ମଣିଷ ର ସମ୍ମାନ ଅଧିକ ମହତ୍ତ୍ଵ ପୂର୍ଣ୍ଣ ନା ଟଙ୍କା ??

ଯେଉଁଠି ସମ୍ପର୍କ ଅପେକ୍ଷା ଟଙ୍କା କୁ ମହତ୍ତ୍ଵ ଦିଆଯାଏ ସେ ସମ୍ପର୍କ ବେଶୀ ଦିନ ଚାଲେ ନାହିଁ ।
ସତରେ ବିଡମ୍ବନା ଏ ଦୁନିଆର ଯେଉଁଠି ମଣିଷ ଖୋଜେ ଉତ୍ତମ ସମ୍ପର୍କ ମାତ୍ର ସମ୍ପର୍କୀୟା ଖୋଜନ୍ତି କେବଳ ଟଙ୍କା ।

ହେଲେ କେତେ ଦିନ ଏ ଟଙ୍କା ପାଇଁ ଝୁରିବ । ଟଙ୍କା କେବେ ରହିଛି ନା ରହିବ ।

ଯଦି ରହିଛି ତେବେ ଭୋଗ କରି ପାରିବ ନାହିଁ ଆଉ ଯଦି ନାହିଁ ତେବେ ପୁଣି ଟଙ୍କା ପାଇଁ ଗୁହାରୀ ଲଗାନ୍ତି।

ଭଗବାନ ମଧ୍ୟ ବଡ ନିଷ୍ଠୁର କିଛି ସ୍ଥଳେ ଟଙ୍କା ଆଳରେ ଗୋଟିଏ ଉତ୍ତମ ସମ୍ପର୍କ କୁ ଜନ୍ମ ଦିଅନ୍ତି କିନ୍ତୁ ସେ ସମ୍ପର୍କ ରେ ଖଳ କପଟ ଆଉ ଲୋଭ ଭରି ରହିଥାଏ ।

କିଛି ଦିନ ତ ଠିକ୍ ଠାକ୍ ଚାଲେ କିନ୍ତୁ ଅଳ୍ପ ଦିନ ଭିତରେ ସମ୍ପର୍କ ରେ ଦାଗ ଲାଗିବା ଆରମ୍ଭ ହୋଇଯାଏ ।

ପ୍ରତ୍ୟେକ କ୍ଷେତ୍ରରେ କେବଳ ଟଙ୍କା କୁ ପ୍ରାଧାନ୍ୟ ଦିଆଯାଏ । ଶେଷରେ ସମ୍ପର୍କ କୁ ମଜବୁତ୍ କରିବା ପାଇଁ ମଣିଷ ଟା ନିରୁପାୟ ହୋଇଯାଏ।

କିଛି କରିବା ପାଇଁ ଚାହିଁଲେ ମଧ୍ୟ କରି ପାରେନା । ତାର ସବୁ ରାସ୍ତା ବନ୍ଦ ହୋଇଯାଏ ।

ଆଖ ପାଖରେ ଥିବା ବାକି ଅନ୍ୟ ସମ୍ପର୍କୀୟା ଙ୍କୁ ସାଧାରଣ ଘଟଣା ଭଳି ଲାଗେ କିନ୍ତୁ ବିଚରା ମଣିଷ ଟି କାହାକୁ କହିବ, ତା ଦୁଃଖର କଥା।

  ଶେଷରେ ତାର ଅତି ନିଜର ଲୋକ ତାକୁ ବେକାର ବୋଲି କହିଦିଏ ଏବଂ ତୁଳନା କରିଦିଏ କେବଳ କିଛି ଟଙ୍କା ପାଇଁ । ମାତ୍ର ଏଠି ସମ୍ପର୍କୀୟା ଟି ତାର ଅସଲ ପରିଚୟ କୁ ଚିହ୍ନିବାରେ ଭୁଲ କରି ବସେ ।

ସତରେ ମଣିଷ ର ପରିଚୟ ଆଗରେ ଟଙ୍କା ବହୁତ୍ ବଡ ?? କଣ ଏଠି ପରିଚୟ ଏବଂ ସମ୍ମାନ କିଛି ନୁହେଁ ??

ଏହି ଘଟଣା ସମସ୍ତେ ନିଜ ନିଜର କିଛି ଏମିତି ସମୟରେ ଅନୁଭବ କରି ଥାନ୍ତି । କିଏ କହି ପାରେ ତ କିଏ ଲୁଚେଇ ରଖେ। 

ହେଲେ କଣ ହୁଏ ? ଯଦି ସମୟ ସେଥିରେ ସେ ଧିରେ ଧିରେ ବଦଳି ଯାଏ ତେବେ ଠିକ୍, ନହେଲେ ସେ କେବେ ଉତ୍ତମ ର ପରିଚୟ ପାଇ ପାରେନା।  

ଏହି ବାର୍ତ୍ତା ଟି ପଢୁଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ନିଜ ସମ୍ପର୍କ ସହିତ ଏମିତି ବ୍ୟବହାର ର ଶିକାର କେବେ ନା କେବେ ହୋଇ ଥାନ୍ତି ।

ହେଲେ କଣ ଅବା ଆପଣ କରିବେ । ଏଠି ସମସ୍ତେ ଟଙ୍କା କୁ ପ୍ରାଧାନ୍ୟ ଦିଅନ୍ତି ପରା ଆପଣକୁ ମହତ୍ତ୍ଵ ଦେବେ କେମିତି ?

ତେବେ କଣ କରିବା ଦରକାର ଏମିତି ବ୍ୟକ୍ତି ଙ୍କୁ ?? ଅବା କଣ ପରିଚୟ ଦେବା ଦରକାର??  କଣ ନାମ ଦେବା ଦରକାର ଏମିତି ବ୍ୟକ୍ତି କୁ ??  ଯେଉଁଠି ସମ୍ପର୍କ ବଦଳରେ କେବଳ ଟଙ୍କା କୁ ମହତ୍ତ୍ଵ ଦିଅନ୍ତି ।
.
।
।।
।।।
।।।।
।।।।।
।।।।।।
।।।।।।।

ବର୍ତମାନ ନିଜ ନାମ ପ୍ରକାଶ ନ କରି ଏହି ମେସେଜ ର କମେଣ୍ଟ ବକ୍ସ ରେ ନିଜର ମତା ମତ ରଖନ୍ତୁ।  ମୋ ତରଫରୁ ଆପଣଙ୍କୁ କହିବାକୁ ବାଧ୍ୟ କରୁଛି ଯେ ନିଜ ମନରେ ଥିବା ଯେଉଁ ଶବ୍ଦ ଗୁଡ଼ିକ ଜଣେଇବାକୁ ବାଧ୍ୟ ହୁଅନ୍ତୁ। 

ସେ ବ୍ୟକ୍ତି ମାନଙ୍କୁ ମଧ୍ୟ ସେୟାର କରନ୍ତୁ ଯାହାକୁ ଆପଣ ଏହି ମେସେଜ ବିଷୟରେ ଜଣେଇବାକୁ ଚାହୁଁଛନ୍ତି ।

ବର୍ତମାନ ସମୟ ଆପଣଙ୍କ ର , କମେଣ୍ଟ କରିବାରେ ବିଳମ୍ବ କରନ୍ତୁ ନାହିଁ। 

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading