ମୋ ଲୋପାମୁଦ୍ରା…(5)

ମୋ ଲୋପାମୁଦ୍ରା...(5)
ମୋ ଲୋପାମୁଦ୍ରା…(5)
ପାଞ୍ଚ ମାସ ପରେ ସୌରଭ ଏବଂ ମୁଁ ଛୁଟି ଆସିଲୁ । ଦିନ ଧାର୍ଯ୍ୟ ହେଲା ଏବଂ Engagement ମଧ୍ୟ ସରିଲା । ସବୁ କାମ ଠିକ୍ ଠାକ୍ ରେ ସରିଲା ।
ଘରୁ ଆଦେଶ ମିଳିବା ପରେ ବାଇକ୍ ରେ ବୁଲାବୁଲି ମଧ୍ୟ ଚାଲିଲା ।
ଦୁହେଁ ବହୁତ୍ ସ୍ଥାନ ବୁଲିଲୁ।
ଆମର ପ୍ରତି ଟି ମୁହୂର୍ତ୍ତ ଏକା ସାଙ୍ଗରେ ବିତେଇଲୁ ।
ସୌରଭ ମଧ୍ୟ ସାହାଯ୍ୟ କରୁ ଥାଏ । ପ୍ଲାନ୍ କେବଳ ସୌରଭ ର ।
କିଛି ଦିନ ବୁଲା ବୁଲି ପରେ ପୁଣି ଫେରି ଆସିଲି ବାଙ୍ଗାଲୋର କୁ ।
ଏବେ ସିଧା ଯିବାର ଅଛି ବାହାଘର କୁ..
ଇତି ମଧ୍ୟରେ ଆଉ ଜଣେ ଖଳ ନାୟକ ଆମ ଜୀବନ ରେ ପ୍ରବେଶ କରିଲା ।
ରଞ୍ଜିତ,
ରଞ୍ଜିତ ହେଉଛି ଲୋପାମୁଦ୍ରା ର ପିଉସୀ ପୁଅ।
ମାସ ପରେ ରଞ୍ଜିତ ଦିଲ୍ଲୀ ରୁ ଫେରିଛି ।
ସେ ଲୋପାମୁଦ୍ରା କୁ ବିବାହ କରିବାକୁ ଚାହୁଁଥିଲା ମାତ୍ର ଲୋପାମୁଦ୍ରା ର ପରିବାର ଲୋକ ରଞ୍ଜିତ ସହିତ ବିବାହ ଦେବାକୁ ବିଲକୁଲ ଇଚ୍ଛା ନାହିଁ।
ଲୋପାମୁଦ୍ରା ର ବାପା ଙ୍କ ମତ ଯେ ସମ୍ପର୍କ ଭିତରେ ମୁଁ ମୋ ଝିଅ କୁ ବାହା ଦେବିନି କିନ୍ତୁ ରଞ୍ଜିତ ସବୁବେଳେ ଆଶା କରି ରହିଥାଏ ।
ଅନ୍ୟ ଏକ କାରଣ ଅଛି ଯାହା ସମୟ ସହିତ ଗୁପ୍ତ ହୋଇ ଢାଙ୍କି ହୋଇଯାଇଛି। ତାହା ହେଲା, ରଞ୍ଜିତ ର ବାପା ମା ପ୍ରେମ ବିବାହ କରିଥିଲେ ।
ଏହି ଘଟଣା ଯୋଗୁ ରଞ୍ଜିତ ର ମାମୁଁ ମାନେ ଲୋପାମୁଦ୍ରା ର ବାପା ତାଙ୍କ ଭଉଣୀ ଉପରେ ରାଗି ତାଙ୍କୁ ସେ ଘର ସହିତ ସବୁ ସମ୍ପର୍କ କାଟି ଘରୁ ବାହାରି ଯିବାକୁ ଆଦେଶ ଦେଇ ଥିଲେ।
ଯେତେବେଳେ ରଞ୍ଜିତ ଜନ୍ମ ହେଲା, ସେତେବେଳେ ଲୋପାମୁଦ୍ରା ର ବାପା ଭଉଣୀ ର ଦାରିଦ୍ର୍ୟ ଦୁର୍ଦ୍ଦଶା ଦେଖି ପୁଣି ଥରେ ଭଉଣୀ କୁ ନିଜ ପରିବାର ର ସଦସ୍ୟ ଭାବେ ମାନ୍ୟତା ଦେଲେ।
ବର୍ତମାନ ଏହି ଘଟଣା ବିଷୟରେ ରଞ୍ଜିତ ଜାଣିପାରିଛି । ସେ ନିଜ ମାମୁଁ, ମାଇଁ ଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନ କରିବ ଏବଂ ଲୋପାମୁଦ୍ରା ର ଜୀବନ ନଷ୍ଟ କରିବା ତାର ମୁଖ୍ୟ ଲକ୍ଷ୍ୟ ଥାଏ ।
ମାତ୍ର ଲୋପାମୁଦ୍ରା କୁ ଏ ବିଷୟରେ କିଛି ଖବର ନଥିଲା।
ଲୋପାମୁଦ୍ରା ଏବଂ ରଞ୍ଜିତ ଭଲ ସାଙ୍ଗ ହୋଇ ପିଲା ରୁ ବଡ ହୋଇ ଆସିଛନ୍ତି ।
ରଞ୍ଜିତ ଯେବେ ଦିଲ୍ଲୀ ରୁ ଆସେ ସେ ଦୁଇ ଜଣ ସାଥୀ ହୋଇ ବୁଲନ୍ତି ମଜା ମସ୍ତି କରନ୍ତି ।
ଲୋପାମୁଦ୍ରା କୁ ମଜା ମସ୍ତି କରିବା ପାଇଁ ତାର ପୁରୁଣା ବନ୍ଧୁ ମିଳିଯାଇଛି ।
ସେଥିରେ ଭଲପାଇବା ନାହିଁ, ଥିଲା କେବଳ ବନ୍ଧୁତା ।
ହଠାତ୍ ଦିନେ ମୋର ସାଙ୍ଗ କୁନା Whatsapp ରେ ଗୋଟିଏ ଫୋଟୋ ପଠାଇଲା ।
ସେଥିରେ ଲୋପାମୁଦ୍ରା ଏବଂ ରଞ୍ଜିତ ପାଣି ପୁରୀ ଖାଉଥିବା ଫୋଟୋ ଥିଲା ।
ସେ ଫୋଟୋ ଦେଖି ମୋତେ ରାଗ ଲାଗିଲା କଣ କରିବି ଭାବି କୁନା କୁ କହିଲି ତୁ ନଜର ରଖ ତାଙ୍କ ଉପରେ ।
ଏପଟେ ଫୋନରେ କଥା ବାର୍ତ୍ତା ଚାଲିଥାଏ । ଲୋପାମୁଦ୍ରା ମୋତେ ରଞ୍ଜିତ ବିଷୟରେ କହିବା ପରେ ମୁଁ ତାକୁ ତାଗିଦ୍ କରି କହିଲି ତା ଠୁ ଦୂରେଇ ରୁହ ।
ମୋ କଥାକୁ ଲୋପାମୁଦ୍ରା ଖାତିର୍ ନ କରି ରଞ୍ଜିତ ସାଙ୍ଗରେ ବୁଲାବୁଲି ଚାଲୁ ରଖିଥାଏ ।
ଏମିତି ବେଳେବେଳେ ବହୁତ୍ ଫୋଟୋ ମୋତେ ମିଳୁଥାଏ ।
ମୁଁ ପ୍ରତ୍ୟେକ ଥର ମନା କରୁଥାଏ କିନ୍ତୁ ଲୋପାମୁଦ୍ରା କହେ ଏଥର ଭୁଲ ହେଇଗଲା ଆଉ ଯିବିନି ରଞ୍ଜିତ ସାଙ୍ଗରେ କହି ପୁଣି ବୁଲିବାକୁ ଯାଉଥାଏ ।
ମୁଁ ବାରମ୍ବାର କହିବା ପରେ ଲୋପାମୁଦ୍ରା ରଞ୍ଜିତ କୁ ମୋ କଥା କହିଲା ଯେ ମୋର ସାନୁ ସହିତ ବାହାଘର ହେବ ।
ତମ ସାଙ୍ଗରେ ଆଉ ବୁଲାବୁଲି କରିବି ନାହିଁ କିନ୍ତୁ ରଞ୍ଜିତ ବାଧ୍ୟ କରି ତାକୁ ନେଇଯାଏ।
ଦିନେ ସକାଳେ ହଠାତ୍ ଲୋପାମୁଦ୍ରା ର କଲ୍ ଆସିଲା କି ବହୁତ୍ ଦିନ ହେଲା ମୁଁ କୁଆଡେ ବାହାରକୁ ଯାଇନି, ଆଜି ମୁଁ ମନ୍ଦିର ଯିବି ।
ମୁଁ ପଚାରିଲି କାହିଁକି ଆଜି ତ କିଛି ପୂଜା ନାହିଁ ।
ସେ କହିଲା କି ରଞ୍ଜିତ ର କୋଉ ସାଙ୍ଗ ଭଉଣୀ ର ପୁଅ ର ଜନ୍ମ ଦିନ ଅଛି ।
ମୁଁ ମନା କରିଲି, ରଞ୍ଜିତ ର ସାଙ୍ଗ ତମକୁ ତ ନିମନ୍ତ୍ରଣ ଦେଇନି, ପୁଣି ତମେ କାହିଁକି ଯିବ।
ଲୋପାମୁଦ୍ରା କହିଲା ତମେ ସବୁବେଳେ ମୋତେ ବାରଣ କରୁଛ ଏବଂ କୁଆଡେ ଯିବା ପାଇଁ ମନା କରୁଛ ।
ଏମିତି ପ୍ରତିଥର ବାରଣ କରିବ ତେବେ ମୁଁ ଘରେ ଏକୁଟିଆ ରହି ପାଗଳ ହେଇଯିବି ।
ସେଦିନ ବହୁତ୍ ପାଟି ତୁଣ୍ଡ ହେଲା,
ମୁଁ କହିଲି ତମ ଭଲ ପାଇଁ ଏବଂ ଆମ ସମ୍ପର୍କ ରେ କିଛି ଆଞ୍ଚ ନ ଆସୁ ବୋଲି ମୁଁ ବାରଣ କରୁଛି ।
ଏମିତି ରେ ଘରେ ଯଦି ବୋର୍ ଲାଗୁଛି ଟିଭି ଦେଖ, ଘରେ ପାଠ ପଢ, ତମ ଭାଇ ସାଙ୍ଗରେ କଥା ହୁଅ, ଘରେ ବାପା ମା ଅଛନ୍ତି ସେମାନଙ୍କ ସହିତ କଥା ହୁଅ ।
ଏମିତି ରେ ମୁଁ ପ୍ରାୟ ଦିନ ସାରା ଡ଼ିଉଟି ରେ ରହି ଅଳ୍ପ ଅଳ୍ପ କଥା ହୋଇ ଯାଉଛି । ଏତିକି ପରେ ମଧ୍ୟ ତମକୁ ବୋର୍ ଲାଗୁଛି ???
ଲୋପାମୁଦ୍ରା କହିଲା ମୋତେ ଏତେ ଫୋର୍ସ କରନି ସତରେ ମୁଁ ପାଗଳ ହେଇଯିବି ।
ମୁଁ ବୁଝେଇଲି , ହଉ ତମେ ଯଦି ଯିବାକୁ ଚାହୁଁଛ ଯାଅ, କିନ୍ତୁ ମୋର ବିଲକୁଲ ଇଚ୍ଛା ନାହିଁ ।
ଏତିକି କହି ରାଗରେ ଫୋନ୍ କଟ୍ !!
ଦୁଇ ଜଣଙ୍କ ମୁଡ୍ ଅଫ୍
କିଛି ସମୟ ପରେ ରଞ୍ଜିତ ଘରକୁ ଆସି ମାମୁଁ ମାଇଁ କୁ ଅନୁରୋଧ କରି ଲୋପାମୁଦ୍ରା କୁ ମନ୍ଦିର ନେଇ ଚାଲିଯାଇଛି ।
ଝଗଡା ଯୋଗୁ ଲୋପାମୁଦ୍ରା ର ମନ ଖରାପ ଥିଲା ।
ସେ ରଞ୍ଜିତ କୁ ସବୁ କଥା କହିବା ପରେ ମଧ୍ୟ ରଞ୍ଜିତ ତା କଥା କୁ ଖାତିର ନ କରି କହିଲା ଶୀଘ୍ର ଆସିଯିବା କହି ମନ୍ଦିର ନେଇ ଚାଲିଗଲା ।
ଏପଟେ ମୋ ସାଙ୍ଗ କୁନା ଏବଂ ତା ସାଙ୍ଗରେ ସନ୍ତୁ ରେଡ୍ଡୀ ହୋଇ ରହି ଥାନ୍ତି ଯଦି କୁଆଡେ ଯାନ୍ତି ତେବେ ମୋତେ ପ୍ରତି ସମୟର ଖବର ଦେବେ ବୋଲି।
କିଛି ସମୟ ପରେ କୁନା ର ମେସେଜ ଆସିଲା କି, ଭାଇ ଦୁହେଁ ମନ୍ଦିର ଯାଉଛନ୍ତି ।
ଏତିକି ଶୁଣି ମୋ ମୁଣ୍ଡ ଖରାପ, କଣ କରିବି ଭାବି କୁନା କୁ କହିଲି, ଲୋପାମୁଦ୍ରା ଏବଂ ରଞ୍ଜିତ ଉପରେ ନଜର ରଖି ଥା, ମୋତେ ଆଜି କିଛି ଭଲ ଲାଗୁନି ।
ବୋଧେ ଲୋପାମୁଦ୍ରା ସାଙ୍ଗରେ କିଛି ଅଘଟଣ ହେବନି ତ, ମୋତେ ସନ୍ଦେହ ହେଉଛି ।
କୁନା ମୋତେ ବିଶ୍ୱାସ ଦେଇ କହିଲା, ତୁ ଚିନ୍ତା କରନି , ମୁଁ ସବୁ ସମ୍ଭାଳୁଛି।
ସେହି ଜନ୍ମ ଦିନ ଭୋଜିରେ ବିନା ନିମନ୍ତ୍ରଣ ରେ କୁନା ଏବଂ ସନ୍ତୁ ମଧ୍ୟ ଗଲେ ।
ସେଠୀ ଲୋପାମୁଦ୍ରା କୁ ସ୍ତ୍ରୀ ଲୋକ ମେଳରେ ଛାଡ଼ି ରଞ୍ଜିତ ସାଙ୍ଗ ମାନଙ୍କ ସହିତ ପାଖରେ ଥିବା ତୋଟା କୁ ମଦ ପିଇବାକୁ ଚାଲିଗଲା।
କୁନା ନଜର ରଖିଥାଏ ।
କିଛି ସମୟ ପରେ ଲୋପାମୁଦ୍ରା ର ମୋବାଇଲ୍ କୁ ଗୋଟିଏ କଲ୍ ଆସିଲା ।
(ସେହି କଲ୍ ଥିଲା ରଞ୍ଜିତ ର!! ତାହା ମଧ୍ୟ ଭୁଲ ରେ ଲୋପାମୁଦ୍ରା କୁ ଲାଗିଯାଇଛି)
ଲୋପାମୁଦ୍ରା ଫୋନ୍ ଉଠେଇ, ହେଲୋ ହେଲୋ କହିବା ପରେ କିଛି ଉତ୍ତର ଆସିଲାନି କିନ୍ତୁ ରଞ୍ଜିତ ଏବଂ ତାଙ୍କ ସାଙ୍ଗ ମାନଙ୍କ କିଛି କଥା ହେଉଥିବା ଶୁଣା ଯାଉଥିଲା ।
ତାହା ଥିଲା:
ରଞ୍ଜିତ: କଣ ରେ ଯାହା କହିଥିଲି ତାହା କରିଛୁ ନା?
ରଞ୍ଜିତ ର ସାଙ୍ଗ: ହଁ ଭାଇ ପୁରା ଓକେ ।
ରଞ୍ଜିତ: ଆଜି ମୋ କାମ ହେଇଯିବ ନା?
(ଲୋପାମୁଦ୍ରା କିଛି ବୁଝିପାରୁ ନଥିଲା, କିନ୍ତୁ ଫୋନ୍ ନ କାଟି ଶୁଣିବାକୁ ଲାଗିଲା)
ରଞ୍ଜିତ: ବହୁତ୍ ଦିନ ର ସ୍ଵପ୍ନ ଆଜି ପୁରା ହେବ।
ରଞ୍ଜିତ ର ସାଙ୍ଗ: ସବୁ ହେଲା ଯେ ତମେ ଲୋପାମୁଦ୍ରା କୁ କୋଲ୍ଡ ଡ୍ରିଙ୍କ ପିଆଇ ପାରିଲେ ତମ କାମ ହେଇଯିବ ।
ରଞ୍ଜିତ: ଆବେ ପିଆଇ ଦେବୀ ଯେ ସଙ୍ଗେ ସଙ୍ଗେ ବେହୋସ୍ ହେବ ନା କିଛି ସମୟ ପରେ?
ରଞ୍ଜିତ ର ସାଙ୍ଗ: ଭାଇ, ଅଳ୍ପ ସମୟ ଲାଗିବ
ରଞ୍ଜିତ: ହଉ, ଅପେକ୍ଷା କରିବା !!
ରଞ୍ଜିତ ର ସାଙ୍ଗ: ଭାଇ ଖାଲି ଫୋଟୋ ଉଠେଇବ ନା ଆଉ କିଛି ହେବ ।
ରଞ୍ଜିତ: ସେଇଟା ମୁଁ ବୁଝିବି । ଫଟୋ ତ First ଉଠିବା ଦରକାର ତାପରେ ବାକି କାମ ପରେ ଦେଖିବା ।
(ଲୋପାମୁଦ୍ରା ଅଳ୍ପ ବୁଝି ପାରିଲା, ଯେ ତା ପ୍ରତି ବିପଦ ଅଛି, ଏବଂ ପୁଣି ଶୁଣିବାକୁ ଲାଗିଲା)
ରଞ୍ଜିତ ର ସାଙ୍ଗ: ଭାଇ ଫୋଟୋ ଯାକ ଅଳ୍ପ ଦେଖେଇବ ନା??
ରଞ୍ଜିତ: ଫୋଟୋ ତମକୁ କାହିଁକି ଦେଖେଇବି । ସେହି ଫୋଟୋ ତ ସିଧା ସାନୁ ପାଖକୁ ଯିବ ।
ସେ ଲୋପାମୁଦ୍ରା ବେଶୀ ଡେଉଁଛି ନା ବାହା ହେବି, ବାହା ହେବି ବୋଲି ।
ଯେତେବେଳେ ସେ ସାନୁ ଦେଖିବ ଲୋପାମୁଦ୍ରା ସହିତ ରଞ୍ଜିତ ର ଅନ୍ତରଙ୍ଗ ମୁହୂର୍ତ୍ତ ଫୋଟୋ ତାପରେ ସେ ନିଜେ କହିବ । ମୁଁ କଣ କରିବି ଏବଂ ବୁଲି ବୁଲି ସେ ଲୋପାମୁଦ୍ରା ମୋ ପାଖକୁ ଆସିବ ।
………………………………………….
Click Here
ଭାଗ-୦୬ :ରେ ପଢ଼ିବେ…..
(ତା ବାପା ମା ଙ୍କ ଏବଂ ଲୋପାମୁଦ୍ରା ର ଇଜ୍ଜତ୍ ଯୋଉ ପର୍ଯ୍ୟନ୍ତ ମାଟିରେ ମିସେଇନି ସେ ପର୍ଯ୍ୟନ୍ତ ମୁଁ ଚୁପ୍ ବସିବିନି ।)
If you like this story so share to your friends.

Categories:

3 Responses

  1. […] ଭାଗ-୦୫ ରଞ୍ଜିତ ର ସାଙ୍ଗ: ଭାଇ ଗୋଟିଏ କାମ କର, ଗୋଟିଏ ଭିଡିଓ ମଧ୍ୟ ବନେଇବ । ବ୍ଲାକ ମେଲ୍ କରିବାକୁ ତମକୁ ଅସୁବିଧା ହେବନି । ରଞ୍ଜିତ: ମୋର ମୁଖ୍ୟ କାମ ହେଲା, ତା ବାପା ମା ଙ୍କ ଏବଂ ଲୋପାମୁଦ୍ରା ର ଇଜ୍ଜତ୍ ଯୋଉ ପର୍ଯ୍ୟନ୍ତ ମାଟିରେ ମିଶେଇନି ସେ ପର୍ଯ୍ୟନ୍ତ ମୁଁ ଚୁପ୍ ବସିବିନି । ବହୁତ୍ ଥର ଚେଷ୍ଟା କରିଛି କିନ୍ତୁ ସବୁ ଜାଗାରେ ଲୋପାମୁଦ୍ରା ମନା କରିଛି କିନ୍ତୁ ଆଜି ନିଶ୍ଚିତ ହେବ । ରଞ୍ଜିତ ର ସାଙ୍ଗ: ସେ ତୋଟା କୁ ଆସିବ ତ?? ରଞ୍ଜିତ: ମୋ ପାଖରେ ତାକୁ ମନେଇବା ର ବହୁତ୍ ଉପାୟ ଅଛି । ସେ ମୋ ଉପରେ ବହୁତ୍ ବିଶ୍ୱାସ କରେ । ଏତିକି ଶୁଣି ଲୋପାମୁଦ୍ରା କାନ୍ଦ କାନ୍ଦ ହୋଇ ମନ୍ଦିର ରୁ ବାହାରି ଗଲା ଏବଂ ଦଉଡ଼ି ଚାଲିଲା ନିଜ ଘର ଆଡ଼କୁ । ସନ୍ତୁ ଲୋପାମୁଦ୍ରା କୁ ଦେଖୁଥାଏ , ହଠାତ୍ କୁନା କୁ କହିଲା ଭାଉଜ ମନ୍ଦିର ରୁ ବାହାରି ରୋଡ କୁ ଗଲେଣି ମାତ୍ର କାନ୍ଦି କାନ୍ଦି ଯାଉଛନ୍ତି । କୁନା ସନ୍ତୁ କୁ କହିଲେ ତୁ ଏଠି ରହ ମୁଁ ଦେଖି ଆସୁଛି କହି ବାଇକ୍ ଧରି ଚାଲିଲା । ରାସ୍ତାରେ ଲୋପାମୁଦ୍ରା କୁ ଦେଖି ପଚାରିଲା, ଭାଉଜ ତମେ ଏଠି???? ଲୋପାମୁଦ୍ରା ଲୁହ କୁ ପୋଛି, କିଛି ନ କହି ଧିରେ ଧୀରେ ଚାଲିବାକୁ ଲାଗିଲା । କୁନା: ଭାଉଜ ଡର ନାହିଁ, ମୁଁ ସାନୁ ଭାଇ ଙ୍କ କ୍ଲାସ୍ ମେଟ୍ । ଲୋପାମୁଦ୍ରା: (ମନରେ ଭୟ ଥାଇ) ତମକୁ ମୁଁ ଜାଣିନି, ତମେ ଯାଅ। କହି ଅଳ୍ପ କାନ୍ଦ କାନ୍ଦ ହୋଇ ଚାଲି ବାକୁ ଲାଗିଲେ । କୁନା: (ମୋବାଇଲ୍ ବାହାର କରି) ଦେଖ ଭାଉଜ, ସୌରଭ ଭାଇ ର ବାହାଘର ଫୋଟୋ ସେଠୀ ସାନୁ ଭାଇ ମଧ୍ୟ ଅଛନ୍ତି ଏବଂ ତମେ ମଧ୍ୟ ଆସିଥିଲ ସେଠୀ । (ଫଟୋ ଦେଖି ଲୋପାମୁଦ୍ରା ର ବିଶ୍ୱାସ ହେଲା) କୁନା: କୁଆଡେ ଯାଇଥିଲ? ଲୋପାମୁଦ୍ରା: (ଆଖି ଲୁହ କୁ ପୋଛି) ଏହି ମନ୍ଦିର କୁ ଆସିଥିଲି , ମୋତେ ଭଲ ଲାଗୁନି ତ ଚାଲିଯିବି । କୁନା: କେମିତି ଯିବ, ଏଠୁ ତ ଘର ୫ କିମି ହେବ । ଚାଲ ମୁଁ ଛାଡ଼ି ଦେବୀ ଲୋପାମୁଦ୍ରା: ନା ନା, ମୁଁ ଚାଲିଯିବି। କୁନା: ତମେ ମନା କରନି, ମୋ ଉପରେ ବିଶ୍ବାସ କର, ମୁଁ ତୁମକୁ ଘରେ ଛାଡ଼ି ଦେବୀ। ତାପରେ କୁନା ଲୋପାମୁଦ୍ରା କୁ ଘରେ ଛାଡ଼ି ସନ୍ତୁ କୁ ଆଣିବାକୁ ଗଲା । ଘରେ ପହଞ୍ଚିଲା ପର୍ଯ୍ୟନ୍ତ ଲୋପାମୁଦ୍ରା ର କାନ୍ଦ ବନ୍ଦ ହୋଇ ନଥିଲା । ଘରେ ପହଞ୍ଚି ସିଧା ବେଡ ରୁମ୍ କୁ ଯାଇ କାନ୍ଦିବାକୁ ଲାଗିଲା। ଲୋପାମୁଦ୍ରା ର ମା ପଚାରିଲେ କଣ ହେଲା? ଝିଅ??? ଲୋପାମୁଦ୍ରା ମା କୁ କହିଲେ, ମା ମୁଁ କିଛି ସମୟ ଏକା ରହିବାକୁ ଚାହୁଁଛି କହି ବାଥରୁମ୍ କୁ ଚାଲିଗଲା । ବାଥରୁମ୍ ରେ ବହୁତ୍ ସମୟ କାନ୍ଦିବା ପରେ । ବାହାରକୁ ଆସିଲା। ଏପଟେ କୁନା ସଙ୍ଗେ ସଙ୍ଗେ ମୋତେ ସବୁ କଥା କହିଲା । ମୁଁ ବାରମ୍ବାର କଲ୍ କରିଲି କିନ୍ତୁ ଲୋପାମୁଦ୍ରା ଫୋନ୍ କୁ Silent କରି ରଖିଥିଲା । ପ୍ରାୟ ୧୫-୨୦ ଥର କଲ୍ ପରେ , ମୋତେ ଗୋଟିଏ ମେସେଜ ଆସିଲା, ମୁଁ ଯାହା କରୁଥିଲି ସବୁ ଭୁଲ କରୁଥିଲି । Sorry!!! ପ୍ରକୃତରେ ତମେ ଠିକ୍ ଥିଲ ମୁଁ ଭୁଲ ଥିଲି। Sorry!!! ମୋତେ କ୍ଷମା କରିଦେବ । ତମ କଥା ମାନି ନଥିଲି ଏବଂ ମୁଁ ଭାବୁଥିଲି ତମେ ମୋ ଉପରେ ଜାଣିଶୁଣି ବାରଣ କରୁଛ । ମୁଁ ତୁମକୁ ଖରାପ ଭାବୁଥିଲି, ସେଥିପାଇଁ ମୁଁ ଆଜି ନିଜକୁ ଖରାପ ମନେ କରୁଛି । ଲୋପାମୁଦ୍ରା ନିଜ ଭୁଲ ବୁଝି ପାରିଲା ଏବଂ ସବୁ କଥା କହିଲା ଏବଂ ସେତେବେଳେ ମୁଁ କହିଲି ଯେ , ତମେ ଯେଉଁ କଥା ଆଜି କହୁଛ ମୁଁ ସେହି ଦିନ ସେହି ସମୟର ସବୁ କଥା ଜାଣି ପାରୁଥିଲି । ସେ ସବୁ ଘଟଣା ର ପ୍ରମାଣ ହିସାବରେ ମୋ ପାଖରେ ଫୋଟୋ ଏବଂ ଭିଡିଓ ଅଛି । ଏତିକି ଶୁଣି ଲୋପାମୁଦ୍ରା ଆଶ୍ଚର୍ଯ୍ୟ ରେ କହିଲା ତମେ ସବୁ ଜାଣି ଥିଲ ତେବେ ମୋତେ ସତ ସତ କହି ଦେଇ ଥାନ୍ତ। ମୁଁ କହିଲି କି ତମେ ମିଛ ଉପରେ ମିଛ କହି ଚାଲିଥିଲ କିନ୍ତୁ ମୁଁ ପ୍ରମାଣ ଯୋଗାଡ କରିବାରେ ଲାଗିଥିଲି। ଆଜି ପର୍ଯ୍ୟନ୍ତ ତମେ ମିଛ କହିଛ କିନ୍ତୁ ଭୁଲ ରାସ୍ତା କୁ ଗତି କରିନ ଏବଂ ତମ ଭୁଲ କୋଉଠି ଦେଖା ଯାଇନି। ଯେବେ ତମେ ଭୁଲ କରିଥାନ୍ତ ସେଦିନ ତମକୁ କହିଥାନ୍ତି । ଲୋପାମୁଦ୍ରା କାନ୍ଦି କାନ୍ଦି ନିଜର ପ୍ରତିଟି ଭୁଲ କୁ ସ୍ବୀକାର କରି ମୋତେ କ୍ଷମା ମାଗିଲା ଏବଂ ରଞ୍ଜିତ ର ଫୋନ୍ କଲ୍ ବିଷୟରେ ସବୁ କଥା କହିଲା । ମୁଁ ବୁଝେଇଲି , ସତର୍କ ରୁହ ସେ ରଞ୍ଜିତ ଠାରୁ ମୁଁ ଆଗରୁ ଜାଣିଥିଲି ତାର ଚରିତ୍ର ଠିକ୍ ନୁହେଁ । ସେ ମୋ ରାଣ ଖାଇ କହିଲା, ଆଉ କେବେ ଭୁଲ ହେବନି। ଏଇ ଭୁଲ ପାଇଁ ମୋତେ କ୍ଷମା କରିଦିଅ । ଲୋପାମୁଦ୍ରା ର ପ୍ରତିଟି ଭୁଲ କୁ ମୁଁ କ୍ଷମା କରିଦେଲି । ଲୋପାମୁଦ୍ରା ଘରେ କହିଲା ଯେ ରଞ୍ଜିତ ଆମ ଘରର ଅମଙ୍ଗଳ ଚାହୁଁଚି ଏବଂ ଆମକୁ ସମସ୍ତଙ୍କ ସାମ୍ନାରେ ଅପମାନ କରି ମୋ ଜୀବନ ନଷ୍ଟ କରିବାକୁ ଚାହୁଁଛି। ସନ୍ଧ୍ୟାବେଳେ ରଞ୍ଜିତ ଘରକୁ ଆସିଲା । ଲୋପାମୁଦ୍ରା କୁ ପଚାରିଲା ତମେ ସେଠୁ ମୋତେ ନ କହି କେମିତି ଚାଲି ଆସିଲ । ରଞ୍ଜିତ ଫୋନ୍ ରେ କହିଥିବା କଥା ବିଷୟରେ ଘରେ ରଞ୍ଜିତ କୁ ପଚାରିଲେ କିନ୍ତୁ ରଞ୍ଜିତ ନିଜ ଭୁଲ ମାନିଲା ନାହିଁ ଏବଂ ମିଛ ଉପରେ ମିଛ କହି ଚାଲିଲା। କିନ୍ତୁ ସେଠୀ ଲୋପାମୁଦ୍ରା ରଞ୍ଜିତ ର ସବୁ କଥା ର ରେକର୍ଡିଂ କରି ରଖି ଥାଏ। ସେ ସମସ୍ତଙ୍କ ସାମ୍ନାରେ ସେ ସବୁ ରେକଡିଂ ଶୁଣେଇଲା। ତାପରେ ରଞ୍ଜିତ ପାଖରେ କିଛି ଉତ୍ତର ନଥିଲା ସେ ମାମୁଁ, ମାଇଁ କୁଁ ଭୁଲ ମାଗି କହିଲା ମଦ ନିଶାରେ ଏମିତି କହିଛି ବୋଲି, ମାମୁଁ, ମାଇଁ ଙ୍କ ଗୋଡ଼ ତଳେ ପଡି କ୍ଷମା ମାଗିଲା । ଲୋପାମୁଦ୍ରା ର ବାପା ତାକୁ କହିଲେ , ତୁ ଯେତେ ଶୀଘ୍ର ପାରୁଛୁ ଏଠୁ ବାହାରି ଯାଆ । ରଞ୍ଜିତ ସେଠୁ ବାହାରିଗଲା । ତା ପର ଠାରୁ ଲୋପାମୁଦ୍ରା ଏବଂ ମୋର ପ୍ରେମ ଗାଡି ପୁଣି ଥରେ ଦ୍ରୁତ ଗତିରେ ଆଗେଇ ଚାଲିଲା । ତାପର ଠାରୁ ସବୁ ଯେମିତି ସାଧାରଣ ହୋଇ ଗଲା । ଦିନେ ରାତି 12 ଟା ରେ ଲୋପାମୁଦ୍ରା ର ଫୋନ୍ ଆସିଲା । ସେତେବେଳେ ମୋତେ ଅଳ୍ପ ନିଦ ଆସିଲାଣି । ଲୋପାମୁଦ୍ରା ର ଫୋନ୍ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ଫୋନ୍ ଉଠେଇବା ପରେ ଜାଣିଲି ଲୋପାମୁଦ୍ରା ଖୁସିରେ ପାଗଳ। ସେ ଏତେ ଖୁସି ଯେ କିଛି କହିବା ପୂର୍ବରୁ। ମୋତେ ୫ ଥର I Love You କହି ସାରିଲାଣି । ସାନୁ : ଆରେ କଣ ହୋଇଛି କୁହ। ଲୋପାମୁଦ୍ରା: ତମେ ଏତେ ବଡ଼ ଜିନିଷ ଟିଏ ଦେଇଛ ମୋତେ କାହିଁକି କହି ନଥିଲ । ସାନୁ : କଣ, ବଡ ଜିନିଷ??? ଲୋପାମୁଦ୍ରା: ତମ Teddy !!! ମନେ ପଡ଼ିଲା। ସାନୁ : (ଅଳ୍ପ ହସି ପଚାରିଲି) , କଣ ହେଲା କି ? ଲୋପାମୁଦ୍ରା: କଣ ହେଲା, ତମେ ଯେବେଠୁ ଦେଇଛ ନା, ସେହି ଦିନ ଠୁ ଆଜି ପର୍ଯ୍ୟନ୍ତ ତାକୁ ସାଇତି ରଖିଥିଲି । ତମେ ଥରେ ମୋତେ ପଚାରିଥିଲ ନା, ସେ Teddy କୁଆଡେ ଗଲା । ମୁଁ କହିଥିଲି ଆଲମାରୀ ରେ ରଖିଛି । କିଛି ସମୟ ପୂର୍ବରୁ ତମେ ଦେଇଥିବା ସବୁ ଜିନିଷ ଦେଖୁଥିଲି । ଏବଂ ତୁମର Teddy ମଧ୍ୟ ଦେଖିଲି। ସତରେ ତମେ ବହୁତ୍ ଖରାପ। ତମେ ସବୁ ଜାଣି କାହିଁକି ଚୁପ୍ ରହିଛ? ସାନୁ : କଣ ହେଇଛି କହିବ?? ଲୋପାମୁଦ୍ରା: ତମ Teddy ପେଟରେ ଗୋଟିଏ ଛୁଆ ଥିଲା । ଆଜି ତାକୁ ପାଇଲି, ସେ ଥିଲା ଗୋଟିଏ Gold Ring 💍 !!!! । ସାନୁ : ଯାହା ହେଉ, ଆଜି ଜାଣିଲ, ତ ମୁଁ ଭାବୁଥିଲି, ବାହାଘର ପରେ ମୋତେ ହିଁ କହିବାକୁ ପଡ଼ିବ । ଲୋପାମୁଦ୍ରା: ଏତେ ଦାମୀ ଜିନିଷ ତମେ ଗୋଟିଏ ଛୋଟିଆ Teddy ଭିତରେ ଦେଇଛ, ପୁଣି ମୋତେ କହିନ?? ସେଥିପାଇଁ ମୁଁ ତୁମ ଉପରେ ବହୁତ୍ ରାଗିଛି । ସାନୁ : ଏବେ ଅଳ୍ପ ସମୟ ପୂର୍ବରୁ ଖୁସିରେ ପାଗଳ ଥିଲ, ଏବେ ପୁଣି କଣ ହେଲା? ଲୋପାମୁଦ୍ରା: ଏତେ ଦାମୀ ଜିନିଷ ଦେବା ପରେ ମୋତେ କହି ଦେଉଥାଅ । ଯଦି ତାକୁ କିଏ ନେଇ ଚାଲି ଯାଆନ୍ତା ତେବେ କଣ ହୋଇଥାନ୍ତା। ସାନୁ : ତମକୁ ବେଳେବେଳେ ମୋର ପ୍ରଥମ ଗିଫ୍ଟ ବିଷୟରେ ପଚାରେ ନା? ମୁଁ ଜାଣିଛି ସେ ସୁରକ୍ଷିତ ସ୍ଥାନରେ ଅଛି । ସେଥିପାଇଁ ମୁଁ ଚୁପ୍ ଥିଲି । ସେଦିନ ରାତି ରେ ବହୁତ୍ କଥା ହେଲୁ , ଶୋଇଲା ବେଳକୁ ସକାଳ ୪.୩୦ ହେଲାଣି । ସବୁଠୁ ଅଧିକା ସମୟ ସେ ରାତିରେ କଥା ହୋଇଥିଲି । …………………………………………. Click Here ଭାଗ-୦୭ ରେ ପଢ଼ିବେ… (ତମେ ଯଦି ମୋତେ ବିବାହ କରିବନି ତେବେ ତମକୁ ଆଉ କାହାର ମଧ୍ୟ ହେବାକୁ ଦେବିନି ଏବଂ ତମ ଦୁଇ ଜଣଙ୍କୁ ସିଧା ଉପରକୁ ପଠେଇ ଦେବୀ ) If you like this story so share to your friends. […]

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading