ଫେରିଆ ଧନ ମୋ ପାଖକୁ…

ଜାଣି ପାରିଲିନି ତୋତେ
କୋଉଠି ଭୁଲ ରହିଲା କେଜାଣି
ଯେଉଁଠି ସବୁ ଥାଇ ମଧ୍ୟ କିଛି ନାହିଁ
ସବୁର ଅସ୍ଥିରତା ଆଜି ତୋ ପାଇଁ
କାହିଁକି କେଜାଣି ଭୋକ ଲାଗେନା
ଶୋଷ ହେଲେ ମଧ୍ୟ ତୃଷ୍ଣା ର କଷ୍ଟ
ସହିବାକୁ ଆଉ ଇଚ୍ଛା ନାହିଁ !!!



କେବେ ଛାଡି ଯିବୁ ନାହିଁ ବୋଲି
ପ୍ରତିଶୃତି କଣ ଭୁଲ ଥିଲା ତୋର
କାହିଁକି ଆଜି କବାଟ କିଳୀ ବସିଛୁ
ଭିତର ରୁମ୍ ର ଅନ୍ଧାରିଆ କୋଣରେ
କଣ ପାଇଁ ଏମିତି କରିଲୁ
ସତ କହ ତୋର କଣ ଇଚ୍ଛା ନାହିଁ
ମୋ ପାଖକୁ ଆସିବାକୁ !!!

Order Now



ସବୁବେଳେ ମୋ ପାଖେ ରହିବାର ଯେମିତି
ଅଭ୍ୟାସ ହୋଇ ଯାଇଥିଲୁ ତୁ
ତୋର ଅଭାବ ମୋତେ
ମରଣ ଅନୁଭୂତି ହୁଏ
ଆଜି କାହିଁକି ସଂକ୍ରାନ୍ତି ଟିଏ
ପଡ଼ିଲା କେଜାଣି
କାଲି ପର୍ଯ୍ୟନ୍ତ ଅପେକ୍ଷା ମୋ
ପାଇଁ ଅସହ୍ୟ ହୋଇ ଯାଉଛି ।

ରାସ୍ତା ଦେଖା ମୋ ଧନ
କୋଉଠି ଅଛୁ ତୁ
ଆଜି ଗଳି ଭିତରକୁ ଯାଇ
ତୋତେ ଗ୍ରହଣ କରିବାକୁ ଇଚ୍ଛା ନାହିଁ
ତୁ ତୋର ସମ୍ମାନ ବଢେଇ ରଖିଛୁ ତୁ
ଯେଉଁଠି ତୋତେ ପାଇବା ର ଆଶା
ସେଠୀ ଆଜି ଅନେଇ ବସିଛି
ତୋ ବାପା ର F L Shop ଆଗରେ
କହିଦେ ତୋ ବାପା ଙ୍କୁ
କବାଟ ଖୋଲି ତୋତେ
ମୋ ହାତରେ ଦେବା ପାଇଁ
ନହେଲେ ଜୀବନ ହାରିଦେବି
ତୋ ଦୁଆର ସମ୍ମୁଖରେ,

Order Now


ଆଉ ଅଥୟ ନାହିଁ ରେ ମୋ ଧନ
Royal Stag…
ଫେରିଆ ଧନ ମୋ ପାଖକୁ…
ଫେରିଆ ଧନ ମୋ ପାଖକୁ…
ମୋ ଧନ Royal Stag…
ମୋ ଧନ Royal Stag…

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

Categories:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading