ଅତି ଆପଣାର


 





ଅତି ଆପଣାର 

କାହିଁ କେଜାଣି
ଆଜି ତାର ମହକ
ମୋ ମୁଖରେ ସ୍ପର୍ଶ କରି ଯାଉଛି
ସତରେ ମନର ବିଡମ୍ବନା କୁ 
ଆବେଗ ରେ ପରିଣତ ହୋଇ
ମୋ ଭୋକ କୁ ପରିପୂର୍ଣ କରିବା ପାଇଁ
ତା ଆଡକୁ ଟାଣି ନେଇ ଯାଉଛି…

କାହିଁ କେଜାଣି କେତେ ଦିନୁ
ଆଜି ମନରେ ପୁଣି ଉତ୍ତେଜନା
ଜାଗି ଉଠିଛି, କିଛି କରିବି 
ମୋ ତୃଷ୍ଣା ମେଣ୍ଟାଇବୀ
ସେ ସ୍ଵାଦ କୁ ଆଜି କଳେ ବଳେ
କୌଶଳେ ଅନୁଭବ କରିବି
ବୋଲି ଜିଦ୍ ଧରି ବସିଛି…

କାହିଁକି ନା ଯେବେ ମାର୍କେଟ ଆସେ
କେବଳ ତା କଥା ହିଁ ଭାବେ,
ଆଜି ସଞ୍ଜ ଗଡିଛି 
କେମିତି କହିବି ଭାବେ 
ପୁଣି ସମୟ ମୋତେ 
ବିଦାୟ ଦେବାକୁ ବାଧ୍ୟ କରୁଛି,
କିନ୍ତୁ ଆଜି ସେ ସୁବର୍ଣ୍ଣ ସୁଯୋଗ କୁ
ହାଥ ଛଡା କରିବି ନାହିଁ…

ତା ପ୍ରତି ଏତେ ଭଲ ପାଇବା
କେମିତି ଜାଗି ଉଠେ
ମୁଁ ଜାଣି ପାରେନା
ହଜି ଯାଏ ତା ସାଗର ମନ୍ଥନ ରେ
ପାଟି କୁ ଲାଳାୟିତ କରି
କ୍ଷୁଧା କୁ ମେଣ୍ଟାଇ ଚାଲେ
ଯେମିତି ସେ ମୋ ଅତି ଆପଣାର…

ସେ ମଧ୍ୟ ମୋ ଅପେକ୍ଷାରେ
ଥିଲା ବୋଲି ମୋ ମନେ ପ୍ରଶ୍ନ ଉଠିଛି ।
ଆଜି ମନ ଭରି ତାର ଆନନ୍ଦ ନେବି,
ଏବଂ ଆଜି ମୋତେ ରୋକିବା ପାଇଁ
ମୋ ପାଖେ କେହି ନାହାନ୍ତି ।

ବହୁ ଦିନର ଆଶା କୁ ଆଜି
ଶୋଷ ଏବଂ ଭୋକ ମେଣ୍ଟିଲା
ପର୍ଯ୍ୟନ୍ତ ତାକୁ ଗୋଟି ଗୋଟି
କରି ଖାଇ ଚାଲିବି…

କାହିଁକି ନା ଆଜି ମୋ ଗୁପ୍ ଚୁପ୍
ମୋତେ ମିଳିଯାଇଛି
ମୁଁ ଧର୍ଯ୍ୟ ହରା ହୋଇ ସାରିଲିଣି
ଯେଉଁ ପର୍ଯ୍ୟନ୍ତ ତାକୁ ମୋ 
ମୁଖରେ ଗ୍ରହଣ କରି ନାହିଁ
ମୋ ସ୍ଵପ୍ନ ଅଧୁରା ରହିବ ।

ସତରେ ସେ ମୋ ପ୍ରିୟ ଗୁପ୍ ଚୁପ୍
ବଦଳରେ କେହି ଜୀବନ ଭି ମାଗେ ତାକୁ
ଦେବାକୁ ପଛେଇବି ନାହିଁ
କିନ୍ତୁ ମୋତେ ମୋ ଗୁପ୍ ଚୁପ୍ ଦରକାର
ଧନ କ୍ଷୟ ର ଭୟ ନାହିଁ
ତାକୁ ହାସଲ କରିବାର ଆତୁର 
ଆଜି ପୁରା କରିବି ।

ସତରେ ସେ ମୋ ଆପଣାର 
ପ୍ରିୟ ଗୁପ୍ ଚୁପ୍…

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…




2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading