Mayank (A ? Love Story)..Last

ମୟଙ୍କ…( ଏକ ପ୍ରଶ୍ନବାଚୀ ପ୍ରେମ କାହାଣୀ ) ଶେଷ ଭାଗ
ସେ ଘଟଣା ପର ଠାରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ମୁଁ ଯେମିତି ପାଗଳ ହୋଇ ଯାଇଥିଲି। କେତେବେଳେ ଖାଉଥିଲି କେତେବେଳେ ଶୋଉଥିଲି, ମୁଁ ନିଜେ ମଧ୍ୟ ଜାଣି ପାରୁ ନଥିଲି। ମୋ ସାଙ୍ଗ ମାନେ ମୋତେ ପ୍ରେମ ପାଗଳ ର ଆଖ୍ୟା ଦେଇ ଦେଲେ କିନ୍ତୁ ଏଠି ମୋର ଦୋଷ ଥିଲା ନା ରୋମି ର ଦୋଷ ଥିଲା ମୁଁ ନିଜେ ଦ୍ଵନ୍ଦ ରେ ପଡ଼ିଲି ? ଆଜିକୁ ତିନି ବର୍ଷ ବିତି ଗଲାଣି ମୋର ପ୍ରେମ ଏକ ପ୍ରଶ୍ନବାଚୀ ହୋଇ ରହି ଯାଇଛି ଯାହାର ଉତ୍ତର ମୁଁ ଆଜି ପର୍ଯ୍ୟନ୍ତ ଖୋଜି ପାଉନି ???
ଏହା ଥିଲା ମୋ ପ୍ରଶ୍ନଵାଚି ପ୍ରେମ କାହାଣୀ । ମୁଁ ତ ଆଉ କେବେ ରୋମି ଆଗକୁ ଯାଇ ପାରିବି ନାହିଁ । ହଁ ତୁ ଯଦି କେବେ ଦେଖା କରିବୁ ତେବେ ମୋର ଛୋଟିଆ ମେସେଜ ତା ପାଖରେ ପହଞ୍ଚେଇ ଦେବୁ ।
ମେସେଜ ଟି ହେଉଛି :
ରୋମି ଲୋ, ଯଦି ମୋ ଖବର ତୋ ପାଖରେ ପହଞ୍ଚି ଯାଉଛି ଏବଂ ମୁଁ କହୁଛି ବୋଲି ମୋ ପାଇଁ ଦୁଃଖ କରିବୁ କି ନାହିଁ ତୋର ଇଛା କିନ୍ତୁ କିଛି ମୋ ମନ ଭିତରେ ସାଇତା ହୋଇ ପଡ଼ି ରହିଛି ତାକୁ କହି ଦେଉଛି, ଏତିକି ଶୁଣି ଦେଇ ଥା !!!
ମଣିଷ ର ସବୁଠୁ ବଡ ଜିନିଷ ହେଉଛି ଇଜ୍ଜତ୍ ! ମୋ ବାପା ର ଇଜ୍ଜତ, ମୋ ଇଜ୍ଜତ କୁ ଭୁଲି ମୁଁ ଶେଷରେ ତୋ ଗୋଡ଼ ଧରିଲି କିନ୍ତୁ ତାହା ମୂଲ୍ୟହୀନ ହୋଇଗଲା । ବହୁ ଚେଷ୍ଟା ରେ ବିଫଳ ହେଲି କିନ୍ତୁ ହାର ମାନି ନଥିଲି କିନ୍ତୁ ଯୋଉ ଦିନ ତୁ ମୋତେ ଚିହ୍ନି ପାରିଲୁ ନାହିଁ। ସେଦିନ ମୁଁ ସତରେ ହାରିଗଲି ଲୋ, ଭାଙ୍ଗି ପଡିଲି, ବହୁତ୍ କଷ୍ଟ ହେଲା । ତୁ ଯଦି ମୋ ହାତ ଧରି ମୋ ସାଙ୍ଗରେ ଆସିବାକୁ ଇଚ୍ଛା ରଖିଥାନ୍ତୁ ତେବେ ତୋର ବାହାଘର ଭାଙ୍ଗିବା ପାଇଁ ମୋତେ ବେଶୀ ସମୟ ଲାଗି ନଥାନ୍ତା କିନ୍ତୁ ତାହା ମୁଁ ଚାହିଁଲି ନାହିଁ ଯଦି ମୋର ଇଜ୍ଜତ ଯାଇଛି ଯାଉ କିନ୍ତୁ ତୋ ଇଜ୍ଜତ ବଜାୟ ରହୁ ବୋଲି ମୁଁ ଚାହିଁଛି । ସବୁ ବେଳେ ତୋର ଖୁସି ଚାହିଁଛି କିନ୍ତୁ ତୁ ମୋର ଖୁସି କୁ ଗୋଟିଏ ଅଲେଖା ପତ୍ର ଭାବେ ଜାଳି ଦେଲୁ ।
ବହୁତ୍ କଷ୍ଟ ହେଲା ଲୋ… ମନେ ମନେ ଭାବିଲି, ଯିଏ ମୋତେ ଭଲ ପାଉଥିଲା ସେ ମୋତେ ବୁଝିଲାନି ?? ତେବେ ସାଙ୍ଗ ଆଉ ସମ୍ପର୍କୀୟ କଣ ବୁଝିବେ? ମୋ ଭଲ ପାଇବା କୁ ?
