ଶୂନ୍ୟତା (Odia Poem)

 


ଗୋଟିଏ ଅଦ୍ଭୁତ ଶୂନ୍ୟତା ପଶିଆସେ
କେଉଁ ଗହିରିଆ ଜାଗାରେ
ଏ ସବୁ ଶୁଭ ମୁହୂର୍ତ୍ତରେ ଉଠି
ଦେଖୁଥିଲେ ସକାଳ ର ରୂପ
ଅବା ଆଲଂଘି ଦେବତାକୁ
ଆଡୁଆଳରେ ରେ ଅସ୍ତ ଯାଉଥିବା 
ମାୟାବୀ ଜହ୍ନକୁ…
ନେଇଯାଇଛି ଗୋଟେ
ଅନ୍ତହିନ ଶୁନ୍ୟତାକୁ..
ଥମ ଥମ କରୁଛି ନିରବତା
ଲୁହର ପାଖୁଡ଼ାରୁ ପୋଛି ରଖେ
ଜଳି ଜଳି ଯାଉଥିବା
ଘିଅ- ଧୂପର ଗନ୍ଧକୁ 
ଧୋଇ ଦେବାକୁ
ସାରା ପାପର କଳଙ୍କ…

ମନୋଜ କୁମାର ବେହେରା (ଲେଖକ)
ସୁବୁଧିପଲ୍ଲି, ଗଞ୍ଜାମ ।



If the contents are helpful to share them with your friends, Thanking You.