ଶ୍ରୁତି ର ଭାଗ୍ୟରେଖା…2

ଶ୍ରୁତି ର ଭାଗ୍ୟରେଖା...2
ଶ୍ରୁତି ର ଭାଗ୍ୟରେଖା…2


Page-1

ଏମିତି ୧୫ ଦିନ ଗଲା ପରେ ଟିକି ର ଗାଁ ରେ ଗାୟତ୍ରୀ ଯଜ୍ଞ ହେଉଥାଏ । ବହୁତ୍ ଲୋକ ବୁଲିବାକୁ ଯାଉଥିଲେ । ଟିକି ମୋତେ ମଧ୍ୟ ଡ଼ାକିଥିଲା । ଯଜ୍ଞ ଦେଖି ଘରକୁ ଫେରିଲା ବେଳକୁ ହଠାତ୍ ପଛପଟୁ ଶ୍ରୁତି ବୋଲି କେହି ଜଣେ ଡାକିଲା। ମୁଁ ବୁଲି ଦେଖିଲି , ସେଠୀ ଜଗା ଏବଂ ଆଶିଷ ଠିଆ ହୋଇଥିଲେ । ଜଗା ପାଖକୁ ଆସି କହିଲା ହାଏ!! ମୁଁ କିଛି ନ କହି ଚୁପ୍ ରହିଲି ।


ଜଗା ପଚାରିଲା ଏବେ ପର୍ଯ୍ୟନ୍ତ ରାଗିଛ ନା କଣ?? ମୁଁ ପଚାରିଲି କଣ କାମ ଅଛି କୁହ?? ସେ କହିଲା କାମ କିଛି ନାହିଁ , ତମକୁ ଦେଖିଲି ତ !! ଡାକିଦେଲି !! ଟିକି କହିଲା ଡାକିବା ସରିଥିବ ଯଦି ତେବେ ଆମେ ଯିବୁ? ସେ ଦୁହେଁ ଚୁପ୍ ଆମେ ଫେରିଗଲୁ ଟିକି ଘରକୁ । ଟିକି ଘରେ ପ୍ରାୟ ୩ ଘଣ୍ଟା କଥା ବାର୍ତା, ମଜା ମଜଲିସ୍ ପରେ ମୁଁ ଘରକୁ ଫେରିଲି । ଟିକି ଘର ଠୁ ମୋ ଘର ମାତ୍ର ୩କିମି ।

ପ୍ରାୟ ଅଧ କିମି ପରେ ଦୁଇଟି ସାଇକେଲ ବାଲା ମୋ ସାଇକେଲ ପଛେ ପଛେ ଆସୁଛନ୍ତି । ମୁଁ ପଛକୁ ବୁଲି ଦେଖୁ ନଥାଏ । କିଛି ସମୟ ପରେ ସେ ଦୁଇ ଜଣ ମୋ ସାଇକେଲ ସାଇଡ ରେ ଆସିଲେ । ସେ ଦୁଇ ଜଣ ଏକ ନମ୍ୱର୍ ବେକାର । ମୋତେ ପ୍ରଥମେ ପଚାରିଲେ ଦିଦି କୁଆଡେ ଯାଉଛ ? ଆମେ ତମକୁ ଛାଡ଼ି ଦେବୁ କି?? ସେ ଦୁଇ ଜଣ ଙ୍କୁ ମୁଁ କେବେ ଦେଖିନି ।
ମୁଁ ଧର୍ଯ୍ୟ ର ସହିତ ସାଇକେଲ ପେଦାଲ ମାରି ମାରି ଅଳ୍ପ ଆଗକୁ ଗଲେ ସେମାନେ ପୁଣି ମୋ ଆଗକୁ ଚାଲି ଯାଉଥିଲେ । ଥରେ ଦୁଇ ଥର ଏମିତି ହେଲା ପରେ ମୁଁ ରାଗି କି କହିଲି, ‘ ବେଶୀ ବିରକ୍ତ କରିବ, ଚପଲ ଖାଇବ!! ସେଥିରୁ ଜଣେ କହିଲେ, ଆମେ ଚପଲ ଖାଇବୁ ଆଉ ତମକୁ ଆମେ ଛାଡ଼ି ଦେବୁ, ଏୟା ଭାବୁଛ ନା କଣ? ମୁଁ ଚୁପ୍ ହୋଇ ପେଦାଲ୍ ମାରୁଥାଏ ।
ପୁଣି କିଛି ସମୟ ପରେ ସେଥିରୁ ଜଣେ କହିଲେ , ସେପଟେ ଯିବା କି?? ମୋର ପୁଣି ରାଗ ବଢିଲା କିନ୍ତୁ ମୋତେ ଅଳ୍ପ ଡର ଲାଗୁଥିଲା। ଦିନ ୨ଟା ରେ ରାସ୍ତା ପୁରା ସୁନ୍ ସାନ , ଗୋଟିଏ ଦୁଇଟା ବାଇକ୍ ଯିବା ଆସିବା ହେଉଥିଲା । ମୁଁ କିଛି ନ କହି ଆଗକୁ ବଢ଼ିଲି କାରଣ ମୋ ଗାଁ ଆସିବାକୁ ଆଉ କେବଳ ଗୋଟିଏ କିମି ଥିଲା।
ମୁଁ ବହୁତ୍ ଜୋର୍ ରେ ପେଡାଲ୍ ମାରି ଆସିଲି। କିନ୍ତୁ ସେମାନଙ୍କ ଦୁର୍ବ୍ୟବହାର ଏତେ ବଢ଼ିଗଲା ଯେ ସେ ଦୁଇ ଜଣ ମୋ ଆଗକୁ ଆସି ମୋ ସାଇକେଲ କୁ ଧରି କହିଲେ, ଦିଦି ଚାଲୁନ ଯିବା? ମୋର ହାତ ଗୋଡ ଥରି ବାରେ ଲାଗିଲା । ପାଟିରୁ କିଛି ଶବ୍ଦ ବାହାରୁ ନଥାଏ । ଭାବିଲି ଆଜି ଏ ଦୁଇ ଜଣ ରାକ୍ଷସ ମୋ ସହିତ ଖରାପ ବ୍ୟବହାର କରିବେ
କିନ୍ତୁ ଗାୟତ୍ରୀ ମାତା ଙ୍କ କୃପାରୁ ମୁଁ ସାହସ କରି ମୋ ହେଣ୍ଡଲ ଧରିଥିବା ଟୋକା କୁ ଜୋର୍ ରେ ଗୋଟିଏ ଚାପୁଡ଼ା ଲଗେଇଲି ।

ମୋ ଚାପୁଡା ଖାଇବା ପରେ ପଛ ପଟେ ଠିଆ ହୋଇଥିବା ଟୋକା ଟି ମୋ ସାଇକେଲ କୁ ଠେଲି ଦେଲା । ମୁଁ ତଳେ ପଡ଼ିଗଲି । ଠିକ୍ ଏତିକିବେଳେ ଗୋଟିଏ ବାଇକ୍ ଚାଳକ ଆସି ମୋ ସାଇକେଲ ପାଖରେ ବାଇକ୍ ରଖିଲା । ସେ ବାଇକ୍ ବାଲା କୁ ଦେଖି ମୁଁ ଦଉଡ଼ି ଗଲି ବାଇକ୍ ବାଲା ପାଖକୁ କହିଲି ଭାଇ ଏମାନେ ମୋ ସହିତ ଖରାପ ବ୍ୟବହାର କରୁଛନ୍ତି ।
ସେ ବାଇକ୍ ଚାଳକ ନିଜ ହେଲମେଟ ଖୋଲି ରାଗରେ ସେ ଦୁଇ ଜଣଙ୍କୁ କହିଲେ କଣ ବେ, ମାଡ ଅଭାବ ହେଲାଣି କି, ଘରେ ତୋ ମା ଭଉଣୀ ଙ୍କୁ ଏମିତି ବ୍ୟବହାର କରୁଛୁ କି ଏତିକି କହିବା ପରେ ଯାହାକୁ ଚାପୁଡା ମାରିଥିଲି ସେ କହିଲା ତମେ ତମ ରାସ୍ତାରେ ଯାଅ, ଏଇଟା ଆମର ପର୍ସନାଲ ମେଟର ।

ମୁଁ କହି ଉଠିଲି ନାହିଁ ଭାଇ , ଏମାନଙ୍କୁ ମୁଁ ଜାଣିନି, ମୁଁ ମୋ ସାଙ୍ଗ ଘରକୁ ଯାଇଥିଲି ଏମାନେ ମୋତେ ବହୁତ୍ ସମୟରୁ ମୋ ପଛେ ପଛେ ଆସି ଖରାପ ଖରାପ କଥା କହୁଥିଲେ। ସେ ବାଇକ୍ ଚାଳକ ବାଇକ୍ ରୁ ଓହ୍ଲାଇ ସେ ଟୋକା କୁ ଗୋଟିଏ ଚାପୁଡା ଦେଲେ ଏବଂ କହିଲେ ତୁ ଯିବୁ ନା ଆଉ ଖାଇବୁ । ତାପରେ ଦୁହେଁ ସେଠୁ ଚାଲିଗଲେ । ମୁଁ ବାଇକ୍ ବାଲା କୁ ଧନ୍ୟବାଦ୍ ଦେଲି । ସେ ମଧ୍ୟ ମୋତେ ସ୍ବାଗତ ଜଣାଇ ନିଜ ରାସ୍ତାରେ ଆଗକୁ ଗଲେ । ମୁଁ ଡର ରେ ଥରୁ ଥାଏ ।
ଘରକୁ ଆସିଲି ମମି ଙ୍କୁ ସବୁ କଥା କହିଲି ସେ ମୋତେ କୋଳେଇ ବହୁତ୍ କାନ୍ଦିଲେ, ବାବା ମଧ୍ୟ ମନ ଦୁଃଖ କଲେ ଏବଂ ରାଗରେ କହୁଥିଲେ । ତୁ ଜାଣିଛୁ କି ସେ ଦୁଇ ଜଣ ଙ୍କୁ , ମୁଁ କହିଲି ନାହିଁ ବାପା , ମୁଁ ସେ ଦୁଇ ଜଣ ଙ୍କୁ ପ୍ରଥମ ଥର ଦେଖିଲି । ବାପା ମୋତେ ବୁଝାଇ କହିଲେ, ମୁଁ ପଚାରି ବୁଝୁଛି ସେ ଦୁଇଜଣ କିଏ ଥିଲେ । ଏତିକି କହି ବାପା ଚାଲିଗଲେ ବାହାରକୁ । ସେଦିନ ମୁଁ ପୁରା ଡରି ଯାଇଥିଲି । ଟିକି ମୋତେ ବାରମ୍ବାର କଲ୍ କରୁଥାଏ ।

ମମି ମୋ ଫୋନ୍ ଉଠେଇଲେ, ଟିକି କୁ ସବୁ କଥା କହିଲେ । ଟିକି ସନ୍ଧ୍ୟାବେଳେ ସାଇକେଲ ରେ ମୋ ଘରକୁ ଆସିଲା । ଟିକି ମୋତେ ବାରମ୍ବାର ପଚାରିଲା କିଏ ସେ ଦୁଇ ଜଣ, ତୁ କଣ ଜାଣିଛୁ କି ମୋତେ କହ, ମୁଁ କହିଲି ନା ସେ ଦୁଇ ଜଣ ଙ୍କୁ ପ୍ରଥମ ଥର ଦେଖିଲି । ମୋ ଭାଇ(ଜିତୁ) ଏବଂ ଟିକି ର ଭାଇ(ବିଭୁ) ଦୁଇ ସାଙ୍ଗ। ମୋ ଭାଇ Navy ରେ ଅଛନ୍ତି କିନ୍ତୁ ଟିକି ର ଭାଇ ଗାଁ ରେ ରହୁଛନ୍ତି ଏବଂ ରାଜ ନେତା ଙ୍କ ସହ ବୁଲା ବୁଲି କରନ୍ତି ।

ଟିକି ମୋତେ ପଚାରିଲା । ତୁ ଜିତୁ ଭାଇ କୁ କହିଛୁ କି ଏହି କଥା ?? ମୁଁ କହିଲି ନା ମୁଁ କହିନି କିନ୍ତୁ ଏତିକି କଥା ହେଉ ହେଉ ବିଭୁ ଭାଇ ଆମ ଘରକୁ ଆସିଲେ ଏବଂ ମୋ ସହିତ ଘଟି ଥିବା ଘଟଣା ବିଷୟରେ ମୋତେ ପଚାରିବା ରେ ଲାଗିଲେ ।

ଅସଲ ରେ ବାବା ଜିତୁ ଭାଇ କୁ କହିବା ପରେ ଜିତୁ ଭାଇ ବିଭୁ ଭାଇ କୁ କହିଛନ୍ତି । ବିଭୁ ଭାଇ ରାଜନୀତି କରନ୍ତି ତାଙ୍କର ଆଗ ପଛରେ ଗୁଣ୍ଡା ମାନେ ବୁଲନ୍ତି । କେବଳ ଟିକି ପାଇଁ କଥା ହୁଏ କିନ୍ତୁ ବିଭୁ ଭାଇଙ୍କ କଥା ବାର୍ତ୍ତା ମୋତେ ଖରାପ ଲାଗେ କିନ୍ତୁ ବିଭୁ ଭାଇ ମୋତେ ବାଧ୍ୟ କରି କହିଲେ ତୁ ସତ କଥା କହ କଣ ହୋଇଛି । ମୁଁ ନିରୁପାୟ ହୋଇ ସବୁ କଥା କହିଲି ।

………………………………………………………………………………………………………………………………………..

ଆଗକୁ ପଢ଼ିବେ: ମୋ ଆଖିରୁ ଲୁହ ବାହାରିଗଲା । ଜଗା କୁ ବହୁତ୍ ମାଡ ମାରିଛି ତାର ୟୁନିଫର୍ମ ଫାଡ଼ି ଦେଇଛି ଏବଂ ନାକରୁ ରକ୍ତ ବାହାରୁ ଥିଲା

Page-3

By. Nilamadhab Bhuyan

Comment please about the story.,

Thanking You.

4 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading