ପାୟଶ୍ଚିତ ତ ନିଶ୍ଚୟ ହେବ

ଯଦି ଇଚ୍ଛା ନଥିଲା ତେବେ
ସମ୍ପର୍କ ର ରୂପ ଦେଇ କାଇଁ କଷ୍ଟ ଦେଲୁ,
ଏକା ଥିଲି ଜୀବନରେ
ନିଜ ସ୍ବପ୍ନ ନିଜେ ଦେଖୁଥିଲି
ଯେବେ ତୁ ଆସିଲୁ
ତୋ ସ୍ବପ୍ନ କୁ ସାକାର କରିବାରେ ଲାଗିଲି
କିନ୍ତୁ ଜାଣି ନଥିଲି
ତୁ ଅହଙ୍କାରୀ ଏବଂ ଖଳନାୟକ ରୂପକୁ
କେବେ ଛାଡି ପାରିବୁ ନାହିଁ ବୋଲି…

କଣ ନାହିଁ ମୋ ପାଖରେ
ଯାହା ଖୋଜିବୁ ତାହା ପାଇବୁ
କେବଳ ତୋ ଠାରୁ କିଛି ସମୟ
ଦୂରେଇ ରହିବା ମୋର କଣ ଭୁଲ ଥିଲା ?
ମୋ ସ୍ୱଚ୍ଛ ଭଲ ପାଇବା ତୋ ପାଇଁ ବେକାର
କିନ୍ତୁ ମୋ ବଦଳରେ ଅନ୍ୟ କୁ ତୋ ହୃଦୟରେ ସ୍ଥାନ ଦେବା ମୋ ପାଇଁ କଷ୍ଟ ଦାୟକ ଥିଲା…

ତୁ ଯୋଉ ଭୁଲ କରିଛୁ ମୋତେ ହରେଇ
ତାର ପ୍ରାୟଶ୍ଚିତ ତ ନିଶ୍ଚୟ ହେବ !
ସମୟ ତାର ହିସାବ କରିବ,
କେବଳ ତୁ ନୁହେଁ ତୋର ଅହଙ୍କାର
ମଧ୍ୟ ମାଟିରେ ମିଶିଯିବ,
ଈର୍ଷା ଆଉ ତୋର ସୁନ୍ଦରତା ସବୁ
ଜଳି ପୋଡ଼ି ପାଉଁଶ ହୋଇଯିବ ।

କେବଳ ସମୟ କୁ ଅପେକ୍ଷା କର
ପାୟଶ୍ଚିତ ତ ନିଶ୍ଚୟ ହେବ…
ପ୍ରାୟଶ୍ଚିତ ତ ନିଶ୍ଚୟ ହେବ…


ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

2 thoughts on “ପାୟଶ୍ଚିତ ତ ନିଶ୍ଚୟ ହେବ”

  1. ବହୁତ ସୁନ୍ଦର ଲେଖା, ଲେଖକ ପରିଚୟ ପ୍ରକାଶ କର ।

  2. ନୀଳମାଧବ ଭୂୟାଁ ଙ୍କ କବିତା ସଂକଳନ ରୁ …

Leave a Reply

Your email address will not be published. Required fields are marked *