ଜୀବନର ପ୍ରତ୍ୟେକଟି ପୃଷ୍ଠାରେ
ମାଟି ଧୂଳି ପରି ମନାନ୍ତର
ଅବିଶ୍ୱାସ-ଅପହିଂସା ପଶିଗଲେ
ଦୁଃଖର ବାରୁଦ ଫୁଟିଯାଇ
ବି-ଧ୍ବଂସ ହୋଇଯାଏ…. ସବୁକିଛି…
ସେହ୍ନ ….ମମତା
ସମାଜ….ସଭ୍ୟତା
ମାନବ….ମାନବିକତା
ତଥାପି….
ଏ ଆଲୋକିତ ଜୀବନରେ
ଜହ୍ନକୁ ଦେଖି ତା ପାଖକୁ ଉଡିଯିବାକୁ
ମନ କରିନି
ଆକାଶର ଢଙ୍କା ବାଦଲକୁ ଦେଖି
ଭୟରେ ପଳାୟନ କରିନି;
ଅଜଣା ଭବିଷ୍ୟତ ର
ଚକ୍ରବ୍ୟୁହ କୁ ଆଲିଙ୍ଗନ କରିବାକୁ ।
By. Manoj Kumar Behera
Buguda, Ganjam.


One response
[…] ଚକ୍ରବ୍ୟୁହ By.Manoj… ରୂପାନ୍ତରିତ ମଣିଷ By. Manoj… ଆତ୍ମଲିପି By. Manoj ସଭ୍ୟତାର ଅତଳ ଗର୍ଭରେ..By Manoj… […]