ମନର କଥା ??

ମନର କଥା, ହାର୍ଟ ୱର୍ଡ, wish, mind
ମନର କଥା ??
ଝିଲି ମିଲି ତାରାଟିଏ ଜଳି କହୁଛି,
ମିଞ୍ଜି ମିଞ୍ଜି ଆଲୁଅରେ ଆଲୋକିତ କରିପାରିବି ??
ଖିଲି ଖିଲି ଫୁଲଟିଏ ହସି କହୁଛି,
ସଭିଙ୍କ ଓଠରେ ହସ ଖେଳେଇ ଦେବି ??
ଟିକି ଟିକି ଡେଣା ଝାଡି ପକ୍ଷୀଟିଏ କହୁଛି,
ଶାନ୍ତିର ବାରତା ନେଇ ଉଡ଼ି ମୁଁ ଯିବି ??
ନାଲି ନାଲି ସୁରୁଜ ଆଖି ଖୋଲି କହୁଛି,
ଅନ୍ଧାରକୁ କ୍ଷଣ କରେ ଦୂର କରିବି ??
ନାଚି ନାଚି ତରଣୀ ଝୁଲି କହୁଛି,
ଲୋକଙ୍କ ତୃଷ୍ଟା ମୁଁ ମେଣ୍ଟି ପାରିବି ??
ଛନ ଛନ ହୋଇ ଛେଳିଟିଏ କହି ଦଉଛି ,
ମାଆ ଡାକ କେବେ  ଭୂଲିନ ଯିବ କହୁଛି ??
କୁନି କୁନି ପିଲାଟିଏ ଟିକି ଓଠେ ହସି କହୁଛି,
ଜଗତ ଜିତା ମୁଁ ଆଜି ହୋଇପାରିଛି ??
ଉଚ୍ଚ ଉଚ୍ଚ ପରବତ ମୁଣ୍ଡ ଟେକି କହେ,
ଧର୍ଯ୍ୟହରା ହେବନି କେବେ ବିପଦ ବେଳେ??
ସମସ୍ତ ଜନ ମାନସ ନିଜ କହିବାକୁ ଚାହୁଁଛନ୍ତି
ଯେ କଣ ମୁଁ ଏହା କରି ପାରିବି ??
ରୁବି ନାହାକ (ଲେଖିକା)
।।

If the contents are helpful to share them with your friends, Thanking You.

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading