The Kashmir Files

ଦ କଶ୍ମୀର୍ ଫାଇଲ୍‌ସ୍
 11.03.2022 ରେ ମୁକ୍ତିଲାଭ କରିଥିବା ‘ଦ କଶ୍ମୀର୍ ଫାଇଲ୍‌ସ୍’ ଯାହା ବିବେକ ଅଗ୍ନିହୋତ୍ରୀଙ୍କ ଦ୍ବାରା ନିର୍ଦ୍ଦେଶିତ । ଆପଣଙ୍କ ମନ ଓ ମସ୍ତିଷ୍କକୁ ହଲେଇ ଦେଲା ଭଳି କଥାବସ୍ତୁ ଏଥିରେ ବର୍ଣ୍ଣିତ।ଅଭିନୟ ଏବଂ ଘଟଣା ବଳି ରୂପାନ୍ତରିତ ହୋଇଥିଲେ ମଧ୍ୟ ଆପଣଙ୍କ ମନ କୁ ଦୁଃଖର ସାଗର ଭିତରକୁ ଟାଣି ନେବାକୁ ବାଧ୍ୟ କରିବ ।
1990 ମସିହା ରେ କଶ୍ମୀରରୁ ହଜାର ହଜାର କଶ୍ମୀରୀ ପଣ୍ଡିତ ଓ ସେମାନଙ୍କ ପରିବାରସଦସ୍ଯଙ୍କୁ କିପରି ଭାବେ ହତ୍ୟା, ବଳାତ୍କାର, ଗୃହଦାହ ଘଟଣା ବଳି ଏଥିରେ ବର୍ଣ୍ଣିତ। ଅତ୍ୟାଚାର ଦ୍ବାରା ବଳପୂର୍ବକ ବିତାଡ଼ିତ କରାଯିବାର କରୁଣ କାହାଣୀ ଏଥିରେ ଦେଖିବାକୁ ପାଇବେ। ଅନୁପମ ଖେର୍‌ଙ୍କ ଙ୍କ ଚରିତ୍ର ଏଵଂ ଅଭିନୟ  ଅବିସ୍ମରଣୀୟ। ଖଳନାୟକ ଭାବେ ଚିନ୍ମୟ ମାଣ୍ଡେଲ୍‌କର୍‌ଙ୍କ  ଅଭିନୟ କରିଛନ୍ତି, ଏହି କାହାଣୀ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ।
ନିଜେ ଦେଖନ୍ତୁ ଏବଂ ଆପଣ ଜାଣିବେ ଆତଙ୍କବାଦୀମାନେ କିଭଳି ଭାବେ ବର୍ବର କାଣ୍ଡ ଘଟାଇଥିଲେ । ୧୯୯୦ର ଘଟଣା ବଳି ଉପରେ ଆପଣଙ୍କ ଯାହା କିଛି ସନ୍ଦେହ ଥିଲା ତାହା ନିଶ୍ଚୟ ଦୂର ହେବ। କହିବାର କାରଣ ଏହି କି ଯେ ସେ କାଶ୍ମୀର ଭଳି ସ୍ବର୍ଗ ରେ ମୁଁ କିଛି ଦିନ ବିତେଇଛି। 
ଏବଂ ବର୍ତ୍ତମାନ ମଧ୍ୟ ସେ ସ୍ଥିତି କିଛି କିଛି ଯାଗାରେ ଏବେ ମଧ୍ୟ ଜୀବିତ ଅଛି । ମାନେ କହିବାର କାରଣ ଏହିକି ଯେ । ଆଜି 2022 ମସିହା ରେ ପହଞ୍ଚିଲାଣି । ସେଠିକାର ଲୋକମାନଙ୍କ ମନରେ ଦେଶ ପ୍ରତି ଖରାପ ଆରୋପ ଏବଂ ଆଜି ମଧ୍ୟ ଆଜାଦି ର ନାରା କିଛି କିଛି ଜାଗାରେ ଦେଖିବାକୁ ଆଉ ଶୁଣିବାକୁ ମିଳିବ।  
ଆପଣ ଯଦି ଯାଇଛନ୍ତି ତେବେ ଠିକ୍ ଆଉ ଯଦି ଯାଇ ନାହାନ୍ତି ତେବେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଆପଣ କାଶ୍ମୀର ବିଷୟରେ ସତ୍ୟାସତ୍ୟ ସବୁ ଜାଣି ପାରିବେ। ଆଶା କରୁଛି ଆପଣ ମଧ୍ୟ ଏହି ଚଳଚ୍ଚିତ୍ର କୁ ଦେଖିବେ।  ମୁଁ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରୋତ୍ସାହନ ଦେବାର ମୁଖ୍ୟ ବିଷୟ ହେଲା । ସତ୍ୟ କଣ କାଶ୍ମୀର ର ତାହା ଜଣେଇବା ମୋର ମୁଖ୍ୟ ଲକ୍ଷ୍ୟ ।
ଧନ୍ୟବାଦ ।

If the contents are helpful to share them with your friends, Thanking You.

Categories:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading