Mayank (A ? Love Story)..Last

ମୟଙ୍କ…( ଏକ ପ୍ରଶ୍ନବାଚୀ ପ୍ରେମ କାହାଣୀ ) ଶେଷ ଭାଗ
ସେ ଘଟଣା ପର ଠାରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ମୁଁ ଯେମିତି ପାଗଳ ହୋଇ ଯାଇଥିଲି। କେତେବେଳେ ଖାଉଥିଲି କେତେବେଳେ ଶୋଉଥିଲି, ମୁଁ ନିଜେ ମଧ୍ୟ ଜାଣି ପାରୁ ନଥିଲି। ମୋ ସାଙ୍ଗ ମାନେ ମୋତେ ପ୍ରେମ ପାଗଳ ର ଆଖ୍ୟା ଦେଇ ଦେଲେ କିନ୍ତୁ ଏଠି ମୋର ଦୋଷ ଥିଲା ନା ରୋମି ର ଦୋଷ ଥିଲା ମୁଁ ନିଜେ ଦ୍ଵନ୍ଦ ରେ ପଡ଼ିଲି ? ଆଜିକୁ ତିନି ବର୍ଷ ବିତି ଗଲାଣି ମୋର ପ୍ରେମ ଏକ ପ୍ରଶ୍ନବାଚୀ ହୋଇ ରହି ଯାଇଛି ଯାହାର ଉତ୍ତର ମୁଁ ଆଜି ପର୍ଯ୍ୟନ୍ତ ଖୋଜି ପାଉନି ???
ଏହା ଥିଲା ମୋ ପ୍ରଶ୍ନଵାଚି ପ୍ରେମ କାହାଣୀ । ମୁଁ ତ ଆଉ କେବେ ରୋମି ଆଗକୁ ଯାଇ ପାରିବି ନାହିଁ । ହଁ ତୁ ଯଦି କେବେ ଦେଖା କରିବୁ ତେବେ ମୋର ଛୋଟିଆ ମେସେଜ ତା ପାଖରେ ପହଞ୍ଚେଇ ଦେବୁ ।
ମେସେଜ ଟି ହେଉଛି :
ରୋମି ଲୋ, ଯଦି ମୋ ଖବର ତୋ ପାଖରେ ପହଞ୍ଚି ଯାଉଛି ଏବଂ ମୁଁ କହୁଛି ବୋଲି ମୋ ପାଇଁ ଦୁଃଖ କରିବୁ କି ନାହିଁ ତୋର ଇଛା କିନ୍ତୁ କିଛି ମୋ ମନ ଭିତରେ ସାଇତା ହୋଇ ପଡ଼ି ରହିଛି ତାକୁ କହି ଦେଉଛି, ଏତିକି ଶୁଣି ଦେଇ ଥା !!!
ମଣିଷ ର ସବୁଠୁ ବଡ ଜିନିଷ ହେଉଛି ଇଜ୍ଜତ୍ ! ମୋ ବାପା ର ଇଜ୍ଜତ, ମୋ ଇଜ୍ଜତ କୁ ଭୁଲି ମୁଁ ଶେଷରେ ତୋ ଗୋଡ଼ ଧରିଲି କିନ୍ତୁ ତାହା ମୂଲ୍ୟହୀନ ହୋଇଗଲା । ବହୁ ଚେଷ୍ଟା ରେ ବିଫଳ ହେଲି କିନ୍ତୁ ହାର ମାନି ନଥିଲି କିନ୍ତୁ ଯୋଉ ଦିନ ତୁ ମୋତେ ଚିହ୍ନି ପାରିଲୁ ନାହିଁ। ସେଦିନ ମୁଁ ସତରେ ହାରିଗଲି ଲୋ, ଭାଙ୍ଗି ପଡିଲି, ବହୁତ୍ କଷ୍ଟ ହେଲା । ତୁ ଯଦି ମୋ ହାତ ଧରି ମୋ ସାଙ୍ଗରେ ଆସିବାକୁ ଇଚ୍ଛା ରଖିଥାନ୍ତୁ ତେବେ ତୋର ବାହାଘର ଭାଙ୍ଗିବା ପାଇଁ ମୋତେ ବେଶୀ ସମୟ ଲାଗି ନଥାନ୍ତା କିନ୍ତୁ ତାହା ମୁଁ ଚାହିଁଲି ନାହିଁ ଯଦି ମୋର ଇଜ୍ଜତ ଯାଇଛି ଯାଉ କିନ୍ତୁ ତୋ ଇଜ୍ଜତ ବଜାୟ ରହୁ ବୋଲି ମୁଁ ଚାହିଁଛି । ସବୁ ବେଳେ ତୋର ଖୁସି ଚାହିଁଛି କିନ୍ତୁ ତୁ ମୋର ଖୁସି କୁ ଗୋଟିଏ ଅଲେଖା ପତ୍ର ଭାବେ ଜାଳି ଦେଲୁ ।
ବହୁତ୍ କଷ୍ଟ ହେଲା ଲୋ… ମନେ ମନେ ଭାବିଲି, ଯିଏ ମୋତେ ଭଲ ପାଉଥିଲା ସେ ମୋତେ ବୁଝିଲାନି ?? ତେବେ ସାଙ୍ଗ ଆଉ ସମ୍ପର୍କୀୟ କଣ ବୁଝିବେ? ମୋ ଭଲ ପାଇବା କୁ ?
ଆଜି ମଧ୍ୟ ମନେ ଅଛି… ତୁ କହିଥିଲୁ ନା?? ତମେ ମୋ ଲାଇଫ୍ ରେ ଯେବେଠୁ ଆସିଛ ସତେ ଯେମିତି ଗୋଟିଏ ପରିବର୍ତ୍ତନ ଆସିଛି ମୋ ଜୀବନରେ?? ତାହା କଣ ମିଛ ଥିଲା ?? ସବୁବେଳେ ସାଥୀ ହୋଇ ରହିବାର କଥା ଦେଇଥିଲୁ ନା? ସେ ମନ୍ଦିର ର ଭଗବାନ ସମ୍ମୁଖରେ, ସେ ସବୁ କଣ ଭୁଲିଗଲୁ?
ସେ ଭଗବାନ ଙ୍କୁ ମୋ ବିଷୟରେ ଆଜି ପର୍ଯ୍ୟନ୍ତ କେବେ କିଛି ମାଗିନି ଲୋ, କେବଳ ତୋ ପାଇଁ ଖୁସି ମାଗିଛି । ଏବଂ ମୋ ଗୁହାରି ଭଗବାନ ଶୁଣିଛନ୍ତି ଆଉ ତୋ ଉପରେ ଖୁସି ଅଜାଡ଼ି ଦେଇଛନ୍ତି କିନ୍ତୁ ସେ ଖୁସି ନେଇ ତୁ ଆଉ କାହାର ହୋଇଗଲୁ । ଚାକିରିଆ ପୁଅ ତୋତେ ଦରକାର ଥିଲା ନା? ମୁଁ ମଧ୍ୟ ନିଜକୁ ଉତ୍ତମ ମଣିଷ କରିସାରିଛି କିନ୍ତୁ ଆଉ କିଛି ସମୟ ତୁ ଅପେକ୍ଷା କରି ପାରିଲୁ ନାହିଁ।
ଦୁଃଖ ଲାଗିବନି କେମିତି କହ ?? ମୋ ଭଲ ପାଇବାରେ ଛନ୍ଦ କପଟ ନଥିଲା । କେବଳ ତୋ ଠାରୁ ଭଲ ପାଇବା ର ଇଚ୍ଛା ରଖିଥିଲି । ଜାଣିଛୁ ତୋ ପାଇଁ ଛୋଟ ପିଲା ଭଳି ରାସ୍ତାରେ ଗଡି ଗଡି କେତେ କାନ୍ଦିଛି ? ଖାଲି କାନ୍ଦିନି, କେତେ ଥର ଆତ୍ମହତ୍ୟା ପାଇଁ ମଧ୍ୟ ଚେଷ୍ଟା କରିଛି କିନ୍ତୁ ପୁଣି ପଛକୁ ଫେରି ଯାଉଥିଲି କାରଣ ମୁଁ ମରିବା ପରେ ମୋ ପାଇଁ ତୁ ଦୁଃଖରେ କାନ୍ଦିବୁନି ବୋଲି । ଏକଥା ତ ମନେ ଥିବ ତୋର , ତୁ କହିଥିଲୁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସାଥୀ ହୋଇ ରହିଥିବା ??? କିନ୍ତୁ ଅଧା ବାଟରେ ହାତ ଛାଡ଼ି ଚାଲିଗଲୁ କେମିତି ?? ଏ ପ୍ରତିଶ୍ରୁତି ତୋର କଣ ମିଛ ଥିଲା ??? ମୋତେ ଏବେ ତାହା ପ୍ରତିତ ହେଉଛି ଯେ ତୋର ସବୁ ପ୍ରତିଶ୍ରୁତି, ତୋର ସବୁ ଭଲ ପାଇବା ମିଛ ଥିଲା ।
ଏକଥା କୁ ଶୁଣି ତୋତେ ସବୁ ବେକାର ବେକାର ଲାଗିବ କାହିଁକି ନା ତୁ ଏବେ ତୋ ନୂଆ ସ୍ବାମୀ ସାଙ୍ଗରେ ଭିନ୍ନ ଭିନ୍ନ ଯାଗା ବୁଲୁଛୁ ଦୁନିଆର ମଜା ନେଇଛୁ ମୋର ଭଲ ପାଇବା ମନେ ପଡ଼ିବ କେମିତି ??
ମୋର ମେସେଜ ଟି ତୋତେ ବେକାର ଲାଗିପାରେ କିନ୍ତୁ ଏହି ବେକାର ମେସେଜ ଭିତରେ କେତେ ଦୁଃଖ ଭରି ହୋଇ ରହିଛି ତାହା କେବଳ ମୁଁ ଏବଂ ମୋ ସାଙ୍ଗ ମାନେ ମୁକ ସାକ୍ଷୀ । କେମିତି ତୁ ସବୁ କିଛି ଭୂଲିଗଲୁ ତାହା ମୋ ଜୀବନର ଗୋଟିଏ ପ୍ରଶ୍ନ ହୋଇ ରହିଗଲା ।
ଆଜି ଏହି କାହାଣୀ ମୋ ସାଙ୍ଗକୁ ଶୁଣେଇବା ସମୟରେ କେତେ ଯେ ଲୁହ ବାହାରି ସାରିଛି ତାହା କେବଳ ମୋ ଓଠ ଅନୁଭବ କରିଛି ଏବଂ ମୋ ସାଙ୍ଗ ନିଜ ଆଖିରେ ଦେଖିଛି । ତୁ ମୋ ଭଲ ପାଇବା କୁ ଗୋଡ଼ରେ ଆଡେଇ ଖୁସିରେ ଗୋଟିଏ ଚାକିରିଆ ପୁଅ ସହିତ ବିବାହ କରି ଖୁସିରେ ଥିବୁ ବୋଲି ମୋର ଆଶା ଏବଂ ତୋ ଖୁସି ପାଇଁ ମୁଁ ଭଗବାନ ଙ୍କୁ ଏବେ ମଧ୍ୟ ଡାକୁଛି । ଯେ ତୁ ଯୋଉଠି ରହ ଖୁସିରେ ରହ କିନ୍ତୁ ତୋ ସହିତ ଏମିତି କେବେ ନ ହେଉ, କି ମୋ ଭଲ ପାଇବା କୁ ମନେ ପକେଇ ତୁ କେବେ ଲୁହ ଗଡେଇବୁ !! କାରଣ ସେ କଷ୍ଟ ଟା ମୁଁ ଅନୁଭବ କରିଛି ।
ମୁଁ ଠିକ୍ ଜାଣିଛି ତୁ ସେମିତି କେବେ କରିବୁ ନାହିଁ ଏବଂ ମୁଁ ଏକଥା ମଧ୍ୟ ଜାଣିଛି ମୋର ସବୁ ଚିହ୍ନ ଲିଭେଇ ସାରିଥିବୁ । ମୋ ଭଲ ପାଇବା କୁ ଆହୁତି ଦେଇ ନିଜେ ପବିତ୍ର ହୋଇ ସାରିଥିବୁ ସତ !! କିନ୍ତୁ ସେ ଛାତି ଫଟା କ୍ରନ୍ଦନ ର ଦୁଃଖ ଆଜି ମଧ୍ୟ ମୋତେ ବହୁତ୍ କଷ୍ଟ ଦେଉଛି । ତୋତେ କିଛି ପ୍ରଭାବ ପଡୁ ନଥିବ କିନ୍ତୁ ମୋତେ ଆଜି ମଧ୍ୟ ପ୍ରଭାବ ପଡୁଛି ।
ସତ କହିବୁ?? ମୋ କଥା ତୋତେ କେବେ ମନେ ପଡୁନି ??? ମୋବାଇଲ୍ ରୁ ସିନା ମୋର ମେସେଜ ଫୋଟୋ ଭିଡିଓ ଡିଲିଟ୍ କରି ଦେଇଥିବୁ!! କଣ ମୋ ଭଲ ପାଇବା ଅନୁଭବ ଗୁଡ଼ିକ ମଧ୍ୟ ଡିଲିଟ୍ କରି ଦେଇଛୁ ?? ଆଜି ଏହି ମେସେଜ କେବଳ ତୋ ପାଇଁ କହୁନି। କହୁଛି ସେମାନଙ୍କ ପାଇଁ ଯେଉଁମାନେ ନିଜ ପ୍ରେମିକା କୁ ଅନ୍ଧ ଭଳି ଭଲ ପାଆନ୍ତି ଏବଂ ଶେଷ ମୁହୂର୍ତ୍ତରେ ସେମାନଙ୍କ ପ୍ରେମିକା ତାଙ୍କୁ ଚିହ୍ନି ପାରନ୍ତି ନାହିଁ ।
ମୁଁ ତୋ ପାଇଁ ଏକ ଅଳିଆ ସଦୃଶ୍ୟ ହୋଇଥାଇ ପାରେ । କାରଣ ଯେତେବେଳେ ମୋ ପାଇଁ କିଛି ଜିନିଷ ଆସୁଥିଲା ସବୁ ବ୍ୟବହୃତ ସାମାନ ଆସୁଥିଲା । ଆଜି ମଧ୍ୟ ତୋର ସେ ଗୋଲାପ ଫୁଲ ଟି ମୋ ପାଖରେ ସାଇତା ହୋଇ ପଡ଼ିଛି । ଆଉ ତୁ ସେ ଗୋଲାପ ଫୁଲ ଟିକୁ କୋଉଠୁ ଆଣିଥିଲୁ ତାହା ମଧ୍ୟ ମୋର ଠିକ୍ ମନେ ଅଛି । ମୋତେ ବୁଝିଲୁନି ସତ!!! ମାତ୍ର ମୋ ପ୍ରେମ ମିଛ ନଥିଲା ଲୋ.. ଏବଂ ତାହା କେବେ ମଧ୍ୟ ଲିଭିବ ନାହିଁ। ସବୁବେଳେ ଇତିହାସ ହୋଇ ରହିଯିବ । ଏବେ ତ କେମିତି ବଞ୍ଚିଛି ତାହା ମୁଁ ହିଁ ଜାଣେ!! ଯଦି କେବେ ପୁଣି ମୋ ଜୀବନକୁ ଆସିବାକୁ ଚେଷ୍ଟା କରିବୁ ତେବେ ନା ମୋତେ ପାଇବୁ, ନା ମୋ ଭଲ ପାଇବା କୁ ପାଇବୁ? ରହି ଯାଇଥିବ କେବଳ ଆମ ଭଲ ପାଇବାର ସ୍ମୃତି ଗୁଡ଼ିକ । ଯାହା ସମସ୍ତ ପ୍ରେମୀ ଯୁଗଳ ଙ୍କ ପାଇଁ ଗୋଟିଏ ଶେଷ ଅଧ୍ୟାୟ ହୋଇ ସଦା ସର୍ବଦା ଉଜ୍ଜଳ ମୟ ପୂର୍ବ ଆକାଶରେ ତାରା ହୋଇ ଚମକୁ ଥିବ ।
ତୋର ମୟଙ୍କ…………
ମୟଙ୍କ: ବାସ୍ ଏତିକି ରେ ଆଉ କହିବାକୁ ଧର୍ଯ୍ୟ ନାହିଁ ।
ରାହୁଲ: କାନ୍ଦ ବନ୍ଦ କର !! କଣ ଛୋଟ ପିଲା ଭଳି ଲୁହ ଗଡ଼େଇ ଚାଲିଛୁ ??
ମୟଙ୍କ: ହଉ ଭାଇ ମୁଁ ଏବେ ଆସୁଛି ସଂଧ୍ୟା ହେଲାଣି !!
ରାହୁଲ: ହଉ ଠିକ୍ ଅଛି ମନ ଦୁଃଖ କରେ ନାହିଁ । ତୁ ଯା ଆମେ ପରେ ମୋବାଇଲ ରେ କଥା ହେବା ।
ମୟଙ୍କ : ବାକି ବହୁତ୍ କଥା ରହି ଗଲାରେ ମୋବାଇଲ୍ ରେ କଥା ହେଲେ ବାକି କହିବି,,, ଠିକ୍ ଅଛି ବାଏ!! ଆସୁଛି !!
ନୀଳମାଧବ ଭୂୟାଁ (ଲେଖକ)
ସତ୍ୟନୁମା ଅତୀତ ସମୟରୁ ବର୍ଣ୍ଣିତ କାହାଣୀ ଟିଏ…
ଏହି କାହାଣୀ ପଢ଼ିବା ପରେ କମେଣ୍ଟ୍ କରିବାକୁ ଭୁଲିବେ ନାହିଁ ତଥା ସେୟାର କରିବାକୁ ଭୁଲିବେ ନାହିଁ ।
ଏହି କାହାଣୀ ଭଳି ଆପଣଙ୍କ ପାଖରେ ଯଦି କିଛି କାହାଣୀ ଅଛି ଏବଂ ତାକୁ ବ୍ଲଗ୍ ପୃଷ୍ଠାରେ ସ୍ଥାନ ଦେବାକୁ ଚାହୁଁଛନ୍ତି ତେବେ ମୋ ଇମେଲ ରେ ପଠେଇବାକୁ ଭୁଲିବେ ନାହିଁ ।
ଇମେଲ : nbcisf@gmail.com

By. Bhuyansblog Team.

Mayank (A ? Love Story)..7

Mayank ୭
Mayank୭
ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-7
ମୋ ଭାଇ ଏକଥା ଶୁଣି ମୋତେ ସପୋର୍ଟ କରି କହିଲା ଯେ ତୁ ଚିନ୍ତା କର ନାହିଁ। ସେ ଝିଅ ଯଦି ରାଜି ଅଛି ତେବେ ସବୁ ହେବ ଏବଂ ତୁ ସମୟ ସୁଯୋଗ ଦେଖି ତାକୁ ନେଇ ଚାଲିଯାଆ କିନ୍ତୁ ତାହା ମଧ୍ୟ ମୋ ପାଇଁ ଅସମ୍ଭବ ହେଲା ।
ପୁଣି କିଛି ଦିନ ପରେ ଆଉ ଏକ ପ୍ରସ୍ତାବ ଆସି ପହଁଚିଲା ତା ଘରେ । ସେଦିନ ରୋମି ମୋତେ କଲ୍ କରି କହିଲା। ଯେ ଅନ୍ୟ ଏକ ପ୍ରସ୍ତାବ ଆମ ଘରକୁ ଆସିଛି ଏବଂ ଏହି ପ୍ରସ୍ତାବ ରେ ଘରେ ରାଜି ଅଛନ୍ତି କିନ୍ତୁ ମୁଁ ସେ ପୁଅ କୁ ବାହା ହେବିନି ବୋଲି ସେ ମୋତେ କହୁଥାଏ ଏବଂ ଚାଲ ଆମେ ଯଥା ଶୀଘ୍ର ଘରୁ ଲୁଚି ପଳେଇବା । ଏହି କଥାବାର୍ତ୍ତା ର ଅନ୍ତରାଳ ଭିତରେ ଦୁହେଁ ବହୁତ୍ କାନ୍ଦିଛୁ। ଏତିକି ବେଳେ ତାଙ୍କ ଘର ଲୋକ କେହି ଆସିବା ପରେ ସେ ଫୋନ୍ କାଟି ଦେଲା ଏବଂ କହି ରଖିଲା ଯେ ଯେତେ ଯାହା ହେଇଯାଉ ମୁଁ କେବଳ ତମର ହିଁ ହେବି ।
ଠିକ୍ ପାଞ୍ଚ ଦିନ ପରେ ସେ ଯେତେବେଳେ କଲେଜ୍ ଆସିଲା, ସେ ମୋ ସହିତ ଠିକ୍ ରେ କଥା ହେଲା ନାହିଁ । ଯେମିତି ମୁଁ ଜଣେ ଅଜଣା ପୁରୁଷ। ମୋ ଠାରୁ ଦୂରେଇ ଦୂରେଇ ରହିବାକୁ ଚେଷ୍ଟା କରିଲା । ମୋତେ ଅନୁଭବ ହେଲା ଯେ ସେ ପୁରା ବଦଳି ଯାଇଛି। ସେ ମୋତେ କହିଲା ମୋ ଠାରୁ ଅଳ୍ପ ଦୂରରେ ରୁହ କାଳେ କେହି ଦେଖିବେ କାରଣ ଏଠି ସମସ୍ତେ ଆମ ଶତ୍ରୁ । ଆଉ ଗୋଟିଏ କଥା କହିଲା ଯେ ମୋ ଘରେ ମୋତେ ଗୋଟିଏ ଡେଉଁରିଆ ପିନ୍ଧେଇବାକୁ ଦେଇଛନ୍ତି କିନ୍ତୁ ମୁଁ ପିନ୍ଧିବି ନାହିଁ । ଏତିକି କଥା ହେବା ସମୟରେ ତାର ବାପା ଆସି ପହଂଚି ଗଲେ । ଆମେ ଅଧିକା କଥା ହୋଇ ପାରିଲୁ ନାହିଁ । ଘରେ ପହଞ୍ଚିଲା ପରେ ସେ ମୋ ସହିତ କଥା ହେଲା ନାହିଁ। ଏମିତି ଦୁଇ ଦିନ ବିତିଗଲା। ମୁଁ ତାର ଭଉଣୀ କୁ ଅନୁରୋଧ କରିଲି ଯେ, ତୁମ ଭଉଣୀ କୁ ତୁମେ ଟିକେ ବୁଝେଇ ବାକୁ ଚେଷ୍ଟା କର । ସେ ମୋତେ ଦେଖି ନ ଦେଖିଲା ଭଳି ଅଭିନୟ କରୁଛି ନା ତା ସହିତ ଆଉ କିଛି ହୋଇଛି ??
କଲେଜ୍ ଘଟଣା ର ୬ ଦିନ ପରେ ମୋ ସହିତ ଗୋଟିଏ ବାଇକ୍ ଦୁର୍ଘଟଣା ହେଲା। ଯାହା ଫଳରେ ମୁଁ ପ୍ରାୟ 25 ଦିନ ପର୍ଯ୍ୟନ୍ତ ଘରେ ପଡ଼ି ରହିଲି । ନା କୁଆଡେ ଯାଇ ପାରୁଥାଏ ନା କିଛି ଖବର ପାଇ ପାରୁଥାଏ । ମୁଁ କଲ୍ ଉପରେ କଲ୍ କରି ଚାଲିଥାଏ। ମୋତେ ଏମିତି ଅନୁଭବ ହେଉଥିଲା ଯେ ସେ ଦୁର୍ଘଟଣା ମୋ ସହିତ ଜାଣି ଶୁଣି କରା ଯାଇଛି କାରଣ ଏହି ଅନ୍ତରାଳ ସମୟ ଭିତରେ ତାର ବାହାଘର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା । ମୁଁ ଅର୍ଦ୍ଧ ସୁସ୍ଥ ଅବସ୍ଥାରେ ତାଙ୍କ ଘରେ ଯାଇ ପହଞ୍ଚିଲି । ସେଠୀ ମୋ ସହିତ ମଧ୍ୟ ଦୁ-ବ୍ୟବହାର ହେଲା। ଚାପୁଡା ମାରି ମୋତେ ବିଦାୟ କରାଗଲା । ସେ ସେଠୀ ଥାଇ ସବୁ ଦେଖୁ ଥାଏ ମାତ୍ର ଚୁପ୍ ଥାଏ । ଲାଗୁଥିଲା ଯେମିତି ଜିଅନ୍ତା ମୂର୍ତ୍ତି । ତାର ଏମିତି ବ୍ଯବହାର ଦେଖି ମୁଁ ଆଶ୍ଚର୍ଯ୍ୟ !!!
ଦିନେ ସେ କହୁଥିଲା ମୁଁ ତମ ବିନା ବଞ୍ଚି ପାରିବି ନାହିଁ ଆଉ ସେଦିନ ତା ଆଗରେ ମୁଁ ମାଡ ଖାଉଥିଲି ତାକୁ କିଛି ପ୍ରଭାବ ପଡୁ ନଥିଲା । ତା ପର ଦିନ କଲେଜ୍ ଆସିଲି । କଲେଜ ରେ ତାକୁ ବହୁତ୍ ଅନୁରୋଧ କରିଲି କିନ୍ତୁ ସେ ମଧ୍ୟ ମୋତେ ନ ଚିହ୍ନିଲା ଭଳି ବ୍ୟବହାର କରିବାରେ ଲାଗିଲା । ଏମିତି ଲାଗୁଥିଲା ସେ ଯେମିତି କୋଉ ଗୁଣି ଗାରେଡ଼ି ର ଶିକାର ହୋଇ ମୋତେ ଚିହ୍ନି ପାରୁନି । ମୋର ଦୁର୍ଘଟଣା କଥା ସେ ଜାଣି ମଧ୍ୟ ମୋ ଦେହ କେମିତି ଅଛି ବୋଲି ସେ ଥରୁଟିଏ ମଧ୍ୟ ମୋତେ ପଚାରିଲା ନାହିଁ ।
ଏମିତି ଦିନ ଥିଲା ଯଦି ଖାଇବା ବିଳମ୍ବ ହୋଇଯାଏ ତେବେ ସେ ମୋ ଉପରେ ରାଗି କଥା ହୁଏନି ଏବଂ ଦେହ ଖରାପ ହୋଇଯିବ ବୋଲି କହି ଖାଇବା ପାଇଁ ବାଧ୍ୟ କରି ଥିଲା କିନ୍ତୁ ଆଜି ସେ ମୋର ଅଵସ୍ଥା ଦେଖି ତା ମନରେ ଟିକେ ମାତ୍ର ଦୁଃଖ ନାହିଁ। କଣ ହୋଇଗଲା ମୋ ରୋମି କୁ ?
ସେଦିନ କଲେଜ୍ ରେ ତାକୁ ବୁଝେଇ ବୁଝେଇ ଶେଷରେ ତାର ଗୋଡ଼ ଧରିଲି କିନ୍ତୁ ସେ ମୋ ଗୋଡ଼ ଧରିବା ପରେ ତାକୁ କିଛି ପ୍ରଭାବ ପଡ଼ିଲା ନାହିଁ । ଦିନେ କହିଥିଲା ଯେ ତୁମେ ହେଉଛ ମୋ ସ୍ବାମୀ, ତମେ ଯଦି ମୋ ଗୋଡ଼ ଧରିବ, ତେବେ ମୋତେ ପାପ ଲାଗିବ । କୁଆଡେ ଗଲା ସେ ପାପ କହିବା କଣ୍ଠ ?? ସତରେ ମୋ ରୋମି ଆଜି ବଦଳି ଗଲା । ମୋ ସାଙ୍ଗ ମାନେ ମୋତେ ବୁଝେଇ କହୁଥାନ୍ତି ଆରେ ସେ ଯଦି ତୋ ପ୍ରେମ କୁ ବୁଝୁନି ତେବେ ତୁ ତାର ଗୋଡ଼ ଧରିଲେ ସେ କଣ ବୁଝି ଯିବ କି ? ଏବଂ ମୋ ସାଙ୍ଗ ମାନଙ୍କ କଥା ସତ୍ୟ ଥିଲା । ମୁଁ ଗୋଡ଼ ଧରିବା ପରେ ମଧ୍ୟ ସେ ମୋ ଅନ୍ଧ ଭଳି ଭଲ ପାଇବା କୁ ବୁଝି ନ ପାରି ମୋତେ ଦୂରେଇ ଯାଅ ବୋଲି କହିଲା ।
ମୁଁ ଜାଣିପାରିଲି ନାହିଁ ଯେ ରୋମି ଏତେ ଶିଘ୍ର କାହିଁକି ବଦଳି ଗଲା। ଆଉ ବଦଳିବାର କାରଣ କଣ? ଆଜି ମଧ୍ୟ ସେ ପ୍ରଶ୍ନ ର ଉତ୍ତର ମୁଁ ପାଇ ପାରୁନି । ବହୁତ୍ ଚେଷ୍ଟା କରିଲି । ତା ସାଙ୍ଗ ମାନଙ୍କ ଠାରୁ ତା ଭଉଣୀ ମାନଙ୍କ ଠାରୁ କିନ୍ତୁ ସମସ୍ତଙ୍କ ପାଖରେ ମୋ ପ୍ରଶ୍ନ ର ଉତ୍ତର ନଥିଲା । ହଁ ମୁଁ ଚାକିରିଆ ନଥିଲି ଏବଂ ପାଠ ପଢ଼ୁଥିଲି କିନ୍ତୁ ସମୟ ଥିଲା ମୋ ପାଖରେ!! ମୁଁ ଚାକିରି ପାଇଁ ଚେଷ୍ଟା କରିଥାନ୍ତି କିନ୍ତୁ ରୋମି ମୋତେ ସେ ସୁଯୋଗ ଦେଲା ନାହିଁ । ତାର ଏମିତି ହଠାତ୍ ବଦଳିବା କଥା ଦେଖି ମୁଁ ବାଟବଣା ହୋଇଗଲି ।
ଏମିତି ସମୟ ଥିଲା ତାର ସବୁ ଭୁଲ କୁ ମୁଁ କ୍ଷମା ଦେଉଥିଲି । କେବଳ ଭଲ ପାଇବା ଟିକେ ପାଇବା ପାଇଁ । ସେ ଧାରଣା ମୋର ଭୁଲ ଥିଲା । ସେ ସମୟରେ ମୁଁ କୁକୁର ଭଳି ତା ପଛରେ ପଡ଼ି ଥିଲି କିନ୍ତୁ ସେ ମୋ ଭଲ ପାଇବା ର ମୂଲ୍ୟ କୁ ବୁଝି ପାରିଲା ନାହିଁ । ସମ୍ପର୍କ କୁ ଗଢ଼ିବା ପାଇଁ ଆମକୁ ବହୁତ୍ ସମୟ ଲାଗିଥିଲା କିନ୍ତୁ ସେ ତାକୁ କାଚ ଭଳି କ୍ଷଣକେ ମଧ୍ୟରେ ଭାଙ୍ଗି ଦେଲା।
ବହୁତ୍ କାନ୍ଦିଲି, ଏମିତି କେତେ ଦିନ ଭୋକରେ ଶୋଇଛି । ଘର ଲୋକେ ମୋ ପାଇଁ ଚିନ୍ତା କରୁଥାନ୍ତି କିନ୍ତୁ ମୁଁ ଅଜ୍ଞାତ ଭଳି କେତେବେଳେ ଜଙ୍ଗଲ ରାସ୍ତାରେ ତ କେତେବେଳେ କେଉଁଠି !!! ଏକା ଏକା ରହିବାକୁ ପସନ୍ଦ କରିଲି । ତା କଥା ଭାବି ଭାବି କେତେ ଯେ କାନ୍ଦିଛି ତାହାର ହିସାବ ନାହିଁ। ମୁଁ କେବଳ ତା ଚିନ୍ତା କରୁଥିଲି । ମୁଁ କେତେ କାନ୍ଦିଲେ, କେତେ ମୁଣ୍ଡ ପିଟିଲେ ମଧ୍ୟ ସେ ମୋ ପାଖକୁ ଫେରିଲା ନାହିଁ । ଶେଷରେ ସେ ଗୋଟିଏ ଚାକିରିଆ ପୁଅ ଦେଖି ବାହା ହେଲା । ତାର ବାହାଘର ଦିନ ମଧ୍ୟ ମୁଁ ବିନା ନିମନ୍ତ୍ରଣ ରେ ଯାଇଥିଲି କେବଳ ଏହା ଦେଖିବା ପାଇଁ କି ତା ଓଠରେ ମୋ ପାଇଁ ଅଳ୍ପ ଦୁଃଖ ଅଛି ନା ନାହିଁ ??? କିନ୍ତୁ ତାହା ସବୁ ମିଛ ଥିଲା । ସେଦିନ ସେ ଖୁସିରେ ବିବାହ କରୁଥିଲା । ମୋତେ ଅନୁଭବ ହେଲା ଯେ ମୋ ପାଇଁ ତା ମନରେ ଟିକେ ମଧ୍ୟ ଦୁଃଖ ନାହିଁ । ନିଜକୁ ବହୁତ୍ ଘୃଣା ଲାଗିଲା । ସେ ଦୃଶ୍ୟ ଦେଖି ଆଉ ରହି ପାରିଲି ନାହିଁ। ସେଠୁ ଫେରି ଆସିଲି ଏବଂ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଲି କିନ୍ତୁ ସେଥିରେ ଅସଫଳ ହେଲି ଠିକ୍ ସମୟରେ ମୋ ସାଙ୍ଗ ମାନେ ମୋ ପାଖେ ପହଞ୍ଚି ମୋତେ ବଞ୍ଚେଇ ଦେଲେ ।
ଗୋଟି ଗୋଟି କରି ମନେ ପଡ଼ି ଯାଉଥାଏ ଆମ ଦେଖା କରିବା ସ୍ମୃତି ଗୁଡ଼ିକ । କଣ ଅବା କରିବି !! ବିଶ୍ୱାସ କରିଥିଲି ତାକୁ । କେବଳ ତା ପାଇଁ ମୁଁ ବହି ଧରି କେବେ ପାଠ ପଢିବାକୁ ବସିନି । କେବଳ ତାରି ଚିନ୍ତାରେ ସମୟ ବିତୁ ଥିଲା । ସେ କଲେଜ୍ ରାସ୍ତା, ମନ୍ଦିର, ମାର୍କେଟ ଛକ, ସେ ମିଠା ଦୋକାନ ଆଉ ତୋ ସାଙ୍ଗ ଘରକୁ ଆଜି ଦେଖିଲେ କେବଳ ମୋ ରୋମି ର ସ୍ମୃତି ସେଠୀ ଅଙ୍କା ହୋଇ ରହିଯାଇଛି। ଯେବେ ସେ ସ୍ଥାନ ଗୁଡିକ ରେ ପହଞ୍ଚେ ମୋତେ କେବଳ ମୋ ରୋମି ର କଥା ମନେ ପଡେ । ଆମ ସଂପର୍କ ଭାଙ୍ଗିବା ପଛରେ ତୃତୀୟ ଲୋକ ର ହାତ ଥିଲା କିନ୍ତୁ ମୋତେ ତ ରୋମି ବୁଝିବା ଦରକାର ଥିଲା ନା ???? ମୋ ଭଲ ପାଇବା କୁ ପୂର୍ଣ୍ଣଛେଦ ଦେବା ପୂର୍ବରୁ ୧୦ ଥର ଭାବିବାର ଥିଲା ¿¿¿??? ଅନ୍ୟ ର କଥାରେ ଆମେ ସମ୍ପର୍କ ଆରମ୍ଭ କରି ନଥିଲେ ତେବେ ଅନ୍ୟ ର କଥା ରେ ଆମେ ସମ୍ପର୍କ ଭାଙ୍ଗିବା କୋଉ ଦୃଷ୍ଟି କୋଣରୁ ଠିକ୍ ଥିଲା।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।

If the contents helpful so share to your friends, Thanking You.

Mayank (A ? Love Story)..6

ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-6
ଦିନେ ସନ୍ଧ୍ୟାରେ ଆମର ମାର୍କେଟ ରେ ଦେଖା ହୁଏ । କିଛି ସମୟ କଥା ପରେ ତାକୁ ମୁଁ ଫେରି ଯିବାକୁ କହିଲି କାରଣ ରାତି ହେବାକୁ ଆସୁଥିଲା। ସେ ନିଜ ଗାଁ କୁ ଫେରି ଯିବାକୁ ବାହାରିଲା କିନ୍ତୁ ମୋତେ ଲାଗିଲା ସେ ନିଜ ଗାଁ କୁ ନଯାଇ ନିଜ ସାଙ୍ଗ ଘରକୁ ଗଲା ଭଳି ଲାଗିଲା । ଯେଉଁଠି ତାର ପୂର୍ବରୁ ଅପମାନ ହୋଇଥିଲା। ମୁଁ ପୂର୍ବରୁ ତାକୁ ମନା କରିଥିଲି ଯେ ଯେଉଁଠି ତୁମକୁ ଇଜ୍ଜତ ମିଳୁନି ସେଠୀ ଯାଇ କିଛି ଲାଭ ନାହିଁ କିନ୍ତୁ ମୋର ଭାବନା ସତ ଥିଲା ସେ ତା ସାଙ୍ଗ ଘରକୁ ଗଲା। ମୁଁ ଅଳ୍ପ ପଛକୁ ଫେରି ତା ଠାରୁ ଦୁରେଇ ଦୂରେଇ ରହି ତାକୁ ପିଛା କରୁଥାଏ । ସେ ପହଞ୍ଚିଲା ତା ସାଙ୍ଗ ଘରେ । ମୋର ରାଗ ବଢିଲା । ମୁଁ ତାକୁ କଲ୍ କରି ପଚାରିଲି ଯେ ତମେ କୋଉଠି ଅଛ ? ସେ ମୋତେ ମିଛ କହିଲା ଯେ ମୁଁ ଘରେ ପହଞ୍ଚି ଗଲିଣି । ଏତିକି ଶୁଣି ମୋର ରାଗ ପଞ୍ଚମ । ମୁଁ କହିଲି ତମେ ଯଥା ଶୀଘ୍ର ତମ ସାଙ୍ଗ ଘର ଆଗରେ ମୋତେ ଦେଖା କର । ସେ କହିଲା ନା ମୁଁ ଏବେ ଆସି ପାରିବି ନାହିଁ। ମୁଁ କହିଲି ମୁଁ ଦେଖିଛି ତମେ ତମ ସାଙ୍ଗ ଘରେ ଅଛ ?? ସେ ଉପାୟ ଶୂନ୍ୟ ହୋଇ କହିଲା ହଁ ଆଜି ମୁଁ ଏଠି ରହିଯିବି ଏବଂ ପୁଣି ଭୁଲ ପାଇଁ ସେ କ୍ଷମା ମାଗିଲା । ମୁଁ ଫୋନ୍ କଟ୍ କରିଦେଲି। ରାଗରେ ସେଠୁ ଫେରି ଆସିଲି । ମୁଁ ସେଦିନ ତା ସହିତ ପ୍ରଥମ ଥର ପାଇଁ ଏତେ ଲମ୍ବା ସମୟ ମାନେ ୧୨ଘଣ୍ଟା ରୁ ଅଧିକ ସମୟ ପର୍ଯ୍ୟନ୍ତ କଥା ହୋଇ ନଥିଲି । ସେ ବାରମ୍ବାର କଲ୍ ଆଉ ମେସେଜ କରି ଚାଲିଥାଏ କିନ୍ତୁ ମୁଁ ତାର କୌଣସି କଲ୍ କିମ୍ୱା ମେସେଜ କୁ ରିପ୍ଲାଇ ଦେଉ ନ ଥାଏ ।
ରାତି ସାରା କାନ୍ଥରେ ମୁଣ୍ଡ ପିଟି ବହୁତ୍ କାନ୍ଦିଲି । ମୋର ଅନ୍ଧ ଭଳି ଭଲ ପାଇବା ତା ପାଇଁ ମଜା ସ୍ବରୂପ ଥିଲା । ସକାଳ ହେଲା ପରେ ତାର କଲ୍ ର ରିପ୍ଲାଇ ଦେଲି । ସେ ଘଟଣା ପର ଠାରୁ ମୁଁ ଯେମିତି ଭାଙ୍ଗି ପଡ଼ିଲି । ତାକୁ ଇଗ୍ନୋର କରିବାକୁ ଚେଷ୍ଟା କରିଲି । ମାତ୍ର ତାକୁ କିଛି ମଧ୍ୟ ପ୍ରଭାବ ପଡୁ ନଥାଏ । ସେ ନିଜ ଭୁଲ ବୁଝି ପାରିଲା ଏବଂ ମୋତେ ନେହୁରା ହୋଇ କହିଲା ଯେ ତମ ବିନା ମୁଁ ବଞ୍ଚି ପାରିବିନି ପ୍ଲିଜ୍ ମୋ ଠାରୁ ଦୂରେଇ ଯାଅ ନାହିଁ ବହୁତ୍ କଷ୍ଟ ହେଉଛି । ତାର ଭୁଲ କୁ କ୍ଷମା ତ କରିଲି କିନ୍ତୁ ଆଗ ଭଳି ଆଉ ଭଲ ପାଇବା ରହିଲା ନାହିଁ । ତାର ଭାଇ ର ବାହାଘର ଆସିଲା ସେ ମୋତେ ପଚାରିଲା କଣ ପିନ୍ଧିବି ? ମୁଁ ତାକୁ କହିଥିଲି ବେଶୀ ଓଭର୍ ଷ୍ଟାଇଲ ଡ୍ରେସ୍ ପିନ୍ଧିବ ନାହିଁ ଯେଉଁଥିରେ ଦେହ ଦେଖା ଯାଉଥିବ । ସେ ସେମିତି କରିଲା । କଥା ବାର୍ତ୍ତା ପୁଣି ଚାଲୁ ରହିଲା । ମୋର ଭଲ ପାଇବା ପୁଣି ପୁର୍ବ ଭଳି ହେବାକୁ ଲାଗିଲା। ପଥର ହୃଦୟ ହେଲେ କଣ ହେବ । ତାର ଦୁଃଖ ଆଉ ଲୁହ ଆଗରେ ମୋ ରାଗ କିଛି ନୁହଁ ଭାବି ସବୁ କ୍ଷମା କରିଦେଲି ।
କିଛି ଦିନ ପରେ ତାଙ୍କ ଘରେ ଆମ ସମ୍ପର୍କ ବିଷୟରେ ଜାଣିଲେ । ଯେମିତି ଆମ ସମ୍ପର୍କ ଉପରେ କାହାର ନଜର ଲାଗିଗଲା । ତାଙ୍କ ଘରେ ଆମ ସମ୍ପର୍କ କୁ ଭାଙ୍ଗିବା ପାଇଁ ବହୁତ୍ ଚେଷ୍ଟା କରିଲେ। ଶେଷରେ ଗୋଟିଏ ପ୍ରସ୍ତାବ ଆଣିଲେ। ସେ ପ୍ରସ୍ତାବ କୁ ରୋମି ମନା କରିଦେଲା । ରୋମି ମନା କରିବା ପରେ ଘରେ ଥିବା ସନ୍ଦେହ ସତ ହୋଇଗଲା । ତାକୁ ଘରେ ପଚାରିଲେ କଣ ପାଇଁ ମନା କରୁଛୁ। ସେ ପ୍ରଥମେ କିଛି କହିଲା ନାହିଁ କିନ୍ତୁ ବାଧ୍ୟ କରିବା ପରେ ସେ ମୋତେ ଭଲ ପାଉଛି ବୋଲି କହିଲା ଏବଂ ମୁଁ ମୟଙ୍କ କୁ ବିବାହ କରିବି ବୋଲି କହିଲା ।
ଏହି କଥା ଶୁଣି ତାଙ୍କ ଘରେ ମୋ ବିଷୟରେ ପୁରା ଖବର ବାହାର କରିଲେ । ମୋର ଏବଂ ଆମ ଘର ର ସ୍ଥିତି ଦେଖି ତାଙ୍କ ବାପା ତାଙ୍କ ଝିଅ କୁ କହିଲେ ସେ ଯଦି ଚାକିରି କରିବ ତେବେ ତା ସହିତ ତୋର ବାହାଘର ହେବ ନହେଲେ ଅନ୍ୟ କୋଉଠି ବାହାଘର କରା ଯିବ । ଏକଥା ଶୁଣି ରୋମି କହିଲା ଯେ ସେ ଚାକିରି କରନ୍ତୁ ଅବା ନ କରନ୍ତୁ ମୁଁ ତାକୁ ହିଁ ବାହା ହେବି। ଏମିତି କହିବା ପରେ ତାଙ୍କ ବାପା ତାଙ୍କୁ ମାଡ଼ ମାରିଲେ । ତାର ମୋବାଇଲ ଛଡେଇ ନିଆ ଗଲା। ସେ ଅନ୍ୟ କାହାର ମୋବାଇଲ ରେ ଘରେ ଘଟିଥିବା ଘଟଣା ବିଷୟରେ ମୋତେ ସବୁ କହିଲା ।
ତାର କଥା ଶୁଣି ମୁଁ ଡିପ୍ରେସ ରହିଲି ଖାଇବା ପିଇବା ଯେମିତି ଭୁଲିଗଲି । ଆମ ଘରେ ମୋ ବାବା ବୋଉ ମୋତେ ପଚାରିଲେ କିନ୍ତୁ ମୁଁ ଚୁପ୍ ରହିଲି । ବାବା ବୋଉ ମୋ ସାଙ୍ଗ ମାନଙ୍କ ଠାରୁ ଖବର ପାଇଲେ ଯେ ମୟଙ୍କ ଗୋଟିଏ ଝିଅ କୁ ଭଲ ପାଉଛି ଏବଂ ତାଙ୍କ ଘରେ ତାର ବାହାଘର ଠିକ୍ କରି ସାରିଲେଣି। ସେଥିପାଇଁ ତାର ଏମିତି ଅବସ୍ଥା। ମୋ ବାପା ମୋ ମନ କଥା ବୁଝି ବାବା ତାଙ୍କ ଘରକୁ ମୋ ପ୍ରସ୍ତାବ ନେଇ ଗଲେ କିନ୍ତୁ ସେଠୀ ମୋ ବାପା ଙ୍କୁ ଅପମାନ ଦେଇ, ଆମ ଝିଅ ଆପଣଙ୍କ ଘରେ ଦେବୁ ନାହିଁ କହି ଫେରେଇ ଦେଲେ। ଆମ ଗ୍ରାମରେ କିଛି ଲୋକ ରୋମି ର ବାପା ସହିତ କଥା ହେଉଥିଲେ। ସେମାନେ ମୋ ବିଷୟରେ ଏବଂ ଆମ ଘର ବିଷୟରେ ଏଣୁ ତେଣୁ କଥା କହି ରୋମି ର ବାପା ଙ୍କ ମନ କୁ ପୁରା ବଦଳେଇ ଦେଲେ। ତାଙ୍କ ଘରେ ସବୁ ବେଳେ ଗାଳି ଗୁଲଜ ଚାଲିଥାଏ ।
ଏମିତି କିଛି ଦିନ ଚାଲିଲା ପରେ ସବୁ ଯେମିତି ବଦଳିବାକୁ ଲାଗିଲା । ଆମ ଦୁହିଁଙ୍କ ଉପରେ ତା ବାପା ର କଡ଼ା ନଜର ରହିଲା । ତା ବାପା ତାକୁ ପ୍ରତିଦିନ ଗାଡି ରେ କଲେଜ୍ ନେବା ଆଣିବା କରେ । ମୁଁ ମଧ୍ୟ ଦୂରେଇ ଦୂରେଇ ରହିଲି । କାଳେ ସେମାନେ ବଦଳି ଯିବେ । କିନ୍ତୁ ନା ତାହା ମୋର ଭୁଲ ଧାରଣା ଥିଲା। ରୋମି ପାଇଁ ପୁଣି ଥରେ ପ୍ରସ୍ତାବ ର ଲାଇନ ଲାଗିଲା । ତା ବାପା ଚାହୁଁଛନ୍ତି ଯେ ରୋମି ଗୋଟିଏ ଚାକିରିଆ ପୁଅ ସହିତ ବିବାହ କରି ଖୁସିରେ ରହୁ ।
ଏହି ଘଟଣା ପର ଠାରୁ ତାର ସବୁ ସାଙ୍ଗ ଏବଂ ତା ଭଉଣୀ ମାନେ ମୋ ଠାରୁ ଦୂରତା ଅବଲମ୍ବନ କରିଲେ । ସତେ ଯେମିତି ମୁଁ ଏକ ଅଜଣା ଲୋକ । ବେଳେବେଳେ ଆମେ କଥା ହେଉ, ଦୁହେଁ ବହୁତ୍ କାନ୍ଦି ଥାଉ ଏବଂ ଶେଷରେ ଆମେ ସ୍ଥିର କରିଲୁ କି ସମୟ ସୁଯୋଗ ଦେଖି ଆମେ ଘରୁ ଲୁଚି ପଳେଇବା । ରୋମି ମଧ୍ୟ ମୋ ପ୍ରସ୍ତାବ ରେ ରାଜି ଥିଲା। ସମୟ ସୁଯୋଗ ସ୍ଥିର ହେଲା ବେଳକୁ ତା ସହିତ କଥା ହୋଇ ପାରୁ ନଥାଏ । ଏମିତି ଦୁଇ ଦିନ ପରେ କଲେଜ୍ ରେ ମୋର ମୋବାଇଲ ଚୋରି ହୋଇଗଲା। ତାହା ପୁଣି ମୋର ଖରାପ ସାଙ୍ଗ ମାନଙ୍କ ଦ୍ଵାରା ପ୍ଲାନ୍ କରି ଚୋରି କରାଗଲା । ଚୋରି ପରେ ସେ ମୋବାଇଲ ରେ ମୋର ଏବଂ ରୋମି ର ସବୁ ଫୋଟୋ ଏବଂ ମେସେଜ ଥାଏ । ସେ ସବୁ କୁ ଡିଲିଟ୍ କରି ସିମ କୁ ଫୋପାଡି ଦିଆ ଗଲା। ମାତ୍ର ଗୁଗଲ ବାବା ଯୋଗୁ ମୋର ସବୁ ଫୋଟୋ ଏବଂ ମେସେଜ ମୁଁ ବେକ୍ ଅପ୍ ରେ ପାଇଗଲି ।
ବହୁତ୍ ଚେଷ୍ଟା କରିଲି କିନ୍ତୁ ମୁଁ ମୋ ମୋବାଇଲ ପାଇଲି ନାହିଁ । ବେଳେବେଳେ ମୋ ସାଙ୍ଗ ମାନଙ୍କ ମୋବାଇଲ୍ ରେ କଥା ହେଉଥିଲି । ଦେଖୁ ଦେଖୁ ତାର ଜନ୍ମ ଦିନ ଆସିଲା। ବହୁ କଷ୍ଟରେ ତାକୁ ଶୁଭେଚ୍ଛା ଜଣାଇଲି ଏବଂ ତାକୁ ଗିଫ୍ଟ ରେ ପାଉଁଚି ଦେବାକୁ ଭାବିଲି କିନ୍ତୁ ତାହା ସମ୍ଭବ ହେଲା ନାହିଁ କାରଣ ସେ ମୋ ସହିତ ଦେଖା କରି ପାରିଲା ନାହିଁ କିନ୍ତୁ ଦେଖା ହେଲା କିଛି ଦିନ ପରେ । ତାହା ମଧ୍ୟ ବେଳେବେଳେ କାଠିକର ପାଠ ହୋଇ ଯାଉଥାଏ । ତାର ବାପା ପ୍ରତିଦିନ ତାକୁ କଲେଜ୍ ଛାଡ଼ିବାକୁ ଆସେ । ଯାହା ଦେଖା ସାକ୍ଷାତ ହୁଏ କେବଳ କଲେଜ୍ ଭିତରେ କିମ୍ୱା କ୍ଲାସ୍ ରୁମ୍ ରେ କିନ୍ତୁ ଯେତେବେଳେ ମୋର ଜନ୍ମଦିନ ଆସିଲା ସେ ମୋତେ ଶୁଭେଚ୍ଛା ନ ଜଣାଇ ତାର ସାଙ୍ଗ ଦ୍ଵାରା କହିଲା । ସେତେବେଳେ ତାର ସବୁ ସାଙ୍ଗ ଯେମିତି ମୋତେ ଶତ୍ରୁ ନଜର ରେ ଦେଖୁଥିଲେ। ଦୁଇ ଦିନ ପରେ ମୁଁ ଗୋଟିଏ ନୂଆ ମୋବାଇଲ କିଣିଲି । ତାଙ୍କ ଘରେ ମୋ ବାପା ଙ୍କୁ ଅପମାନ କରି ଫେରେଇବା ପରେ ମୋର ମନ ଦୁଃଖ ଥିଲେ ମଧ୍ୟ ମୁଁ କିଛି ଭୁଲ ଷ୍ଟେପ ଉଠେଇବାକୁ ଚାହୁଁ ନଥିଲି।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।