Lesson 2

Story, based on real story
lesson end

ମୁଁ କହିଲି ମାଉସୀ ତମେ ଯୋଉ ଘରେ ରହୁଥିଲ ସେ ଘରେ ଆମେ ଆଗରୁ ରହୁଥିଲୁ କିନ୍ତୁ ସବୁ ସାଙ୍ଗ ରୁମ୍ ଚେଞ୍ଜ କରିଦେଲେ ସେଥିପାଇଁ ମୁଁ ଗୋଟିଏ ରୁମ୍ ର ଭଡ଼ା ଦେଇ ପାରିବିନି ଭାବି ପୁଣି ସାଙ୍ଗ ମାନଙ୍କ ରୁମ୍ ରେ ରହିବାକୁ ଚାଲି ଗଲି । ସେ ରୁମ୍ ରେ ଯେତିକି ଲାଇଟ୍ କାମ ସବୁ ମୁଁ କରିଛି। ଯଦି କେବେ କଣ ଖରାପ ହୁଏ ତେବେ ମୋତେ ଡାକିବ କାରଣ ମୁଁ ଇଲେକ୍ଟ୍ରିାଲ କାମ ଜାଣେ ଏବଂ ମାଉସୀ ଙ୍କୁ ଗୋଟିଏ କାଗଜ ରେ ମୋର ନମ୍ୱର୍ ଟିକୁ ଲେଖି ହାତରେ ଦେଲି।

ଠିକ୍ ସେତିକି ବେଳେ ପାୟଲ ମାନେ ସୁମିତା ଆସି ପହଁଚିଲା । ମୋତେ ଦେଖି ନ ଦେଖିଲା ଭଳି ସେ ଘର ଭିତରକୁ ସ୍କୁଟି ଉଠେଇବାକୁ ଲାଗିଲା । ଦେଖିବାକୁ ସେତେ ଖାସ୍ ନୁହଁ କିନ୍ତୁ ଷ୍ଟାଇଲ କମ୍ ନୁହଁ ?? ମୁଁ ଥରେ ଭାବିଥିଲି ଲାଇନ୍ ମାରିବାକୁ କିନ୍ତୁ ମୋତେ ଦେଖି ଦିନେ ସେ ମୁହଁ ମୋଡ଼ିବା ପରେ ମୁଁ ଭାବିଲି ତୋ ଠାରୁ ଅଧିକ ସୁନ୍ଦର ଝିଅ ଦେଖିଛି କିନ୍ତୁ ତୋର ର ଭାଉ କମ୍ ନାହିଁ ଭାବି ତାର ପିଛା କରିବା ଛାଡ଼ି ଦେଇଥିଲି କିନ୍ତୁ କେବେ ଆଶା କରି ନଥିଲି ଯେ ସେ ମୁହଁ ମୋଡିବା ଝିଅ ମୋ ପକେଟ୍ କାଟିବ !!!

ସେ ସ୍କୁଟି କୁ ଭିତରକୁ ଉଠେଇବା ସମୟରେ ମୁଁ ସ୍କୁଟି କୁ ଉଠେଇବା ରେ ସାହାଯ୍ୟ କରି ପଚାରିଲି ” ଆଉ ପାୟଲ କେମିତି ଅଛ??” ଏତିକି ଶୁଣି ତାକୁ ଯେମିତି ଶକ୍ ଅନୁଭବ ହେଲା । ସେ ପଛକୁ ନ ବୁଲି ସିଧା ଘର ଆଡ଼କୁ ମୁହଁକରି ‘ ମାମା ଆସୁଛି’ କହି ଘର ଭିତରକୁ ଚାଲିଗଲା ।

ପ୍ରାୟ ଆଠ ମାସ ପରେ ଚୋର ଧରା ପଡ଼ିଛି । ଭାବିଲି ଛାଡ଼ିବି ନାହିଁ ସୁଧ ମୂଳ ସହ ସବୁ ବାହାର କରିବି କହି ନିଜ ରୁମ୍ କୁ ଫେରିଲି। ରୁମ୍ କୁ ଯାଇ କଲ୍ କରିଲି, ପୁଣି ବ୍ଲକ ଦେଖାଇଲା। ମୁଁ ମେସେଜ କରି କହିଲି “ବ୍ଲାକ ଲିଷ୍ଟ ରୁ ହଟାଇ ମୋ ସହିତ କଥା ହୁଅ ନହେଲେ ତୁମର ସବୁ କଳା ଚିଠା ତମ ବାପା ମାଙ୍କ ପାଖରେ ପହଞ୍ଚେଇ ଦେବୀ” ।

ଠିକ୍ ଗୋଟିଏ ମିନିଟ୍ ପରେ କଲ୍ ଆସିଲା। ସରି କହି କହିଲା, ତମର ୫୦୦୦ ଟଙ୍କା ଫେରେଇ ଦେବୀ ତମେ କିଛି କରିବ ନାହିଁ । ମୁଁ କହିଲି ଖାଲି ୫୦୦୦ ନୁହଁ ତା ପୂର୍ବରୁ କେତେବେଳେ ୨୦୦ କେତେବେଳେ ୧୦୦ ସବୁ ମିଶି ୭୧୦୦ ଟଙ୍କା ହେଉଛି, ସବୁ ଫେରେଇବୁ । ସେ ମୋର ସବୁ କଥା ମାନିଲା। କହି ଫୋନ୍ କାଟିଦେଲା।

ତା ପ୍ରତି ଆଉ ଭଲ ପାଇବା ନଥିଲା କାରଣ ପାଠ ପଢା ରେ ଧ୍ୟାନ ଅଧିକା ଥିଲା। ଆଗକୁ ପରୀକ୍ଷା ଥିଲା । ପରୀକ୍ଷା ସରିଲା। ପରୀକ୍ଷା ର ଦୁଇ ଦିନ ପରେ ତାଙ୍କ ମା ମୋତେ ଫୋନ୍ କରି ଡାକିଲେ କହିଲେ, ଆମ ହିଟର ଟା ଜଳି ଯାଇଛି। କଇଲ୍ ଆଣିଛି ତାକୁ ଲଗେଇ ଦେବ ?? ମୁଁ ହଁ କରି ପହଞ୍ଚିଲି ତାଙ୍କ ଘରେ।

ସେଠୀ ସୂମିତା ମାନେ ମୋର ଏକ୍ସ୍ ଗାର୍ଲଫ୍ରେଣ୍ଡ । ଚେୟାର ଉପରେ ବେଶୀ କ୍ୟାଣ୍ଡି କ୍ରସ ଖେଳୁଥିଲା ମୋତେ ଦେଖି ସେ ପୁଣି ଡରରେ ଠିଆ ହୋଇଗଲା। ମାଉସୀ ମୋତେ କହିଲେ ଝିଅ ଏଠି ଅଛି କଣ ଦରକାର ପଡ଼ିବ ତାକୁ କହିବ !! କିନ୍ତୁ ସେ ମନା କରିଲା । ମାଉସୀ କହିଲେ ତୁ ଏଠି ରହ?? ମୁଁ ଯାଉଛି ବାଥରୁମ୍ । ମାଉସୀ ଗଲା ପରେ ମୁଁ ପଚାରିଲି ‘ କଣ ପାଇଁ ଏମିତି କରିଲ?? ସେ କିଛି ଉତ୍ତର ନ ଦେଇ ଚୁପ୍ ରହିଲା?? ପୁଣି ପଚାରିଲି ‘ ଆଚ୍ଛା ମୋ ନମ୍ବର୍ କୋଉଠୁ ପାଇଲ?? ସେ କହିଲା, ଖଟ ର କାଠ ରେ ଲେଖା ହୋଇଥିଲା। ମୁଁ କହିଲି ତମେ ଭାବୁଥିଲ ନା ମୁଁ ବକରା ବନେଇ ବ୍ଲାକ ଲିଷ୍ଟ ପକେଇଲେ ଜଣା ପଡ଼ିବ ନାହିଁ ?? କିନ୍ତୁ ମନେ ରଖ ଚୋର ଆଜି ନହେଲେ କାଲି ନିଶ୍ଚୟ ଧରା ପଡ଼ିବ।

ମୁଁ କହିଲି ଯାହା ତ ସ୍ଵପ୍ନ ଦେଖେଇ ଥିଲ ତାହା ମିଛ ଥିଲା କିନ୍ତୁ ମୋ ଟଙ୍କା ମୋତେ ଶୀଘ୍ର ଫେରାଇ ଦିଅ ନହେଲେ ତମର ସବୁ ଚାଟ୍ ସ୍କ୍ରିନ ଶଟ ରଖିଛି। ସବୁ ତମ ଘରେ ଦେଖେଇ ଦେବୀ । ସେ ତା ରୁମ୍ କୁ ଦୌଡିଗଲା ଏବଂ ୫୦୦ ଟଙ୍କା ନେଇ ଆସି କହିଲା ଏତିକି ନିଅ ବାକି ଧିରେ ଧୀରେ ଫେରେଇ ଦେବୀ।

ଏତିକିବେଳେ ମାଉସୀ ଆସି ପହଞ୍ଚିଲେ। କଥା ବାର୍ତ୍ତା ଭିତରେ କାମ କରୁଥିଲି ଏବଂ ୧୦ ମିନିଟ୍ ଭିତରେ ହିଟର୍ କାମ ସାରି ଘରକୁ ଫେରିଲି।

ଘରକୁ ଆସି ଭାବିଲି । ଦୁନିଆରେ ସବୁ ଝିଅ ମାନେ ଖରାପ ନୁହଁ କିନ୍ତୁ ଏମିତି କିଛି ଝିଅ ମାନଙ୍କ ପାଇଁ ଝିଅ ମାନଙ୍କ ଉପରେ ବିଶ୍ୱାସ ଉଠି ଯାଉଛି। ଝିଅ ମାନେ ଏତେ ତଳକୁ କାହିଁକି ଖସି ଯାଉଛନ୍ତି। ତାର ମା ଙ୍କ ଦେହ ଠିକ୍ ଥିଲା । ସେ ଟଙ୍କା ନେଇଥିଲା କଣ ପାଇଁ ତାହା ମୁଁ ମଧ୍ୟ ଜାଣିନି ଅବ ପଚାରିବାକୁ ଚେଷ୍ଟା କରିନି । କିନ୍ତୁ ମୋର ମନରେ ସବୁ ବେଳେ ଗୋଟିଏ ପ୍ରଶ୍ନ ଉଠେ ଯେ ପାଠ ପଢ଼ିବା ଝିଅ ମାନଙ୍କୁ ଏତେ ଟଙ୍କା ର ଆବଶ୍ୟକ କଣ ? ଘରୁ ପକେଟ ମନି ନିଶ୍ଚୟ ମିଳୁଥିବ। ଯଦି ଅବା ନ ମିଳୁଛି କାହାଠୁ ମିଛ କହି ଅବା ମିଛ ଭଲ ପାଇବା ଦେଖେଇ ଟଙ୍କା ଆଣିବା କଣ ଠିକ୍ ?? ମୋର ମତରେ ବିଲକୁଲ ଠିକ୍ କଥା ନୁହଁ??

ଆଜିକୁ ଦୁଇ ବର୍ଷ ବିତି ଗଲାଣି। ବେଳେବେଳେ ମାଗିବା ପରେ ଟଙ୍କା ଫେରାଏ କିନ୍ତୁ ତାହା କେତେବେଳେ ୫୦୦ ତ କେତେବେଳେ ୨୦୦ । ଆଜି ପର୍ଯ୍ୟନ୍ତ କେବଳ ୩୭୦୦ ଟଙ୍କା ସେ ମୋତେ ଫେରାଇଛି। ବାକି ସେ ଟଙ୍କା କେତେ ବର୍ଷରେ ମିଳିବ ତାହା ମୁଁ ଜାଣିନି । ତାର ସବୁ ମେସେଜ ଆଉ ଚାଟ୍ କେବେଠାରୁ ଡିଲିଟ୍ କରି ସାରିଲିଣି କିନ୍ତୁ ମୋ ସହିତ ଯେଉଁ ଧୋକା ହୋଇଥିଲା ତାହା ଆଜି ମୋତେ ଗୋଟିଏ ବଡ ଲେସନ୍ ମୋତେ ଶିଖେଇ ଦେଲା । ଯେ ପ୍ରତ୍ୟେକ ମଣିଷ ସମାନ ନୁହଁ ଏବଂ ଆଖି ବନ୍ଦ କରି ଭଲ ପାଇବା ଅବା କାହାକୁ ବିଶ୍ୱାସ କରିବା ଅନୁଚିତ୍ ।

ମୋର ଭଳି ବହୁ ଯୁବକ ଯୁବତୀ ଏମିତି ଧୋକା ର ଶିକାର ହୁଅନ୍ତି କିନ୍ତୁ ମୁଁ ଆଶା କରୁଛି ମୋର ଏହି କାହାଣୀ ଟି ପଢ଼ିବା ପରେ ଆପଣ କିମ୍ବା ଆପଣଙ୍କ ବନ୍ଧୁ ମଧ୍ୟ ଏମିତି ଧୋକା ର ଶିକାର ହେବେ ନାହିଁ ।

ଏହି ଲେସନ୍ କାହାଣୀ ଟି ଏକ ସତ୍ୟ ଘଟଣା ଉପରେ ଆଧାରିତ । ଯଦି ଭଲ ଲାଗିଛି ତେବେ ନିଜ ସାଙ୍ଗ ମାନକୁ ସେୟାର କରିବାକୁ ଭୁଲିବେ ନାହିଁ ।

( ଏହି କାହାଣୀ ର ବ୍ୟକ୍ତି ଜଣକ ନିଜର ପରିଚୟ ଗୁପ୍ତ ରଖିବାକୁ ଚାହିଁଛନ୍ତି )

||| ଧନ୍ୟବାଦ |||

ନୀଳମାଧବ ଭୂୟାଁ (ଲେଖକ)

If the story intresting so share to your friends, Thanking You.

Categories:

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading