ବିୟୁଟି ପାର୍ଲର ର ଠିକଣା !!!



make up, bhubaneswar parlour, parlour, makeupparlour, kabita, poem, odiakabita, odia, oriya
Beauty parlour



ମୋ ମନ ଅଗଣାରେ
ବଇନା ଦେଇ ଚାଲି ଯାଇଛି
ଏକ ଅଜଣା ପଥିକ ଟିଏ
ହାତରେ ଠିକଣାର କାଗଜ ଟିଏ ଧରି !!

କାହିଁକି କେଜାଣି 
ସେ କୁହୁକ ଭରା କଣ୍ଠକୁ
ଶୁଣି ଆଜି ବିଭୋର ହୋଇଗଲି ।

ଜବାବ ଦେବାକୁ ବାଧ୍ୟ ହେଲି
କାରଣ ମନ ଟି ଅଟକି ଯାଇଥିଲା
ତାର ସେ କଳାଜାଇ ଉପରେ !!
ତାର ଗୋଲାପି ଓଠ ପାଖେ ଥାଇ
ସୌନ୍ଦର୍ଯ୍ୟ ର ପରିଚୟ ଦେଉଥିଲା। 

ଇଚ୍ଛା ହେଉଥିଲା ଚାହିଁ ରହେ ସେ 
ସୌନ୍ଦର୍ଯ୍ୟ ଭରା କଳାଜାଇ ର ଚେହେରା କୁ !!

କିନ୍ତୁ ସମୟ ବିଡମ୍ବନା ରେ “ମୁଁ ଜାଣିନି” ବୋଲି 
ଶବ୍ଦ ଶୁଣିବା ପରେ ସେ ଚାଲିଗଲା 
ଅନ୍ୟ ଏକ ପ୍ରଶ୍ନୋତ୍ତର ବ୍ୟକ୍ତି ପାଖକୁ। 

ଇଚ୍ଛା ଥିଲା ପୁଣି ବାହାନା କରି ଡାକିବି
ଜାଣିଛି ବୋଲି କହିବା ପାଇଁ,,,
କିନ୍ତୁ ତାହା ଥିଲା ମୋ
ଏକ୍ସ ଗାର୍ଲଫ୍ରେଣ୍ଡ ର 
ବିଉଟି ପାର୍ଲର ର ଠିକଣା !!!!


ନୀଳମାଧବ ଭୂୟାଁ ଙ୍କ କଲମରୁ….



If the contents are helpful to share them with your friends, Thanking You.

One thought on “ବିୟୁଟି ପାର୍ଲର ର ଠିକଣା !!!”

Put your Valuable feedback