ଖୁସିରେ ରହିବାର ଉପାୟ

#khusirekemiti rahibe, #ଖୁସିରେ କେମିତି ରହିବେ, #ଖୁସି କେମିତି ପାଇବେ, #ଖୁସି, #ଖୁସିରେ ରହିବାର ଉପାୟ, ଉପାୟ
ଖୁସିରେ ରହିବାର ଉପାୟ
ଆପଣ ଆପଣଙ୍କ ଦୈନନ୍ଦିନ ଜୀବନରେ ଖୁସି ଅଛନ୍ତି କି ??
ମୁଁ ଜାଣିଛି ମୋ ପ୍ରଶ୍ନକୁ ଆପଣ ହଁ କିମ୍ବା ନା ରେ ଉତ୍ତର ଦେଇ ପାରିବେ ।
 ଆମେ ସମସ୍ତେ ଜାଣୁ ପ୍ରକୃତ ସତ୍ୟ କଣ ?
 
ସତ୍ୟ ହେଉଛି ଯେ ମନୁଷ୍ୟ ଜୀବନରେ ଲାଳସା କେବେ ଶେଷ ହୁଏ ନାହିଁ ।
 
ମୁଁ ଏହା ମଧ୍ୟ କହିବି ଯେ କିଛି ଲୋକ ସେମାନଙ୍କ ଜୀବନରେ ବହୁତ ଖୁସି ଅଛନ୍ତି | କାରଣ ସେମାନେ ନିଜ ଜୀବନ ବଞ୍ଚିବାର ଏକ ଉପାୟ ଖୋଜି ପାଇ ସାରିଛନ୍ତି।  
ଯଦି ଆପଣ ମଧ୍ୟ ଖୁସିରେ ଅଛନ୍ତି, ତେବେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରିବି ଯେ ଆପଣ ସର୍ବଦା ଏହିପରି ଖୁସି ରେ ରୁହନ୍ତୁ ।
କିନ୍ତୁ କିଛି ଲୋକ ବହୁତ୍ ଦୁଃଖୀ ରୁହନ୍ତି | ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଖୁସି ବ୍ୟକ୍ତିଙ୍କୁ ଦେଖିବା ପରେ  ବେଶୀ ଦୁଃଖୀ ହୋଇ ଯାଆନ୍ତି । ଯଦି ଆପଣ ଏକ ସୁଖମୟ ଜୀବନ ବିତାଉଛନ୍ତି ତେବେ କିଛି ଲୋକ ଆପଣଙ୍କୁ ଦେଖିବା ପରେ ନିଶ୍ଚୟ ଈର୍ଷା କରୁଥିବେ ।
 
ଏହାର ଗୋଟିଏ କାରଣ ହେଉଛି “ଲୋଭ” ।
 
ଏହି ଲୋଭ/ଲାଳସା ଆମ ଜୀବନର ଗୋଟିଏ ଅଙ୍ଗ ହୋଇଗଲାଣି | ଅଙ୍ଗ ସହିତ ଏହା ଆମର ଦୈନନ୍ଦିନ ଜିବନର ଅଭ୍ୟାସରେ ପରିଣତ ହୋଇ ଗଲାଣି ।
 
ଏହି ଲୋଭ ମୟ ଜୀବନରେ ଲୋକମାନେ ଅନ୍ୟ କୁ ଦେଖି ଖୁସି ହେବା ବଦଳରେ ଦୁଃଖୀ ହୁଅନ୍ତି ।  
ସେମାନେ ସବୁବେଳେ ଚିନ୍ତା ରେ ଦିନ ବତାଉଛନ୍ତି।  
ଯେମିତି କି ସେମାନେ କେତେ ରୋଜଗାର କରିବେ ସେ ବିଷୟରେ ଚିନ୍ତା । ସବୁଠୁ ବଡ ଚିନ୍ତା ହେଉଛି କେତେ ଖର୍ଚ୍ଚ କରିବେ ।
 
ଏହି ଚିନ୍ତାର କାରଣ ହେଉଛି “ଟଙ୍କା” |
କାରଣ ଆମ ଭବିଷ୍ୟତ ପାଇଁ ଆମକୁ କିଛି ଟଙ୍କା ସଞ୍ଚୟ କରିବାକୁ ପଡିବ |
ଏବଂ ଟଙ୍କା ସଞ୍ଚୟ କରି ଆମେ ଆମର ଭବିଷ୍ୟତ ସହିତ ଖୁସିରେ ବଞ୍ଚିବା ବୋଲି ପ୍ରୟାସ କରି ଚାଲୁଛୁ |
 
ମାତ୍ର ଖୁସି ଆମେ ପାଇ ପାରୁନୁ ।
 ତୁମେ ଆଜି ଯେତିକି ରୋଜଗାର କରୁଛ ସେଥିରେ କଣ ତୁମେ ଖୁସି ହୋଇପାରିବ ନାହିଁ ???
 ମୁଁ କହିବି ତୁମେ ଖୁସି ହୋଇପାରିବ ଏବଂ ଖୁସିରେ ମଧ୍ୟ ରହିବ କିନ୍ତୁ କିଛି ଲୋକ ଏହି ଖୁସି କୁ ଅନୁଭବ କରିପାରନ୍ତି ନାହିଁ |
 
ମୁଁ କହିବି ଆପଣଙ୍କ ପାଖରେ ଯଦି ଅଳ୍ପ ଟଙ୍କା ଅଛି  ତେବେ ଆପଣ ସେହି ଅଳ୍ପ ଧନରେ ଖୁସିରେ ରହିବାକୁ  ଚେଷ୍ଟା କରନ୍ତୁ।
ତଥାପି ଆପଣ ଖୁସି ଖୋଜୁଛନ୍ତି, ତେବେ ମୁଁ ଏହା କହି ପାରିବି ନାହିଁ ଯେ ଆପଣ ଏହି ଖୁସି କେବେ ପାଇବେ ?
 
କିନ୍ତୁ ମୁଁ ପୁଣି କହିବି ତୁମ ପାଖରେ ଥିବା ବର୍ତ୍ତମାନ ଅର୍ଥ ସହିତ ଆଗକୁ ବଢି ପାରିବେ ଏବଂ ସେ ସ୍ୱଳ୍ପ ଧନରେ ଖୁସି ଖୋଜିବା ସହିତ ଖୁସିରେ ରହିବାକୁ ଉପାୟ ଖୋଜନ୍ତୁ ।
 ଈର୍ଷା ଆଉ ଲୋଭ କୁ ପରିତ୍ୟାଗ କରନ୍ତୁ।  
 
ମୁଁ କହିବି ତୁମେ ନିଶ୍ଚିତ ଭାବେ ଖୁସି କୁ ଅନୁଭବ କରି ପାରିବ ।
 
ଏହି ନିୟମ କୁ ନିଜ ଜୀବନ ଶୈଳୀ ରେ ସମାନ ଭାବରେ ତୋଳିବାକୁ ଚେଷ୍ଟା କରନ୍ତୁ ଆପଣ ନିଶ୍ଚିତ ଭାବରେ ଖୁସି ଅନୁଭବ କରିବେ |
 ଧନ୍ୟବାଦ….
 ନୀଳମାଧବ ଭୂୟାଁ ଙ୍କ ଦ୍ଵାରା …

If the contents helpful so share to your friends, Thanking You.

Tagged:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading