ମୋ ଗୋଲାପ (Rose)

Rose, ଗୋଲାପ, ପୂଜାସ୍ୱାଇଁ, ପୁଜା
Rose
ପ୍ରଥମ ଦେଖାରେ ମୋତେ କରିଲ ନିଜର
ଆଖିରେ କେବଳ ତୁମର ଛବି
ଯୋଡ଼ି ହୋଇଗଲା ସେବେଠୁ ସମ୍ପର୍କ ଆମର…
ଦୁନିଆ ହେଉଛି ଆମର ପ୍ରତ୍ୟକ୍ଷ ଦର୍ଶୀ 
ଆମ ସମ୍ପର୍କ ର ମୁକ ସାକ୍ଷୀ….
ସକାଳୁ ଉଠି ଯେବେ ଯାଏ ତୁମ ବଗିଚା କୁ
ନାଲି ନୀଳ ରଙ୍ଗର ସୌନ୍ଦର୍ଯ୍ୟ ମନ କିଣି ନିଏ 
ତୁମର ପୁଷ୍ପ ବନାନୀ….
ତୁମେ ହେଉଛ ସବୁଠୁ ନୀଆରା 
ମନ କିଣି ନିଅ ପ୍ରତି ମୁହୂର୍ତ୍ତରେ,
ତୁମର ଦର୍ଶନ ସତେକି ମନରେ ନୂଆ ଶକ୍ତି ର 
ଆଭାସ ଦିଏ…
ତୁମେ ହେଉଛ ପୁଷ୍ପ ସମାହାର
ସୁନ୍ଦର ପାଖୁଡ଼ା ର ସର୍ଜନ
କିନ୍ତୁ ତାହା ହେଉଛି ମୋର କୋମଳ ଶରୀର….
ସେ ପାଖୁଡ଼ା ଉପରେ ମହୁମାଛି, ପ୍ରଜାପତି ର ସ୍ପର୍ଶ ମୋତେ ଯେମିତି ସ୍ବର୍ଗ ସୁଖ ର ଆନନ୍ଦ ଦିଏ….
କାହିଁକି ଯେ ତୁମେ ସମସ୍ତଙ୍କ ମନଙ୍କୁ 
ଛୁଇଁ ଯାଅ ମୁଁ ଜାଣେନା
କିନ୍ତୁ ତୁମ ସହିତ ମୋର 
ନିବିଡ ପ୍ରେମ ସମ୍ପର୍କ ର ଉନ୍ମାଦନା…
ମୋତେ ଇର୍ଷା ହୁଏ,
ଯେତେବେଳେ ତୁମେ 
ପ୍ରେମୀ ଯୁଗଳ ଙ୍କ ହସ୍ତ ସ୍ପର୍ଶରେ
ପ୍ରେମ ଜାଗ୍ରତ କୁ ଜନ୍ମ ଦିଅ….
ମୁଁ ଜାଣେନା 
ମୋ ହ୍ରୁଦୟର ସ୍ପନ୍ଦନ ରୂପରେ
ତୁମେ ସ୍ଥାନ ନେଇ ସାରିଛ..
ତୁମର ସୁନ୍ଦରତା
ତୁମର ମନ ମୋହି ବାସ୍ନା ରେ
ସମସ୍ତଙ୍କୁ ଯେମିତି ମୋହି ଦେଉଛ
ଏବଂ ଭଗବାନ ଙ୍କ ପାଦତଳେ 
ସ୍ଥାନ ପାଉଛ
ସତେ ଯେମିତି 
ମୋର ସେଠୀ ସ୍ଥାନ ବୋଲି ମୁଁ ମନେ କରୁଛି….
ତୁମେ ପୁଷ୍ପ ରୂପକ 
ମୋ ହ୍ରୁଦୟ
ଯଦି ତୁମକୁ କେବେ କେହି
ତୋଳିବାକୁ ଚେଷ୍ଟା କରେ ମୋ
ମନକୁ କଷ୍ଟ ଅନୁଭବ ହୁଏ। 
ତମେ କେବଳ ପୁଷ୍ପ ନୁହଁ 
ତମେ ହେଉଛ ମୋ ହୃଦୟ
ମୋ ପ୍ରାଣ ପ୍ରିୟତମା…
ମୋ ପ୍ରତିରୁପି..
ତୁମେ ହେଉଛ ମୋ ଗୋଲାପ…
ପୂଜା ସ୍ୱାଇଁ (ଲେଖିକା)

If the contents are helpful to share them with your friends, Thanking You.

8 thoughts on “ମୋ ଗୋଲାପ (Rose)”

Leave a Reply

Your email address will not be published. Required fields are marked *