ସମ୍ପର୍କ ର ଚନ୍ଦ୍ରବିନ୍ଦୁ…3

ସେଦିନ ତନୁଜା ର ବାପା ଆସି ତାକୁ ନେଇ ଚାଲିଗଲେ ।

କିନ୍ତୁ ସେଦିନ ରାତିରେ ସେ ବହୁତ୍ କାନ୍ଦିଲା ଏବଂ କହିଲା ମୋ ଦିଦି ମୋତେ ସପୋର୍ଟ କରିବ ବୋଲି ମୁଁ ବହୁତ୍ ଆଶା ରଖିଥିଲି କିନ୍ତୁ ପୁରା ଓଲଟା କାହାଣୀ ହୋଇଗଲା ।

ମୁଁ ତନୁଜା କୁ ବହୁତ୍ ବୁଝେଇଲି । କହିଲି ଆଗକୁ ଦେଖ କଣ ହେଉଛି। କିଛି ଗୋଟେ ଉପାୟ ଭାବିବା।

ତା ପର ଠାରୁ ପୁଣି ଥରେ ଗୋଟିଏ ପ୍ରସ୍ତାବ ଆସି ତାଙ୍କ ଘରେ ପହଞ୍ଚିଲା । ସେହି ପ୍ରସ୍ତାବ କୁ ମଧ୍ୟ ଆମେ ଦୁହେଁ ମିଶି ଭାଙ୍ଗିବାରେ ସଫଳ ହେଲୁ କିନ୍ତୁ ଏହି ପ୍ରସ୍ତାବ ପରେ ଭାଉଜ ସିଧା ଦୋଷ ମୋ ଉପରେ ଲଦିବା ଆରମ୍ଭ କରିଦେଲେ । କହିଲେ କି ରିତେଶ ଯୋଗୁ ଏହି ପ୍ରସ୍ତାବ ଭାଙ୍ଗୁଛି । ତାର କଥାରେ ତନୁଜା ଜାଣିଶୁଣି ମେକ୍ ଅପ୍ ହେଉନି ଆଉ ସବୁ ପ୍ରସ୍ତାବରେ ମନା କରୁଛି ।

ମାତ୍ର ଠିକ୍ ଗୋଟିଏ ମାସ ପରେ ଆଉ ଗୋଟିଏ ପ୍ରସ୍ତାବ ଆସି ପହଞ୍ଚିଲା କିନ୍ତୁ ଏଠି ଭାଉଜ ସତର୍କ ଥିଲେ ସେ ତାଙ୍କ ଘରେ ସମସ୍ତଙ୍କୁ ଆମ ବିଷୟରେ କହି ଦେଇଥିଲେ । ତାଙ୍କ ଘରେ ଏହି ଖବର ଶୁଣି ତନୁଜା କୁ ବୁଝାଇବାକୁ ଲାଗିଲେ ଏବଂ ବାହାନା କରି ଏବଂ ବିଭିନ୍ନ ଶପଥ କରି ତାକୁ ମନେଇବାକୁ ଚେଷ୍ଟା କରିଲେ ।

ମୁଖ୍ୟ ରୂପରେ ତନୁଜା ର ମାଉସୀ ମୋ ବିଷୟରେ ଏଣୁତେଣୁ କଥା ତା ସହିତ ମୁଁ ଖରାପ ବୋଲି କହି ତାଙ୍କ ଘରେ ବୁଝାଇବାକୁ ଲାଗିଲେ ।

କିନ୍ତୁ ମୁଖ୍ୟ ଭିଲେନ୍ ମାନେ ମୋ ଭାଉଜ ଏଠି ବିଭିନ୍ନ କାରଣ ଦର୍ଶେଇ ପୁରାପୁରି ବିରୋଧ କରିବା ଆରମ୍ଭ କରିଦେଲେ। ଯେମିତି ତନୁଜା ଏବଂ ରିତେଶ ର ବାହାଘର ଯଦି ହୁଏ ତେବେ ମୁଁ ଆତ୍ମହତ୍ୟା କରିଦେବି ଅଥବା ଘର ଛାଡ଼ି ଚାଲି ଯିବି ।

ଏହି ସବୁ କଥା ତନୁଜା ମାଉସୀ ଝିଅ ଲିପି ମୋତେ ସବୁ କହୁଥାଏ । ଲିପି ଆମ ଦୁଇ ଜଣଙ୍କ ସମ୍ପର୍କ କୁ ସପୋର୍ଟ କରୁଥାଏ। ସେ ଘରେ ଯାହା ଯାହା ହୁଏ ସବୁ ମୋତେ କହେ । କାରଣ ତନୁଜା ଠାରୁ ମୋବାଇଲ ଛଡେଇ ନିଆ ଯାଇଥିଲା ଏବଂ ତନୁଜା ମଧ୍ୟ ଲିପି ର ମୋବାଇଲ ରେ ବେଳେବେଳେ କଥା ହୁଏ।

ସବୁଦିନେ ତନୁଜା ଘରେ ଝଗଡା । ଏହି କଥା ଶୁଣି ଶୁଣି ତାଙ୍କ ବାପା ଙ୍କ ଦେହ ଖରାପ ହୋଇ ଯାଇଥିଲା । ସେତିକିବେଳେ ମୁଁ ୟୁନିଟ୍ ରେ ଥିଲି । ଏମିତି ଅବସ୍ଥା ଦେଖି ତନୁଜା ପ୍ରତ୍ୟେକ ରାତିରେ କଥା ହୋଇ କାନ୍ଦେ। ମୁଁ ବହୁତ୍ ବୁଝାଏ।

ତନୁଜା କହୁଥାଏ ସେମାନେ ଆମ ବାହାଘର ହେବାକୁ ଦେବେ ନାହିଁ। ଚାଲ ଆମେ ଘରୁ ଲୁଚି ପଳେଇବା କିନ୍ତୁ ମୁଁ ବୁଝେଇ କହିଲି। ପ୍ରଥମେ ମୁଁ ଚେଷ୍ଟା କରେ । ଯଦି ଆମେ ଠିକ୍ ଅଛୁ ତେବେ ଲୁଚି ଯିବାର ପ୍ରଶ୍ନ ଉଠୁନି । ମୁଁ ନିଜେ ଯାଇ ଏହି ସମସ୍ୟା ର ସମାଧାନ କରିବି।

ମୁଁ ଛୁଟି ନେଇ ଘରକୁ ଆସିଲି । ମୋ ମା, ମୋର ମନ କଥା ବୁଝି ତନୁଜା ର ବାପା ସହିତ କଥା ହେଲେ। ତନୁଜା ର ବାପା ମୋ ସହିତ ତନୁଜା ର ବିବାହ କରିବାକୁ ଈଛା ଅଛି କିନ୍ତୁ ସବୁର ମୂଳ କାରଣ ହେଉଛି ମୋ ଭାଉଜ ।

ତନୁଜା ର ବାପା ଆଉ ମୋ ମା ଦୁହେଁ କଥା ହେଲା ପରେ ନିଷ୍କର୍ଷ ବାହାରିଲା ଯେ ଯଦି ତନୁଜା ସହିତ ରିତେଶ ର ବାହାଘର ହେବ ତେବେ ମୋର ବଡ ଝିଅ ଘର ଛାଡ଼ି ଚାଲିଯିବ ନହେଲେ ସେ ଆତ୍ମହତ୍ୟା କରିବ ବୋଲି ମୋତେ ଧମକ ଦେଉଛି?? ମୁଁ କଣ କରିବି ?? ବୋଲି କହି ସେ ମୋ ମା ଙ୍କୁ କହିଲେ । ମା ମଧ୍ୟ ନିରୁପାୟ ।

ଏପଟେ ମା, ମୋର ଦୁଃଖ ଦେଖି ପାରୁ ନଥିଲେ । ଶେଷରେ ମା ମୋତେ ବୁଝାଇବାକୁ ଚେଷ୍ଟା କରିଲେ। ଯେ ତାକୁ ଭୁଲି ଯାଇ ଅନ୍ୟ ଝିଅ ସହିତ ତୋର ବାହାଘର କରିବି କିନ୍ତୁ ମୁଁ ତନୁଜା କୁ ହରାଇ ବାକୁ ଚାହୁଁ ନଥିଲି। କାରଣ ତନୁଜା ଯଦି ମୋତେ ବିବାହ ପାଇଁ ରାଜି ଅଛି ତେବେ ମୁଁ ପୁଣି ଥରେ ଚେଷ୍ଟା କରିବି ନାହିଁ କାହିଁକି ???

ଦେଖୁ ଦେଖୁ ଛୁଟି ର ଦଶ ଦିନ ସରିଗଲା । ପୁଣି ଥରେ ପ୍ରସ୍ତାବ ଆସି ପହଁଚିଲା ଆଉ ଏବେ ତାଙ୍କ ଘର ଲୋକେ ସେହି ପ୍ରସ୍ତାବ ପାଇଁ ଜୋର୍ ଦେଲେ। କେମିତି ହେଲେ ଏହି ପ୍ରସ୍ତାବ ରେ ରାଜି କରେଇ ତନୁଜା ର ବାହାଘର ଫାଇନାଲ କରିବେ।

ଏହି ପ୍ରସ୍ତାବ ଆସିଲା ପରେ ତନୁଜା ର ମାଉସୀ ଏବଂ ତାଙ୍କ ଖୁଡି ତନୁଜା କୁ ବୁଝାଇବାକୁ ଚେଷ୍ଟା କରିଲେ । କହିଲେ ତୁ ଯଦି ରିତେଶ ସହିତ ବିବାହ କରିବୁ ତେବେ ତୋ ବାପା ଙ୍କ ଦେହ ପୁଣି ଥରେ ଖରାପ ହେବ। କାରଣ ସେ ଜଣେ ହାର୍ଟ ପେସେଣ୍ଟ ଏବଂ ତନୁଜା କୁ ଭଗବାନ ଆଗରେ ରାଣ ଦେଇ ବୁଝେଇ ବାରେ ଲାଗିଲେ ।

ଏହି ଚକ୍ରବ୍ୟୁହ ଭିତରେ ମୋତେ ସମସ୍ତେ ଅଭିମନ୍ୟୁ ସଜେଇ ଦେଲେ । ମୁଁ ରାସ୍ତା ଖୋଜି ପାଇଲି ନାହିଁ । ନା ମୋ ଘର ତରଫରୁ ନା ତନୁଜା ର ଘର ତରଫରୁ। ସମସ୍ତେ ମୋ ପ୍ରତି ଅନାଦର । ଯେମିତି କି ଆମ ପ୍ରେମ କୁ ସମସ୍ତଙ୍କ ନଜର ଲାଗିଗଲା । ସେମାନେ ଜାଣି ଶୁଣି ଆମ ସଂପର୍କ କୁ ଜାଳି ପୋଡ଼ି ଧ୍ଵଂସ କରିବେ ବୋଲି ଯୋଜନା ଉପରେ ଯୋଜନା ବନେଇ ଚାଲିଥିଲେ। ଆଉ ଶେଷରେ ମୋତେ ଅଳ୍ପ ବିଜୟ ହେବାର ଆଭାସ ଦେଖା ଯାଉଥିଲା କିନ୍ତୁ ତାହା ମଧ୍ୟ ଅଧୁରା ରହିଗଲା।

ଯେତେବେଳେ ମୋର ସବୁ ରାସ୍ତା ବନ୍ଦ ହୋଇଗଲା । ଦିନେ ମୁଁ ବାହାରିଗଲା ତନୁଜା ଘରକୁ । ସେଠୀ ମୋର ପ୍ରସ୍ତାବ ମୁଁ ନିଜେ ନେଇ ପହଞ୍ଚିଲି କିନ୍ତୁ ସେମାନେ ମୋତେ ପର ଲୋକ ଭଳି ବ୍ୟବହାର କରିଲେ । ଯେମିତି ମୋତେ ସେମାନେ ଚିହ୍ନି ନାହାନ୍ତି । ତାଙ୍କ ବ୍ୟବହାର କୁ ମୁଁ ଅଣଦେଖା କରି ମୁଁ ମୋ ପ୍ରସ୍ତାବ କୁ ରଖିଲି କିନ୍ତୁ ସେ ରୋକ୍ ଠୋକ୍ ମନା କରିଦେଲେ। ଏବଂ ମୋତେ ଗୋଟିଏ କାରଣ କହିଲେ ଯେ ଯଦି ତମ ସହିତ ବିବାହ ଦେବି ତେବେ ଲୋକେ ଖରାପ ଭାବିବେ।

ଆମ ପ୍ରେମ ସଂପର୍କ ସମୟ ଅବଧି ଭିତରେ ତନୁଜା ର ଭାଇ ମଧ୍ୟ ଅନ୍ୟ ଜାତିର ଝିଅ ସହିତ ପ୍ରେମ ସମ୍ପର୍କ ରେ ଥିଲେ । ସେହି କଥା କୁ ନେଇ ମୁଁ ସେଠୀ ପ୍ରଶ୍ନ କରିଲି ଯେ, ତୁମର ଆଉ ଆମର ଜାତି ଗୋତ୍ର ସବୁ ସମାନ ଥିଲା ପରେ ତମେ କହୁଛ ଲୋକେ ଏହି ସମ୍ପର୍କ କୁ ଖରାପ ଭାବେ ଗ୍ରହଣ କରିବେ କିନ୍ତୁ ଏଠି ତୁମ ପୁଅ ମାନେ ତନୁଜା ର ଭାଇ ଅନ୍ୟ ଜାତିର ଝିଅ କୁ ଭଲ ପାଇ ବସିଛି ଏବଂ ସେ ତାକୁ ବିବାହ କରିବାକୁ ଚାହୁଁଚି ସେଥିପ୍ରତି ଲୋକେ କିଛି କହିବେ ନାହିଁ? ତମକୁ ମୋର ଭୁଲ ଦେଖା ଯାଉଛି ସେହି ଭୁଲ ତୁମ ଘରେ ହେବାକୁ ଯାଇଛି ତାହା କଣ ତୁମକୁ ଦେଖା ଯାଉନି ?

Advertisements

ଏପରି ପ୍ରଶ୍ନ ପରେ ସେମାନଙ୍କୁ ନିଜ ଭୁଲ ଜଣା ପଡ଼ିଗଲା ସେମାନେ ଉତ୍ତର ହିନ ହୋଇଗଲେ ଆଉ ମୋତେ ଅନ୍ୟ କିଛି ବାହାନା ଦେଖାଇବା ଆରମ୍ଭ କରିଦେଲେ।

ସେଠୀ ତନୁଜା ମଧ୍ୟ ନିରୁପାୟ ଅବସ୍ଥାରେ ମୋତେ ଚାହିଁ ରହିଥାଏ। ସେଠୀ ନିରାଶ ହୋଇ ଫେରିଲି। ଭାବିଲି ଆଉ ସମ୍ଭବ ନୁହେଁ । ଆମ ସଂପର୍କ ର ଚନ୍ଦ୍ରବିନ୍ଦୁ ଲାଗିଯିବ ତାକୁ ଆଉ ଆଗକୁ ବଢେଇ ବାକୁ ଏ ଦୁନିଆ ଆମକୁ ଅନୁମତି ଦେବ ନାହିଁ ।

କିଛି ଦିନ ପରେ ଦିନେ ତନୁଜା ମୋ ସହିତ ଫୋନ୍ ରେ କଥା ହୋଇ କାନ୍ଦି କାନ୍ଦି କହିଲା । ରିତେଶ ତମ ଛଡ଼ା ମୁଁ ବଞ୍ଚି ପାରିବି ନାହିଁ କିନ୍ତୁ ଆମ ଘରେ ତମ ସହିତ ବାହା ହେବାକୁ ଦେବେ ନାହିଁ । ଆଉ ଏହି ସବୁ କାରଣ ପାଇଁ ମୋ ଦିଦି ହିଁ ଦାୟୀ । ମୁଁ କଣ ବୁଝେଇବି ଭାବି । ମୋତେ ଦୁଃଖ ଲାଗୁଥାଏ ତତ୍ ସହିତ ଭାଉଜ ଉପରେ ରାଗ ମଧ୍ୟ ଲାଗୁଥାଏ ।

ଶେଷରେ ତନୁଜା ପଚାରିଲା, କଣ କରିବି ରିତେଶ? ତମେ ହିଁ କିଛି ଗୋଟିଏ ରାସ୍ତା ଦେଖାଅ। କାରଣ ଆଜି ପର୍ଯ୍ୟନ୍ତ ସବୁ ଡିସିସନ ତମେ ନେଇଛ ଏବଂ ମୁଁ ତାକୁ ପାଳନ କରିଛି ଏବଂ ଆଜି ମଧ୍ୟ ତମ କଥାରୁ ଓହରି ଯିବାକୁ ମୋର ତିଳେ ମଧ୍ୟ ସାହାସ ନାହିଁ। ତମେ ଯଦି ଏବେ କହିବ ତେବେ ଏବେ ମୁଁ ଘରୁ ବାହାରି ଯିବାକୁ ରାଜି ଅଛି ।

ମୁଁ ତାକୁ ବୁଝେଇ କହିଲି । ଯେଉଁ ସମ୍ପର୍କ ଗଢ଼ିବାରେ ବାପା ମା ଙ୍କ ଆଶୀର୍ବାଦ ରହି ନଥାଏ। ସେହି ସମ୍ପର୍କ ବେଶୀ ଦିନ ତିଷ୍ଠି ରହେ ନାହିଁ । ତମେ ତମ ବାପ ମା ଙ୍କ ବିରୋଧରେ ଯାଇ ମୋ ପାଖକୁ ଆସିବ ସତ ଏବଂ ମୁଁ ତୁମକୁ ଗ୍ରହଣ କରିବାକୁ ରାଜି ଅଛି କିନ୍ତୁ ଜୀବନ ସାରା ମୁଁ ନିଜକୁ ଦୋଷୀ ଦୋଷୀ ଭଳି ମନେ କରିବି।

ହଁ ତମେ ଯଦି ନିଜ ବାପା ମା ଙ୍କ ଖୁସିରେ ମୋ ପାଖକୁ ଆସିବାକୁ ଚାହୁଁଛ ତେବେ ଆମ ସଂପର୍କ ସବୁଦିନ ଖୁସିରେ ଚାଲିବ । ଯଦି ତାଙ୍କ ବିରୋଧରେ ଆସିଲ ତେବେ ଅଧା ଦିନର ସମ୍ପର୍କ ରେ ପରେ ଝଗଡା, କଳି କଜିଆ ଆରମ୍ଭ ହୋଇଯିବ। ଏଠି କେବଳ ଗୋଟିଏ କାରଣ ପାଇଁ ତାହା ହେଲା, ବାପା ମା ଙ୍କ ଅଭିଶାପଆଉ ଅନାଦର ଆମ ଉପରେ ପଡ଼ି ରହେ ।

ତନୁଜା: ତେବେ କରିବି କଣ?

ମୁଁ କହିଲି ତମ ପାଖରେ ଦୁଇଟି ରାସ୍ତା ଅଛି ଯଦି ତୁମ ବାପା ମା ଙ୍କୁ ଆଡେଇ ମୋ ପାଖକୁ ଆସିଲ ଏବଂ ତା ପରେ ତମ ବାପା କିମ୍ବା ତୁମ ଘର ଲୋକ ଙ୍କ କିଛି ଅସୁବିଧା ହୁଏ ତେବେ ସବୁ ଦୋଷ ଆମ ଦୁହିଁଙ୍କ ଉପରେ ଆସିବ ।

ଏବେ ତୁମେ ଚିନ୍ତା କର କଣ କରିବ ?? ନିଜ ବାପା ମା ଙ୍କୁ ଆଡେଇ ଆସିବାକୁ ଚାହୁଁଛ ନା ତାଙ୍କ ଇଚ୍ଛାରେ ବିବାହ କରିବାକୁ ଚାହୁଁଛ।

ଏହି ପ୍ରଶ୍ନ ପରେ ତନୁଜା ଯେମିତି ଶାନ୍ତ ହୋଇ ଗଲା ସେ ନିରୁପାୟ ଅବସ୍ଥାରେ ଚୁପ୍ ରହିଲା ।

ଶେଷରେ ଗୋଟିଏ ଉତ୍ତର ଆସିଲା ଯେ, ” ନା ମୋ ବାପା ମା ଙ୍କ ବିରୁଦ୍ଧରେ ମୁଁ ଯାଇ ପାରିବି ନାହିଁ ଏବଂ ତାଙ୍କ ପ୍ରାଣ କୁ ମୁଁ ହରେଇବାକୁ ଚାହୁଁ ନାହିଁ ” ।

ଏହି ଉତ୍ତର ରେ ମୋତେ ଶକ୍ତ ଆଘାତ ଅନୁଭବ ହେଲା ଏବଂ ମୋତେ ଅଚିହ୍ନା ମଣିଷ ଭଳି ଲାଗିଲା । ସାତ ବର୍ଷ ର ପ୍ରେମ ସଂପର୍କ ରେ କେବଳ କିଛି ମିନିଟ୍ ଭିତରେ ଚନ୍ଦ୍ରବିନ୍ଦୁ ଲାଗିଗଲା । ସାତ ବର୍ଷ ର ସମ୍ପର୍କ କାଲି ଭଳି ଲାଗୁଥିଲା।

ସେ କହିଲା ମୋତେ ଆଉ ଫୋନ୍ କି ମେସେଜ କରିବ ନାହିଁ। ମୁଁ ଏକ ବାଆଁରା ପକ୍ଷୀ ଭଳି ମୁଣ୍ଡ କୁ ହଲେଇ ହଁ କରି ଫୋନ୍ ଟିକୁ କାଟିବାକୁ ବାଧ୍ୟ ହେଲି । ଠିକ୍ ସେତିକିବେଳେ ଖାଲି ମୁଁ ନୁହଁ ତନୁଜା ର ମଧ୍ୟ ସେମିତି ଅବସ୍ଥା । ସେ ମଧ୍ୟ ପୁରାପୁରି ଏକା ହୋଇ ଯାଇଥିଲା । ସେ ଭୁଲିବାକୁ ଚେଷ୍ଟା କରୁଥିଲା ତାର ପୁରୁଣା ଅତୀତ କୁ ଯାହା ମୋ ସହିତ ବିତେଇଛି। ଦୁହିଙ୍କ ଆଖିରୁ ଅଶ୍ରୁର ଗାରରେ ଅଶ୍ରୁ ତାର ରାସ୍ତା ଲିଭାଇବାକୁ ଚାହୁଁ ନଥିଲା । ବହୁତ୍ ବହି ଗଲା ଅଶ୍ରୁ ସେହି ଫୋନ୍ କଲ୍ ପର ଠାରୁ। ତାର ଖୁସି ପାଇଁ ମୁଁ ତାକୁ ବାଧ୍ୟ କରିବାକୁ ସଙ୍କୋଚ ମନେ କରିଲି ।

ସେ ସମୟରେ ମୋତେ ଏମିତି ଅନୁଭବ ହେଉଥାଏ ଯେମିତି ଏହି ଜୀବନରେ ବଞ୍ଚି ଆଉ କିଛି ଲାଭ ନାହିଁ। ଆତ୍ମହତ୍ୟା ପାଇଁ ମନ କରିଲି କିନ୍ତୁ ଦୁନିଆ ଆଗରେ କାପୁରୁଷ ର ନାମକରଣ ହେବା ଅପେକ୍ଷା ଏ ଦୁନିଆ କୁ ଦୁଃଖ ରେ ଗ୍ରହଣ କରିବି ବୋଲି ସ୍ଥିର କରିଲି।

ମୋର ଅଧିକାର ନାହିଁ ତାର ବାପା ର ଜୀବନ ନେବାକୁ। ମୋର ଅଧିକାର ନାହିଁ ଯେ ତାର ଦିଦି ର ଖୁସି ଛଡେଇ ନେବି। ଅବା ମୁଁ ସେ ଲୋକ ନୁହଁ ଯିଏ ତାର ଭାଇ ର ପ୍ରେମ ସଂପର୍କ ରେ କଳଙ୍କ ଲଗେଇବି। ମୁଁ ଅବା କାହିଁକି ଦୋଷୀ ହେବି । ସେ ଯଦି ତାର ବାପା ମା, ଭାଇ ଏବଂ ଦିଦି ଙ୍କ ଖୁସିରେ ବିବାହ ପାଇଁ ସ୍ଥିର କରିଛି ତେବେ ମୁଁ କୌଣସି ମତେ ବାଧା ଦେବାକୁ ଚାହିଁବି ନାହିଁ।

ଫେରିଗଲି ମୁଁ !!!!!

If the contents are helpful to share them with your friends, Thanking You.

2 thoughts on “ସମ୍ପର୍କ ର ଚନ୍ଦ୍ରବିନ୍ଦୁ…3”

Leave a Reply

Your email address will not be published. Required fields are marked *