ଆଜି ମଧ୍ୟ ମନେ ଅଛି… ତୁ କହିଥିଲୁ ନା?? ତମେ ମୋ ଲାଇଫ୍ ରେ ଯେବେଠୁ ଆସିଛ ସତେ ଯେମିତି ଗୋଟିଏ ପରିବର୍ତ୍ତନ ଆସିଛି ମୋ ଜୀବନରେ?? ତାହା କଣ ମିଛ ଥିଲା ?? ସବୁବେଳେ ସାଥୀ ହୋଇ ରହିବାର କଥା ଦେଇଥିଲୁ ନା? ସେ ମନ୍ଦିର ର ଭଗବାନ ସମ୍ମୁଖରେ, ସେ ସବୁ କଣ ଭୁଲିଗଲୁ?
ସେ ଭଗବାନ ଙ୍କୁ ମୋ ବିଷୟରେ ଆଜି ପର୍ଯ୍ୟନ୍ତ କେବେ କିଛି ମାଗିନି ଲୋ, କେବଳ ତୋ ପାଇଁ ଖୁସି ମାଗିଛି । ଏବଂ ମୋ ଗୁହାରି ଭଗବାନ ଶୁଣିଛନ୍ତି ଆଉ ତୋ ଉପରେ ଖୁସି ଅଜାଡ଼ି ଦେଇଛନ୍ତି କିନ୍ତୁ ସେ ଖୁସି ନେଇ ତୁ ଆଉ କାହାର ହୋଇଗଲୁ । ଚାକିରିଆ ପୁଅ ତୋତେ ଦରକାର ଥିଲା ନା? ମୁଁ ମଧ୍ୟ ନିଜକୁ ଉତ୍ତମ ମଣିଷ କରିସାରିଛି କିନ୍ତୁ ଆଉ କିଛି ସମୟ ତୁ ଅପେକ୍ଷା କରି ପାରିଲୁ ନାହିଁ।
ଦୁଃଖ ଲାଗିବନି କେମିତି କହ ?? ମୋ ଭଲ ପାଇବାରେ ଛନ୍ଦ କପଟ ନଥିଲା । କେବଳ ତୋ ଠାରୁ ଭଲ ପାଇବା ର ଇଚ୍ଛା ରଖିଥିଲି । ଜାଣିଛୁ ତୋ ପାଇଁ ଛୋଟ ପିଲା ଭଳି ରାସ୍ତାରେ ଗଡି ଗଡି କେତେ କାନ୍ଦିଛି ? ଖାଲି କାନ୍ଦିନି, କେତେ ଥର ଆତ୍ମହତ୍ୟା ପାଇଁ ମଧ୍ୟ ଚେଷ୍ଟା କରିଛି କିନ୍ତୁ ପୁଣି ପଛକୁ ଫେରି ଯାଉଥିଲି କାରଣ ମୁଁ ମରିବା ପରେ ମୋ ପାଇଁ ତୁ ଦୁଃଖରେ କାନ୍ଦିବୁନି ବୋଲି । ଏକଥା ତ ମନେ ଥିବ ତୋର , ତୁ କହିଥିଲୁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସାଥୀ ହୋଇ ରହିଥିବା ??? କିନ୍ତୁ ଅଧା ବାଟରେ ହାତ ଛାଡ଼ି ଚାଲିଗଲୁ କେମିତି ?? ଏ ପ୍ରତିଶ୍ରୁତି ତୋର କଣ ମିଛ ଥିଲା ??? ମୋତେ ଏବେ ତାହା ପ୍ରତିତ ହେଉଛି ଯେ ତୋର ସବୁ ପ୍ରତିଶ୍ରୁତି, ତୋର ସବୁ ଭଲ ପାଇବା ମିଛ ଥିଲା ।
ଏକଥା କୁ ଶୁଣି ତୋତେ ସବୁ ବେକାର ବେକାର ଲାଗିବ କାହିଁକି ନା ତୁ ଏବେ ତୋ ନୂଆ ସ୍ବାମୀ ସାଙ୍ଗରେ ଭିନ୍ନ ଭିନ୍ନ ଯାଗା ବୁଲୁଛୁ ଦୁନିଆର ମଜା ନେଇଛୁ ମୋର ଭଲ ପାଇବା ମନେ ପଡ଼ିବ କେମିତି ??
ମୋର ମେସେଜ ଟି ତୋତେ ବେକାର ଲାଗିପାରେ କିନ୍ତୁ ଏହି ବେକାର ମେସେଜ ଭିତରେ କେତେ ଦୁଃଖ ଭରି ହୋଇ ରହିଛି ତାହା କେବଳ ମୁଁ ଏବଂ ମୋ ସାଙ୍ଗ ମାନେ ମୁକ ସାକ୍ଷୀ । କେମିତି ତୁ ସବୁ କିଛି ଭୂଲିଗଲୁ ତାହା ମୋ ଜୀବନର ଗୋଟିଏ ପ୍ରଶ୍ନ ହୋଇ ରହିଗଲା ।
ଆଜି ଏହି କାହାଣୀ ମୋ ସାଙ୍ଗକୁ ଶୁଣେଇବା ସମୟରେ କେତେ ଯେ ଲୁହ ବାହାରି ସାରିଛି ତାହା କେବଳ ମୋ ଓଠ ଅନୁଭବ କରିଛି ଏବଂ ମୋ ସାଙ୍ଗ ନିଜ ଆଖିରେ ଦେଖିଛି । ତୁ ମୋ ଭଲ ପାଇବା କୁ ଗୋଡ଼ରେ ଆଡେଇ ଖୁସିରେ ଗୋଟିଏ ଚାକିରିଆ ପୁଅ ସହିତ ବିବାହ କରି ଖୁସିରେ ଥିବୁ ବୋଲି ମୋର ଆଶା ଏବଂ ତୋ ଖୁସି ପାଇଁ ମୁଁ ଭଗବାନ ଙ୍କୁ ଏବେ ମଧ୍ୟ ଡାକୁଛି । ଯେ ତୁ ଯୋଉଠି ରହ ଖୁସିରେ ରହ କିନ୍ତୁ ତୋ ସହିତ ଏମିତି କେବେ ନ ହେଉ, କି ମୋ ଭଲ ପାଇବା କୁ ମନେ ପକେଇ ତୁ କେବେ ଲୁହ ଗଡେଇବୁ !! କାରଣ ସେ କଷ୍ଟ ଟା ମୁଁ ଅନୁଭବ କରିଛି ।
ମୁଁ ଠିକ୍ ଜାଣିଛି ତୁ ସେମିତି କେବେ କରିବୁ ନାହିଁ ଏବଂ ମୁଁ ଏକଥା ମଧ୍ୟ ଜାଣିଛି ମୋର ସବୁ ଚିହ୍ନ ଲିଭେଇ ସାରିଥିବୁ । ମୋ ଭଲ ପାଇବା କୁ ଆହୁତି ଦେଇ ନିଜେ ପବିତ୍ର ହୋଇ ସାରିଥିବୁ ସତ !! କିନ୍ତୁ ସେ ଛାତି ଫଟା କ୍ରନ୍ଦନ ର ଦୁଃଖ ଆଜି ମଧ୍ୟ ମୋତେ ବହୁତ୍ କଷ୍ଟ ଦେଉଛି । ତୋତେ କିଛି ପ୍ରଭାବ ପଡୁ ନଥିବ କିନ୍ତୁ ମୋତେ ଆଜି ମଧ୍ୟ ପ୍ରଭାବ ପଡୁଛି ।
ସତ କହିବୁ?? ମୋ କଥା ତୋତେ କେବେ ମନେ ପଡୁନି ??? ମୋବାଇଲ୍ ରୁ ସିନା ମୋର ମେସେଜ ଫୋଟୋ ଭିଡିଓ ଡିଲିଟ୍ କରି ଦେଇଥିବୁ!! କଣ ମୋ ଭଲ ପାଇବା ଅନୁଭବ ଗୁଡ଼ିକ ମଧ୍ୟ ଡିଲିଟ୍ କରି ଦେଇଛୁ ?? ଆଜି ଏହି ମେସେଜ କେବଳ ତୋ ପାଇଁ କହୁନି। କହୁଛି ସେମାନଙ୍କ ପାଇଁ ଯେଉଁମାନେ ନିଜ ପ୍ରେମିକା କୁ ଅନ୍ଧ ଭଳି ଭଲ ପାଆନ୍ତି ଏବଂ ଶେଷ ମୁହୂର୍ତ୍ତରେ ସେମାନଙ୍କ ପ୍ରେମିକା ତାଙ୍କୁ ଚିହ୍ନି ପାରନ୍ତି ନାହିଁ ।
ମୁଁ ତୋ ପାଇଁ ଏକ ଅଳିଆ ସଦୃଶ୍ୟ ହୋଇଥାଇ ପାରେ । କାରଣ ଯେତେବେଳେ ମୋ ପାଇଁ କିଛି ଜିନିଷ ଆସୁଥିଲା ସବୁ ବ୍ୟବହୃତ ସାମାନ ଆସୁଥିଲା । ଆଜି ମଧ୍ୟ ତୋର ସେ ଗୋଲାପ ଫୁଲ ଟି ମୋ ପାଖରେ ସାଇତା ହୋଇ ପଡ଼ିଛି । ଆଉ ତୁ ସେ ଗୋଲାପ ଫୁଲ ଟିକୁ କୋଉଠୁ ଆଣିଥିଲୁ ତାହା ମଧ୍ୟ ମୋର ଠିକ୍ ମନେ ଅଛି । ମୋତେ ବୁଝିଲୁନି ସତ!!! ମାତ୍ର ମୋ ପ୍ରେମ ମିଛ ନଥିଲା ଲୋ.. ଏବଂ ତାହା କେବେ ମଧ୍ୟ ଲିଭିବ ନାହିଁ। ସବୁବେଳେ ଇତିହାସ ହୋଇ ରହିଯିବ । ଏବେ ତ କେମିତି ବଞ୍ଚିଛି ତାହା ମୁଁ ହିଁ ଜାଣେ!! ଯଦି କେବେ ପୁଣି ମୋ ଜୀବନକୁ ଆସିବାକୁ ଚେଷ୍ଟା କରିବୁ ତେବେ ନା ମୋତେ ପାଇବୁ, ନା ମୋ ଭଲ ପାଇବା କୁ ପାଇବୁ? ରହି ଯାଇଥିବ କେବଳ ଆମ ଭଲ ପାଇବାର ସ୍ମୃତି ଗୁଡ଼ିକ । ଯାହା ସମସ୍ତ ପ୍ରେମୀ ଯୁଗଳ ଙ୍କ ପାଇଁ ଗୋଟିଏ ଶେଷ ଅଧ୍ୟାୟ ହୋଇ ସଦା ସର୍ବଦା ଉଜ୍ଜଳ ମୟ ପୂର୍ବ ଆକାଶରେ ତାରା ହୋଇ ଚମକୁ ଥିବ ।
ତୋର ମୟଙ୍କ…………
ମୟଙ୍କ: ବାସ୍ ଏତିକି ରେ ଆଉ କହିବାକୁ ଧର୍ଯ୍ୟ ନାହିଁ ।
ରାହୁଲ: କାନ୍ଦ ବନ୍ଦ କର !! କଣ ଛୋଟ ପିଲା ଭଳି ଲୁହ ଗଡ଼େଇ ଚାଲିଛୁ ??
ମୟଙ୍କ: ହଉ ଭାଇ ମୁଁ ଏବେ ଆସୁଛି ସଂଧ୍ୟା ହେଲାଣି !!
ରାହୁଲ: ହଉ ଠିକ୍ ଅଛି ମନ ଦୁଃଖ କରେ ନାହିଁ । ତୁ ଯା ଆମେ ପରେ ମୋବାଇଲ ରେ କଥା ହେବା ।
ମୟଙ୍କ : ବାକି ବହୁତ୍ କଥା ରହି ଗଲାରେ ମୋବାଇଲ୍ ରେ କଥା ହେଲେ ବାକି କହିବି,,, ଠିକ୍ ଅଛି ବାଏ!! ଆସୁଛି !!
ନୀଳମାଧବ ଭୂୟାଁ (ଲେଖକ)
ସତ୍ୟନୁମା ଅତୀତ ସମୟରୁ ବର୍ଣ୍ଣିତ କାହାଣୀ ଟିଏ…
ଏହି କାହାଣୀ ପଢ଼ିବା ପରେ କମେଣ୍ଟ୍ କରିବାକୁ ଭୁଲିବେ ନାହିଁ ତଥା ସେୟାର କରିବାକୁ ଭୁଲିବେ ନାହିଁ ।
ଏହି କାହାଣୀ ଭଳି ଆପଣଙ୍କ ପାଖରେ ଯଦି କିଛି କାହାଣୀ ଅଛି ଏବଂ ତାକୁ ବ୍ଲଗ୍ ପୃଷ୍ଠାରେ ସ୍ଥାନ ଦେବାକୁ ଚାହୁଁଛନ୍ତି ତେବେ ମୋ ଇମେଲ ରେ ପଠେଇବାକୁ ଭୁଲିବେ ନାହିଁ ।
ଇମେଲ : nbcisf@gmail.com

By. Bhuyansblog Team.

3 Responses

  1. Bhai Pura kahani bahut dharjya ra saha Padhi parili,padhiba samayare khali akhiru luhara dhara bohi jauthila,satare jie prakuta prema karichi se hin janichi prema ra mahatwa..

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading