ଲେଖକ ଟିଏ…

ମନ ଆକାଶ ରେ ଉଦୟ ହୁଏ 
ଅନେକ ଭାବନା 
ଚିକ୍ ମିକ୍ ହୋଇ ଦେଖାଯାଏ 
କେତେ ଯେ ଜହ୍ନ ତାରା ଫୁଲ…

ଭାବନାରେ ଭାସି ଆସେ
କେତେ ଯେ ବାସ୍ତବ, କାଳ୍ପନିକ 
ଆଖି ରେ ଭାସି ଆସେ ସୁନ୍ଦର ଚିତ୍ର 
ଓଠ ରେ ଝରିଯାଏ ମଧୁର ଗୀତ…

ଲେଖାକାର ହାତରେ ଝରିଯାଏ
କାହାଣୀ ଗୋପ ଗୀତ କବିତା
ଦୁନିଆରେ ଲେଖକ ରୁପେ ସେ ଜଣେ ଶିକ୍ଷକ 
ନୁଆ ନୁଆ ବାଣୀ ସିଖାଏ ଦୁନିଆ କୁ…

ବାର୍ତ୍ତା ଦେଇ ଚାଲେ ବିଶ୍ୱକୁ
ଅଜ୍ଞାନ ଅନ୍ଧାର ର ବିଲୋପ ପାଇଁ
ନା ସେ ଗରିବ ନା ଭିକ୍ଷା ଆଶା ତାର
ସେ କେବଳ ଜଣେ ମାର୍ଗ ଦର୍ଶକ…

ନା ସେ ସମ୍ମାନ ଖୋଜେ
କିନ୍ତୁ ସମ୍ମାନ ର ଅଭାବ ପଡେ ତା ପାଖରେ…

ବିଶ୍ବ ଏକ ପୁଷ୍ପ ଗୁଚ୍ଛ ହେଲେ 
ମଧୁର ବାସ୍ନା ର ପୁଷ୍ପ ଟିଏ ଲେଖକ
ସେ ବର୍ଷାରେ ନାଦ କରୁଥିବା ମୟୁର ର ଚୂଳ ଟିଏ..
ସେ ନଦୀର ର କୁଳ ଟିଏ…
ସେ ବାହାନର ଇନ୍ଧନ ଟିଏ..
ସେ ଠାକୁର ଙ୍କ ଧୂପ ଦୀପ ଫୁଲ ଚନ୍ଦନ ଟିଏ…
ସେ ଚଳଚିତ୍ର ର ଗାୟକ ଟିଏ…
ଆଉ ଏହି ବିଶ୍ଵ ଯଦି ସମାଜ ହୁଏ
ତେବେ ସେ କବି ନାୟକ ଟିଏ…

ଆମ ସାହିତ୍ୟ ସମାଜ ସଭ୍ୟତାର
ଇତିହାସ ର ଚିନ୍ତାଧାରା ଟିଏ…
ସେ ଆମ ସମସ୍ତଙ୍କ ଲେଖକ ଟିଏ…
ସେ ଜଣେ ଲେଖକ ଟିଏ…

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।

If the contents are helpful to share them with your friends, Thanking You.

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading