ରାକ୍ଷୀ (ଓଡ଼ିଆ କବିତା)

ରାକ୍ଷୀରେ ରାକ୍ଷୀ
ଅତୁଟ ଏ ସମ୍ପର୍କର ରହିଛୁ ତୁ ସାକ୍ଷୀ..

ଆରାଧ୍ୟ ଦେବେତା ବଳଦେବଙ୍କ
ଜନମ ଦିବସ ଆଜି,
ଆୟୁଷ ମନାଶେ ଭାଇ ପାଇଁ
ପ୍ରଭୁ ପାଦ ପୂଜି…

ରାକ୍ଷୀରେ ରାକ୍ଷୀ
ଅତୁଟ ଏ ସମ୍ପର୍କର ରହିଛୁ ତୁ ସାକ୍ଷୀ..

ସ୍ନେହ ପ୍ରେମର ଏ ବନ୍ଧନ
ପାଳେ ସାରା ସଂସାର,
ସାରା ଜଗତରେ ପବିତ୍ର
ସମ୍ପର୍କ ଏ ଭାଇ ଭଉଣୀ ର…

ସ୍ନେହ ପ୍ରେମ ବିଶ୍ୱାସ ର
ଡୋରି ଟିଏ ରାକ୍ଷୀ,,
ଅତୁଟ ଏ ସମ୍ପର୍କର ରହିଛୁ ତୁ ସାକ୍ଷୀ..

ଧୂପ ଦୀପ ଫୁଲ ଚନ୍ଦନ
ପୂଜା ଥାଳି ଟିଏ ନେଇ,
ବସି ରହିଥାଏ ଭଉଣୀ ଯେ
ଭାଇ ର ବାଟକୁ ଚାହିଁ…

ଯିଏ କନ୍ଦେଇ ଦେଇ ପୁଣି
ହସେଇ ଦିଏ ସେ ହେଉଛି ଭାଇ,
ଆଉ ଯିଏ କନ୍ଦେଇଲା ପରେ
ନିଜେ କାନ୍ଦି ପକାଏ ସେ ଭଉଣୀ…

ଭାଙ୍ଗିଲେ ବି ଭାଙ୍ଗେ ନାହିଁ
ବିଶ୍ୱାସ ର ଏ ଅତୁଟ ବନ୍ଧନ,
ଏ ବନ୍ଧନ କୁ ସଂସାର କହେ
ଭାଇ ଭଉଣୀ ର ରକ୍ଷା ବନ୍ଧନ ।


ରୁବି ନାହାକ (ଲେଖିକା)
ସୋଲଣ୍ଡି, ଗଞ୍ଜାମ ।






If the contents are helpful to share them with your friends, Thanking You.

Facebook Comments

Put your Valuable feedback