ମୂଲ୍ୟବାନ ସ୍ମୃତି…ଆରମ୍ଭ |
~ ମୂଲ୍ୟବାନ ସ୍ମୃତି ~
(ଏକ ଅନନ୍ୟ ସମ୍ପର୍କ ର ନବ ନିର୍ମାଣ)
~ ଆରମ୍ଭ~
ମିନାକ୍ଷୀ ର ଜନ୍ମ ଏକ ଗରିବ ପରିବାରରେ । ବୟସ ପାଖାପାଖି ଷୋହଳ ବର୍ଷ। ଦୁଇ ବର୍ଷ ପୂର୍ବେ ତା ମାଆ, ବାପା ଦୁହେଁ ମିନାକ୍ଷୀକୁ ଏକା କରି ଦୁହେଁ ଆରପାରି କୁ ଚାଲିଗଲେ । ମିନାକ୍ଷୀ ରୂପରେ ବହୁତ୍ ସୁନ୍ଦର ଏବଂ ଶାନ୍ତ କିନ୍ତୁ ତାର ନିଜର ବୋଲି କେହି ମଧ୍ୟ ନଥିଲେ । ମିନାକ୍ଷୀ ଅନାଥ ର ଆଖ୍ୟା ପାଇଯାଇଥିଲା । କାହାକୁ କିଛି କହେ ନାହିଁ । ନିଜେ ଯାହା ରୋଜଗାର କରେ ସେଥିରେ ତାର ପେଟ ପୋଷୁଥିଲା। ସେ ଦଶମ ଶ୍ରେଣୀ ଯାଏଁ ବଡ କଷ୍ଟରେ ପଢି ପାରିଛି । ପାଠ ପଢିବା ପାଇଁ ଇଛା ପ୍ରକାଶ କରିଲେ ମଧ୍ୟ ନିଜର ଆର୍ଥିକ ଅବସ୍ଥା ଯୋଗୁଁ ସେ ଆଉ ପଢା ପ୍ରତି ଇଚ୍ଛା ରଖିନି ।
ଦିନେ ମିନାକ୍ଷୀ ବଜାରରୁ କିଛି ପନିପରିବା ସହିତ ଘରକୁ ଫେରୁଥାଏ । ଠିକ୍ ସେହି ସମୟରେ ମିନାକ୍ଷୀ ସାମ୍ନାରେ ଦୁଇ ଜଣ ପୁଅ କଲେଜ୍ ରୁ ଫେରୁଥାନ୍ତି । ସେ ଦୁଇ ଜଣ ମଜା କରି କରି ଆସୁଥିଲେ। ଜଣେ ସୁରେଶ୍ ଏବଂ ଆଉ ଜଣେ ବଳିଆ । ସୁରେଶ୍ ସରଳ ଓ ଦୟା ସ୍ଵଭାବ ର ଥିଲା । ବଳିଆ ଅଳ୍ପ ଦୁଷ୍ଟ । ଅଜାଣତରେ ମିନାକ୍ଷୀ ଆଉ ସୁରେଶ୍ ର ଧକ୍କା ହୋଇଗଲା। ସୁରେଶ୍ ଫଟାଫଟ୍ ମିନାକ୍ଷୀ ର ତଳେ ପଡ଼ିଯାଇଥିବା ପରିବା ସବୁ ଉଠାଇ ମିନାକ୍ଷୀ ର ବ୍ୟାଗ୍ ରେ ରଖି ବାକୁ ଲାଗିଲା କିନ୍ତୁ ମିନାକ୍ଷୀ ଅଳ୍ପ ଡରିଯାଇ ତା ବ୍ୟାଗ୍ ରେ ଯେତିକି ପରିବା ଥିଲା ସେତିକି ନେଇ ଦୌଡ଼ି ପଳାଇ ଗଲା ।
ତିନି ଚାରି ଦିନ ପରେ ସୁରେଶ୍ କଲେଜ୍ ଯିବାକୁ ଅଳ୍ପ ସମୟ ବାକି ଥାଏ। କଲେଜ୍ କୁ ବଜାର ଲାଗିଥାଏ । ସୁରେଶ୍ ବଜାର ଉପରେ ବଳିଆ କୁ ଅପେକ୍ଷା କରିଥାଏ ହଠାତ୍ ସେ ମିନାକ୍ଷୀ କୁ ଦେଖିଲା । ତା ପାଖକୁ ଯିବାକୁ ଲାଗିଲା କିନ୍ତୁ ମିନାକ୍ଷୀ ଜାଣି ନାହିଁ ଯେ, ସୁରେଶ୍ ତାକୁ ଫଲୋ କରୁଛି ବୋଲି । ସେତେବେଳେ ମିନାକ୍ଷୀ ତାଙ୍କ କଲେଜ୍ ଆଡ଼କୁ କିଛି ସମୟ ଠିଆ ହୋଇ ଦେଖିବାକୁ ଲାଗିଲା । ସୁରେଶ୍ ଯେତେବେଳେ କଲେଜ୍ କୁ ପ୍ରବେଶ କରିବା ପାଈଁ ଗଲା ମିନାକ୍ଷୀ ର ନଜର ଯାଇ ପଡ଼ିଲା ସୁରେଶ୍ ଉପରେ । ସୁରେଶ୍, ମିନାକ୍ଷୀ କୁ ପଚାରିବାକୁ ଲାଗିଲା ଯେ, କଥା କ’ଣ? କଲେଜ୍ କୁ ଚାହିଁ ରହିଛ?? କିନ୍ତୁ ମିନାକ୍ଷୀ କିଛି ନ କହି ଅଶାନ୍ତ ଚେହେରା ନେଇ ପଛ ମୁହାଁ କରି ଚାଲିଗଲା । (ସୁରେଶ୍ ଜାଣିନଥିଲା ଯେ, ସେ ଅନାଥ ଓ ତାର ମଧ୍ୟ ପଢିବା ପାଇଁ ଇଚ୍ଛା କିନ୍ତୁ ଆର୍ଥିକ ଅବସ୍ଥା ଶୋଚନୀୟ ଓ ଖରାପ ପରିସ୍ଥିତି ଯୋଗୁ ସେ ପଢ଼ିପାରୁନି।) ମିନାକ୍ଷୀ କଥା ନ ଶୁଣିବାରୁ ସୁରେଶ୍ ପଛପଟୁ ଦୁଇ ତିନି ଥର ଓଏ.. ହେଲୋ.. ଶୁଣ.. କିନ୍ତୁ ମିନାକ୍ଷୀ ର ଜବାବ ଶୂନ୍ୟ । ସେ କିଛି ଉତ୍ତର ନ ଦେଇ ଚାଲିଗଲା ।
ଦ୍ଵିତୀୟ ଦିନ ପୁଣି ମିନାକ୍ଷୀ, ସୁରେଶ୍ ପାଠ ପଢୁଥିବା କଲେଜ୍ କୁ ଚାହିଁ ରହିଥିଲେ। ପୁର୍ବ ଭଳି ସୁରେଶ୍ ପଛ ପଟୁ ଆସି ପହଁଚିଲା । ସେ ସମୟ ନଷ୍ଟ ନ କରି ମିନାକ୍ଷୀ ର ହାତ ଧରି ଓୟେ… ହେଲୋ… ଏତିକି ଶବ୍ଦରେ ମିନାକ୍ଷୀ ର ଦେହରେ କମ୍ପନ ସୃଷ୍ଟି ହେଲା। ସେ ଡରରେ ଥରିବାକୁ ଲାଗିଲା ଏବଂ ମିନାକ୍ଷୀ ସୁରେଶ୍ ମୁହଁକୁ ଚାହିଁ ଚାହିଁ ପଛକୁ ପାଦ ପକେଇ ଚାଲିଲା । ସୁରେଶ୍ ବି ସେହିପରି ମିନାକ୍ଷୀର ମୁହଁ କୁ ଚାହିଁ ରହି ଥାଏ । ପଛ କୁ ପଛ ପାଦ ବଢ଼ି ଚାଲିଥାଏ କିଛି ସମୟ ପରେ ମିନାକ୍ଷୀ ଗୋଟିଏ କାନ୍ଥରେ ଧକ୍କା ହେଲା।
ସୁରେଶ୍ ମନେ ମନେ ହସି ମିନାକ୍ଷୀ କୁ ପଚାରିଲା, ଘଟଣା କ’ଣ ? ଆଉ ସବୁବେଳେ ଏହିପରି ଆମ କଲେଜ୍ କୁ ଆସି ଚାହିଁ ରହୁଛ ??? ମିନାକ୍ଷୀ ମନରେ କିଛି ଈଛା ଥିଲେ ମଧ୍ୟ ସେ ବ୍ୟକ୍ତ କରି ପାରୁ ନଥିଲା। କିନ୍ତୁ ସୁରେଶ୍ କୁ ଅଳ୍ପ ଅନୁଭବ ହୋଇଥିଲା ଯେ, ମିନାକ୍ଷୀ ଏହି କଲେଜ୍ ରେ ପଢିବା ପାଇଁ ଇଛା କରୁଛି। ସେଥିପାଇଁ ସୁରେଶ୍ ବିଳମ୍ବ ନ କରି ମୀନାକ୍ଷୀ କୁ ପଚାରିବାକୁ ଲାଗିଲା କଣ ଏହି କଲେଜ୍ ରେ କିଏ ପଢୁଛନ୍ତି ନା ନିଜେ ପଢ଼ୁଛ ?? ମିନାକ୍ଷୀ ଚୁପ୍ ରହିଲା । ସେ ପୁଣି ପ୍ରଶ୍ନ କରିଲା ତେବେ ତୁମେ ପଢ଼ିବାକୁ ଚାହୁଁଛ?? ଏଥର ମିନାକ୍ଷୀ ଅଳ୍ପ ମୁଣ୍ଡକୁ ହଲେଇ ହଁ କରିବାର ସଂକେତ ଦେଲା ଏବଂ ସୁରେଶ୍ ଆଉ କିଛି ପଚାରିବା ପୂର୍ବରୁ ମିନାକ୍ଷୀ ପୁଣି ଫେରିଗଲା ସେହି ସ୍ଥାନରୁ । ସୁରେଶ୍ ମନରେ ପ୍ରଶ୍ନ ଉଙ୍କି ମାରୁଥାଏ । ସେ ପୁଣି ସେହି ସ୍ଥାନରେ ପୂର୍ବରୁ ଅପେକ୍ଷା କରିଥାଏ ।
ତୃତୀୟ ଦିନ ମୀନାକ୍ଷୀ ଠିକ୍ ସମୟରେ ଆସି ସେମିତି କଲେଜ୍ ଆଡ଼କୁ ଚାହିଁ ରହିଥାଏ । ସୁରେଶ୍ ପଛପଟୁ ଆସି ମିନାକ୍ଷୀ କୁ କହିଲା କଣ ଏମିତି ଚାହିଁ ରହିଥିବ ନା କଲେଜ୍ ମଧ୍ୟ ଯିବ । ଏତିକିବେଳେ ମିନାକ୍ଷୀ ଫେରିବାକୁ ଚାହୁଁ ଥିଲା କିନ୍ତୁ ସୁରେଶ୍ ତାର ହାତକୁ ଧରି କହିଲା । ମୁଁ ଯଦି ତୁମକୁ ଛୁଇଁ ଭୁଲ କରିଛି ତେବେ ମୋତେ କ୍ଷମା କରିବ କିନ୍ତୁ ମୋତେ ତୁମ ବିଷୟରେ ଜାଣିବାର ଅଛି । ତମେ କୋଉଠି ରୁହ ଆଉ କଣ କର ଏବଂ ଏମିତି ପ୍ରତିଦିନ କଲେଜ୍ ଗେଟ୍ ପାଖରେ ଠିଆ ହୋଇ ରହି କଣ ଇଚ୍ଛା ମନ ଭିତରେ ରଖିଛ ମୋତେ ଆଜି କୁହ । ମିନାକ୍ଷୀ ସୁରେଶ୍ ର ହାତକୁ ଛଡେଇ ଫେରି ଯିବାକୁ ଚାହୁଁଥିଲା କିନ୍ତୁ ସେ ସୁରେଶ୍ ର ହାତକୁ ତା ହାତରୁ ମୁକୁଳେଇବା ରେ ଅସର୍ମଥ ହେଲା। ଶେଷରେ ସେ ଶାନ୍ତ ହୋଇ ରହିଲା । ଏବେ ସୁରେଶ୍ ମିନାକ୍ଷୀ ର ହାତ କୁ ଛାଡ଼ି ଦେଲା । ସୁରେଶ୍ ଅନୁରୋଧ କରିଲା । ପ୍ଲିଜ୍ ଫେରି ଯାଅନି ଏବଂ ମୋତେ ପୁଣି ପ୍ରଶ୍ନ ଘେରରେ ରଖିବାକୁ ଦିଅ ନାହିଁ । ମୋତେ ସବୁ ସତ କଥା କୁହ ।
ସୁରେଶ୍ କହିଲା ଚାଲ ସେ କେବିନ୍ ପାଖରେ ଠିଆ ହୋଇ କଥା ହେବା। ସୁରେଶ୍ ଆଗରେ ଗଲା ମାତ୍ର ମିନାକ୍ଷୀ ସେଠୀ ଠିଆ ହୋଇ ରହିଥାଏ। ସୁରେଶ୍ ପୁଣି ହାତ ଯୋଡ଼ି କହିଲା ଆସ ଏଠି ଆସ । ମିନାକ୍ଷୀ ସୁରେଶ୍ ପାଖକୁ ଆସିଲା । କେବିନ୍ ବନ୍ଦ ଥିଲା । କେବିନ୍ ଛାୟାରେ ଦୁହେଁ ବସିଲେ ଏବଂ ମିନାକ୍ଷୀ କୁ ପୁଣି ପ୍ରଶ୍ନ କରିବାକୁ ଲାଗିଲା । ବହୁ ବାଧ୍ୟ କରିବା ପରେ ମିନାକ୍ଷୀ ନିଜ କାହାଣୀ କହିବାକୁ ଲାଗିଲା ।
ଯେ ସେ ଜଣେ ଅନାଥ । ଘର ଖଣ୍ଡିଏ ବାପା ଛାଡ଼ି ଦେଇ ଛନ୍ତି । ବାପା ମା ଚାଲିଗଲା ପରେ କିଛି ଦିନ ପିଉସା ସାହାରା ଦେଇ ଦଶମ ପର୍ଯ୍ୟନ୍ତ ପାଠ ପଢେଇଲେ କିନ୍ତୁ ତାପରେ ସେ ମୋତେ ମାର ପିଟ, ଗାଳି,ଗୁଲଜ କରି ମୋତେ ଘରୁ ବାହାର କରିଦେଲେ। ତା ପର ଠାରୁ ମୁଁ ଆମ ଘରେ ରହି ଆସୁଛି। ଗତ ବର୍ଷ ମୁଁ ଦଶମ ପରୀକ୍ଷା ରେ ଭଲ ନମ୍ବର୍ ରଖି ପାସ୍ କରିଛି କିନ୍ତୁ କଲେଜ୍ ପଢ଼ିବା ମୋ ଭାଗ୍ୟରେ ନାହିଁ । ବାକି ମୁଁ ବାସନ ମାଜିବା ସହିତ ଘର ପୋଛା ଏବଂ ପିଲା କୁ ଯତ୍ନ ନେବା ପାଇଁ ଅନ୍ୟ ଜଣଙ୍କ ଘରେ କାମ କରି ଯାହା ମିଳୁଛି ସେଥିରେ ମୋର ଘର ଚଳୁଛି।
ମିନାକ୍ଷୀ ର କଥା ଶୁଣି ସୁରେଶ୍ ବହୁତ୍ ଦୁଃଖୀ ହୋଇଗଲା । ସୁରେଶ୍ ତାକୁ କହିଲା । ଗୋଟିଏ କଥା କହିବି ରଖିବ । ଯଦି ମୁଁ ତୁମ ପାଇଁ ଖର୍ଚ୍ଚ ବହନ କରେ ତେବେ ତମେ ଏହି କଲେଜ୍ ରେ ପଢ଼ିବ ?? ମିନାକ୍ଷୀ କହିଲା ନା ନା,, ତମେ ସେମିତି କରନି । ମୋତେ ପାପ ଲାଗିବ । ସୁରେଶ୍ କହିଲା, ତମେ ଚିନ୍ତା କର ନାହିଁ। ତମକୁ ସାହାଯ୍ୟ କରିବାରେ ମୋର ତିଳେ ମାତ୍ର ସ୍ବାର୍ଥ ନାହିଁ । କେବଳ ତୁମର ପରିସ୍ଥିତି ପାଇଁ ତୁମକୁ ସାହାଯ୍ୟ କରୁଛି । କାଲି ଯଦି ତୁମର ଚାକିରି ହୋଇଯାଏ । ତେବେ ମୁଁ ଯେତିକି ଖର୍ଚ୍ଚ କରିଛି ମୋତେ ସବୁ ଟଙ୍କା ଫେରେଇ ଦେବ। ଦୁହେଁ ହସିଲେ । ସୁରେଶ୍ କହିଲା, ମୋତେ ବାପା ପକେଟ୍ ମନି ହିସାବରେ ବହୁତ୍ ଟଙ୍କା ଦିଅନ୍ତୁ। କାରଣ ମୋ ବାପା ଜଣେ ବ୍ୟବସାୟୀ । ତୁମ ପାଇଁ ଯାହା ଖର୍ଚ୍ଚ ହେବ ସବୁ ମୁଁ ଦେବୀ କିନ୍ତୁ ତମେ ମନା କରିବ ନାହିଁ । ଯଦି ମନା କରିବ ତେବେ ଗତ ବର୍ଷ ତୁମର ଚାଲିଗଲା ଏବଂ ଏହି ବର୍ଷ ମଧ୍ୟ ତୁମର ଚାଲିଯିବ।
If the contents are helpful to share them with your friends, Thanking You.