ଦିନବନ୍ଧୁ ବାବୁ ପେଶାରେ ଜଣେ ବୈଦିକ ଡାକ୍ତର। ବୟସ ପାଖାପାଖି ୫୭ ଡେଇଁଲାଣୀ। ସେ ବାହାରେ କୌଣସି ଜିନିଷ ଖାଆନ୍ତି ନାହିଁ । ସେ ଜାତିରେ ବ୍ରାହ୍ମଣ ନୁହନ୍ତି କିନ୍ତୁ ସେ ଧର୍ମ ପରାୟଣ ଲୋକ । ସେ ବେକାର କଥା ଅପେକ୍ଷା ପୂଜା ପାଠ ରେ ଅଧିକ ବିଶ୍ୱାସ ରଖନ୍ତି।
ଦିନେ ସନ୍ଧ୍ୟାରେ ନିଜର ସାଇକେଲ କୁ ଧରି ବଜାର ଅଭିମୁଖେ ବାହାରି ଗଲେ।
ବଜାର ରେ କାଳିଆ ବାବୁ ଦେଖା ହୋଇଗଲେ। ବହୁତ୍ ଦିନ ର ପୁରୁଣା ବନ୍ଧୁ ସହ ଦେଖା ହେବା ପରେ କାଳିଆ ବାବୁ କହିଲେ , ଆରେ ଦିନୁଆ ବହୁତ୍ ଦିନ ପରେ ଦେଖା ହୋଇଛି, ଚାଲ ଆଜି ବରା ପାକୁଡି ଟିକେ ଖାଇବା।
ଦିନବନ୍ଧୁ : ଆଉ ସେ ବୟସ ଅଛି କିରେ ଆଉ । ସ୍କୁଲ୍ ସମୟରେ ସେ ବରା ପାକୁଡ଼ି ର ମଜା ଏବେ କୁଆଡେ ମିଳିବ ??
କାଳିଆ : ଆରେ ସେଥିପାଇଁ ତ କହିଲି, ସେ ସ୍କୁଲ୍ ବେଳର ବରା ପାକୁଡ଼ି ର ସ୍ଵାଦ ଆଜି ତୋତେ ଖୁଆଇବି ।
ଦିନବନ୍ଧୁ : କେମିତି ??
କାଳିଆ : ଆମ ସାଙ୍ଗ ଗେଣ୍ଡୁଆ, ମନେ ଅଛି ତ ??
ଦିନବନ୍ଧୁ : ହଁ ହଁ , ଗଙ୍ଗାଧର ରାଉତ ନା ? ସେ କଣ କରିଛି କି??
କାଳିଆ : ଆରେ ସେ ଗୋଟିଏ ଟିଫିନ୍ ଷ୍ଟଲ୍ କରିଛି। ଆଉ ତାର ବରା ପାକୁଡ଼ି ଖାଇ ତୋତେ ସ୍କୁଲ୍ ର ବରା ପାକୁଡ଼ି କଥା ନିଶ୍ଚୟ ମନେ ପକେଇ ଦେବ।
ଦିନବନ୍ଧୁ : ନା ରେ ସାଙ୍ଗ!! ମୁଁ ବାହାର ଜିନିଷ ଖାଇଲେ ମୋ ଦେହରେ ଯାଏନି।
କାଳିଆ : ଚାଲ କିଛି ହେବନି। ଆରେ ସ୍କୁଲ୍ ବେଳେ ଯେମିତି କଂଜୁସ ଥିଲୁ ଏବେ ମଧ୍ୟ ସେମିତି କଞ୍ଜୁସ ଅଛୁ । ହଉ ଛାଡ଼ !!!
କଞ୍ଜୁସ ଶବ୍ଦ ଟି ଦିନବନ୍ଧୁ ବାବୁ ଙ୍କ ହୃଦୟ କୁ ବହୁତ୍ କଷ୍ଟ ଦେଲା । ସେ ଆଉ ରହି ନ ପାରି । କହି ଉଠିଲା ଆରେ ଚାଲ୍, ଆଜି ମୁଁ ତୋତେ ଖୁଆଇବି। ଏତିକି କହି ଦୁହେଁ ଚାଲିଲେ ଗେଣ୍ଡୁଆ ଦୋକାନ କୁ ।
କାଳିଆ: ଆଜି ବହୁତ୍ ଦିନ ପରେ ଦିନୂଆ ଖୁଆଇବା ପାଇଁ ଇଚ୍ଛା କରିଛି, ତୁ କଣ ଭାବୁଛୁ ?
ଗଙ୍ଗାଧର (ଗେଣ୍ଡୁଆ) : ଆରେ ଭାଇ ମୋର ତ ଲାଭ ହେବ ମୁଁ କାହିଁକି ମନା କରିବି ଯେ ?
ଦିନବନ୍ଧୁ ବାବୁ ପ୍ୟାକେଟ ଭିତରେ ହାତ ପୁରାଇ ଦେଖିଲେ ଯେ ୧୦୦ ଟଙ୍କିଆ ନୋଟ୍ ଟିଏ ପଡ଼ିଛି । ମନେ ମନେ ଭାବିଲା ଯେ, ହେ ଭଗବାନ ମୋର ଇଜ୍ଜତ ଆଜି ବଞ୍ଚିଗଲା କିନ୍ତୁ ଏଠି କାଳିଆ ଗେଣ୍ଡୁଆ କୁ ଆଖି ଠାରରେ କିଛି ଗୋଟେ କହିଲେ । ଗେଣ୍ଡୁଆ ବରା ଛାଣିଲା ଏବଂ ଏପଟେ ଖାଇବାକୁ ଦେଉଥିଲା। କାଳିଆ ଆଉ ଦିନବନ୍ଧୁ ମିଶି ବରା ପାକୁଡ଼ି ଖାଇବା ଆରମ୍ଭ କରିଲେ କିନ୍ତୁ ପର ମୁହୂର୍ତ୍ତରେ ଦିନବନ୍ଧୁ ଶୋଷରେ ଆଉଟୁ ପାଉଟୁ । ସେ ଢ଼କ ଢ଼କ କରି ଦୁଇ ଗ୍ଲାସ୍ ପାଣି ପିଇଗଲେ।
ଦିନବନ୍ଧୁ: କଣ କରିଲୁ ରେ ଗେଣ୍ଡୁଆ !! ଏତେ ରାଗ କଣ?? ଗେଣ୍ଡୁଆ କହିଲା ଆରେ ଭାଇ ରାଗ ବରା ଟି ତୋ ଆଡେ଼ ଚାଲି ଗଲା ବୋଧେ ।
କାଳିଆ : ଆରେ ଦିନୁଆ । ମୋତେ କ୍ଷମା କରିବୁ, ମୁଁ ହିଁ କହିଥିଲି ଅଳ୍ପ ରାଗ କରିବା ପାଇଁ । ଦିନବନ୍ଧୁ କଣ କରିବ ଯେ । ଭୁଲ ତ ମାଗିଲାଣି ଆଉ କଣ ଗାଳି ଦେବ !!
କିଛି ସମୟ ପରେ ସେମାନେ ତାଙ୍କ ପୁରୁଣା ସ୍କୁଲ୍ ର ପଡିଆ କୁ ବୁଲିବାକୁ ବାହାରିଲେ । ସେଠୀ ପଡିଆ ତ ନାହିଁ । ସ୍କୁଲ୍ ର ନୁଆ ଅଫିସ୍ ତିଆରି ହୋଇ ଯାଇଛି । ମାତ୍ର ପାଖରେ ଅଳ୍ପ ଜାଗା ଥିଲା ସେଠୀ ସମସ୍ତେ ବସିଲେ । ସୂର୍ଯ୍ୟ ପଶ୍ଚିମ ଦିଗରେ ଲାଲ ରଙ୍ଗର ବଳୟ ଭିତରେ ଘୋଡ଼ି ହେବାକୁ ଲାଗିଥିଲେ ।
ଦିନବନ୍ଧୁ : କଣ ଆଉ ତୋ କଥା କହ କାଳିଆ ??
କାଳିଆ: କଣ କହିବି ରେ ଭାଇ । ବିବାହ ର ୧୧ ବର୍ଷ ପରେ ଖୋଜି ନୋଡ଼ି ପୁଅ ଟିଏ ପାଇଥିଲି। ୧୦ ବର୍ଷ ତଳେ ଗୋଟିଏ ତଳ ଜାତିର ଝିଅ କୁ ଧରି କେରଳ ରେ ରହୁଛି । ନାତି ଏବଂ ନାତୁଣୀ ଦୁହିଙ୍କ ଫଟୋ ସିନା ଦେଖିଛି କିନ୍ତୁ ପାଖକୁ ଆସିବାକୁ ପୁଅ ମନା କରିଛି । ସେ ରାଗ ଧରି ବସିଛି । ସେ ଯେତେବେଳେ ଝିଅ କୁ ନେଇ କେରଳ ଗଲା । ମୁଁ ରାଗରେ ତାକୁ ତେଜ୍ୟ ପୁତ୍ର ର ଦର୍ଜା ଦେଇ ଥିଲି କିନ୍ତୁ ଦଶ ବର୍ଷ ପୁରୀ ଗଲାଣି । ସେ ସେହି କଥାଟିକୁ ଧରି ବସିଛି କିନ୍ତୁ ତାର କଥା ଭାରି ମନେ ପଡୁଛି। ନେତା ଗିରି ରେ ଖର୍ଚ୍ଚ ଚଳି ଯାଉଛି କିନ୍ତୁ ପୁତ୍ର ମୋହ ରେ ଦିନ ବିତୁଛି । ଛାଡ ମୋ କଥା, ତୋ କଥା କହ ???
If the contents are helpful to share them with your friends, Thanking You.
2 thoughts on “ଗୋଟିଏ ଡାଳର ପକ୍ଷୀ…୧”