ଚାରି ଦଉଡ଼ି କଟା (By. Nilamadhab)

 
ଚାରି ଦଉଡ଼ି କଟା






 ଆଜି ବୈଠକ ବସିଛି ଗାଁ କୋଠ ଘରେ। କାରଣ ଚୋର ଧରା ପଡ଼ିବ । ରାମୁ ଗୌଡ଼ ର ଛେଳି ଚୋରି ହୋଇଛି । କିଛି ଦିନ ତଳେ ରାମୁ ର ଗୋଟିଏ ଖାସି ରାତି ଦୁଇଟା ରୁ ହଜି ଯାଇଛି । ସେଦିନ ରାତିରେ ବହୁତ୍ ଖୋଜା ଖୋଜି ପରେ ମଧ୍ୟ ଛେଳି ର କିଛି ଖବର ମିଳିଲା ନାହିଁ । ଶେଷରେ ରାମୁ ସକାଳୁ ସକାଳୁ ଗାଁ କମିଟି କୁ ଗୋଟିଏ ଏତଲା ଦେଲା ଯେ ଆଗକୁ ଗ୍ରହ୍ମା ପୂର୍ଣ୍ଣିମା ଆସିବ ଏବଂ ତା ପୂର୍ବରୁ ମୋର ଗୋଟିଏ ଖାସି ଚୋରି ହୋଇଯାଇଛି। ମୋତେ ସେ ଖାସି ଖୋଜିବାରେ ଗାଁ କମିଟି ସାହାଯ୍ୟ କରନ୍ତୁ । 

ଗାଁ କମିଟି ରାମୁ କୁ ସାହାସ ଦେଇ କହିଲେ ଯେ ତୁମେ ଚିନ୍ତା କର ନାହିଁ ତୁମର ଛେଳି ତୁମେ ନିଶ୍ଚୟ ପାଇବ । ପ୍ରକୃତରେ ଚୋରି କରିଛି ଗ୍ରାମ ର ରଞ୍ଜିଆ ରାଉଳ ର ପୁଅ ସତୀଶ । ସତୀଶ ହେଉଛି, ଗୋଟିଏ ଚାରି ଦଉଡ଼ି କଟା। ଗାଁ ର କାହା କଥା ସେ ଶୁଣେନି । ତାକୁ ଯଦି କେହି ଆଙ୍ଗୁଠି ଉଠାଏ ତେବେ ତା ପର ଦିନ ତାର ବେଳା ଖରାପ ନିଶ୍ଚୟ ହେବ । ସେଥିପାଇଁ ତା ବିରୁଦ୍ଧରେ କେହି ଯାଆନ୍ତି ନାହିଁ । 

ରାତିରେ ଗ୍ରାମ ସଭା ଆୟୋଜନ ହେଲା ଏବଂ ରାମୁ କୁ ଗାଁ କମିଟି ଅନୁରୋଧ କରିଲେ ଯେ ତୋର କାହା ଉପରେ ସନ୍ଦେହ କହ? ଆମେ ତୋ ସହିତ ଅଛୁ । ରାମୁ ସମସ୍ତଙ୍କ ମୁହଁ କୁ ଚାହିଁ ଶେଷରେ ସତୀଶ ର ନାମ ନେଲା କିନ୍ତୁ ମନରେ ଭୟ ଥିଲା। ଗ୍ରାମ କମିଟି ସତୀଶ କୁ ଡକେଇ ପଠେଇଲେ କିନ୍ତୁ ସେ ମଦ ପିଇ କୋଉଠି ଗଡୁ ଥିଲା କିନ୍ତୁ ଘରେ ନଥିଲା । ସଭା ସରିଲା ଏବଂ ରାମୁ କୁ ସ୍ୱାନ୍ତନା ଦେଇ କହିଲେ ଆମେ ତୋତେ ନ୍ୟାୟ ଦେବୀ ତୁ ଚିନ୍ତା କର ନାହିଁ। 

ତାପର ଦିନ ସତୀଶ ରାମୁ ପାଖରେ ହାଜର । ତାକୁ ଧମକ ଦେଇ କହିଲା । ତୁ ମୋତେ ଦେଖିଛୁ କି? ତୋର ଛେଳି ନେବା ସମୟରେ । ରାମୁ ଚୁପ୍ ଥିଲା । ସତୀଶ ତାକୁ କହିଲା ଯେ, ତୁ ମିଛ କହିଛୁ ନା ?? ଏବେ ତୋର ସତ ସତିକା ଛେଳି ଚୋରେଇବି । ଆଉ ତୋ ଗୁହାଳରେ ନିଆଁ ଲଗେଇ ଦେବି । ତୋ ହାତରେ ଯାହା ହେଉଛି କର । ରାମୁ ମଧ୍ୟ ଡରରେ ପୁଣି ଗାଁ କମିଟି କୁ ନ୍ୟାୟ ପାଇଁ ଗୁହାରୀ କରିଲା । ଗାଁ ସଭା ଆୟୋଜନ ହେଲା ସିନା ସତୀଶ ଆସିଲା ନାହିଁ । ସମସ୍ତେ ନିରୁପାୟ । ତାକୁ କେହି ବାଧ୍ୟ କରିବ । ସେ ତ, ଚାରି ଦଉଡ଼ି କଟା । 

୮ ଦିନ ପରେ ରାତି ୪ଟା ପାଖା ପାଖି ସତୀଶ ପହଞ୍ଚିଲା ରାମୁ ର ଗୁହାଳରେ । ସତୀଶ ନିଜର ତିନୋଟି ମଦୁଆ ସାଙ୍ଗ ସହିତ ସେଠୀ ପହଞ୍ଚିଲା । ସେ ଭାବିଲା ଆଜି ତିନି ରୁ ଚାରୋଟି ଛେଳି ନିଶ୍ଚୟ ଚୋରି କରିବି କିନ୍ତୁ କଥା ରେ ଅଛି ଯଦି ତୁମର ପାପର ଘଡା ଭରି ଗଲାଣି ତେବେ ତୁମର ଖରାପ ସମୟ ନିଶ୍ଚୟ ଆସିବ । ତାପରେ ସତୀଶ ର ଅଜାଣତେ ଗୁହାଳରେ କୋଣେ ଥିବା ପରିସ୍ରା ଗାତ ଭିତରେ ତାର ଗୋଡ ଖସି ଗଲା ଏବଂ ଗୋଡ଼ ଟି ମୋଡ଼ି ହୋଇ ସେଠୀ ପଡିଗଲା । ନିଶା ଶକ୍ତ ଅବସ୍ଥାରେ ତାକୁ କଷ୍ଟ ଅନୁଭବ ହେଉ ନଥାଏ। ଦୁଇଟି ଛେଳି ର ପାଟି କୁ ବାନ୍ଧିବା ସମୟରେ ରାମୁ ର ହଠାତ୍ ନିଦ ଭାଙ୍ଗି ଯାଇଛି । ସେ ଦୌଡ଼ି ଆସି ଦେଖେ ଚାରି ଜଣ ଲୋକ ତା ଗୁହାଳ ଭିତରେ ଅଛନ୍ତି। ରାମୁ, ଚୋର ଚୋର ବୋଲି ପାଟି କରିବା ପରେ ସାହି ପଡିଶା ଲୋକେ ଉଠି ଆସିଲେ। ପଡିଶା ଲୋକଙ୍କ ପାଟି ଶବ୍ଦ ଶୁଣି ସତୀଶ ର ସାଙ୍ଗ ମାନେ ଦଉଡ଼ି ଚାଲି ଗଲେ ସିନା। ସତୀଶ ଦଉଡ଼ି ଯାଇ ପାରିଲା ନାହିଁ । କାରଣ ଗୋଡ ମୋଡ଼ି ହୋଇ ପଡ଼ିବା ପରେ ତାର ଗୋଡ ଟି ଭାଙ୍ଗି ଯାଇଥିଲା ।

ଏକଥା କିଏ ଜାଣେ ଯେ ସତୀଶ ର ଗୋଡ ଭାଙ୍ଗିଛି ବୋଲି । କିଏ ଠେଙ୍ଗା ତ କିଏ ଲାଠି ନେଇ ପହଞ୍ଚିଲେ। ଅନ୍ଧାର ରାତିରେ ମୁହଁକୁ ମୁହଁ ଦେଖା ଯାଉ ନଥାଏ। ସମସ୍ତେ ତାକୁ ଗୁହାଳ ରୁ ବାହାର କୁ ଟାଣି ଆଣି ମାଡ଼ ସହିତ ଗୋଇଠା ବିଧା ର ବର୍ଷା କରି ଚାଲିଲେ । ପ୍ରାୟ ଲୋକେ ତ ଜାଣିଛନ୍ତି ଯେ ଏ ସତୀଶ ବୋଲି କିନ୍ତୁ ତା ପ୍ରତି କାହାର ଦୟା ନଥିଲା ଏବଂ ବହେ ମାଡ ଖାଇବା ପରେ ପୋଲିସ୍ କୁ ଖବର ଦେଲେ। ପୋଲିସ୍ ଆସିବାରେ ଅଳ୍ପ ବିଳମ୍ବ କରିଲା ସତ କିନ୍ତୁ ଆସିଲା ପରେ ସତୀଶ କୁ ବାନ୍ଧି ନଣ୍ଡା କରି ଗାଁ ସାରା ଚଲେଇ ଚଲେଇ ଥାନା କୁ ନେଇ ଗଲା । ତାପର ଠାରୁ ଚାରି ଦଉଡ଼ି କଟା ର ଆଉ ଦେଖା ନାହିଁ ବୋଧେ ସୁଧୁରି ଯାଇଛି ।


ନୀଳମାଧବ ଭୂୟାଁ ଙ୍କ ଗଳ୍ପ ସଂକଳନ ରୁ..






If the contents are helpful to share them with your friends, Thanking You.

Categories:

3 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading