ୍ବାମୀ କୁ କହିଲେ, ସ୍ବାମୀ ମଧ୍ୟ ଅନୁମତି ଦେଲେ। ତାପର ଦିନ ସକାଳୁ ଉଠି ଘର କାମ ସାରି ନନ୍ଦକିଶୋର ବାବୁ ଙ୍କ ସ୍ତ୍ରୀ ଜଳଖିଆ ନେଇ ଅନ୍ୟ ମହିଳା ଜଣଙ୍କ ଆସିବା ପୂର୍ବରୁ ସେ ଗାଁ କୁ ଗଲେ। ସମସ୍ତେ ଭାବିଲେ ପୂର୍ବ ମହିଳା ଜଣଙ୍କ ଆସିଛି କିନ୍ତୁ ଆଜି ଅଲଗା ଜଣଙ୍କ ଦେଖି ଗାଁ ଲୋକେ ଭାବିଲେ ଅନ୍ୟ ଏକ ମହିଳା ଆସୁଥିଲେ ସେ କୁଆଡେ ଗଲେ । ନନ୍ଦ କିଶୋର ବାବୁ ଙ୍କ ସ୍ତ୍ରୀ କହିଲେ ସେ ମଧ୍ୟ ଆସିବେ ଏବଂ ଆଜି ଠାରୁ ମୁଁ ମଧ୍ୟ ଆସିବି ଆପଣ ମୋ ଠାରୁ ଜଳଖିଆ ନେଇ ଖାଆନ୍ତୁ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ । ଲୋକେ ତାଙ୍କ ଠାରୁ ଜଳଖିଆ ଖାଇ ବହୁତ୍ ପ୍ରଶଂସା କରିଲେ । ଏବଂ ଏମିତି ପ୍ରତିଦିନ ସକାଳୁ ସକାଳୁ ପହଞ୍ଚିବା ଫଳରେ ତାଙ୍କ ଜଳଖିଆ ଶୀଘ୍ର ବିକ୍ରି ହୋଇ ଯାଉଥାଏ ।
ବେପାର ଭଲ ହେବା ଯୋଗୁ ନନ୍ଦକିଶୋର ବାବୁ ମଧ୍ୟ ସ୍ତ୍ରୀ ସାଙ୍ଗରେ ଆସି ବିକ୍ରି କରୁଥିଲେ । କଷ୍ଟ ହେଉଥାଏ କିନ୍ତୁ ବିକ୍ରି ହେଉଥିବା ଫଳରେ ଦୁହେଁ ଖୁସି ଥିଲେ । ଏମିତି କିଛି ମାସ ଚାଲିଲା ପରେ । ଋଣ ଆଣିଥିବା ଟଙ୍କା ଧିରେ ଧୀରେ ସୁଝିବାକୁ ଲାଗିଲେ। ଏବଂ ନନ୍ଦକିଶୋର ବାବୁ ସମସ୍ତଙ୍କୁ କହୁଥାନ୍ତି କିଛି ଦିନ ମଧ୍ୟରେ ମୋର ହୋଟେଲ ରେ ଏମିତି ସ୍ଵାଦିଷ୍ଟ ଖାଇବା ସହିତ ମିଠା ମିଳିବ ଆପଣ ମାନେ ସମସ୍ତେ ଆସିବେ । ନନ୍ଦ କିଶୋର ବାବୁ ହୋଟେଲ କୁ ପୁଣି ଥରେ ଆରମ୍ଭ କରିଲେ ଏବଂ ବର୍ତ୍ତମାନ ସେ ହୋଟେଲ ରେ ନନ୍ଦକିଶୋର ବାବୁ ଙ୍କ ସ୍ତ୍ରୀ ରୋଷେଇ କରୁଥିଲେ। ଧିରେ ଧିରେ ଲୋକମାନେ ମଧ୍ୟ ହୋଟେଲ ଆସିଲେ ଏବଂ କିଛି ବର୍ଷ ଏମିତି ଚାଲିଲା ପରେ ତାଙ୍କର ଆଣିଥିବା ସବୁ ଋଣ ସୁଝି ଦେଲେ । ନନ୍ଦକିଶୋର ବାବୁ ଯୋଜନା କରି ବଡ ବଜାର ଉପରେ ମଧ୍ୟ ଅନ୍ୟ ଏକ ହୋଟେଲ ଖୋଲିଲେ । ସେ ହୋଟେଲ ମଧ୍ୟ ଠିକ୍ ଠାକ୍ ଚାଲିବା ଯୋଗୁ ତାଙ୍କର ବହୁତ୍ ଧନ ହେଲା। ଏମିତି କିଛି ବର୍ଷ ଗଲା ପରେ ନନ୍ଦକିଶୋର ଜଣେ ସଫଳ ବେପାରୀ ଭାବେ ସେ ଗ୍ରାମରେ ନାମ ହେଲା।
 
ଏଥିରୁ କଣ ଶିଖିଲ?
୧. ପ୍ରକୃତ ଉପାୟ ଅବଲମ୍ବନ କରିବା ଦରକାର ।
୨. ବିଫଳ ହେଲା ପରେ କେବେ ମଧ୍ୟ ଚୁପ୍ ବସିବା ଠିକ୍ ନୁହଁ ।
୩. ସଫଳ ହେବା ପାଇଁ ସବୁବେଳେ କଷ୍ଟ କରିବା ଦରକାର ।
୪. ଜୀବନରେ କେତେ କଷ୍ଟ ଆସିଲେ ମଧ୍ୟ ହାରିବା ଠିକ୍ କଥା ନୁହଁ ସବୁବେଳେ ଜିତିବା ପାଇଁ କଷ୍ଟ କରିବା ଉଚିତ୍ ।
 
ଲେଖିକା. ପୂଜା ସ୍ୱାଇଁ   
ବୁଗୁଡ଼ା, ଗଞ୍ଜାମ.    
Comment କରିବା ପାଇଁ story ତଳେ ଥିବା “Post a comment” Link କୁ click କରନ୍ତୁ ।

Categories:

Tagged:

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading