![]() |
ଶ୍ରୁତି ର ଭାଗ୍ୟରେଖା…2 |
ଜଗା ପଚାରିଲା ଏବେ ପର୍ଯ୍ୟନ୍ତ ରାଗିଛ ନା କଣ?? ମୁଁ ପଚାରିଲି କଣ କାମ ଅଛି କୁହ?? ସେ କହିଲା କାମ କିଛି ନାହିଁ , ତମକୁ ଦେଖିଲି ତ !! ଡାକିଦେଲି !! ଟିକି କହିଲା ଡାକିବା ସରିଥିବ ଯଦି ତେବେ ଆମେ ଯିବୁ? ସେ ଦୁହେଁ ଚୁପ୍ ଆମେ ଫେରିଗଲୁ ଟିକି ଘରକୁ । ଟିକି ଘରେ ପ୍ରାୟ ୩ ଘଣ୍ଟା କଥା ବାର୍ତା, ମଜା ମଜଲିସ୍ ପରେ ମୁଁ ଘରକୁ ଫେରିଲି । ଟିକି ଘର ଠୁ ମୋ ଘର ମାତ୍ର ୩କିମି ।
ପୁଣି କିଛି ସମୟ ପରେ ସେଥିରୁ ଜଣେ କହିଲେ , ସେପଟେ ଯିବା କି?? ମୋର ପୁଣି ରାଗ ବଢିଲା କିନ୍ତୁ ମୋତେ ଅଳ୍ପ ଡର ଲାଗୁଥିଲା। ଦିନ ୨ଟା ରେ ରାସ୍ତା ପୁରା ସୁନ୍ ସାନ , ଗୋଟିଏ ଦୁଇଟା ବାଇକ୍ ଯିବା ଆସିବା ହେଉଥିଲା । ମୁଁ କିଛି ନ କହି ଆଗକୁ ବଢ଼ିଲି କାରଣ ମୋ ଗାଁ ଆସିବାକୁ ଆଉ କେବଳ ଗୋଟିଏ କିମି ଥିଲା।
ମୋ ଚାପୁଡା ଖାଇବା ପରେ ପଛ ପଟେ ଠିଆ ହୋଇଥିବା ଟୋକା ଟି ମୋ ସାଇକେଲ କୁ ଠେଲି ଦେଲା । ମୁଁ ତଳେ ପଡ଼ିଗଲି । ଠିକ୍ ଏତିକିବେଳେ ଗୋଟିଏ ବାଇକ୍ ଚାଳକ ଆସି ମୋ ସାଇକେଲ ପାଖରେ ବାଇକ୍ ରଖିଲା । ସେ ବାଇକ୍ ବାଲା କୁ ଦେଖି ମୁଁ ଦଉଡ଼ି ଗଲି ବାଇକ୍ ବାଲା ପାଖକୁ କହିଲି ଭାଇ ଏମାନେ ମୋ ସହିତ ଖରାପ ବ୍ୟବହାର କରୁଛନ୍ତି ।
ମୁଁ କହି ଉଠିଲି ନାହିଁ ଭାଇ , ଏମାନଙ୍କୁ ମୁଁ ଜାଣିନି, ମୁଁ ମୋ ସାଙ୍ଗ ଘରକୁ ଯାଇଥିଲି ଏମାନେ ମୋତେ ବହୁତ୍ ସମୟରୁ ମୋ ପଛେ ପଛେ ଆସି ଖରାପ ଖରାପ କଥା କହୁଥିଲେ। ସେ ବାଇକ୍ ଚାଳକ ବାଇକ୍ ରୁ ଓହ୍ଲାଇ ସେ ଟୋକା କୁ ଗୋଟିଏ ଚାପୁଡା ଦେଲେ ଏବଂ କହିଲେ ତୁ ଯିବୁ ନା ଆଉ ଖାଇବୁ । ତାପରେ ଦୁହେଁ ସେଠୁ ଚାଲିଗଲେ । ମୁଁ ବାଇକ୍ ବାଲା କୁ ଧନ୍ୟବାଦ୍ ଦେଲି । ସେ ମଧ୍ୟ ମୋତେ ସ୍ବାଗତ ଜଣାଇ ନିଜ ରାସ୍ତାରେ ଆଗକୁ ଗଲେ । ମୁଁ ଡର ରେ ଥରୁ ଥାଏ ।
ଘରକୁ ଆସିଲି ମମି ଙ୍କୁ ସବୁ କଥା କହିଲି ସେ ମୋତେ କୋଳେଇ ବହୁତ୍ କାନ୍ଦିଲେ, ବାବା ମଧ୍ୟ ମନ ଦୁଃଖ କଲେ ଏବଂ ରାଗରେ କହୁଥିଲେ । ତୁ ଜାଣିଛୁ କି ସେ ଦୁଇ ଜଣ ଙ୍କୁ , ମୁଁ କହିଲି ନାହିଁ ବାପା , ମୁଁ ସେ ଦୁଇ ଜଣ ଙ୍କୁ ପ୍ରଥମ ଥର ଦେଖିଲି । ବାପା ମୋତେ ବୁଝାଇ କହିଲେ, ମୁଁ ପଚାରି ବୁଝୁଛି ସେ ଦୁଇଜଣ କିଏ ଥିଲେ । ଏତିକି କହି ବାପା ଚାଲିଗଲେ ବାହାରକୁ । ସେଦିନ ମୁଁ ପୁରା ଡରି ଯାଇଥିଲି । ଟିକି ମୋତେ ବାରମ୍ବାର କଲ୍ କରୁଥାଏ ।
ମମି ମୋ ଫୋନ୍ ଉଠେଇଲେ, ଟିକି କୁ ସବୁ କଥା କହିଲେ । ଟିକି ସନ୍ଧ୍ୟାବେଳେ ସାଇକେଲ ରେ ମୋ ଘରକୁ ଆସିଲା । ଟିକି ମୋତେ ବାରମ୍ବାର ପଚାରିଲା କିଏ ସେ ଦୁଇ ଜଣ, ତୁ କଣ ଜାଣିଛୁ କି ମୋତେ କହ, ମୁଁ କହିଲି ନା ସେ ଦୁଇ ଜଣ ଙ୍କୁ ପ୍ରଥମ ଥର ଦେଖିଲି । ମୋ ଭାଇ(ଜିତୁ) ଏବଂ ଟିକି ର ଭାଇ(ବିଭୁ) ଦୁଇ ସାଙ୍ଗ। ମୋ ଭାଇ Navy ରେ ଅଛନ୍ତି କିନ୍ତୁ ଟିକି ର ଭାଇ ଗାଁ ରେ ରହୁଛନ୍ତି ଏବଂ ରାଜ ନେତା ଙ୍କ ସହ ବୁଲା ବୁଲି କରନ୍ତି ।
ଅସଲ ରେ ବାବା ଜିତୁ ଭାଇ କୁ କହିବା ପରେ ଜିତୁ ଭାଇ ବିଭୁ ଭାଇ କୁ କହିଛନ୍ତି । ବିଭୁ ଭାଇ ରାଜନୀତି କରନ୍ତି ତାଙ୍କର ଆଗ ପଛରେ ଗୁଣ୍ଡା ମାନେ ବୁଲନ୍ତି । କେବଳ ଟିକି ପାଇଁ କଥା ହୁଏ କିନ୍ତୁ ବିଭୁ ଭାଇଙ୍କ କଥା ବାର୍ତ୍ତା ମୋତେ ଖରାପ ଲାଗେ କିନ୍ତୁ ବିଭୁ ଭାଇ ମୋତେ ବାଧ୍ୟ କରି କହିଲେ ତୁ ସତ କଥା କହ କଣ ହୋଇଛି । ମୁଁ ନିରୁପାୟ ହୋଇ ସବୁ କଥା କହିଲି ।
………………………………………………………………………………………………………………………………………..
By. Nilamadhab Bhuyan
Comment please about the story.,
Thanking You.
4 thoughts on “ଶ୍ରୁତି ର ଭାଗ୍ୟରେଖା…2”