ସମ୍ପର୍କ ର ଚନ୍ଦ୍ରବିନ୍ଦୁ…2

https://www.bhuyansblog.com/2021/09/Chandrabindu1.html
ଚନ୍ଦ୍ରବିନ୍ଦୁ…2

କିଛିଦିନ ପରେ ଭାଉଜ ଭାଇ ସହିତ ବାଙ୍ଗାଲୋର ଚାଲିଗଲେ ଏବଂ ମା ଙ୍କ ଦେହ ଖରାପ୍ ଯୋଗୁ ତନୁଜା କୁ କିଛି ଦିନ ପାଇଁ ଆମ ଘରେ ରହିବାକୁ ପଡ଼ିଲା। ଯେତେବେଳେ ତନୁଜା ପୁଣି ଆମ ଘରେ ରହିବାକୁ ଲାଗିଲା । ମୋ ଖୁସି ଦୁଇ ଗୁଣ ହୋଇଗଲା।

ରାତି ଦିନ ସବୁବେଳେ ଦେଖା ହୁଏ । ବେଳେବେଳେ ବୁଲାବୁଲି ସହିତ ଆମେ ବହୁତ୍ ଗପୁ। କହିବାକୁ ଗଲେ ଏତେ ଖୁସି ମିଳିଥିଲା, ମୁଁ ଭାବିଲି ସବୁ ଖୁସି ମୋ ପାଖରେ ଅଛି କାରଣ ମୋ ତନୁଜା ମୋ ପାଖରେ ଥାଏ।

କିନ୍ତୁ ସେ ଖୁସି ମଧ୍ୟ ଅଳ୍ପ ଦିନର ଥିଲା । କିଛି ଦିନ ପରେ ତାଙ୍କ ବାପାଙ୍କ ଦେହ ଖରାପ ହେଲା ସେ ପୁଣି ଫେରିଗଲା ନିଜ ଘରକୁ।

କିନ୍ତୁ ଫୋନ୍ କଥା ବାର୍ତ୍ତା ପ୍ରତିଦିନ ଚାଲିଥାଏ। କିଛି ଦିନ ପରେ ଭାଉଜ ଙ୍କ ଖୁସି ଖବର ଆସିବା ପରେ ତନୁଜା ଭାଉଜ ଙ୍କୁ ସାହାଯ୍ୟ କରିବା ପାଇଁ ବାଙ୍ଗାଲୋର ଗଲା । ସେଠୀ କିଛି ଦିନ ରହିବା ପରେ ସମସ୍ତେ ଫେରି ଆସିଲେ । ସେଠୀ ମଧ୍ୟ କଥା ବାର୍ତ୍ତା ଚାଲିଥାଏ କିନ୍ତୁ ତାର ଭଉଣୀ ମାନେ ମୋ ଭାଉଜ ଜାଣି ନଥିଲେ ଏବଂ ଘରେ ଗୋଟିଏ ବେବି ଆସିଲା । ଘର ର ମାହୋଲ ପୁରା ଖୁସି ରେ ଉତ୍ସବ ଭଳି ଲାଗୁଥିଲା ।

.

..

….

…..

ଆରେ ଛାଡ଼ ଆଉ କହିବି ନାହିଁ ।

ଜିତେନ୍ଦ୍ର: କାହିଁକି?

ରିତେଶ: ଦେଖ ସେମାନେ, ଘୁଙ୍ଗୁଡ଼ି ମାରିଲେଣି ।

ଜିତେନ୍ଦ୍ର: ଆବେ ସେମାନଙ୍କୁ ଫୁଲ ନିଶା ହୋଇ ଯାଇଛି, ମୁଁ ତୋ କାହାଣୀ ଶୁଣିବି ତୁ କହି ଚାଲ ।

ମାନେ ଆଜି ହନୁ ଆସିବ, ଲଙ୍କା ଜଳିବ ତାପରେ ନାଚ ଭାଙ୍ଗିବ ।

ରିତେଶ: ମୁଁ ତୋତେ କଣ ରାମାୟଣ, ସୁଣୋଉଛି କୀ ?

ଜିତେନ୍ଦ୍ର: ଆବେ, ମଜା କରୁଛି, ମାଡ଼ି ଚାଲ, ମୁଁ ଚେତା ଅଛି ଶୁଣିବାକୁ। ଯେତେବେଳେ ନିଦ ଆସିବ କହିଦେବି ।

ରିତେଶ: ହଉ ଶୁଣ!

ତାପରେ ଦେଖା ସାକ୍ଷାତ ଚାଲୁ ରହିଲା। ଏହି ଭିତରେ ତନୁଜା ଗୋଟିଏ ସ୍କୁଲ ରେ ମାଷ୍ଟରାଣୀ ଭାବେ ରହିଲା ।

ଜିତେନ୍ଦ୍ର: କଣ ଜ୍ୟୋତି ମାଷ୍ଟରାଣୀ ??

ରିତେଶ: ନା ବେ, ତନୁଜା ମାଷ୍ଟରାଣୀ? ତୁ ମଧ୍ୟ ମଜା ନେଉଛୁ ନା ମୋର?

ଏହି ଭିତରେ ମୁଁ ଏସ୍ ଏସ ସି ପରୀକ୍ଷା ଦେଲି ଆଉ ଗୋଟିଏ ଥର କେ ପାସ୍।

୨୦୧୪ ଅଗଷ୍ଟ ମାସ ର ଦିନେ ସଂଧ୍ୟାରେ ଭୁବନେଶ୍ଵର ର ପାର୍କ ରେ ତନୁଜା ଆଉ ମୁଁ ବସି ଥାଉ। ସେ ପଚାରୁ ଥାଏ । ତମର ଚାକିରି କଥା କଣ ହେଲା ? ମୋତେ ଅଳ୍ପ ଖରାପ ଅନୁଭବ ହେଲା। ଗାର୍ଲ୍ ଫ୍ରେଣ୍ଡ୍ ଆଗରେ ମୋତେ ଅଳ୍ପ Insult ଅନୁଭବ ହେଉଥିଲା।

ମାତ୍ର ଠିକ୍ ସେହି ସମୟର ଘରୁ କଲ୍ ଆସିଲା ଆଉ ସେପଟୁ କହିଲେ ଆରେ କୋଉଠି ଅଛୁ ତୁ? ଘରକୁ ଆସେ ତୋର ଏସ ଏସ ସି ର କଲ୍ ଲେଟର ଆସିଛି। ମୁଁ ଖୁସିରେ ପାଗଳ। ମୋ ଖୁସି କୁ ତନୁଜା ସହିତ ସେୟାର କରିଲି। ସେ ପ୍ରଥମେ ଖୁସି ହେଲା କିନ୍ତୁ ପରେ ଦୁଃଖୀ ହେଲା । କାରଣ ସେ ଚାହୁଁ ନଥିଲା କି ମୁଁ ବାହାରକୁ ଯାଏ। ମୁଁ ପଚାରିଲି କଣ ହେଲା? ମୋର ସିଲେକ୍ଟ ହୋଇ ଯାଇଛି ଶୁଣି ତମେ ଦୁଃଖୀ କାହିଁକି ?? ତନୁଜା କହିଲା, ଚାକିରି ପାଇଛ ବୋଲି ତ ଖୁସି କିନ୍ତୁ ତମେ ମୋ ଠାରୁ ଦୂରେଇ ଯିବ। ସେଇଟା ମୋର ସବୁଠୁ ବଡ ଦୁଃଖ। ଗୋଟିଏ କାମ କରିଲେ ହେବ ନାହିଁ । ତମେ ଚାକିରି କର ନାହିଁ। ମୁଁ ସ୍କୁଲ୍ ରେ ରହିଛି । ଆଉ କିଛି ଦିନ ପରେ ଯଦି ମୋର ରେଗୁଲାର ହୋଇ ଯାଏ ତେବେ ଆମର ଅସୁବିଧା ହେବ ନାହିଁ । କିନ୍ତୁ ମୁ କହିଲି । ଜବ୍ ତ ମୋର ନିହାତି ଦରକାର। ଯଦି ଏହି ଜବ୍ କୁ ମୁଁ ହାତ ଛଡା କରେ ତେବେ ମୋତେ ପୁରା ଲାଇଫ ଅନୁତାପ କରିବାକୁ ପଡ଼ିବ ।

ହଁ ଯଦି ଅନ୍ୟ ଚାକିରି କରିବାକୁ ଇଚ୍ଛା ତେବେ ଏହି ଚାକିରି ଭିତରେ ରହି ଅନ୍ୟ ଚାକିରି ପାଈଁ ଚେଷ୍ଟା କରିବି । ଯଦି ଅନ୍ୟ ଚାକିରୀ ହେବ ତେବେ ଭଲ କଥା ନହେଲେ ମଧ୍ୟ ମୁଁ ଏହି ଚାକିରି ରେ ଥିବି ନା ?

ମୋର ଏତିକି କଥା ଶୁଣି ସେ ମଧ୍ୟ ଖୁସି ହୋଇଗଲା ଆଉ ମୋତେ କହିଲା ଠିକ୍ ଅଛି କିନ୍ତୁ ତମ ବାଟକୁ ମୁଁ ଅପେକ୍ଷା କରିଥିବି ଆଉ ମୁଁ ତୁମ ଛଡ଼ା ଆଉ କାହାକୁ ବିବାହ କରିବି ନାହିଁ। ମୁଁ ମଧ୍ୟ ତାକୁ କଥା ଦେଲି । ନିଶ୍ଚୟ ତନୁଜା । ମୁଁ ମଧ୍ୟ ତୁମ ବିନା ବଞ୍ଚିବା ଅସମ୍ଭବ ।

ତନୁଜା ମୋତେ ଅନୁମତି ଦେଲା ଯେ, ଯାଅ ଭଲରେ ଟ୍ରେନିଂ କରି ଆସ।

କିଛି ଦିନ ପରେ ମୋତେ ଟ୍ରେନିଂ ପାଇଁ ଯିବାକୁ ପଡିଲା । ଟ୍ରେନିଂ ଯିବା ପୂର୍ବରୁ ସେ ମୋତେ ଭୁବନେଶ୍ଵର ଷ୍ଟେସନ କୁ ଦେଖା କରିବାକୁ ଆସିଥିଲା। ମୋତେ କାନ୍ଦ ଚେହେରା ରେ ବିଦାୟ କରିଲା। କାରଣ ଭଲ ପାଇବା ଏତେ ବଢି ଯାଇଥିଲା ଯେ କିଏ କାହାକୁ ଦୂରେଇ ଯିବାକୁ ଚାହୁଁ ନଥିଲୁ କିନ୍ତୁ ଟ୍ରେନିଂ ପାଇଁ ଯିବାକୁ ହେବ। ସେଥିପାଇଁ ମୋତେ ଯିବାକୁ ପଡିଲା।

ଟ୍ରେନିଂ ରେ ପହଞ୍ଚିଲି। ପ୍ରତିଦିନ କଥା ବାର୍ତ୍ତା ଚାଲିଥାଏ। ଟ୍ରେନିଂ ର କିଛି ଦିନ ପରେ ମୋତେ ପ୍ରଥମ ସାଲେରୀ ମିଳିଲା। ଏକା ଥରକେ ବହୁତ୍ ଟଙ୍କା ମିଳିଲା। ମୁଁ ସେ ଟଙ୍କା କୁ ଦେଖି ବିଶ୍ୱାସ କରି ପାରିଲି ନାହିଁ।

ଏମିତି ସମୟ ଥିଲା ଆମେ ୧୦୦ ଟଙ୍କା ନେଇ କଲେଜ୍ ଯାଇ ଆସୁଥିଲି ଏବଂ ସେ ୧୦୦ ଟଙ୍କା କାଳେ ଖର୍ଚ୍ଚ ହୋଇଯିବ ଭାବି ଦେଖି ଚାହିଁ ଖର୍ଚ୍ଚ କରୁଥିଲୁ କିନ୍ତୁ ମୋତେ ସେ ସମୟରେ ୧୦୦୦ ଗୁଣ ଅଧିକ ଟଙ୍କା ମିଳିଥିଲା। ଖୁସିରେ ମୋ ଆଖିରୁ ଲୁହ ବାହାରି ଗଲା। ସେହି ଖୁସି କୁ ମୁଁ ତନୁଜା କୁ କହିଲି ଏକଥା ଶୁଣି ସେ ମଧ୍ୟ ବହୁତ୍ ଖୁସି ହୋଇଗଲା ଆଉ କହିଲା, ଏବେ ଆମ ଦୁଇ ଜଣକୁ ବିବାହ କରିବାକୁ ପାଇଁ କିଛି ଅସୁବିଧା ହେବ ନାହିଁ। ସେ ବହୁତ୍ ଖୁସି ହୋଇଯାଇଥିଲା ଏବଂ ମନେ ମନେ ବିବାହ ର ସ୍ବପ୍ନ ଦେଖିବା ଆରମ୍ଭ କରି ଦେଇଥିଲା। ମୁଁ କହିଲି ଏତେ ସ୍ଵପ୍ନ ଦେଖ ନାହିଁ ଏବଂ ଏତେ ଶୀଘ୍ର ବିବାହ କରିବା ନାହିଁ । କିଛି ଦିନ ବୁଲା ବୁଲି କରିବା ତା ପରେ ବିବାହ କରିବା। ସେ ମଧ୍ୟ ମାନିଗଲା ।

କିନ୍ତୁ ଛଅ ମାସ ପରେ ମୋତେ ୧0 ଦିନ ପାଇଁ ଛୁଟି ମିଳିଥିଲା କିନ୍ତୁ ଏହି ଛୁଟି କଥା ତନୁଜା କୁ ନ କହି ମୁଁ ଓଡ଼ିଶାରେ ପହଞ୍ଚିଲି । ସେ ଯେତେବେଳେ ମୋତେ ଭୁବନେଶ୍ୱର ରେ ଦେଖିଲା ସେ ନିଜ ଆଖିକୁ ବିଶ୍ୱାସ କରି ପାରିଲା ନାହିଁ। ସେ ଖୁସିରେ ପାଗଳ ହୋଇଗଲା। ଦଉଡ଼ି ଆସି ମୋତେ କୁଂଢ଼େଇ ପକେଇ ବହୁତ୍ କାନ୍ଦିଲା। ତାକୁ ବୁଝେଇ କହିଲି। ଆରେ କାନ୍ଦ କଣ ପାଇଁ। ତନୁଜା କହିଲା। ମୋର ବହୁତ୍ ଚିନ୍ତା ଥିଲା ତମେ କେମିତି ଟ୍ରେନିଂ କରୁଛ ଆଉ ତୁମେ ପୁରା ପତଳା ହୋଇ ଯାଇଛ। ମୁଁ କହିଲି ଏବେ ଟ୍ରେନିଂ ସରିଛି କୋଉଠୀ?? ଏବେ କିଛି ଦିନ ପାଇଁ ଛୁଟି ଆସିଛି ପୁଣି ଥରେ ମୋତେ ଯିବାକୁ ପଡିବ। ଏତିକି ଶୁଣି ସେ ପୁଣି ଦୁଃଖୀ। ହଉ ଠିକ୍ ଅଛି କିନ୍ତୁ ଯେତେ ଦିନ ଗାଁ ରେ ରହିବ ମୋତେ ଦେଖା କରିବ ମୁଁ ମଧ୍ୟ ହଁ କରି ବାହାରିଲି ନିଜ ଗାଁ କୁ।

କିଛି ଦିନ ଗାଁ ରେ ବୁଲାବୁଲି ପରେ ପୁଣି ଫେରି ଆସିଲି। ଟ୍ରେନିଂ କୁ । ଟ୍ରେନିଂ ସରିଲା ମୋର ପୋଷ୍ଟିଂ ଦିଲ୍ଲୀ ରେ ହେଲା।

ଦିଲ୍ଲୀ ଦେଶର ରାଜଧାନୀ। ଭାବିଲେ ବହୁତ୍ ବଡ ଲାଗେ। ପ୍ରଥମେ ଶୁଣି ମନରେ ଅଳ୍ପ ଭୟ ଜାତ ହୋଇଥିଲା କିନ୍ତୁ ପରେ ମୁଁ ଜଣେ ଦିଲ୍ଲୀ ବାସିନ୍ଦା ହୋଇଗଲି।

ଆରେ ଶୋଇଗଲୁ ନା କଣ?

ଜିତେନ୍ଦ୍ର: ଆବେ ଲଭ୍ ଷ୍ଟୋରି କହ? ମୋତେ ଦିଲ୍ଲୀ ବୁଲାନି। ଦିଲ୍ଲୀ ବୁଲେଇବୁ ଯଦି । ଏଠି ନିଦ ଆସିଯିବ।

ରିତେଶ: ହଉ ଶୁଣ !!

ଦିଲ୍ଲୀ ରୁ ୯ ମାସ ପରେ ମୁଁ ଛୁଟି ଗଲି। ପୁର୍ବ ଭଳି ଆମେ ଦୁହେଁ ମିଶି ବୁଲାବୁଲି କରିଲୁ କିନ୍ତୁ ଆମ ଘରେ କେହି ଆମ ପ୍ରେମ ସମ୍ପର୍କ ବିଷୟରେ ଅଳ୍ପ ଖବର ମଧ୍ୟ ପାଇ ନଥିଲେ । ଆଉ ପ୍ରଥମ ଥର ପାଇଁ ତନୁଜା ମୋ ସହିତ ସିନେମା ଦେଖିବାକୁ ଯାଇଥିଲୁ। ପ୍ରକୃତରେ ସେ ଦିନ ଟି ଆମର ବହୁତ୍ ସ୍ପେଶଲ୍ ଥିଲା। ବୁଲାବୁଲି, ଗୁପଚୁପ, ସପିଙ୍ଗ ଆଉ ବାଇକ୍ ରେ ଲଙ୍ଗ ଡ୍ରାଇଭ୍। ଏମିତି ବହୁତ୍ କିଛି । ଦେଖୁ ଦେଖୁ ସେ ମାସ ଟି କେମିତି ବିତିଗଲା ଜଣା ପଡିଲା ନାହିଁ।

ପୁଣି କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଛୁଟି ନେଇ ଆସିଲି। ସେ ସମୟରେ ମଧ୍ୟ ଆମେ ବୁଲାବୁଲି କରିଛୁ।

ଜିତେନ୍ଦ୍ର: ଆବେ ବୋର୍ ଲାଗିଲାଣି ସିଧା ପଏଣ୍ଟ କୁ ଆସେ ।

ରିତେଶ: ମେନ୍ କାହାଣୀ ତ ଏବେ ଆରମ୍ଭ ହେବ, ହଉ ଶୁଣ!!

ଏହି ଭିତରେ ତାଙ୍କ ଘରକୁ ପ୍ରସ୍ତାବ ର ଲାଇନ୍ ଲାଗିଲା। ତନୁଜା ସବୁ ପ୍ରସ୍ତାବ କୁ କିଛି ନା କିଛି ବାହାନା ଲଗେଇ ମନା କରି ଦିଏ।

ଏହି ବାହାନା ପାଇଁ ମୁଁ ମଧ୍ୟ ବହୁତ୍ ସାହାଯ୍ୟ କରିଛି। ମୁଁ ଆଇଡିଆ ଦିଏ ଆଉ ସେ ସେହି ଆଇଡିଆ ଅନୁସାରେ କାମ କରି ଦେଖାଏ । ଆଉ ସବୁ ପ୍ରସ୍ତାବ ଭାଙ୍ଗିଯାଏ। ଏମିତି ବହୁତ୍ ଥର ହୋଇଛି।

ଦେଖୁ ଦେଖୁ ୨୦୧୫ ରୁ ୨୦୧୯ ରେ ଆସି ପହଞ୍ଚିଲା। ପ୍ରସ୍ତାବ ବହୁତ୍ ଆସେ ଆଉ ଯାଉଥାଏ।

କିନ୍ତୁ ୨୦୧୯ ବର୍ଷ ଟା ମୋ ପାଇଁ ଖରାପ ବର୍ଷ ଥିଲା ?

ଜିତେନ୍ଦ୍ର: କେମିତି?

ରିତେଶ: ଲଭ୍ ଲାଇଫ ଏବଂ ପାଠପଢା ପର ହୋଇ ଗଲା ଆଉ ମଦ ଆଉ ଦୁଃଖ ମୋର ନିଜର ହୋଇଗଲା ।

୨୦୧୯ ରଜ ଠାରୁ ଆମ ପ୍ରେମରେ କଳା ଦାଗ ଲାଗିବା ଆରମ୍ଭ ହୋଇଗଲା।

ରଜ ସମୟରେ ମୁଁ ଛୁଟି ନେଇ ଆସିଥିଲି। ତନୁଜା ମଧ୍ୟ ଆମ ଗାଁ କୁ ବୁଲିବାକୁ ଆସିଥିଲା। ଦ୍ଵିତୀୟ ରଜ ଦିନ ସେ ନୂଆ ଡ୍ରେସ ପିନ୍ଧିଥିଲା । ପାଦ ରେ ଅଳତା ସାଙ୍ଗକୁ ସେ ଏତେ ସୁନ୍ଦର ଦେଖା ଯାଉଥିଲା ଯେ ମୁଁ ବର୍ଣ୍ଣନା କରି ପାରିବି ନାହିଁ।

ସେଦିନ ସେ ନିଜ ଘରକୁ କିଛି କାମ ପାଇଁ ଫେରିବାର ଥିଲା । ମୋ ଭାଉଜ ଆମ ବିଷୟରେ କିଛି ଜାଣି ନଥିଲେ କିନ୍ତୁ ସେଦିନ ବିରାଟ ବଡ ଝଡ ଆସିଗଲା ଆମ ପ୍ରେମ ସମ୍ପର୍କ ଭିତରେ ।

ସେଦିନ ଆମେ ଦୁହେଁ ମୋ ରୁମ୍ ରେ ବସି କଥା ହେଉଥିଲୁ ଏବଂ ସେ ଗାଁ କୁ ଯିବାକୁ ବାହାରିବା ବେଳେ ସେ ମୋତେ ହଗ୍ କରିବାକୁ ଯାଉଥିଲା । ହଠାତ୍ ତାର ଭଉଣୀ ମାନେ ମୋ ଭାଉଜ ଆସି ସେଠୀ ହାଜର । ଖାଲି ସେତିକି ନୁହେଁ ସେ ଆମର ସବୁ କଥା ଲୁଚି ଲୁଚି ଶୁଣିଛନ୍ତି ।

ହଠାତ୍ ଘରେ ସୁନାମି ର ବିରାଟ ଜୁଆର ଆସି ଆମ ଅଧା ଗଢା ସମ୍ପର୍କ କୁ ପୁଣି ଖଣ୍ଡ ବିଖଣ୍ଡ କରି ଦେଇ ଚାଲିଗଲା ।

ଭାଉଜ ଏଠି ନାଟକ କରିବା ଆରମ୍ଭ କରିଦେଲେ । ଆଉ ସିଧା ସିଧା ଆମ ଉପରେ ଆଙ୍ଗୁଳି ଉଠେଇବା ଆରମ୍ଭ କରିଦେଲେ । ପଚାରିଲେ ରିତେଶ ସହିତ ତୋର ଏତେ ନିବିଡ ସମ୍ପର୍କ କେବେଠୁ ଆରମ୍ଭ ହେଲାଣି । ମାନେ ତୁମେ ଦୁଇଜଣ ନିଶ୍ଚୟ ମେରେଜ୍ କରିବ ?? କିନ୍ତୁ ମୁଁ ଏହା ହେବାକୁ ଦେବିନି।

ଏହି ଘରେ ତୋତେ ମୋ ଦିଅର ସହିତ ବିବାହ ହେବାକୁ ବିଲକୁଲ ଅନୁମତି ଦେବିନି। ସେଠୀ ମୁଁ ବୁଝିପାରିଲି ନାହିଁ ଯେ । ଭାଉଜ ପ୍ରକୃତରେ ମୋ ଉପରେ ରାଗ ନା ତା ଭଉଣୀ ଉପରେ ରାଗ ମୁଁ କନଫ୍ୟୁଜ ଥିଲି ।

ଜିତେନ୍ଦ୍ର: ଆଚ୍ଛା ଗୋଟେ କଥା କହ ? ଏହି ସାତ ବର୍ଷ ର ପ୍ରେମ କାହାଣୀ ଭିତରେ, ଭାଉଜ ତମ ସମ୍ପର୍କ ବିଷୟରେ ଜାଣି ଥିଲେ ନା ନାହିଁ ?

ରିତେଶ: ନା, ତାହା ତାଙ୍କୁ କେବେ ଆଭାସ ହୋଇନି । କାରଣ ଯେତେବେଳେ ସେ ଘରକୁ ଆସେ ସେତେବେଳେ ସେ ମୋତେ ସମସ୍ତଙ୍କ ଆଗରେ ଭାଇ ବୋଲି ସମ୍ମାନ ଦିଏ ଏବଂ ଆମେ ପ୍ରାୟତଃ ବାହାରେ ଦେଖା କରୁ ।

ଜିତେନ୍ଦ୍ର: ତୁ ତ କହୁଥିଲୁ ତୋ ଭାଉଜ ତୋତେ ବହୁତ୍ ସପୋର୍ଟ କରନ୍ତି। ସବୁ କାମରେ ସାହାଯ୍ୟ କରୁଥିଲେ । ଆଉ ତୋର ସାଙ୍ଗ ଭଳି ତୋର ସବୁ କଥା ଶୁଣୁଥିଲେ । ତେବେ ଏମିତି ଭିଲେନ୍ ରୂପ ଦେଖେଇବା ର କାରଣ କଣ?

ରିତେଶ : ସବୁ ଧିରେ ଧିରେ ଜାଣି ପାରିବୁ ? ବାକି ଶୁଣ !

ସେଦିନ ସେହି ଘଟଣା କେବଳ ଭାଉଜ ଜାଣିଥିଲେ । କିନ୍ତୁ ପରେ ତାହା ଏତେ ବଡ ସମସ୍ୟା ର ରୂପ ନେବ ବୋଲି ଆମେ ଦୁହେଁ ବିଶ୍ୱାସ କରି ନଥିଲୁ ।

Advertisements

If the contents are helpful to share them with your friends, Thanking You.

3 thoughts on “ସମ୍ପର୍କ ର ଚନ୍ଦ୍ରବିନ୍ଦୁ…2”

Leave a Reply

Your email address will not be published. Required fields are marked *