ଦିଲ୍ଲୀ ମେଟ୍ରୋ

Delhi Metro
Delhi Metro

ବହୁତ୍ ଦିନ ପରେ ଅର୍ଜୁନ ବାବୁ ନିଜର ସ୍ତ୍ରୀ କୁ ନେଇ ପହଞ୍ଚିଲେ ଦିଲ୍ଲୀ ରେ । କାରଣ ଦିଲ୍ଲୀ ରେ ତାଙ୍କ ପୁଅ ଚାକିରୀ କରନ୍ତି। ଗାଡି ଭଡ଼ା ହୋଇଥିଲା ସିଧା ପହଞ୍ଚିଲେ ଭୁବନେଶ୍ୱର ରେଳ ଷ୍ଟେସନ ରେ ଏବଂ ସେଠୁ ରାଜଧାନୀ ରେ ସିଧା ଦିଲ୍ଲୀ। ଦିଲ୍ଲୀ ରେ ପହଞ୍ଚିଲା ପରେ ସେଠୀ ପୁଅ ଓଲା କାର୍ ବୁକ୍ କରିଥିଲା । ଦୁଃଖ ର କାରଣ ପୁଅ ର କିଛି ଅର୍ଜେଣ୍ଟ କାମ ଯୋଗୁ ସେ ଆସି ପାରି ନଥିଲା। ଓଲା କାର ମାଧ୍ୟମରେ ସେ ରୁମ୍ ରେ ପହଞ୍ଚିଲେ । 5 ମିନିଟ ପରେ ପୁଅ ଆସି ପହଁଚିଲା । ପୁଅ ଦିଲ୍ଲୀ ରେ ଏକା ରହେ। ଘର ର ଅବସ୍ଥା କେମିତି ହୋଇଥିବ ଆପଣ ଗେସ କରି ପାରୁଥିବେ କାରଣ ଯିଏ ଏକା ରହେ ସେ ଟିକେ ଅନୁଶାସନ ରେ ରହେ ନାହିଁ ମାତ୍ର ସେଠୀ ପୁରା ଅଲଗା। ପୁଅ ଘର କୁ ଚମକେଇ ରଖିଛି ।

Order Now

ମା କହି ଉଠିଲେ, ମୁଁ ରାସ୍ତା ସାରା ଭାବୁଥିଲି ତାର କୋଉ ସାମାନ କୋଉଠି ପଡ଼ିଥିବ କିନ୍ତୁ ମୋ ପୁଅ ପୁରା ବଦଳି ଯାଇଛି କହି ମା ପୁଅ କୁ କୁଣ୍ଢେଇ ନେଲେ। ସମସ୍ତେ ଲଞ୍ଚ କରି ଶୋଇ ସନ୍ଧ୍ୟା ପୂର୍ବରୁ ବୁଲିବାକୁ ବାହାରିଲେ  । କାରଣ ପୁଅ 10 ଦିନର ଛୁଟି ନେଇଛି। ପୁଅ ର କାର ରେ ସମସ୍ତେ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଆସିଗଲେ ସେଠୁ ମେଟ୍ରୋ ରେ ଆଗକୁ ଯିବାକୁ ପଡିବ।  ମେଟ୍ରୋ ଷ୍ଟେସନ ତଳେ ପୁଅ ଗାଡି ପାର୍କ କରୁଥିବା ସମୟରେ ଅର୍ଜୁନ ବାବୁ ପାଖ ଷ୍ଟଲ୍ ରେ ଦେଖିଲେ ପାନ ବିକ୍ରୀ ହେଉଛି । ସେ ସ୍ତ୍ରୀ କୁ କହିଲେ ମୁଁ ପାନ ଟିକେ ଆଣୁଛି।  ସ୍ତ୍ରୀ କହିଲେ ପୁଅ ଜାଣିଲେ ରାଗିବ, ସେ ତମକୁ ମନା କରିଥିଲା ପରା, ଅର୍ଜୁନ ବାବୁ କହିଲେ ଆରେ ସେ ଜାଣିବ ନାହିଁ ମୁଁ ଲୁଚେଇ ରଖିିବି ବୁଲିବା ସମୟରେ ଟିକେ ଚୋବେଇବା। ସ୍ତ୍ରୀ ମୁଣ୍ଡ ହଲେଇ ହଁ କରିଦେଲେ।  ଅର୍ଜୁନ ବାବୁ ପୁଅ ଆସିବା ପୂର୍ବରୁ ନେଇ ଆସିଲେ ।


ମେଟ୍ରୋ ଭିତରେ ବସିଲେ, ଅର୍ଜୁନ ବାବୁ ଙ୍କ ମନ ଟା ପାନ ଉପରେ ଥାଏ । ସେପଟେ ପୁଅ ଫୋନ୍ ରେ କଥା ହେବା ସମୟରେ ସେ ଲୁଚେଇ ପାଟିରେ ପକେଇ ଦେଲେ l ମେଟ୍ରୋ ର ଅନୁଭୂତି ରୋମାଞ୍ଚ ମୟ ଥିଲା । ନୂଆ ସହର , ନୂଆ ଲୋକ । କିଏ ଅଫିସର୍ ତ କିଏ ଫର୍ମଲ ଡ୍ରେସ ରେ ଟାଇ ପକେଇ ଛନ୍ତି ଆଉ କୋଉଠି ପୁଅ ଝିଅ ଯୋଡ଼ି ଯୋଡ଼ି ହୋଇ ବୁଲୁଛନ୍ତି ତ ଆଉ କୋଉଠି ମହିଳା ମାନେ ଶାଢ଼ୀ ପିନ୍ଧି ଗ୍ରୁପ୍ ହୋଇ ଛିଡା ହୋଇ ଛନ୍ତି । କିଏ ଭଲ ପିନ୍ଧିଛି ତ କିଏ ଛୋଟ କପଡା ରେ ନିଜ ଦେହକୁ ଦେଖାଇବାକୁ ଚେଷ୍ଟା କରୁଛି। ଅର୍ଜୁନ ବାବୁ ଜଣ ଜଣ କରି ସମସ୍ତଙ୍କୁ ବଡ ବଡ ଆଖିରେ ଅନେଇ ରହିଥାନ୍ତି ।

Order Now



ଏଠି ଅର୍ଜୁନ ବାବୁ ଙ୍କ ସ୍ତ୍ରୀ କହିଲେ। ଆରେ ତମେ ଏତେ ବଡ଼ ବଡ଼ ଆଖି କରି କାହିଁକି ଅନେଇ ରହିଛ । ଅର୍ଜୁନ ବାବୁ କହିଲେ ଦେଖୁନ, ଲାଜ ଶରମ ନାହିଁ ଏ ସହର ର ଲୋକ ମାନଙ୍କୁ। କେମିତି ଲୋକ କେଜାଣି ?? କିଏ କେମିତି ଡ୍ରେସ୍ ପିନ୍ଧି ବୁଲୁଛନ୍ତି ତାଙ୍କୁ ବାରଣ କରୁ ନାହାନ୍ତି। ଏତିକିରେ ପୁଅ କହି ଉଠିଲା । ବାପା ଏସବୁ ଆଧୁନିକ ଦୁନିଆ ର କମାଲ । ଆପଣ ତାଙ୍କୁ ଅଣଦେଖା କରନ୍ତୁ । ଏ ସହର ଅପେକ୍ଷା ଆମ ଗାଁ କେତେ ଭଲ ନା ?? କିନ୍ତୁ ଅର୍ଜୁନ ବାବୁ କେବଳ ମୁଣ୍ଡ ହଲେଇ ହଁ କରୁଥାନ୍ତି। ପୁଅ ପଚାରିଲେ କଣ ହେଲା ବାପା କିଛି ଅସୁବିଧା ହେଉଛି କି ?? ଅର୍ଜୁନ ମୁଣ୍ଡ ହଲେଇ ନାହିଁ କରିଲେ । ପୁଅ ଜାଣି ଗଲା ଯେ ବାପା କଣ ଗୋଟିଏ ଚୋବେଇ ବାରେ ଲାଗିଛନ୍ତି। ବାପା କୁ ପଚାରିଲେ କଣ ଖାଉଛ?? ମା କହି ଉଠିଲେ ପାନ??

ପୁଅ ରାଗରେ ବାପା ଆଡ଼କୁ ଚାହିଁ ରହିଲା । ଏତିକି ବେଳେ ଅର୍ଜୁନ ବାବୁ ଙ୍କ ପାଟିରୁ ଦୁଇ ତିନି ଟୋପା ପାନ ବାହାରିଗଲା । କାରଣ ପ୍ରାୟ ୧୫ ମିନିଟ ହେବ । ଚୋବେଇ ବାରେ ଲାଗିଛନ୍ତି କିନ୍ତୁ ଛେପ ପକେଇବାକୁ ମଧ୍ୟ ପଡ଼ିବ ନା ?? କିନ୍ତୁ ମେଟ୍ରୋ ତ ରହିବାର ପ୍ରଶ୍ନ ନେଉନି । ସେ ଛେପ କୋଉଠି ପକେଇବେ । ପୁଅ ବୁଝିଗଲା ଏବଂ ଆଉ ୫ ଟି ଷ୍ଟେସନ ବାକି ଥିଲା, ବାପା ଙ୍କୁ ନେଇ ପୁଅ ଓହ୍ଲେଇ ଗଲେ ଆଗ ଷ୍ଟେସନ ରେ । ସେଠୀ ସେ ଟଏଲେଟ୍ ରେ ପହଞ୍ଚିଲେ। ସେଠୀ ପୁଅ କହିଲା ମୁହଁ ଧୋଇ ଆସ ଶୀଘ୍ର, ଆମେ ଆଗକୁ ଯିବା ।



ଅର୍ଜୁନ ବାବୁ ୨ ମିନିଟ ଭିତରେ ପାଟି ସଫା କରି ଆସିଲେ । ବାପା ମୁହଁକୁ ପୁଅ ରାଗରେ ଚାହିଁ ରହିଥିଲା। ଦୁଇ ମିନିଟ ଭିତରେ ମେଟ୍ରୋ ଆସିଲା ସମସ୍ତେ ପୁଣି ଆଗକୁ ବାହାରିଲେ । ମା କହିଲେ ତୁ ରାଗେନି ପୁଅ । ସେ ମୋତେ ପଚାରିଲେ , ମୁଁ ହଁ କରିବାରୁ ସେ ଆଣିଥିଲେ । ପୁଅ କହିଲା, ମା ମୁଁ ତୁମକୁ କେତେ ଥର କହିଛି ଏସବୁ ଖାଇ ଅଜଣା ରୋଗ କୁ କାହିଁକି ଡାକି ଆଣୁଛ। ବାପା ମୁଣ୍ଡ ତଳକୁ କରି ଠିଆ ହୋଇଥିଲେ । ମେଟ୍ରୋ ପହଞ୍ଚିଲା କେନ୍ଦ୍ରୀୟ ସଚିବାଳୟ ଷ୍ଟେସନ ରେ । ସେ ସେଠୁ ଅଟୋ ନେଇ ପହଞ୍ଚିଲେ ଇଣ୍ଡିଆ ଗେଟ୍ ଦେଖିବା ପାଇଁ ।

Order Now



ଇଣ୍ଡିଆ ଗେଟ୍ ରେ ପହଞ୍ଚିଲା ପରେ ସେଠୀ ସଂଧ୍ୟା ହୋଇ ଯାଇଥିଲା । ସଂଧ୍ୟା ର ଲାଇଟ୍ ରେ ଯେମିତି ଚମକି ଉଠିଥିଲା ଇଣ୍ଡିଆ ଗେଟ୍ ର ଶୋଭା । ଏତେ ବଡ ସ୍ମାରକ କୁ ଦେଖି ସେ ଖୁସି ହେଲେ । ସେଠୀ ମଧ୍ୟ ଅର୍ଜୁନ ବାବୁଙ୍କ ନଜର ଯାଇ ପଡ଼ିଲା ମିଠା ପାନ ଉପରେ । ପାଖରେ ମିଠା ପାନ ବିକ୍ରୀ ହେଉଥାଏ। ହଠାତ୍ ପୁଅ ର ନଜର ପଡ଼ିଲା ଏବଂ ପୁଅ କହିଲା କଣ ପୁଣି ପାନ ଖାଇବାକୁ ଇଚ୍ଛା ହେଲାଣି କି? ବାପା ମୁଣ୍ଡ ହଲେଇ ମନା କରିଲେ କିନ୍ତୁ ଏଥର ପୁଅ ନିଜେ କିଣି ଆଣି ବାପାଙ୍କୁ ଦେଲେ । ବାପା ଙ୍କ ମନ ପୁରା ଖୁସି। ବୁଲାବୁଲି କରି ପୁଣି ଫେରିବାକୁ ଲାଗିଲେ ମେଟ୍ରୋ ଅଭିମୁଖେ ।



ଅର୍ଜୁନ ବାବୁ ଅନୁଶାସନ ରେ ରହିବା ଲୋକ। ସେ ଅନ୍ୟାୟ କୁ ଦେଖି ରହି ପାରନ୍ତି ନାହିଁ । ରାତି ପ୍ରାୟ ୯ ଟା ବାଜିଲାଣି । ମେଟ୍ରୋ ରେ ପୁଣି ବସିଲେ । ଅର୍ଜୁନ ବାବୁ ଏଥର ପାନ ଖାଇ ନାହାନ୍ତି। କିନ୍ତୁ ସେ ଯୋଉଠି ବସିଥିଲେ ତାଙ୍କ ସାମ୍ନାରେ ଗୋଟିଏ ପ୍ରେମୀ ଯୁଗଳ ପାଖା ପାଖି ହୋଇ ଛିଡ଼ା ହୋଇଥିଲେ । ସେ ପ୍ରେମୀ ଯୁଗଳ ଏମିତି ଭାବେ ଠିଆ ହୋଇଥିଲେ ଯେ ଅର୍ଜୁନ ବାବୁ ଙ୍କ ରାଗ ର ଜୁଆର କୁଳ ଛୁଇଁ ବାକୁ ଚେଷ୍ଟା କରୁଥିଲା । ଶେଷରେ ସେ ପ୍ରେମୀ ଯୁଗଳ ଦୁହେଁ ଦୁହିଁଙ୍କୁ ଚୁମ୍ବନ କରିବାକୁ ଲାଗିଲେ କିନ୍ତୁ ଏଥର ଅର୍ଜୁନ ବାବୁ ଙ୍କ ଧର୍ଯ୍ୟ ଭାଙ୍ଗିଗଲା । ସେ ଚିତ୍କାର କରି ଓଡ଼ିଆ ରେ କହି ଉଠିଲେ ” ଭଦ୍ରାମି ଜଣା ନାହିଁ ତୁମକୁ, ଏଠି ସର୍ବ ସାଧାରଣ ରେ ତୁମର ଅସଦାଚରଣ କେତେ ଲୋକକୁ ବିରକ୍ତି ପ୍ରଦାନ କରୁଛି ତୁମେ ଜାଣିଛ? କଣ ତୁମ ବାପା ମା ଏମିତି ଶିଷ୍ଟାଚାର ଦେଇଛନ୍ତି??”
ପୁଅ କହିଲା, ବାପା ତୁମେ ବସ, ଏଭଳି ସ୍ଥିତି କୁ ଅଣଦେଖା କରନ୍ତୁ ।
ସେପଟୁ ପ୍ରେମୀ ଯୁଗଳ ଙ୍କ ଠାରୁ ଶୁଣିବାକୁ ମିଳିଲା ଯେ
” What’s wrong with you ? are you mad ?? ”
ପୁଅ ସେ ପ୍ରେମୀ ଯୁଗଳ ଙ୍କୁ କହିଲେ
” calm down mister ”
ପୁଅ ବାପା ଙ୍କୁ କହିଲେ ଏସବୁ କଣ ବାପା ?
ଏଇଟା ଆମ ଗାଁ ନୁହଁ ?
ଏଇଟା ସହର !
ଏଠି ଏଗୁଡ଼ିକ କିଛି ନୁହେଁ !
ସହ ସହ ଲୋକ ଏଇ ମେଟ୍ରୋ ରେ ଯାଉଛନ୍ତି, ସମସ୍ତେ ଦେଖୁଛନ୍ତି କିଏ ପ୍ରତିବାଦ କରୁନାହାନ୍ତି ଆପଣ କାହିଁକି ?
କାରଣ ସେମାନେ ଏଭଳି ସ୍ଥିତି କୁ ପ୍ରତିଦିନ ଦେଖୁଛନ୍ତି ।

Order Now



ବାପା ମୁଁ ତୁମକୁ ଅନୁରୋଧ କରୁଛି, ତୁମେ ଶାନ୍ତିରେ ବସ ଏବଂ ଏଗୁଡ଼ିକ ସ୍ଥିତି କୁ ଅଣଦେଖା କରନ୍ତୁ ଅଥବା ମେଟ୍ରୋ ରେ ଡ଼ିଉଟି କରୁଥିବା CISF ଯବାନ ତଥା ମେଟ୍ରୋ ଷ୍ଟାଫ୍ କୁ କହିଲେ କିଛି ଲାଭ ହେବ। ଏମାନଙ୍କୁ କହିବା ଯାହା ହାତୀ କୁ ପ୍ୟାଣ୍ଟ୍ ପିନ୍ଧେଇବା ସହ ସମାନ । ଅର୍ଜୁନ ବାବୁ ମଧ୍ୟ ନିଜକୁ ଶାନ୍ତ କରିଲେ । ଏବଂ ବାହାରକୁ ଆସି ମେଟ୍ରୋ ଷ୍ଟାଫ୍ କୁ ରିପୋର୍ଟ କରିଲେ । ଯାହା ଫଳରେ ସେ ପ୍ରେମୀ ଯୁଗଳ ଙ୍କୁ ମେଟ୍ରୋ ଅଫିସ ରେ ତାଙ୍କୁ ଫାଇନ କରାଗଲା ।



କିଛି ସମୟ ପରେ ଅର୍ଜୁନ ବାବୁ ଏବଂ ମା ପୁଅ ରୁମ୍ ରେ ପହଞ୍ଚିଲେ । ଅର୍ଜୁନ ବାବୁ ମଧ୍ୟ ନିଜ କୁ ବଦଳେଇ ବାକୁ ଚେଷ୍ଟା କରିଲେ ଏବଂ ନିଜକୁ କହି ଶାନ୍ତ କରିଲେ ଯେ ” ଯେଉଁ ଦେଶେ ଯିବ ସେ ଫଳ ଖାଇବ ଏବଂ ସେଠୀ ବେଶ ଭୂଷା ମଧ୍ୟ ଆପଣେଇବାକୁ ପଡେ ” ତା ପର ଠାରୁ ଅର୍ଜୁନ ବାବୁ ମଧ୍ୟ ପ୍ରତିଦିନ ବୁଲାବୁଲି କରିଲେ କିନ୍ତୁ ନିଜକୁ ବଦଳେଇ ଦେଲେ । ପ୍ରାୟ ଦୁଇ ମାସ ପରେ ସେ ବୁଲା ବୁଲି କରି ନିଜ ଘରକୁ ମଧ୍ୟ ଫେରି ଆସିଲେ।

Order Now



ଏହି କାହାଣୀ ରେ ଯାହା ଅଛି ତାହା ପ୍ରାୟ ସବୁ ସହର ରେ ଦେଖା ଗଲାଣି ଏବଂ ଆମେ ଯଦି ସହରୀ ସଭ୍ୟତା କୁ ଦେଖିବା ତେବେ ଆମ ପରମ୍ପରା ବହୁତ୍ ଶୀଘ୍ର ମାଟିରେ ମିଶିଯିବ । ନିଜ ପରମ୍ପରା କୁ ଲିନ ହେବାକୁ ପ୍ରଶୟ ଦିଅ ନାହିଁ ଏବଂ ଯେଉଁଠି ଅନ୍ୟାୟ ଏବଂ ଖରାପ ଦେଖାଯାଏ ସେଠୀ ବିରୋଧ କରନ୍ତୁ କିନ୍ତୁ ପ୍ରକୃତ ନିୟମ କୁ ଭିତ୍ତି କରି ବିରୋଧ କରନ୍ତୁ ।


ଧନ୍ୟବାଦ


ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

Order Now

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading