Love You Priya…

Love you all,love,priya




କଲେଜ୍ ଯାଉଛି କହି
ଘରୁ ବାହାରେ ସିନା,
ତୁମ କୁ ଦେଖା କରିବା ପାଇଁ ତ
ଇଏ ମୋ ଗୋଟିଏ ବାହାନା ।

ହାତରେ ଧରି ମୁଁ ଖାତା କଲମ
ଚାଲିଯାଏ ଘରୁ ବାହାରି,
ତୁମକୁ ଦେଖିଲା ପରେ ଲାଗେ ମୋତେ
ଆକାଶରୁ ଖସି ଆସିଛ ପରୀ ।

ଶ୍ରେଣୀ ଗୃହରେ ମୁଁ ଖୋଲିଦିଏ ସିନା
ବହି ଖାତା କଲମ କୁ,
ହେଲେ ସେଠୀ ପାଠ ବଦଳରେ
ଲେଖିଦିଏ ତୁମ ନାମ କୁ ।

ପିରିୟଡ଼ ସାରି ଆସ ଯେବେ
କ୍ଲାସ୍ ବାହାରକୁ,
ଛାତିରୁ ମୋର ହୃଦୟ ଟା
ଚାଲିଯାଏ ଶ୍ମଶାନ କୁ ।

ସାଙ୍ଗ ମେଳ ଛାଡ଼ି ଚାଲିଆସି
ଖୋଜିବୁଲେ କେବଳ ତୁମକୁ,
ବାହାରେ ତମକୁ ଦେଖିଲା ପରେ ଲାଗେ
ଯେମିତି ପାଇଗଲି ମୋ ପରୀକୁ ।

ତୁମର ସେ ନାଲିଆ ଓଠର
ହସକୁ ଥରେ ଦେଖିଲେ,
ଲାଗେ ଯେମିତି ସାରା ପୃଥିବୀର ଖୁସି
ଅଜାଡ଼ି ଦେଲ ମୋ ଝୋଲାରେ ।

ବହୁ ଚେଷ୍ଟା ପରେ ବିଫଳ ହେଲି ମୁଁ
କହିବାକୁ ଦୁଇ ପଦ,
ତୁମ ମୁଖରୁ ଶୁଣି ସେଇ ପଦେ କଥା
ହୋଇଗଲି ମୁଁ ନିଶବ୍ଦ ।

ସତରେ ତମେ ମୋ ମନର ପରୀ ଟେ
ଜାଣି ଗଲ ସବୁ କଥା,
ଉଭେଇ ଗଲା ମୋ ଦୁଃଖ ଯେତେ ସବୁ
ବୁଝିଗଲ ଯେବେ ମୋ ମନ ବ୍ୟଥା।

ପାଇଛି ଆଜି ମୁଁ ତମକୁ
ମୋ ଗେଲି ଓ ସୁନା କଣ୍ଢେଇ,
ଏହି ପ୍ରେମ କୁ ସଦା ତାଜା ରଖିଥିବ
ଯିବ ନାହିଁ କେବେ ଭଣ୍ଡେଇ।

ମୋ ଭଲ ପାଇବା ସ୍ମୃତି କରି ସବୁ
ଚାଲି ଜୀବନୀ କହି ସରି,
ତୁମେ ମୋ ଆକାଶ ତୁମେ ଧରଣୀ
ଯୋସ୍ନା ପିୟୁଷର ଅନ୍ତ ଜଳ ଢାଳି
ଯିବ ନାହିଁ ଏକା କରି ।

Love You My Sweet Priya…

By. Puja Swain (Writer)

Kids Stories by Puja Swain

ସାଙ୍ଗ ନା ପ୍ରେମିକା???

If the contents helpful so share to your friends, Thanking You.

One thought on “Love You Priya…”

Leave a Reply

Your email address will not be published. Required fields are marked *