ବିୟୁଟି ପାର୍ଲର ର ଠିକଣା !!!













ମୋ ମନ ଅଗଣାରେ
ବଇନା ଦେଇ ଚାଲି ଯାଇଛି
ଏକ ଅଜଣା ପଥିକ ଟିଏ
ହାତରେ ଠିକଣାର କାଗଜ ଟିଏ ଧରି !!


କାହିଁକି କେଜାଣି 
ସେ କୁହୁକ ଭରା କଣ୍ଠକୁ
ଶୁଣି ଆଜି ବିଭୋର ହୋଇଗଲି ।


ଜବାବ ଦେବାକୁ ବାଧ୍ୟ ହେଲି
କାରଣ ମନ ଟି ଅଟକି ଯାଇଥିଲା
ତାର ସେ କଳାଜାଇ ଉପରେ !!
ତାର ଗୋଲାପି ଓଠ ପାଖେ ଥାଇ
ସୌନ୍ଦର୍ଯ୍ୟ ର ପରିଚୟ ଦେଉଥିଲା। 


ଇଚ୍ଛା ହେଉଥିଲା ଚାହିଁ ରହେ ସେ 
ସୌନ୍ଦର୍ଯ୍ୟ ଭରା କଳାଜାଇ ର ଚେହେରା କୁ !!


କିନ୍ତୁ ସମୟ ବିଡମ୍ବନା ରେ “ମୁଁ ଜାଣିନି” ବୋଲି 
ଶବ୍ଦ ଶୁଣିବା ପରେ ସେ ଚାଲିଗଲା 
ଅନ୍ୟ ଏକ ପ୍ରଶ୍ନୋତ୍ତର ବ୍ୟକ୍ତି ପାଖକୁ। 


ଇଚ୍ଛା ଥିଲା ପୁଣି ବାହାନା କରି ଡାକିବି
ଜାଣିଛି ବୋଲି କହିବା ପାଇଁ,,,
କିନ୍ତୁ ତାହା ଥିଲା ମୋ
ଏକ୍ସ ଗାର୍ଲଫ୍ରେଣ୍ଡ ର 
ବିଉଟି ପାର୍ଲର ର ଠିକଣା !!!!




ନୀଳମାଧବ ଭୂୟାଁ ଙ୍କ କଲମରୁ….

One thought on “ବିୟୁଟି ପାର୍ଲର ର ଠିକଣା !!!”

Leave a Reply

Your email address will not be published. Required fields are marked *