![]() |
Love Forever( A Story of Love Birds) …18 |
ମିହିର ମୋତେ କହି ମୋର ମନ କାହିଁକି ଦୁଃଖ କରିବ ଭାବି ସେ ମୋତେ ଏ ଝିଅ କଥା କହି ନଥିଲା। ତାପର ଠାରୁ ମିହିର ସେ ଅଫିସର୍ ଘରକୁ ସାହାଯ୍ୟ କରିବାକୁ ଯାଉ ନଥାଏ । ଯଦି କେବେ ମିହିର କୁ ସାହାଯ୍ୟ ପାଇଁ ନାମ ଦିଆଯାଏ ତେବେ ସେ ଅନୁରୋଧ କରି ନାମ କାଟି ଅନ୍ୟ କାହାର ନାମ କହିଦିଏ।
ମିହିର ଛୁଟି ଆସିବା ପରେ ସେ ଝିଅ ତା ବାପାଙ୍କୁ ମିହିର ର ଘର ଠିକଣା ମାଗି ସେ ପହଞ୍ଚି ଯାଇଛି ମିହିର ଘରେ । ସେ ଝିଅ କୁ ଖୋଜି ଖୋଜି ତାଙ୍କ ବାପା ମଧ୍ୟ ସେଠୀ ପହଞ୍ଚି ଯାଇଛନ୍ତି । ସେ ଅଫିସର ଙ୍କ କହିବା ଅନୁସାରେ। ସେ ତାଙ୍କ ଝିଅ କୁ ବହୁତ୍ ମନା କରିବା ପରେ ମଧ୍ୟ ସେ ନିଜ ଜିଦ୍ ରେ ଅଟଳ ରହି ଘରୁ ଲୁଚି ଏଠି ଚାଲି ଆସିଛି ।
ମିହିର ଘରେ ପହଞ୍ଚିବା ପରେ ମିହିର ଚିନ୍ତା ରେ ପଡ଼ିଗଲା । ସେ ଝିଅ ମିହିର ର ମା କୁ ଯାଇ କୁଣ୍ଢେଇ ଧରିଲା କହିଲା ମୁଁ ଏଠି ରହିବି ଏବଂ ମିହିର କୁ ମୁଁ ବିବାହ କରିବି। ମିହିର ତାଙ୍କ ଅଫିସର କୁ କହିଲା, ସାର୍ ଆପଣ ତ ଜାଣିଛନ୍ତି ଏଥିରେ ମୋର କିଛି ଭୁଲ ନାହିଁ।
ସେ ଅଫିସର୍ କହିଲା ମୁଁ ତୁମକୁ ଖରାପ ଭାବି ତୁମକୁ ଅପମାନ କରିଥିଲି କିନ୍ତୁ ପ୍ରକୃତରେ ମୋ ଝିଅ ର ଭୁଲ ଥିଲା । ମିହିର ଚୁପ୍ ରହିଲା ଏବଂ ସେ ଅଫିସର କହିଲେ , ମୁଁ ସବୁ ଜାଣିଚି କିନ୍ତୁ ମୋ ଝିଅ ର ଜିଦ୍ ଆଗରେ ମୁଁ ହାରି ଯାଇଛି । ମୁଁ ମନା କରିବା ପରେ ସେ ଦୁଇ ଥର ନିଜ ହାତ କାଟି ସାରିଲାଣି ଏବଂ ଥରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ସାରିଛି।
ମୁଁ ଭଲ ଭାବରେ ଜାଣିଛି ତମେ ତାକୁ ପସନ୍ଦ କରୁନ କିନ୍ତୁ ସେ ତୁମକୁ ପସନ୍ଦ କରିବାରେ ଲାଗିଛି । ସେ କହୁଛି ଯଦି ମିହିର କୁ ପାଇବ ନାହିଁ ତେବେ ସେ ଆତ୍ମହତ୍ୟା କରିବ । ମିହିର ପଚାରିଲା, ଏଥିରେ ମୁଁ କଣ କରିବି । ସେ ଅଫିସର୍ କହିଲା ମୁଁ ନିରୁପାୟ ହୋଇ ଗଲିଣି । ଏବେ ଯାହା କରିବାର ଅଛି ତମେ ନିଷ୍ପତି ନିଅ । ତମେ ଯଦି ମୋ ଝିଅ କୁ ଗ୍ରହଣ କରିବ ତେବେ ମୁଁ ତୁମ ଦୁହିଁଙ୍କୁ ବିବାହ କରିଦେବି।
କେବଳ ତୁମର ମତ ଜାଣିବାକୁ ଚାହୁଁଛି। ମିହିର ଅଳ୍ପ ସମୟ ଭାବି କହିଲା ସାହେବ୍ ମୁଁ ବିବାହିତା !!! ଏତକ କଥା ଶୁଣି ଘରର ସମସ୍ତେ ଆଶ୍ଚର୍ଯ୍ୟ ଏବଂ ସେ ଝିଅ ସମେତ ସେ ଅଫିସର୍ ମଧ୍ୟ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲେ। ସେ ଅଫିସର୍ କହିଲା ଆପଣ ତ ଅବିବାହିତ ପୁଣି ଏବେ ଏମିତି କଣ କହୁଛ?
ମିହିର କହିଲା ମୋ ସ୍ତ୍ରୀ ବର୍ତ୍ତମାନ ନିଜ ଘରକୁ ବୁଲିବାକୁ ଯାଇଛି। ଆପଣ ନିଜ ଆଖିରେ ଦେଖିଲେ ଆପଣ ଜାଣି ପାରିବେ ଏବଂ କହିଲା ଆପଣ କିଛି ସମୟ ଅପେକ୍ଷା କରନ୍ତୁ । ମୁଁ ତାଙ୍କୁ ଡାକି ଆଣୁଛି ।
ତାପରେ ମିହିର ମୋତେ ଫୋନ୍ କରି ଡାକିଲା, ଏବଂ କହିଲା ଘରକୁ ଆସି ପାରିବ କି । ମୁଁ ପଚାରିଲି କଣ ପାଇଁ? ମିହିର କହିଲା ତମେ ଏଠି ଶୀଘ୍ର ଆସ, ସବୁ ପ୍ରଶ୍ନ ର ଉତ୍ତର ଏଠି ମିଳିଯିବ । ତୁମେ ବାପା ଙ୍କୁ ସାଙ୍ଗରେ ନେଇ ଆସ ଏବଂ ମଥାରେ ଅଳ୍ପ ସିନ୍ଦୁର ଲଗେଇ ଶାଢ଼ୀ ପିନ୍ଧି ବୋହୂ ବେଶରେ ଆସିଥିବ। କାରଣ ମୁଁ ବଡ ଅସୁବିଧା ରେ ପଡ଼ି ଯାଇଛି ।
ଏମିତି ଶୁଣି ମୁଁ ଅଳ୍ପ ଦ୍ଵନ୍ଦ ରେ ପଡିଲି କିନ୍ତୁ ମିହିର ଏମିତି କହିଛି ବୋଲି ମୁଁ ବିଳମ୍ବ ନ କରି କହିଥିବା ଅନୁସାରେ ବାପା ଙ୍କୁ ନେଇ ସେଠୀ ପହଞ୍ଚିଲି। ସେପଟେ ମିହିର ମଧ୍ୟ ନିଜ ଘରେ ସମସ୍ତଙ୍କୁ ବୁଝେଇ କହିଥିଲା ।
ସେଠି ପହଞ୍ଚି ଦେଖିଲି ସେ ଝିଅ ମିହିର ଙ୍କ ମା କୋଳରେ ଶୋଇଛି ଏବଂ ଜିନ୍ସ ସହିତ ସାର୍ଟ ଟିଏ ପିନ୍ଧିଛି , ଲାଗୁଥିଲା ଚୁଟି କୁ ବହୁତ୍ ଦିନ ହେଲା ବାନ୍ଧି ନାହିଁ । ମୁଁ ପହଞ୍ଚି ସମସ୍ତଙ୍କୁ ମୁଣ୍ଡିଆ ମାରି ଘର ଭିତରକୁ ଗଲି। ସେ ଝିଅ ଉଠି ପଡ଼ି ମୋତେ ବାରମ୍ବାର ବୁଲି ଚାହୁଁଥାଏ।
ସେତେବେଳେ ମିହିର ହିନ୍ଦୀ ରେ କହୁଥାଏ ବାକି ସମସ୍ତେ କେବଳ ମିହିର କହିବା ଅନୁସାରେ ହଁ କରିବେ ବୋଲି ସେ କହିଥିଲା। ମୋତେ ଦେଖାଇ, ମିହିର କହିଲା ଏ ହେଉଛି ମୋର ପତ୍ନୀ ଏବଂ ସେ ହେଉଛନ୍ତି ତାଙ୍କ ବାପା ମାନେ ମୋ ଶଶୁର । ମୋ ବାପା ମଧ୍ୟ ଅଫିସର ଙ୍କୁ ପ୍ରଣାମ କରିଲେ । ମିହିର କହିଲା, ଆମେ ଗୋଟିଏ ବର୍ଷ ପୂର୍ବରୁ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲୁ ଏବଂ ଲୁଚି ମନ୍ଦିର ରେ ବିବାହ କରି ସାରିଛୁ ।
ବିବାହ ପରେ ଦୁଇ ପରିବାର ଜାଣିଲେ ଏବଂ ସେମାନେ ଆମକୁ ଗ୍ରହଣ କରିଲେ । ଏବେ ଆପଣ କୁହନ୍ତୁ । ମୁଁ ଆଗରୁ ବିବାହ କରି ସାରିଛି ତେବେ ପୁଣି ଥରେ ଆପଣଙ୍କ ଝିଅ କୁ କେମିତି ବିବାହ କରିବି?
(ମିହିର ଯେବେ ମିଛ କହେ , ସେ ତାର ଅଳ୍ପ ପାଟି ଲାଗେ, ସେଥିରୁ ଜଣା ପଡ଼ିଯାଏ ଯେ ମିହିର ମିଛ କହୁଛି ବୋଲି କିନ୍ତୁ ସେଦିନ ବଡ ସାହସର ସହିତ ମିଛ ଉପରେ ମିଛ କହି ଚାଲିଥିଲା। କେବଳ ଆମ ଦୁହିଙ୍କ ଭଲ ପାଇବା ପାଇଁ )
ସେତେବେଳେ ସେ ଝିଅ ମିହିର ପାଖକୁ ଆସି ପଚାରିଲା କି ତମେ ତ ମନା କରିଥିଲ ତମେ ବିବାହ କରିନ ବୋଲି ? ତେବେ ଏ ଝିଅ କୁଆଡୁ ଆସିଲା ? ମିହିର କହିଲା ମୁଁ ସେତେବେଳେ କହିଥିଲି, ମୁଁ ବିବାହିତା ବୋଲି କିନ୍ତୁ ତମେ ଶୁଣି ବାକୁ ଚାହୁଁ ନଥିଲ । ସେ ଝିଅ ମୋତେ ଟାଣି ଆଣି ମିହିର ର ପାଖରେ ଠିଆ କରେଇ ରଖି ଦୁହିଁଙ୍କୁ ବାରମ୍ବାର ଦେଖିବାରେ ଲାଗିଲା ଏବଂ ପୁଣି ମୋତେ ସାଇଡ କରି ସେ ନିଜେ ଠିଆ ହୋଇ ଦେଖିଲା ।
ସେ ଦେଖିବାକୁ ଚାହୁଁଥିଲା, ମୁଁ ମିହିର ପାଇଁ ଉପଯୁକ୍ତ କି ନୁହଁ । କିଛି ସମୟ ଏମିତି କଥା ବାର୍ତ୍ତା ପରେ । ସେ ତା ବାପା କୁ କହିଲା ଚାଲ ବାପା, ଏବେ ଆମେ ଫେରିଯିବା । ଯଦି ସେ ବିବାହ କରି ସାରିଛି ତେବେ ମୁଁ ମିହିର କୁ ବିବାହ କରିବି ନାହିଁ କହି କାର୍ ପାଖକୁ ଯିବାକୁ ବାହାରିଲା।
କିନ୍ତୁ ଏ କଣ ସେ ଝିଅ ବାରଣ୍ଡା କୁ ଯାଇ ପୁଣି ଫେରି ଆସି ମିହିର କୁ ପଚାରିଲା ଯେ ମୋତେ ଲାଗୁଛି, ତମେ ମିଛ କହୁଛ ? ଏତିକି ଶୁଣି ମିହିର ଆଶ୍ଚର୍ଯ୍ୟ ହୋଇଗଲା। ସେ ଝିଅ କହିଲା ତମେ ମୋତେ ଦିତୀୟ ସ୍ତ୍ରୀ ରୂପେ ଗ୍ରହଣ କରି ନିଅ। ମୁଁ ଏଠି ଚୁପ୍ ଚାପ୍ ପଡ଼ି ରହିବି।
ସେତେ ପର୍ଯ୍ୟନ୍ତ ମୁଁ ଚୁପ୍ ଥିଲି , ମାତ୍ର ସେତକ ପ୍ରଶ୍ନ ରେ ମୋ ରକ୍ତ ଜଳିଗଲା । ମୁଁ ବାଧ୍ୟ ହୋଇ ମିହିର ପାଖକୁ ଦୌଡ଼ି ଗଲି ଏବଂ ମିହିର ର ହାତକୁ ଧରି ଅଧା ହିନ୍ଦୀ ଏବଂ ଅଧା ଓଡ଼ିଆ ରେ କହିବାକୁ ଲାଗିଲି ଯେ ଏହା ଅସମ୍ଭବ ଏବଂ ମୋ ସ୍ବାମୀ ଦ୍ଵିତୀୟ ବିବାହ କରିବେ ନାହିଁ ଏବଂ ଏହି ଦ୍ୱିତୀୟ ବିବାହ ପାଇଁ ମୁଁ ତାଙ୍କୁ ଅନୁମତି ଦେବୀ ନାହିଁ।
ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
If you like this story so share to your friends, Thanking You.
2 thoughts on “Love Forever 18( A Story of Love Birds)”