ଅନ୍ଧ ସ୍ଵଭାବ

ଅନ୍ଧ ସ୍ଵଭାବ, Blind Nature, Blind
Blind Thinking
ଗୋଟିଏ ଟାପୁ (ଦ୍ଵିପ ପୁଞ୍ଜ) ରେ କିଛି ଜନ ଜାତି ବାସ କରୁଥିଲେ । ସେମାନେ ସମସ୍ତେ ଅନ୍ଧ ଥିଲେ । 
ଦିନେ ଗୋଟିଏ ନବ ଯୁବକ ସେଠୀ କିଛି କାରଣ ବଶତଃ ଯାଇ ପହଁଚିଲା । ସେ ସେଠୀ କେବଳ ଏକା ଥିଲା ଯିଏ କି ନିଜ ଆଖିରେ ଦେଖିପାରୁଥିଲା।
 ସେଠୀ ପହଞ୍ଚିଲା ପରେ ସେ ଜନଜାତି ତାକୁ ସ୍ଵାଗତ କରିଲେ କିନ୍ତୁ ସେ ଜାଣିବାକୁ ପାଇଲା ଯେ ସମସ୍ତେ ଅନ୍ଧ କିନ୍ତୁ ରାତି ରେ ନାଚ ଗୀତ କରି ତାକୁ ସ୍ଵାଗତ ସମ୍ବର୍ଦ୍ଧନା କରିଲେ। ସେଠୀ ବସି ବସି ସେ ଭାବିଲା ଯେ ଏମାନେ ମୋତେ ସାହଯ୍ୟ କରିଲେ । ଏମାନଙ୍କୁ ମୁଁ କିଛି ଭଲ ଉପଦେଶ ଦେବୀ ଯାହା ଫଳରେ ସେମାନେ ଯୋଉ କାର୍ଯ୍ୟ କରୁଛନ୍ତି ସେଥିରେ ପରିଣାମ ଭଲ ହେବ ଆଉ ସେମାନେ କିଛି ନୂଆ ଶିଖିବେ ।   
ରାତି ପାହିଲା, ସକାଳୁ ସମସ୍ତଙ୍କୁ ଏକାଠି କରି ବୁଝାଇବାକୁ ଚେଷ୍ଟା କରିଲା କିନ୍ତୁ ସେଠୀ ଅନ୍ଧ ଜନ ଜାତି ମଧ୍ୟ ରୁ ସମସ୍ତେ ଏହି ନବ ଯୁବକ ର କଥା କୁ ଅଟହାସ୍ୟ କରି କହିଲେ ” ଏ ବୋଧେ ନିଶ୍ଚୟ ଅନ୍ଧ ହୋଇଥିବ ” ଆମ୍ଭ ମାନଙ୍କୁ ଏମିତି ବୁଝୋଉଛି ଯେମିତି ଆମେ କିଛି ଦେଖି ପାରୁନୁ।  
 ପରିଣାମ କଣ ହେଲା ଯେ ସେ ନବ ଯୁବକ ର କଥା କୁ କେହି ବିଶ୍ୱାସ କରିଲେ ନାହିଁ ଓଲଟା ମାଡ ମାରି ସେହି ଟାପୁ ରୁ ତାକୁ ଘଉଡାଇ ଦେଲେ।  
ଏଥିରେ ଆପଣଙ୍କ ମତାମତ କଣ ??? ପ୍ରକୃତରେ ସେ ବ୍ୟକ୍ତି ଠିକ୍ ଥିଲା ନା ସେ ଜନଜାତି ଠିକ୍ ଥିଲେ ।
ଉତ୍ତର ରେ ମୁଁ କହିବି କିଏ ଠିକ୍ ଆଉ କିଏ ଭୁଲ !
କାରଣ ଅନ୍ଧ ଜନ ଜାତି ସେହି ଟାପୁ ରେ ଜନ୍ମରୁ ସେଠୀ ରହି ଆସୁଛନ୍ତି ଏବଂ ତାଙ୍କର ଜୀବନ ଶୈଳୀ ସେପରି ହୋଇ ସାରିଛି । ନିଶ୍ଚିତ ରୂପରେ ତାଙ୍କର ନିଜ କାମ ଉପରେ ତାଙ୍କର ଅଧିକା ବିଶ୍ୱାସ ରହିବ। ଅନ୍ୟର କଥା କୁ ସେ କାହିଁକି ଶୁଣିବେ ଅବା ବିଶ୍ୱାସ କରିବେ।  
କିନ୍ତୁ ଏଠି ବ୍ୟକ୍ତି ଜଣକ ମଧ୍ୟ ଠିକ୍ ଥିଲେ। ସେ ସେମାନଙ୍କୁ ଉତ୍ତମ ରାସ୍ତା ଦେଖାଉ ଥିଲା ଏବଂ ଆଧୁନିକ ର ଢାଞ୍ଚା ବୁଝାଇବାକୁ ଚାହୁଁଥିଲା କିନ୍ତୁ କେହି ଶୁଣିବାକୁ ଚାହୁଁ ନଥିଲେ । 
ଏଠି ଗୋଟିଏ କଥା ନିଶ୍ଚୟ ଆପଣଙ୍କ ମନକୁ ଛୁଇଁ ଥିବ ଯେ । ଯେ ସେ ଜନ ଜାତି ଅନ୍ଧ ସହିତ ମୂର୍ଖ ମଧ୍ୟ ଥିଲେ ।
କିନ୍ତୁ ମୁଁ ଏହି ଜନ ଜାତି କୁ ଦୋଷ ଦେଉ ନାହିଁ । 
ଏହି ଗଳ୍ପ କହିବାର କାରଣ ହେଉଛି ଯେ…
ଆଜି କାଲି ର ଆଧୁନିକ ଦୁନିଆରେ ଯଦି ଆପଣ କାହାକୁ ଭଲ ଉପଦେଶ ଦେଉଛନ୍ତି ତେବେ ସେ ସେହି କଥା କୁ କେବେ ମଧ୍ୟ ଗ୍ରହଣ କରିବ ନାହିଁ । ସେ ସେହି ଭୁଲ କୁ ବାରମ୍ବାର କରିବ ସିନା ଆପଣଙ୍କ କଥା କୁ ସେ କେବେ ମଧ୍ୟ ସ୍ବୀକାର କରିବ ନାହିଁ ।  
କାରଣ ଯେଉଁ ଲୋକ ଅନ୍ଧ ଭଳି କୌଣସି କାର୍ଯ୍ୟ କୁ ବାରମ୍ବାର ଭୁଲ କରି ଆସୁଛି ତାକୁ ଭଲ ଉପଦେଶ ଦେଲେ ତାକୁ ପିତା ଭଳି ଅନୁଭବ ହେବ ।
ସେଥିପାଇଁ ନିଜକୁ ବଦଳିବା ପାଇଁ ଉତ୍ତମ ଲୋକ ପାଖରୁ ସାହାଯ୍ୟ ନିଅନ୍ତୁ ସେ ନିଶ୍ଚୟ ଆପଣକୁ ସଦ୍ ବୁଦ୍ଧି ଦେବେ । ତାଙ୍କ ଅନୁସାରେ ଯଦି ଆପଣ ଅନୁସରଣ କରନ୍ତି ତେବେ ଆପଣ ସଫଳ ମଧ୍ୟ ହୋଇ ପାରିବେ।  
ନୀଳମାଧବ ଭୂୟାଁ ଙ୍କ କଲମର…
ଏହି ଗଳ୍ପ ମୋର ମେଣ୍ଟର ଙ୍କ ଉପଦେଶ ରୁ ବର୍ଣ୍ଣିତ…
If the contents are helpful to share them with your friends, Thanking You.

Facebook Comments

4 thoughts on “ଅନ୍ଧ ସ୍ଵଭାବ”

  1. ଅନ୍ଧ ଆଗରେ ଦର୍ପଣ ଦେଖାଇବା ଯାହା ଯେଉଁ ମଣିଷ ନିଜ କଥାକୁ ହିଁ ଠିକ୍ ଭାବିଥାଏ ତାକୁ ବୁଝେଇବା ସେୟା,,,

  2. Ajira samaj hauchi andha samaj ta aethi jiye jemiti bhabare bujhe ba jane ta ku semiti kahi dabra achhi kahiki na uttam katha au upadesa aebhali loka nku bhala lage nahi ta kahiki tanku janaiba or bujhayiba chakar re nijara samaya ku nashta kariba kichi abasyakya nahi karana pachare samaja tamaku hi majak re naba au (sebhali byakti) thata pari hasa kariba.

Put your Valuable feedback