Life କୁ Enjoy କର !

ହୃଦ୍ ରୋଗ ବିଭାଗ ର ଡାକ୍ତର ରୂପେ ଶ୍ରୀମତୀ ସୁମିତ୍ରା ରାୟ ପ୍ରାୟ 10 ବର୍ଷରୁ ଅଧିକ ହେବ ସେ ଦିଲ୍ଲୀ ର ଗୋଟିଏ ନାମୀ ଦାମୀ ଡାକ୍ତର ଖାନା ରେ ଚାକିରି କରନ୍ତି।  ଡାକ୍ତର ବାବୁ ବହୁତ୍ ଶାନ୍ତ ସ୍ଵଭାବ ର ଲୋକ । ସେ ଟଙ୍କା ଅପେକ୍ଷା ମଣିଷ ର ଜୀବନ ବଞ୍ଚାଇବା କୁ ଅଧିକ ପ୍ରାଧାନ୍ୟ ଦିଅନ୍ତି । ସେ ଦଶ ବର୍ଷ ଚାକିରି କରିବାର ଅବଧି ଭିତରେ ପ୍ରାୟ 1500 ରୁ ଅଧିକ ରୋଗୀ କୁ ସେ ଭଲ କରିଛନ୍ତି ଏବଂ 2000 ରୁ ଅଧିକ ରୋଗୀ ତାଙ୍କ ଚିକିତ୍ସା ଧିନ ଅବସ୍ଥାରେ ପରଲୋକ ମଧ୍ୟ ହୋଇଛନ୍ତି।  କିନ୍ତୁ ସେ ନିଜ କାର୍ଯ୍ୟ ପ୍ରତି ଅବହେଳା କରି ନଥିଲେ ।
ସେ ଚେଷ୍ଟା କରିଛନ୍ତି ଜୀବନ ବଞ୍ଚାଇବା ପାଇଁ କିନ୍ତୁ ଯାହାର ଶେଷ ସମୟ ଆସି ଯାଇଛି ସେତେବେଳେ ତାର ମୃତ୍ୟୁ ନିଶ୍ଚିତ।  ରୋଗୀ ଙ୍କ ମୃତ୍ୟୁ ପରେ ସେ ଦୁଃଖୀ ହୁଅନ୍ତି ସତ କିନ୍ତୁ ନିଜ ମନକୁ ବୁଝେଇ ପୁଣି ଥରେ ନିଜ କାର୍ଯ୍ୟ ରେ ଲାଗି ପଡନ୍ତି ।
ସେ ପ୍ରତିଦିନ ହଜାର ହଜାର ରୋଗୀ କୁ ଚିକିତ୍ସକ କରନ୍ତି । ଯେତେ ରୋଗୀ ଆସନ୍ତି ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଗରୀବ ନାହାନ୍ତି କିନ୍ତୁ ଗୋଟିଏ ଜିନିଷ ପ୍ରତି ସେ ରୋଗୀ ମାନେ ନିଜ ଜୀବନରେ ସର୍ବଦା ନିଜକୁ ଦୁଃଖୀ ମନେ କରନ୍ତି । ସମସ୍ତ ରୋଗୀ ଡାକ୍ତର ସୁମିତ୍ରା କୁ ସବୁ କଥା କହୁଥାନ୍ତି । କାରଣ ଡାକ୍ତର ସୁମିତ୍ରା ମଧ୍ୟ ସମସ୍ତଙ୍କ ଦୁଃଖ କୁ ଶୁଣି ତାଙ୍କୁ ଖୁସିର ରାସ୍ତା ଦେଖାଉ ଥିଲେ ।
  ସମସ୍ତଙ୍କ କଥା ଶୁଣୁଥିଲେ ଏବଂ ସେ ଗୋଟିଏ କଥା କୁ ସମସ୍ତଙ୍କ ପାଖେ ସମାନ ଦେଖିବାକୁ ପାଇଲେ । ତାହା ହେଲା ” ଖୁସି ” । ସମସ୍ତେ ଖୁସି ର ଅଭାବ ରେ ସାରା ଜୀବନ ଅଭାବ ରେ ଆସିଛନ୍ତି ।
• କିଏ କହେ ଟଙ୍କା ର ଅଭାବ ନାହିଁ ମୋ ପାଖରେ କିନ୍ତୁ ମୁଁ ମୋ ସାଙ୍ଗ ମାନଙ୍କ ସହ ଖୁସିରେ କିଛି ସମୟ ବିତେଇ ପାରିଲିନି, ଟଙ୍କା ପଛରେ ଦଉଡ଼ି ଦଉଡ଼ି ପୁରା ସମୟ କୁ ସେଥିରେ ନଷ୍ଟ କରିଦେଲି ।
• କିଏ କହେ ଯେ ଟଙ୍କା ସଞ୍ଚୟ ପାଇଁ ସାରା ଜୀବନ କୋଡ଼ିଂ ବନେଇ ବନେଇ ବହୁତ୍ ଆପ୍ଲିକେସନ ବନେଇଲି କିନ୍ତୁ ନିଜ ସ୍ତ୍ରୀ ଛୁଆ କୁ କେବେ ସମୟ ଦେଇ ପାରିଲିନି ।
• କିଏ କହେ ଟଙ୍କା ସଞ୍ଚୟ ପାଇଁ ରାତି ଦିନ ଦୋକାନ , ଗୋଦାମ ଏବଂ କଞ୍ଚା ମାଲ ର ହିସାବ ରଖି ରଖି ନିଜେ କେବେ ମୋ ମନ ପସନ୍ଦ ର ଖାଦ୍ୟ ଠିକ୍ ସେ ଖାଇ ପାରିଲି ନାହିଁ ।
• କିଏ କହେ ପିଲା ଦିନ ରୁ ଆଜି ପର୍ଯ୍ୟନ୍ତ ମୁଁ ନିଜ ଈର୍ଷା ଅହଙ୍କାର ଏବଂ ଗର୍ବ କୁ ଜାବୁଡି ଧରି ଅନୁଶାସନ ରେ ରହିଲି କିନ୍ତୁ କେବେ ତାଙ୍କ ସହିତ ସାଙ୍ଗ ହୋଇ କଥା ହୋଇ ପାରିଲି ନାହିଁ ଶେଷରେ ପୁଅ ପଚାରିଲା ନାହିଁ କି ଝିଅ ।
ଏମିତି ହଜାର ପ୍ରଶ୍ନ ଆଉ ହଜାର ଉତ୍ତର କହିଲେ ଶବ୍ଦ ସରିବ ନାହିଁ କି ବାକ୍ୟରେ କେବେ ପୂର୍ଣ୍ଣ ବିରାମ ନେବ ନାହିଁ ।

ହେଲେ ଏଥିପାଇଁ ଦାୟୀ କିଏ ନୁହଁ । ନିଜକୁ ଆମେ ଖୁସିରେ ଆଜି ରଖିବା ନାହିଁ ତେବେ କାଲି ସେ ଖୁସି ରହିବ ନାହିଁ । ଆଜିର ଖୁସିକୁ ଆଜି ହିଁ ଉପଭୋଗ କରନ୍ତୁ ।
• ଯଦି ଅବା କାହାର ବାହାଘର ହେଉଛି ମନରେ ଯଦି ନାଚିବାକୁ ଇଚ୍ଛା ହେଉଛି ତେବେ ଥରେ ନାଚି ପକାଅ ଦେଖିବ ମନକୁ ନିଶ୍ଚୟ ଶାନ୍ତି ମିଳିବ ।
• ଯଦି ଅବା କାହାର ଖୁସିରେ ଖୁସି ହେବା ପାଇଁ ସୌଭାଗ୍ୟ ମିଳେ ତେବେ ନିଶ୍ଚୟ ଯାଆନ୍ତୁ ।

ସେଥିପାଇଁ ଦୁନିଆ ରେ ଯେଉଁଠି ଖୁସି ମିଳେ ତାକୁ ହାତ ଛଡା କରନ୍ତୁ ନାହିଁ।

ହେଲେ ଏଠି ପ୍ରଶ୍ନ ଯେ ଖୁସି କୁ ସବୁ ସ୍ଥାନରେ ଉପଭୋଗ କରିବା ପାଇଁ ଟଙ୍କା ର ଆବଶ୍ୟକତା ପଡ଼ିବ ତେବେ ମୁଁ ପୁଣି କହିବି ଟଙ୍କା ତ ଖର୍ଚ୍ଚ ହେବ। ଆଜି କାଲି ପବନ ମଧ୍ୟ ଟଙ୍କା ଦେଇ କିଣି ଆଣିବାକୁ ପଡୁଛି (ଅକ୍ସିଜେନ୍ ସିଲିଣ୍ଡର୍) । ତେବେ ଖୁସି କୋଉଠି ମାଗଣାରେ ଉପଲବ୍ଧ ହେବ କୁହ ??

ତେବେ ଟଙ୍କା ଖର୍ଚ୍ଚ କରି ଯଦି ଖୁସି କିଣିବ ତେବେ ସତର୍କ ହୋଇ କିଣିବ। କାହିଁକି ନା ଲୋକେ ଖୁସି କୁ କିଣି ବାକୁ ଯାଇ ଅଧିକ ଅଧିକ ରୁ ଟଙ୍କା ଖର୍ଚ୍ଚ କରି ଦିଅନ୍ତି । ତେବେ ଲିମିଟ ରେ ଖର୍ଚ୍ଚ କରନ୍ତୁ ଏବଂ ଜୀବନରେ ଆସୁଥିବା ଖୁସି କୁ ଉପଭୋଗ କରିବାକୁ ଭୁଲିବେ ନାହିଁ।  ତେବେ ଉପରେ ଦିଆ ଯାଇଥିବା କାହାଣୀ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରନ୍ତୁ।

କିମ୍ବା ଅନୁଭବ କରିବାକୁ

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading