Goal (ଲକ୍ଷ୍ୟ)

Aim, goal, ଲକ୍ଷ୍ୟ,
 କାହାଣୀ ଟି ଗୋଟିଏ ଛୋଟ ରାଜ୍ୟରୁ ଆରମ୍ଭ ହୋଇଛି |  ଯେଉଁଠାରେ ସମସ୍ତ ପ୍ରଜା ଗୋଟିଏ ସିଦ୍ଧାନ୍ତ ଉପରେ ଚାଲନ୍ତି । ସେ ସିଦ୍ଧାନ୍ତ କୁ ରାଜା ମଧ୍ଯ ପାଳନ କରିବାକୁ ବାଧ୍ୟ। ଏହା ଏକ ଅଜବ ନିୟମ ଥିଲା |
ନିୟମ ଅନୁଯାୟୀ, ରାଜା ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହେଉଥିଲେ।  କିନ୍ତୁ ଠିକ୍ 5 ବର୍ଷ ଶେଷ ହେଲା ପରେ,  ରାଜାଙ୍କୁ ସେହି ରାଜ୍ୟର ଘଞ୍ଚ ଜଙ୍ଗଲ ରେ ଛାଡିଦେଉଥିଲେ। କିଛି ସମୟ ଦିଆ ଯାଉଥିଲା ଯଦି ସେ ଅନ୍ତରାଳ ଭିତରେ ସେ ଫେରି ଆସୁଥିଲେ ତେବେ ତାଙ୍କୁ ପୁନଃ ରାଜା ରୂପରେ ସମସ୍ତେ ଗ୍ରହଣ କରୁଥିଲେ ।  ଯଦି ରାଜା ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଫେରି ନଆସନ୍ତି, ତେବେ ପରବର୍ତ୍ତୀ 5 ବର୍ଷ ପାଇଁ ଅନ୍ୟ ଜଣେ ରାଜା ଙ୍କୁ ଚୟନ କରୁଥିଲେ |
ଫେରି ନଆସିବାର କାରଣ ରାଜା କୁ ଜଙ୍ଗଲରେ ଛାଡିବା ପରେ ବଣୁଆ ଜନ୍ତୁମାନେ ମାରି ଖାଇ ଯାଉଥିଲେ କିନ୍ତୁ ସେ ଜଙ୍ଗଲରୁ ଆଜି ପର୍ଯ୍ୟନ୍ତ କେହି ଜୀବିତ ଅବସ୍ଥାରେ ଫେରି ନାହାନ୍ତି ।
ଏଭଳି ପ୍ରାୟ 50 ବର୍ଷ ଧରି ଚାଲିଆସୁଛି | ଏବେ ନୂଆ ରାଜାଙ୍କର ନିର୍ବାଚନ ସମୟ ଆସିଯାଇଛି ??  ନିର୍ବାଚନ ପ୍ରକ୍ରିୟା ଏପରି ଥିଲା ଯେ ଯାହାର ଅଧିକ ନାମ ଚୟନ କରାଯାଉଥିଲା ତେବେ ସେ ରାଜା ହେଉଥିଲେ।
ଏବେ ରାମେଶ୍ୱର ପଣ୍ଡିତ ଙ୍କ ନାମ ଆସିଲା । ରାମେଶ୍ୱର ପଣ୍ଡିତ ଯେତେ ସୁନ୍ଦର ଦେଖାଯାଉଥିଲେ। ତାଙ୍କର ସଚ୍ଚୋଟତା ଲୋକଙ୍କ ମନ ମୋହି ଥିଲା। ସେ ସବୁ  ସମସ୍ୟାର ସମାଧାନ କରି ଦେଉଥିଲେ କିନ୍ତୁ ସେ ଗରିବ ଥିଲେ।
ପ୍ରଜା ଗଣ ରାଜ ତିଲକ ପାଇଁ ତାଙ୍କ ଘରେ ପହଞ୍ଚିଲେ।  ଏହା ଶୁଣି ରାମେଶ୍ୱର ବହୁତ ଖୁସି ଥିଲେ, କିନ୍ତୁ ତାଙ୍କ ପତ୍ନୀ ମାୟା ଦୁଃଖୀ ହୋଇ ରାମେଶ୍ୱର କୁ କହିଲେ ଯେ ମୁଁ ତୁମକୁ ହରେଇ ବାକୁ ଚାହେଁ ନାହିଁ।  5 ବର୍ଷ ରାଜା ହେବାର କିଛି ଲାଭ ନାହିଁ। ଶେଷରେ ତୁମକୁ ଜଙ୍ଗଲରେ ଛାଡି ଦିଆଯିବ |
ଏହା ପରେ ରାମେଶ୍ୱର କହିଲେ, ଦେଖ ମାୟା, ତୁମର କଥା ମଧ୍ୟ ଠିକ୍ କିନ୍ତୁ ପ୍ରଜାଙ୍କ ନିର୍ବାଚନ ବିରୁଦ୍ଧରେ ଯିବା ଭୁଲ ହେବ ଏବଂ ଶେଷରେ ରାମେଶ୍ୱର ରାଜା ହେଲେ।
ରାଜା ହେବା ପରେ ରାମେଶ୍ୱର ଏକ ଯୋଜନା ପ୍ରସ୍ତୁତ କଲେ। ଗୋଟିଏ ଲକ୍ଷ୍ୟ ସ୍ଥିର କଲେ ଏବଂ ସେ ନିଜର ଜୀବନ କିପରି ରକ୍ଷା କରିବେ ତଥା ସାରା ଜୀବନ ଖୁସୀ ରେ ବିତାଇବେ ସେ ସମ୍ବନ୍ଧରେ ଯୋଜନା ପ୍ରସ୍ତୁତ ଆରମ୍ଭ କରିଲେ।
ରାମେଶ୍ୱର ସମସ୍ତ ମନ୍ତ୍ରୀଙ୍କୁ ବିଭିନ୍ନ କାର୍ଯ୍ୟରେ ଲଗାଇ ଦେଲେ।  ପ୍ରତ୍ୟେକ ମନ୍ତ୍ରୀଙ୍କୁ ଏକ ଭିନ୍ନ ଭିନ୍ନ କାର୍ଯ୍ୟ ଦିଆଗଲା।
ଯେପରିକି ରାଜ୍ୟ ସଫା କରିବା, ଶିକ୍ଷା ପ୍ରତି ଧ୍ୟାନ ଦେବା, ରାଜ୍ୟର ରାସ୍ତା ମରାମତି କରିବା, ବର୍ଷା ଜଳ ସଞ୍ଚୟ କରିବା, ପୋଖରୀ ଏବଂ ନଦୀ ଜଳ କୁ ସଞ୍ଚୟ କରି ବନ୍ଧ ନିର୍ମାଣ କରିବା ଇତ୍ୟାଦି।
 ଅନ୍ୟ ଏକ ନୂତନ କାର୍ଯ୍ୟ କରିବା ଆରମ୍ଭ କରିଦେଲେ |  ଏଥିରେ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ମାନଙ୍କର ଯତ୍ନ ନେବା ର କାର୍ଯ୍ୟ ଥିଲା |  ସେ ଜଙ୍ଗଲରେ ଗୋଟିଏ ଭଲ ରାସ୍ତା ତିଆରି କରିଲେ।  ଜଙ୍ଗଲ ଭିତରେ ଏକ ଜାଲି ବାଡ଼ ତିଆରି କରି ସମସ୍ତ ପଶୁମାନଙ୍କୁ ଗୋଟିଏ ସ୍ଥାନରେ ରଖି ବନ୍ୟ ଜନ୍ତୁ ସ୍ଥଳୀ ତିଆରି କଲେ |
ଏପରି ସମସ୍ତ ଉତ୍ତମ କାମ କରିବା ସହିତ ରାମେଶ୍ୱର ଙ୍କ  5 ବର୍ଷ ବିତିଗଲା |
ଏବେ ରାଜାଙ୍କୁ ଜଙ୍ଗଲରେ ଛାଡ଼ିବାର ପ୍ରଥା ଆସିଲା | ପ୍ରଜା ମାନେ ରାମେଶ୍ୱର କୁ ଜଙ୍ଗଲରେ ଛାଡି ଫେରି ଆସିଲେ କିନ୍ତୁ  ରାଜା ଠିକ୍ ସମୟରେ ଫେରି ଆସିଲେ ଏବଂ ପୁନଃ ରାଜା ରୂପରେ ରାଜ ସିଂହାସନ ଗ୍ରହଣ କରିଲେ।
କାରଣ ସେହି ଜଙ୍ଗଲର ସମସ୍ତ ପ୍ରାଣୀ ଙ୍କୁ ଗୋଟିଏ ସ୍ଥାନରେ ଅଲଗା କରି ରଖାଯାଇଥିଲା ଏବଂ ତାଙ୍କୁ କୌଣସି ଜୀବ ଜନ୍ତୁ କ୍ଷତି କରିଲେ ନାହିଁ।
ଏବେ ରାମେଶ୍ୱର ରାଜା ଭାବରେ ତାଙ୍କର ବାକି ଜୀବନ ବିତାଇଲେ।
ଏହି କାହାଣୀରେ ତୁମକୁ କିଛି ନୂଆ କଥା ଶିଖିବାକୁ ମିଳିଥିବ । ରାମେଶ୍ୱର ଉଚିତ୍ ସମୟରେ ନିଜ ବୁଦ୍ଧି ବଳରେ ପ୍ରଥମେ ବିପଦକୁ ହଟାଇଲେ ଏବଂ ବାକି ଜୀବନ ଖୁସିରେ ବିତାଇଲେ।
ଯେତେବେଳେ ତୁମକୁ ସମୟ ମିଳୁଛି ସେତେବେଳେ ଏମିତି କିଛି କାର୍ଯ୍ୟ କର ଯେଉଁଥିରେ ତୁମର ଭବିଷ୍ୟତ ଉଜ୍ଜଳ ହେବ ।
 ଏହି କାହାଣୀ ଶ୍ରୀ ବିବେକ ବିନ୍ଦ୍ରା ଜୀ ଙ୍କ ଉପଦେଶ ରୁ ବର୍ଣ୍ଣିତ  ।
 ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…
If the contents are helpful to share them with your friends, Thanking You.

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading