ଋତୁ ରାଣୀ (Rutu Rani)

ଋତୁ ରାଣୀ (Rutu Rani)
ଋତୁ ରାଣୀ (Rutu Rani)
 
 
 
ରାମପୁର ନାମକ ଗୋଟିଏ ଗ୍ରାମ ଥିଲା । ସେହି ଗ୍ରାମରେ ବହୁତ୍ ଲୋକ ବାସ କରୁଥିଲେ । ସେହି ଗ୍ରାମରେ ଶ୍ୟାମ ମଉସାଙ୍କ ଘର, ତାଙ୍କର ବହୁତ୍ ବଡ଼ ପରିବାର ଏବଂ ସାଙ୍ଗରେ ଟୁଙ୍ଗୁରୁ ଟାଙ୍ଗୁରୁ ନାତି ନାତୁଣୀ ନେଇ ବଡ ପରିବାର ଟିଏ । ଶ୍ୟାମ ମଉସାଙ୍କ ତିନି ପୁଅ ଓ ଗୋଟିଏ ଝିଅ । ପୁଅ ତିନିଜଣ ବିବାହ କରି ତିନି ବୋହୂ ତା ସହ ସବୁ ପୁଅଙ୍କ ଗୋଟିଏ ଲେଖାଏଁ ପୁଅ । ଝିଅ ମଧ୍ୟ ବିବାହ କରି ଶାଶୂ ଘରେ ରହୁଥାଏ । ସେ ଝିଅର ଗୋଟିଏ ସୁନ୍ଦର ଝିଅ ଟିଏ । ଝିଅର ନାମ ରାଣୀ । ସେ ଅଜାଙ୍କ ଆଉ ମାମୁଁ ମାଇଁ ଙ୍କ ବହୁତ୍ ଗେଲି ଥିଲା । ସମସ୍ତେ ରାଣୀକୁ ବହୁତ ଭଲ ପାଉଥିଲେ । ଶ୍ୟାମ ମଉସା ଦିନେ ଝିଅକୁ କିଛିଦିନ ପାଇଁ ଘରକୁ ରହିବା କୁ ଡାକିଲେ । ଝିଅ ନିଜ ଝିଅ ରାଣୀକୁ ନେଇ ନିଜ ବାପା ଘରକୁ କିଛିଦିନ ରହିବାକୁ ଆସିଲା । ରାଣୀକୁ ଦେଖି ଶ୍ୟାମ ମଉସା ନିଜ କୋଳକୁ ନେଇ ରାଣୀକୁ ଗେଲ କରିଲେ, ତିନି ମାମୁଁ ତିନି ମାଇଁ ମଧ୍ୟ ବହୁତ ଖୁସିହେଲେ । ରାଣୀ ତା ବାପା ସାଙ୍ଗରେ ଆମେରିକା ରେ ରହୁଥିଲା । ପ୍ରାୟ 03 ବର୍ଷ ତଳେ ଆସିଥିଲା କିନ୍ତୁ ସେତେବେଳେ ସେ 02 ବର୍ଷ ର ଥିଲା । ସମସ୍ତଙ୍କ ଠୁ ରାଣୀ ଛୋଟ । ଗାଁ ର ପରିବେଶ କେବେ ଦେଖିନଥାଏ । ଗାଁରେ କାଉ ଓ କୋଇଲି ର ସ୍ୱର ଶୁଣେ । ସେ ଗାଁ ର ପ୍ରାକୃତିକ ପରିବେଶ କୁ ଦେଖି ବହୁତ୍ ଖୁସି ହେଉଥାଏ । ଦିନେ ଅଜା ସହ କ୍ଷେତ କୁ ବୁଲିବାକୁ ବାହାରିଲା । ଅଜା, ରାଣୀକୁ କ୍ଷେତ ଦେଖେଇବା ପାଇଁ ସାଙ୍ଗରେ ନେଲେ। ସେ ସବୁ ଦେଖି ଅଜାଙ୍କୁ ପଚାରେ । ଏଇଟା କଣ ,ସେଇଟା କଣ ଏହି କ୍ଷେତରେ କଣ ଲଗା ହୋଇଛି । ଅଜା ତାକୁ କୁହନ୍ତି ଏହା ଆମର ଖାଦ୍ୟ ଯେଉଁ ଖାଇବାକୁ ଆମେ ଖାଦ୍ୟ ରୂପରେ ପାଇଥାଉ ସବୁ ଏଇ କ୍ଷେତ ରୁ ହିଁ ହୁଏ । ଏବେ ଏଠି ଧାନ ଚାଷ କରାଯାଇଛି । କିଛିଦିନ ପରେ ଏହା ଅମଳ କରି ଚାଉଳ କରାଯିବ । ପୁଣି ଏହି ଜମିରେ କିଛି ଚାଷ କରାଯିବ । ଅଜା ବଗିଚା ଭିତରକୁ ନେଇଗଲେ, ସେଠି ରାଣୀ ଗଛ ଗୁଡ଼ିକ କୁ ଦେଖି ଗଛ ରୁ ଫଳ ତୋଳି ବାକୁ ଇଛା କରିଲା ଏବଂ ଅଜା ରାଣୀ କୁ ତୋଳିବାରେ ସାହାଯ୍ୟ କଲେ। ବଗିଚା ରେ କୋଳି, ଆମ୍ବ, ପିଜୁଳି, ଲେମ୍ବୁ ନାନା ପ୍ରକାର ଗଛ ଥାଏ । ସବୁ ଗଛକୁ ଦେଖି ରାଣୀ ଅଜାକୁ ପଚାରୁ ଥାଏ । ଅଜା କୁହନ୍ତି ବଉଳ ଫୁଲ ଧରିଛି ପୁଣି ଫଳ ଆସିବ ଆମ୍ବ ପାଚିବ ଆଉ ଆମ୍ଭେ ମାନେ ସବୁ ମିଶି ଖାଇବା। ରାଣୀ ପଚାରେ, ଅଜା ?? ସବୁଗଛ ରେ ଫୁଲ ଅଛି ଏହି ଗଛରେ କଣ ପାଇଁ ନାହିଁ ?? ଅଜା କୁହନ୍ତି ଋତୁ ଅନୁସାରେ ଫଳ ଆସେ । କେଉଁ ଋତୁ ରେ କେଉଁ ଫଳ ଆସେ । ଏହି ଋତୁ ରେ ସବୁ ଫଳ ହେବନାହିଁ । ତେଣୁ ସେହି ଗଛରେ ଫୁଲ ଆସି ନାହିଁ । ରାଣୀ ଅଜା ଙ୍କୁ ପୁଣି ପଚାରେ, ଅଜା ତୁମେ କିପରି ଏସବୁ ବିଷୟରେ ଜାଣିପାରୁଛ । ଆମର ଛଅ ଋତୁ ଅଛି ସେଥିରୁ ଆମେ ତିନୋଟି ଋତୁ ଅନୁଭବ କରିପାରୁଛୁ । ଯେମିତି ଗ୍ରୀଷ୍ମ, ବର୍ଷା, ଶୀତ ଋତୁ କୁ ଅନୁଭବ କରିପାରୁଛନ୍ତି । ଯଦି ଖରା ଅଧିକ ହେବ ଆମେ ଜାଣୁ କି ଏବେ ଗ୍ରୀଷ୍ମ ଋତୁ ଚାଲିଛି । ସେହିପରି ବର୍ଷା ହେଲେ ବର୍ଷା ଋତୁ ଚାଲିଛି । ଶୀତ ହେଲେ ଶୀତ ଋତୁ ଚାଲିଛି ବୋଲି ଜାଣିପାରୁ । ଆଚ୍ଛା ଅଜା କେଉଁ ଋତୁ ରେ ଫୁଲ ଆସେ କେଉଁ ଋତୁରେ ଫଳ ଆସେ । ଗ୍ରୀଷ୍ମ ଋତୁରେ ମାଟି ବହୁତ୍ ଉତପ୍ତ ହେଇ ଗରମ ହୋଇ ରହିଥାଏ । ସବୁ ଗଛର ପତ୍ର ମଧ୍ୟ ଝଡିଯାଇଥାଏ । ପୁଣି ବର୍ଷା ଋତୁ ଆସେ । ବର୍ଷାହୋଇ ମାଟି ମାକୁ ଆମର ଓଦାକରି ସବୁ ଜମି ଗଛଲତା ଜଳପୂର୍ଣ୍ଣ ହୋଇ ଚାରିଆଡ଼େ ଘନ ଘନିଆ ପରିବେଶ ହୋଇଯାଏ । ସେତେବେଳେ ପ୍ରାକୃତିକ ପରିବେଶ ବହୁତ୍ ସୁନ୍ଦର ଦେଖାଯାଏ ।ଶୀତ ଋତୁରେ ବହୁତ୍ ଗଛରେ ଫୁଲ, ଫଳ ଆସେ ପୁଣି ଗ୍ରୀଷ୍ମ ଋତୁରେ ଫଳ ପାଚିଥାଏ । ଅଜା ପଚାରିଲେ ଏହି ଋତୁ ମାନଙ୍କ ଭିତରୁ ତମକୁ କୋଉ ଋତୁ ଭଲ ଲାଗିଲା କୁହ । ରାଣୀ କହେ ମୋତେ ସବୁ ଋତୁ ଭଲଲାଗେ । ଯଦି ଗୋଟିଏ ଋତୁ ହେଇଥାନ୍ତା ତେବେ ଆମକୁ ଠିକ୍ ସମୟରେ ଖାଦ୍ୟ ମିଳି ନଥାନ୍ତା । ତେଣୁ ମୋତେ ସବୁ ଋତୁ ଭଲ ଲାଗେ । ପରଦିନ ରାଣୀ ଅଜା କୁ କୁହେ ଅଜା ମୁଁ ଆଜି ପୁରା ଗାଁ ବୁଲିବି । ଗାଁ ର ଲୋକ କେମିତି କଣ କାମ କରନ୍ତି ଦେଖିବି । ଅଜା ରାଣୀକୁ ନିଜ ସାଙ୍ଗରେ ନେଇ ଗାଁ ଭିତରକୁ ଯିବା ମଧ୍ୟରେ ଗୋଟିଏ ସୁନ୍ଦର ପଦ୍ମ ପୋଖରୀ ଦେଖେ । ସେଠି କିଛି କେଉଟ ମାଛ ଧରୁଥିଲେ । ଅଜାଙ୍କୁ ରାଣୀ କୁହେ ସେହି ପାଣି ଭିତରେ ଲୋକଟି କଣ କରୁଛି ଅଜା ? ଅଜା କୁହନ୍ତି କି ସେ ହେଉଛି ଆମ ଗାଁ ର କେଉଟ ମାନେ । ସେ ଏହି ପୋଖରୀ ର ମାଛ କୁ ନେଇ ଗାଁ ରେ ଲୋକଙ୍କୁ ବିକ୍ରି କରେ । ପୁଣି କିଛି ବାଟ ଯିବା ପରେ ଦେଖିଲା ଗୋଟିଏ ଲୋକ ମାଟି ଚକଡି ଏବଂ ଅନ୍ୟ ଜଣେ ପାତ୍ର ବନେଇବାର ଦେଖେ । ଅଜା ଏହି ଲୋକ ଏଠାରେ କଣ ପାଇଁ କାଦୁଅରେ ଲାଗିଛନ୍ତି । ଆରେ ସେ କାଦୁଅରେ ଲାଗି ନାହିଁ ସେ ମାଟିକୁ ଦଳି ଚକଡ଼ି ସେ ସେଥିରେ ମାଟିପାତ୍ର ପାଇଁ ଯୋଗାଡ କରୁଛି। ତାକୁ କୁମ୍ଭାର ବୋଲି କୁହାଯାଏ । ସେ ବହୁତ୍ ଜିନିଷ ମାଟିରେ ତିଆରି କରେ । ତାକୁ ବିକ୍ରି କରି ନିଜ ପରିବାର ପୋଷଣ କରେ । ଦୁହେଁ ପୁଣି କିଛି ବାଟ ଗଲାପରେ ଗୋଟିଏ ଲୋକ ସୁନ୍ଦର ଚୌକି ଖଟ କାଠ ର ବିଭିନ୍ନ ଜିନିଷ ବନେଇବାର ଦେଖେ । । ଅଜା ଏସବୁ କଣ କରୁଛନ୍ତି ? ଏହା ସବୁ ହେଉଛି କାଠରେ ତିଆରି ଜିନିଷ ଯାହାକୁ ଆମ ଘରେ ବ୍ୟବହାର କରୁଛନ୍ତି । ଘର ସାଜସଜ୍ଜା ରେ ବି ବ୍ୟବହାର ହୁଏ । ଅଜା ଏବେ ଚାଲ ଘରକୁ ଯିବା ବହୁତ ଜାଗା ବୁଲିଲେ । ତାପରେ ଦୁହେଁ ଘରକୁ ଆସିଲେ । ରାଣୀ ଘରକୁ ଆସି ନିଜ ମା କୁ ସବୁ କଥା କୁହେ । ରାଣୀ ଯାହା ସବୁ ଦେଖିଥିଲା ସବୁ ଗୋଟି ଗୋଟି କରି କହିଲା । ମା ବୁଝେଇ କୁହନ୍ତି । ସହର ର ଯାକ ଜକମ ରେ ସ୍ୱଳ୍ପ ଖୁସି ଥାଏ କିନ୍ତୁ ପରମ ସୁଖ ତ ଏଇ ଗାଁ ରେ ମିଳେ । ଏଠି ଆମକୁ ସ୍ବର୍ଗ ପୁର ଭଳି ସବୁକିଛି ମିଳିଯାଏ । ରାଣୀ କହେ ମା ମୁଁ ଆଉ ସହରକୁ ଯିବି ନାହିଁ। ରାଣୀ ପଢ଼ିବାରେ ବହୁତ୍ ଭଲ ଥିଲା ପ୍ରଥମ ରୁ ପଞ୍ଚମ ବାହାରେ ପଢ଼ିବା ପରେ ସେ ଅଜା ପାଖରେ ରହି ପାଠ ପଢିଲା। ରାଣୀ ର ବାପା ବାହାରେ ରୁହନ୍ତି କିନ୍ତୁ ରାଣୀ ଗାଁ ର ପରିବେଶ କୁ ଏତେ ଭଲ ପାଏ ଯେ ତାକୁ ସହର କେବେ ଭଲ ଲାଗୁନଥିଲା । ବର୍ତମାନ ରାଣୀ ଗାଁ ସ୍କୁଲ୍ ରେ ଶିକ୍ଷୟତ୍ରୀ ଭାବରେ ଗାଁ ସ୍କୁଲ୍ ରେ ଛୋଟ ପିଲା ମାନଙ୍କୁ ପାଠ ପଢ଼ାଏ ଏବଂ ଗାଁ ରେ ଗଛ ଲଗେଇବା , ପରିବେଶ କୁ ସଫା କରିବା , ଗାଁ ପରିମଳ କରିବା କାର୍ଯ୍ୟ କରେ। ଗାଁ ରେ ଋତୁ ଅନୁସାରେ ଫଳ ପନିପରିବା ଲଗେଇବା ଏବଂ ଗାଁ ଲୋକଙ୍କୁ ଉତ୍ତମ ଚାଷ ପଦ୍ଧତି ବିଷୟରେ ଶିକ୍ଷା ଦେବା ର କାର୍ଯ୍ୟକ୍ରମ ଆୟୋଜନ କରେ । ଲୋକେ ମଧ୍ୟ ରାଣୀ ସହିତ ସହଯୋଗ କରିଥାନ୍ତି । ଏବେ କିଛି ଦିନ ପୂର୍ବେ ଗାଁ କୁ ଜିଲ୍ଲାପାଳ ଭ୍ରମଣ ପାଇଁ ଆସିଥିଲେ ଏବଂ ସେ ରାଣୀ ର ଗ୍ରାମ କୁ ସ୍ୱଚ୍ଛ ଗ୍ରାମ ବୋଲି ଘୋଷଣା କରି ରାଣୀ କୁ ଋତୁ ରାଣୀ ର ଉପାଧି ମଧ୍ୟ ଦେଲେ ।
 
ମୁଖ୍ୟ ବିନ୍ଦୁ:- 
୧. ନିଜ ଗୁରୁଜନ ଙ୍କ ଠାରୁ ସବୁ ଜିନିଷ ବିଷୟରେ ପଚାରି ବୁଝିବା ଦରକାର । 
 
୨. ଗାଁ ପରିମଳ ରେ ସହଯୋଗ କରିବା ଦରକାର। 
 
୩. ଆମ ପରିବେଶ କୁ ସ୍ବଚ୍ଛ ରଖିଲେ ଆମକୁ ସର୍ବଦା ଉତ୍ତମ ଜଳବାୟୁ ମିଳିଥାଏ । 
 
 
By. Puja Swain 
Buguda, Ganjam.
 

Categories:

Tagged:

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading