ତୋ ଅପେକ୍ଷାରେ..2

#pujabishoyi,#waiting2,#wait,#puja,#bhuyansblog,
ତୋ ଅପେକ୍ଷାରେ …2

+3 ରେ ପହଞ୍ଚିଲା ପରେ ମଧ୍ୟ ମୁଁ ସୁମିତ୍ ଙ୍କ ଭଲପାଇବା ଆଶା ର ଅପେକ୍ଷା ରେ ରହିଲି। +2 ଅପେକ୍ଷା +3 ରେ ଆମ ଦୁଇ ଜଣଙ୍କୁ ମିଶିବାକୁ ପର୍ଯ୍ୟାପ୍ତ ସମୟ ମିଳିଲା। ମୋର କ୍ଲାସ୍ ସରିବା ସହିତ ସୁମିତ୍ ଙ୍କ କ୍ଲାସ୍ ମଧ୍ୟ ସରିଯାଉଥିଲା। ବେଳେବେଳେ ଠିକ୍ ସମୟ ରେ ଗେଟ୍ ବାହାରକୁ ଯଦି ଆସୁ ତେବେ ଏକାଠି ହୋଇ ଘରକୁ ଫେରୁ ଥିଲୁ। ପ୍ରକୃତ କଥା ଟି ହେଲା ମୁଁ ସବୁବେଳେ ଚାହୁଁଥିଲି କି ଆମେ ଦୁହେଁ ମିଶି କଲେଜ୍ ରୁ ଏକା ସାଙ୍ଗରେ ଘରକୁ ଫେରୁ ଏବଂ ସେମିତି ବେଳେ ବେଳେ ହିଁ ହେଉଥାଏ । ଯେଉଁଦିନ ଆମେ ଦୁହେଁ ମିଶି ଘରକୁ ଫେରୁ ମୋତେ ବହୁତ୍ ଖୁସି ଅନୁଭବ ହେଉଥାଏ। ଫେରିବା ସମୟରେ ରାସ୍ତା ରେ ସାଇକେଲ ଚଲେଇ ଚଲେଇ କଥା ହେବାର ମଜା ହିଁ ଅଲଗା ଥିଲା। ମୋର ପାଠ ପଢା ତ କମ୍ କିନ୍ତୁ ସୁମିତ୍ ଙ୍କ ଭଲ ପାଇବା ଅପେକ୍ଷାରେ ବହୁତ୍ ସମୟ ବିତାଉ ଥିଲି। ଏମିତି ବହୁତ୍ ଦିନ ବିତିଗଲା ମାତ୍ର ମୋ ମନରେ ଥିବା ଇଚ୍ଛା କୁ ସୁମିତ୍ ଆଗରେ ପରିପ୍ରକାଶ କରି ପାରିଲି ନାହିଁ । +3 ମଧ୍ୟ ସରି ବାକୁ ଲାଗିଲା ।

ଦେଖୁ ଦେଖୁ ଏମିତି ଦିନ ଆସିବ ବୋଲି ମୁଁ ଭାବି ନଥିଲି । ହଠାତ୍ 23 ମାର୍ଚ୍ଚ ୨୦୨୦ ରେ ପୁଣି ସୁମିତ୍ ଏବଂ ମୋର ମନ ପୁଣି ଥରେ ମିଶିବାକୁ ଲାଗିଲା ତାହା ପୁଣି ସୋସିଆଲ ମିଡ଼ିଆ ମାଧ୍ୟମରେ । ଧୀରେ ଧୀରେ ଆମର କଥା ବଢ଼ିବାକୁ ଲାଗିଲା। ଦୁହେଁ ଅତି କ୍ଳୋଜ ହେବାକୁ ଲାଗିଲୁ। ସୁମିତ୍ ମତେ ତାଙ୍କର ସବୁ ସିକ୍ରେଟ୍ କଥା କହୁଥିଲେ ଆଉ ମୁଁ ବି ତାଙ୍କୁ ମୋ ମନ କଥା କହୁଥିଲି । ଏବଂ ସୁମିତ୍ ମଧ୍ୟ ଜାଣିବାକୁ ପାଇଲେ ଯେ ମୁଁ ତାଙ୍କୁ ଭଲ ପାଏ ବୋଲି । ସୁମିତ୍ ଆଉ ମୁଁ ଧିରେ ଧିରେ ନିକଟତର ହେବାକୁ ଲାଗିଥିଲୁ।

ମୁଁ ସୁମିତ୍ ଙ୍କୁ ଯେତିକି ଭଲ ପାଉଥିଲି ତାର ସମାନ ଭାର ରେ ସୁମିତ୍ ମଧ୍ଯ ରିତୁ କୁ ସେତିକି ଭଲ ପାଉଥିଲେ। ଏଠି ଏକ ତ୍ରିକୋଣିଆ ଲଭ୍ ଷ୍ଟୋରି ର ଆରମ୍ଭ ହୋଇଗଲା । କିନ୍ତୁ ଅଜବ କଥା ହେଲା ଯେ, ରିତୁ ର ମେରେଜ୍ ହୋଇଯାଇଥିଲା ପରେ ମଧ୍ୟ ସୁମିତ୍ ରିତୁ କୁ ଭୁଲି ପାରୁନଥିଲେ ଏବଂ ସୁମିତ୍ ରିତୁ ଙ୍କ ସହ ଫୋନ୍ ରେ କଥା ବାର୍ତ୍ତା ହେଉଥିଲେ । ରିତୁ ର ମେସେଜ ଆସିଲେ ସୁମିତ୍ ଯେମିତି ଖୁସିରେ ପାଗଳ ହୋଇ ଯାଉଥିଲେ । ଏସବୁ ମୁଁ ଯେତେବେଳେ ଦେଖେ ମୋତେ ବହୁତ୍ କଷ୍ଟ ଅନୁଭବ ହୁଏ କିନ୍ତୁ ସବୁ ଜାଣି ମଧ୍ୟ ଚୁପ୍ ରହୁଥିଲି ଭାବିଲି ସୁମିତ୍ ଙ୍କ ମନ ଆଜି ନହେଲେ କାଲି ନିଶ୍ଚୟ ବଦଳିବ। ଏହି କଷ୍ଟ ଅନୁଭବ ପରେ ମୁଁ ଭାବିଲି ପ୍ରପୋଜ୍ କରିବି ନାହିଁ ଏବଂ ସୁମିତ୍ ଙ୍କ ଠାରୁ ଦୂରେଇ ରହିବି । ଯଦି ସେ ମୋତେ ପ୍ରକୃତ ଭଲ ପାଉଛନ୍ତି ତେବେ ସେ ମୋ ପାଖକୁ ନିଶ୍ଚୟ ଫେରିବେ। ଭାବେ କଣ କହି ବୁଝେଇବି ତାଙ୍କୁ। ବେଳେବେଳେ ଭାବେ ସୁମିତ୍ ଏବଂ ରିତୁ ଙ୍କ ମଝିରେ ଆଉ ଆସିବି ନାହିଁ । ଏହି ଦୁହିଙ୍କ ଜୀବନରୁ ଦୂରେଇ ଯିବି ।

ଠିକ୍ ସେ ସମୟ ରେ ସୁଶାନ୍ତ ବୋଲି ଅନ୍ୟ ଜଣେ ଚରିତ୍ର ଯିଏ ମୋତେ କଲେଜ୍ ସମୟରୁ ଭଲ ପାଉଥିଲା ସେ ମୋତେ ପ୍ରପୋଜ୍ କରିଲେ। ସୁମିତ୍ ଙ୍କୁ ଭୁଲି ପାରୁନଥିଲି କି ସୁଶାନ୍ତ ଙ୍କୁ ଗ୍ରହଣ କରିପାରୁନଥିଲି। କିନ୍ତୁ ସୁଶାନ୍ତ ର ବାଧ୍ୟକତା ଏବଂ ତାର ମୋ ପ୍ରତି ନିବିଡ ଭଲ ପାଇବା ଦେଖି ମନା କରିବି ନା ହଁ କରିବି ଭାବି ତାର ପ୍ରପୋଜ୍ କୁ ଗ୍ରହଣ କରିଲି। ତାର ପ୍ରପୋଜ୍ କୁ ହଁ କରିଲି ସତ ମୋ ମନ କେବଳ ସୁମିତ୍ ପାଖରେ ଥାଏ। ଭାବିଲି ସୁଶାନ୍ତ ଙ୍କ ଭଲ ପାଇବା ଗ୍ରହଣ କରି ସୁମିତ୍ ଙ୍କୁ ଭୁଲି ଯିବି । ହେଲେ ମୋ ପକ୍ଷେ ସୁମିତ୍ ଙ୍କୁ ଭୁଲିବା ଅସମ୍ଭବ ହେଲା । ପୁଣି ଭାବିଲି ସୁମିତ୍ ରିତୁ ସହ କଥା ହୁଅନ୍ତୁ କିନ୍ତୁ ସେ ମୋ ସହ ବିତେଇଥିବା ମୂଲ୍ୟବାନ ସମୟ ର ପ୍ରଭାବରେ ମୋ ପାଖକୁ ନିଶ୍ଚୟ ଫେରି ଆସିବେ ଏବଂ ସେ ମୋତେ ମୋ ଭଲ ପାଇବା କୁ ଚିହ୍ନିଵେ ।ଅନ୍ୟ ପକ୍ଷେ ସୁଶାନ୍ତ ସିନା ମୋତେ ଭଲ ପାଉଥିଲା ମୁଁ ତା ପ୍ରତି ସେତେ ସିରିଆସ ନଥିଲି। ସୁମିତ୍ ଙ୍କ ଠାରୁ ଦୂରରେ ରହିବା ପାଇଁ ଏମିତି ଏକ ସିଦ୍ଧାନ୍ତ ନେଇଥିଲି ଯେ ସେ ସିଦ୍ଧାନ୍ତ ପାଇଁ ବେଳେ ବେଳେ ମୋତେ ନିଜ ଉପରେ ଘୃଣା ବି ଲାଗୁଥିଲା । ମୁଁ ଏସବୁ ବାଧ୍ୟ ହୋଇ କରୁଥିଲି କେବଳ ସୁମିତ୍ ମୋ ପାଖକୁ ଫେରି ଆସନ୍ତୁ।

ଏମିତି କିଛି ଦିନ ପରେ ଭାବିଲି ସୁଶାନ୍ତ ସହ ଆଉ କଥା ହେବିନି । ଏମିତି କେତେଦିନ ମିଛ ଭଲ ପାଇବା ଆଉ ଛଳନା ଦେଖାଇ କାହିଁକି ସୁଶାନ୍ତ ଆଗରେ ମୁଁ ଦୋଷୀ ହେବି । ଧିରେ ଧିରେ କଥା ହେବା ମଧ୍ୟ ବନ୍ଦ କରିଦେଲି । କିଛି ଦିନ ପରେ ମୋ ସାଙ୍ଗ ମାନଙ୍କ ଦ୍ଵାରା ମୁଁ ଶୁଣିବାକୁ ପାଇଲି ଯେ ସୁମିତ୍ ଆଉ ରିତୁ ବର୍ତ୍ତମାନ କଥା ହେଉନାହାଁନ୍ତି। କିନ୍ତୁ ସୁମିତ୍ ମୋ ସହିତ ପୁର୍ବ ଭଳି କଥା ହେଉଥିଲା। ସୁମିତ୍ ବଦଳି ଗଲେ ବୋଲି ମୁଁ ବହୁତ୍ ଖୁସି ହେଲି । ଆମ ପ୍ରେମ ପୁର୍ବ ଭଳି ନିବିଡ ହେଉ ସେ ଚେଷ୍ଟାରେ ମୁଁ ଲାଗି ପଡ଼ିଲି । ଆମର ପୁରୁଣା ଭଲ ପାଇବା ତାଜା ହେବାକୁ ଲାଗିଲା ଏବଂ ତା ପର ଠାରୁ ମୁଁ ସୁମିତ୍ କୁ ହରେଇବା ପାଇଁ ଚାହୁଁ ନଥିଲି। ଏହି ପ୍ରେମ ଗାଡି କୁ ସ୍ପିଡ୍ କରିବାରେ ମୁଁ ବହୁତ୍ ଜୋର୍ ଦେଲି ।

ହେଲେ ମୁଁ ଥିଲି ପାଗିଳୀ ମୋର ଭାବନା ସବୁ ଭୁଲ ଥିଲା। ସବୁ ପ୍ଲାନ୍ ଭଣ୍ଡୁର ହେବାର ମୋତେ ଜଳ ଜଳ ହୋଇ ଦେଖା ଯାଉଥିଲା । ମୋ ସହିତ ପ୍ରେମ ସମ୍ପର୍କ ଥିଲା ସତ ? ମାତ୍ର ତାହା କେବଳ ଦେଖାଣିଆ। ଦିନେ ମୁଁ ଜାଣିବାକୁ ପାଇଲି ଯେ ସେ ଦୁହେଁ ଏବେ ମଧ୍ୟ ପରସ୍ପରକୁ ଭଲ ପାଆନ୍ତି । ଏସବୁ ଶୁଣିଲା ପରେ ମୋ ପାଦ ତଳୁ ମାଟି ଖସିଗଲା । ମୋ ସହ ଧୋକା ହେଉଛି ବୋଲି ମୋତେ ଠିକ୍ ଅନୁଭବ ହେଲା। ମୋତେ ବହୁତ୍ କଷ୍ଟ ହେଲା । ବହୁତ୍ କାନ୍ଦିଲି । ନିଜକୁ ବହୁତ୍ ଘୃଣା କରିଲି। ହାତକୁ କଷ୍ଟ ଦେଇ କେତେ ଥର କାନ୍ଥ କୁ ପିଟିଛି ତାହା ଅଗଣତି । କେତେ ରାତି ଲୁହ ଭିଜା ଅନିଦ୍ରା କଟିଛି ତାହାର ହିସାବ ନାହିଁ। ଘରେ ଅଳ୍ପ ସନ୍ଦେହ ଶଦ୍ଦ ରେ ପଚାରିଲେ କିନ୍ତୁ କାହାକୁ ତାର ଆଭାସ ହେବାକୁ ଦେଲିନି। ଭୋକ ଲାଗୁଥିଲେ ମଧ୍ୟ ନିଜକୁ ଭୋକରେ ରଖି ବହୁତ୍ କଷ୍ଟ ଦେଇଛି । କାହାକୁ କହିବି ? କାହାକୁ ସୁଣେଇବି ମୋ ବିରହ ହୃଦୟର ବ୍ୟଥା !!! ଦିନେ ଇଚ୍ଛା ହେଲା ସବୁଦିନ ପାଇଁ ଲିନ ହୋଇଯିବି ଏହି ମୋହ ମାୟା ସଂସାର ରୁ…………

ତୃତୀୟ ଭାଗ ପଢ଼ିବା ପାଇଁ ଏଠି କ୍ଲିକ୍ କରନ୍ତୁ

If the contents are helpful to share them with your friends, Thanking You.

3 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading