କଣ ଆପଣଙ୍କ ସହିତ ମଧ୍ୟ ଏମିତି ହୁଏ କି ???

କିଛି ସମ୍ପର୍କ ଲୋକ ଙ୍କ ଆଗରେ ତିଷ୍ଠି ରହେ ମାନେ “ଦେଖାଣିଆ” କିନ୍ତୁ ଘରୋଇ ଏବଂ ଆନ୍ତରିକ ସମ୍ମାନ ତିଷ୍ଠି ରହି ପାରେନା ।

କଣ ଏହା ସତ ଯେ !!!  80 ପ୍ରତିଶତ ବିବାହ ଯୋଡ଼ା ଏମିତି ଦିନ କାଟୁଛନ୍ତି ??? ତେବେ ଏହି ପ୍ରଶ୍ନ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ମୋତେ ପଚାରିଲେ ???

ମୋତେ ଏହି ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ମୁଁ କିଛି ଦିନ ସମୟ ମାଗି କହିଲି ମୋତେ କିଛି ଦିନ ଦିଅ ମୁଁ ତୁମର ସବୁ ଉତ୍ତର ଖୋଜି ବାହାର କରୁଛି ।

ତାପରେ ମୁଁ ପ୍ରାୟ ୧୦ ଦିନ ସମୟ ନେଲି ଏବଂ ଏହି ଦଶ ଦିନରେ ପ୍ରାୟ ୧୭ ରୁ ଅଧିକ ବନ୍ଧୁ କୁ ଫୋନ୍ କରି ପଚାରିଲି ଯେ ଆପଣଙ୍କ ବୈବାହିକ ସମ୍ପର୍କ କେବଳ ଦେଖାଣିଆ ହୋଇ ଅଛି ନା ଉତ୍ତମ ସମ୍ପର୍କ ରହିଛି ।

ମୋର ଉତ୍ତର ପାଇଗଲି ଏବଂ ମୋ ବନ୍ଧୁ କୁ ଜଣେଇ ଦେଲି ମଧ୍ୟ ତେବେ ସେ ଉତ୍ତର ଥିଲା ଏହା ଯେ…

ମୋର ପ୍ରଶ୍ନରେ ୩ ଜଣ ବନ୍ଧୁ ବିଲକୁଲ ସତ କହିଲେ ଯେ ଆମେ ନିଜ ବୈବାହିକ ସମ୍ପର୍କ ପ୍ରତି ବହୁତ୍ ଖୁସି ଅଛୁ ଏବଂ ସମ୍ମାନ ମଧ୍ୟ ମିଳୁଛି ଏବଂ ନିଜର ମହତ୍ତ୍ଵ ମଧ୍ୟ ଅଛି। 

କୌଣସି ପ୍ରକାର ର ଅସୁବିଧା ହୁଏ ନାହିଁ ।

୫ ଜଣ ବନ୍ଧୁ କହିଲେ ଯେ, ହଁ ଆମେ ଠିକ୍ ଅଛୁ ବୋଲି, କିନ୍ତୁ ପ୍ରକୃତରେ ସେମାନେ ଦୁଃଖରେ ଅଛନ୍ତି । ମାନେ ସେମାନେ ଖୁସିରେ ନାହାନ୍ତି ।

ଏବଂ ୧୦ ଜଣ କହିଲେ ଯେ , ହଁ ରେ ଭାଇ, ସମ୍ପର୍କ ସିନା ଅଛି ହେଲେ ସ୍ତ୍ରୀ ଆଗରେ ସମ୍ମାନ ନାହିଁ ଖାଲି ସେତିକି ନୁହେଁ ଘର ଲୋକ ଆଗରେ ମଧ୍ୟ ସମ୍ମାନ ବୋଲି କିଛି ନାହିଁ ।

ହେଲେ ଏମିତି କାହିଁକି ହୁଏ ଜାଣିଛ ।

ମଣିଷ ମାତ୍ରକେ ଭୁଲ ହୁଏ ଏବଂ ସେ କିଛି କାରଣ ବଶତଃ ଭୁଲ କରି ବସେ ଏବଂ ସେ ଭୁଲ ର କାରଣ କୁ ତାର ସମ୍ପର୍କୀୟ ଏବଂ ତାର ଜୀବନ ସାଥି ଧରି ବସନ୍ତି ଏବଂ ଜୀବନ ସାରା ସେହି କଥା କୁ ବାରମ୍ବାର କହି ଚାଲନ୍ତି ।

ଦିନେ ଅଧେ ତ ଚଳି ଯାଏ କିନ୍ତୁ ପ୍ରତ୍ୟେକ ଦିନ ଯଦି ସେହି କଥା କୁହାଯାଏ ତେବେ ସମ୍ପର୍କ ରେ ଫାଟ ସୃଷ୍ଟି ତ ହେବ, ତା ସହିତ ସମ୍ପର୍କ ମଧ୍ୟ ଖରାପ ହୋଇଯାଏ । ଇଜ୍ଜତ ତ ପୁରା ଧୂଳି ସାତ୍ ହୋଇଯାଏ। 

ତେବେ କିଛି ଲୋକ ଏମିତି ସମସ୍ୟା ର ସମାଧାନ ବହୁତ୍ ଶୀଘ୍ର ବାଛି ନିଅନ୍ତି ।

ଆଉ କେତେ ଜୀବନ ସାରା ସେମିତି ରୁହନ୍ତି । କୁହନ୍ତି ଆଜି ନ ହେଲେ କାଲି ଠିକ୍ ହୋଇଯିବ କିନ୍ତୁ ହୋଇ ପାରେନା ।

ଆଉ କେତେ ଜଣ  ନିଜ ଜୀବନ ହାରି ଦେବାକୁ ପଛାଉ ନାହାଁନ୍ତି। ତେବେ କଣ କରିବା ଦରକାର ?

ସମାଧାନ ର ରାସ୍ତା ଶୀଘ୍ର ଖୋଜିବା ଦରକାର ଏବଂ ମୋର ସେ ତିନି ଜଣ ବନ୍ଧୁ ଭଳି ଖୁସିରେ ରହିବା ଦରକାର ଆଉ ଯଦି ସମାଧାନ  ନ ଖୋଜିବା ତେବେ ସାରା ଜୀବନ ଗୋଟିଏ ଭୁଲ କୁ ଧରି ଜୀବନ ବିତିଯିବ। 

ତେବେ କଣ କରିବେ ଆପଣ, ଚିନ୍ତା କରନ୍ତୁ , ସମୟ ଅତି ମୂଲ୍ୟବାନ।  ଯେତେ ଲେଟ୍ କରିବେ , ସେତେ ଅଧିକ ପ୍ରୋବେଲମ୍ ହୋଇପାରେ । କିଛି ସମସ୍ୟା ଧୀରେ ଧୀରେ ସମାଧାନ ହୋଇଯାଏ ଆଉ କିଛି କେବେ ସମାଧାନ ହେବ ନାହିଁ ।

ତେବେ ସମୟ ଆପଣଙ୍କ ର, ନଷ୍ଟ ନ କରି ଯଥା ଶୀଘ୍ର ସମାଧାନ ର ରାସ୍ତା ଖୋଜନ୍ତୁ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *