College Picnic (Part-2)

College Picnic (Part-2)
College Picnic (Part-2)
ମୁଁ ଜାଣିନି ବୋଲି କହିଲି? ତୁମ ସହ କଥା ହେଇ ଭଲ ଲାଗିଲା । ମୁଁ ଅଳ୍ପ ମୁରିକି ହସିଦେଇ Bye କହିଲି । ସେ ମଧ୍ୟ Bye କହି ଚାଲିଗଲା।
ମାନସ ର ବସ୍ ଆଗରେ ଯାଉଥାଏ ଆମ ବସ୍ ପଛେ ପଛେ । ସଂଧ୍ୟା ହେବାକୁ ଲାଗିଲା। ହଠାତ୍ ଲେକ୍ଚର କହିଲେ ଶୁଣ ପିଲା ମାନେ ଏବେ News ରେ ଆସିଲା ଏବଂ ବାକି ଗାଡି ବାଲା ମଧ୍ୟ କହୁଛନ୍ତି କାଲି ଭାରତ ବନ୍ଦ ହେବ । ତେବେ ଆମେ ଆଗାମୀ ମନ୍ଦିର ନ ଯାଇ ଡାଇରେକ୍ଟ ନିଜ ନିଜ ଗାଁକୁ ଯିବା । ପିଲା ମାନଙ୍କ ଇଚ୍ଛା ଥାଏ । ଆଉ ଗୋଟିଏ ସ୍ଥାନ କିମ୍ବା ମନ୍ଦିର ବୁଲିଥାନ୍ତୁ କିନ୍ତୁ ଇଚ୍ଛା ନ ଥିଲେ ମଧ୍ୟ ଆମେ ସିଧା ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଲୁ। ପ୍ରକୃତ କଥା ହେଲା ସେତେବେଳେ ମାନସ ପ୍ରତି ମୋର Love Express ସ୍ପିଡ୍ ଧରିଥିଲା । କିନ୍ତୁ ସବୁ ପାଣି ଫାଟିଗଲା ।
କିଛି ସମୟ ପରେ ଆମ ଗାଡି ଗୋଟିଏ ହୋଟେଲ୍ ପାଖରେ ଲାଗିଲା । ସମସ୍ତେ କିଛି ନା କିଛି ଖାଇଲେ କିନ୍ତୁ ମୁଁ କେବଳ ମାନସ କୁ ଖୋଜୁଥିଲି । ଭଗବାନ ଙ୍କୁ ଡାକୁଥିଲି , ଭଗବାନ ତାଙ୍କ ବସ୍ କୁ ମଧ୍ୟ ଏଠି ପହଞ୍ଚେଇ ଦିଅ କିନ୍ତୁ ସେଠୀ କେହି ମୋ ଡାକ ଶୁଣିଲେ ନାହିଁ । ସରିତା ପଚାରିଲା , ଏ ଚଣ୍ଡୀ କିଛି ଖାଇବୁ। ମୁଁ ମନା କରିଲି , କହିଲି ତୁ ଖାଇବୁ ଯଦି ଯା । ମୋତେ ଭୋକ ଲାଗୁ ନଥାଏ । ସରିତା କିଛି ଖାଇ ଫେରି ଆସିଲା। ରାତି ୯ଟା ହେଲାଣି । ସମସ୍ତେ ଗାଡି ରେ ଆସି ବସିଲେ । ମନ ଦୁଃଖରେ ସିଟ ରେ ଆସି ବସିଲି । ବସ୍ ରେ ଓଡ଼ିଆ ଗୀତ ଧିର ସ୍ଵରରେ ଚାଲୁଥାଏ। ମୋତେ ଅଳ୍ପ ନିଦ ଆସୁଥିଲା । ଏପଟେ ବୁଲାବୁଲି କରି ଗୋଡ଼ ହାତ ବ୍ୟଥା ମଧ୍ୟ ହେଉଥାଏ ।
ହଠାତ୍ ମୋର ନିଦ ଭାଙ୍ଗିଗଲା। ହାତ ଘଡି କୁ ଦେଖିଲା ବେଳକୁ ଠିକ୍ ରାତି ୧୨ ଟା । ଗାଡି ଛିଡ଼ା ହୋଇ ରହିଛି ଏବଂ ପୁରା ଗାଡି ସୁନ ସାନ୍। ସବୁଆଡେ ଆଲୋକ ଆଲୋକ। ବସ୍ ର ଗେଟ୍ ରୁ ମାନସ ଧିରେ ଧିରେ ପାଦ ଚାପି ଆସିଲା । ମାନସ କୁ ଦେଖି ମୁଁ ବହୁତ୍ ଖୁସି ହୋଇଗଲି। ସେ ମୋ ପାଖକୁ ଆସି ମୋ ହାତକୁ ଧରି ଗୋଟିଏ ଗୋଲାପ ଫୁଲ ଦେଇ “ଆଈ ଲଭ ୟୁ ମାଧବୀ” ବୋଲି କହିଲା। ଏତିକି ଶୁଣିଲା ପରେ ମୋ ଦେହରେ ଯେମିତି ଶିହରଣ ଖେଳିଗଲା। ବସ୍ ରେ ସମ୍ବଲପୁରୀ ଗୀତ ” ବର୍ଷା ଲୋ ଟିକେ ହାଉଲେ.. ହାଉଲେ.., ଥମି ଯିବୁ ମୋର ପଗଲା ଅଇଲା ଵେଲେ” ଗୀତ ବାଜୁଥାଏ ଏବଂ ଅଳ୍ପ ପାଣି ଛିଟା ମଧ୍ୟ ପଡୁଥାଏ । ମୋତେ ଏମିତି ଅନୁଭବ ହେଉଥାଏ ମୋ ଉପରେ ହିଁ ବର୍ଷା ହେଉଛି। ଏବଂ ଆଜି ପ୍ରକୃତରେ ମୋ ରାଜକୁମାର ଆସିଗଲେ । ମୁଁ କଣ କହିବି କିଛି ଭାବି ପାରୁନଥାଏ । ମାନସ ନିଜ ହାତକୁ ମୋ ହାତ କୁ ସ୍ପର୍ଷ କରି କରି ମୋତେ କୁଣ୍ଢେଇ ବାକୁ ଚେଷ୍ଟା କରିବାକୁ ଯାଉଥିଲା ସେତେବେଳେ ହଠାତ୍ ସରିତା ମୋ କାନ ପାଖରେ ଜୋର୍ ରେ ପାଟି କରି କହିଲା, ଆବେ ଚଣ୍ଡୀ ଶୀଘ୍ର ଉଠ, ଜଲ୍ଦୀ ଉଠେ। ସରିତା ଦୁଇ ଥର ମୋ କାନ୍ଧକୁ ଜୋର୍ ରେ ହଲେଇଲା ପରେ ମୋ ନିଦ ଭାଙ୍ଗିଲା। ଦେଖିଲା ବେଳକୁ ବସ୍ ଉପରେ ଥିବା ମୋ ବ୍ୟାଗ୍ ରୁ ପାଣି ବୋତଲ ରୁ ପାଣି ବାହାରି ସରିତା ଏବଂ ମୋ ଉପରେ ପଡୁଥାଏ । ସମସ୍ତେ ହସୁଥିଲେ। କହିବାକୁ ଲାଗିଲା ମାଧବୀ କୁ ଏତେ ନିଦ ଯେ ତା ଉପରେ ପାଣି ପଡୁଛି କିନ୍ତୁ ତାର ନିଦ ଭାଙ୍ଗୁନି । ସରିତା କହିଲା, କଣ ଲୋ ଚଣ୍ଡୀ କି ସ୍ଵପ୍ନ ଦେଖୁଥିଲୁ ଯେ ତୋର ନିଦ ଭାଙ୍ଗୁନଥିଲା। ( ମନେ ମନେ ଭାବିଲି କଣ ସ୍ଵପ୍ନ ଦେଖୁଥିଲି ତାହା କେବଳ ମୁଁ ଜାଣେ, କେତେ ଭଲ ସ୍ଵପ୍ନ ଟିଏ ) ନିଦ ଭାଙ୍ଗିବା ଦେଖି ସରିତା ଉପରେ ମନେ ମନେ ବହୁତ୍ ରାଗିଲି। ବସ୍ ରେ ସମସ୍ତେ ମୋତେ ଚାହିଁ ରହିଥିଲେ। ମୋତେ ମଧ୍ୟ ଲାଜ ଲାଗିଲା । ମୋର ଡ୍ରେସ ପୁରା ଓଦା ହୋଇଯାଇଥିଲା। ଲେକ୍ଚର କହିଲେ ସମସ୍ତେ ବାହାରକୁ ଯାଅ। ମୁଁ ଏବଂ ସରିତା ବସ୍ ଭିତରେ ରହିଲୁ ଡ୍ରେସ୍ ବଦଳେଇ ସିଟ ରେ ବସିଲୁ । ବାକି ସମସ୍ତେ ଆସିଲେ ପୁଣି ଗାଡି ଚାଲିଲା । ମୋତେ ଆଉ ନିଦ ଆସୁନଥିଲା। କେତେ ଭଲ ସ୍ଵପ୍ନ ଟିଏ ଥିଲା, ଏ ଚଣ୍ଡୀ ଯୋଗୁ ସବୁ ଗୋଳମାଳ ହୋଇଗଲା ଏବଂ ମୋର ପ୍ରୋପୋଜ ଟା ବାକି ରହିଗଲା। ଭଲ ଗୀତ ମଧ୍ୟ ବାଜୁଥିଲା । ଭାବିଲି ଯଦି ଏହା ସତରେ ହୁଅନ୍ତା ତେବେ କେତେ ଖୁସି ଲାଗିଥାନ୍ତା। ବାରମ୍ବାର ଗେଟ୍ ଆଡ଼କୁ ଚାହୁଁଥିଲି । ଦେଖୁ ଦେଖୁ ବସ୍ ରେ ସମୟ ଗଡି ଗଡି ଯାଉଥାଏ ।
ରାତି ୪ଟା ରେ ବସ୍ ବସଷ୍ଟାଣ୍ଡ ରେ ଗାଡି ପହଞ୍ଚିବା ପୂର୍ବରୁ ବାପାଙ୍କ ଧଡ଼ିଆ ସ୍କୁଟର ଆସି ପହଞ୍ଚି ଯାଇଥିଲା । ଘରକୁ ଆସି ଶୋଇଲି । ନିଦ ଭାଙ୍ଗିଲା ସିଧା ଦିନ ୧୦ ଟା ରେ । ବେଡ ଉପରେ ବସି ଭାବିଲି । ଗୋଟିଏ ଦିନ ର ଦେଖା ରେ ମୁଁ ଗୋଟିଏ ପୁଅ କୁ ଭଲ ପାଇ ବସିଲି । ଆଉ ମୁଁ ଏତେ ବୁଦ୍ଦୁ ଯେ ମୋର ନଖରାମି ଯୋଗୁ ମୋବାଇଲ ନମ୍ବର୍ ମଧ୍ୟ ଦେଲିନି, ତା ସହିତ କୋଉ କଲେଜ୍ ରୁ ଆସିଛନ୍ତି ସେଇଟା ମଧ୍ୟ ପଚାରି ପାରିଲିନି । ପ୍ରକୃତରେ ମୋ ସ୍ପାଇଡର ମ୍ୟାନ ସାଙ୍ଗରେ ପୁଣି ଦେଖା ହେବ କି ନାହିଁ ? ଏବଂ ମୁଁ ଦେଖିଥିବା ସ୍ୱପ୍ନ ସତ ହେବ ନା କାହାଣୀ ହୋଇ ରହିଯିବ ।
ଏପଟେ ହଠାତ୍ ଅନ୍ୟ ରୁମ୍ ରୁ ମା ଙ୍କ କର୍କଶ ଶବ୍ଦ ଶୁଣା ଗଲା । ” କଣ ମହାରାଣୀ ଙ୍କର ଆଜି ନିଦ ଭାଙ୍ଗିବ ନା ନାହିଁ ??? ” ହଁ ମା… ଆସୁଛି ମା… ଆସୁଛି…. କହି ବାଥରୁମ୍ କୁ ଚାଲିଲି।
ଏମିତିକା ଘଟଣା ଏବଂ ସ୍ଵପ୍ନ କାହା କାହା ସାଙ୍ଗରେ ଘଟିଛି । କମେଣ୍ଟ କରି ଜଣେଇବେ ।
By. Rubi Nahak
Click Here >> Part-01

Categories:

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading