କିଛି ଦିନ ତଳେ ମୋ ସାଙ୍ଗ ର କିଛି ଟଙ୍କା ର ଦରକାର ପଡ଼ିଲା। ମୋତେ ତାର ସମସ୍ୟା କହିଲା ଏବଂ ସେ ସମସ୍ୟା ର ଶୀଘ୍ର ସମାଧାନ ପାଇଁ ମୁଁ ମାଗିଥିବା ଟଙ୍କା ତାକୁ ସାହାଯ୍ୟ କରିଲି ଏବଂ ସମୟ କ୍ରମେ ତାର ସମାଧାନ ମଧ୍ୟ ହୋଇଗଲା।
ପ୍ରତିଶ୍ରୁତି ହିସାବରେ ସେ ଏତିକି କହିଥିଲା ଯେ ମୁଁ ଆସନ୍ତା ମାସରେ ତୁମର ସବୁତକ ଟଙ୍କା ଫେରାଇ ଦେବୀ। ମୁଁ କହିଲି ଆସନ୍ତା ମାସ ନୁହଁ ଆଉ ଗୋଟିଏ ମାସ ପରେ ଟଙ୍କା ଦିଅ କିନ୍ତୁ ମୋତେ ପୁରା ଟଙ୍କା ଦରକାର କାରଣ ମୋତେ ଦୁଇ ମାସ ପରେ କିଛି ଜିନିଷ କିଣିବାର ଥିଲା ।
ଦୁଇମାସ ବିତିଗଲା ଏବଂ ମୋର ମନେ ପଡିଗଲା ସେହି ବନ୍ଧୁଙ୍କୁ କହିବି ଯିଏ ମୋତେ ଟଙ୍କା ଫେରସ୍ତ କରିବାକୁ କହିଥିଲେ ।
କଥା ହେବା ପାଇଁ ଫୋନ୍ ରିଙ୍ଗ କରିଲି। ମାତ୍ର ତାହା କେବଳ ରିଙ୍ଗ ହୋଇ ହୋଇ ଶେଷରେ କଟୁଥିଲା । ଥରେ ନୁହେଁ 10 ଥର ରୁ ଅଧିକ ଥର ରିଙ୍ଗ କରିଲି ମାତ୍ର ତାହାର କିଛି ଉତ୍ତର ନଥିଲା ।
ବାଧ୍ୟ ହୋଇ WhatsApp ରେ ମେସେଜ କରିଲି। ତାହା ମଧ୍ୟ ମେସେଜ ଦେଖି କିଛି ଉତ୍ତର ନ ଦେଇ ଚୁପ୍ ରହିଲା। କଣ କରିବି ନିରୁପାୟ ଥିଲି । ଏପଟେ ମୋତେ କିଛି ଜରୁରୀ କାମ ପାଇଁ ଟଙ୍କା ଦେବାକୁ ଥିଲା। ମାତ୍ର ତାହା ସମ୍ଭବ ହୋଇ ପାରିଲା ନାହିଁ ।
ଏମିତି ସବୁବେଳେ ମେସେଜ ଦେଉଥାଏ ଏବଂ ସେ ମୋର ମେସେଜ ର ଜବାବ ଦେଉ ନଥାଏ। ଦୁଇ ମାସ ରୁ ଆଜି ଦୁଇ ବର୍ଷ ହୋଇଗଲାଣି। କିନ୍ତୁ ଟଙ୍କା ଫେରାଇବା ପାଇଁ ତାର ଇଛା ହିଁ ହେଉନି। ଦିନେ ଥରେ ଦେଖା ହୋଇଗଲା କିନ୍ତୁ ସେ ସମୟରେ ମୋତେ ତାର ଦୁଃଖ ଜଣେଇ ଚୁପ୍ ହୋଇଯାଏ ଏବଂ ସେ ମୋତେ ପୁଣି କହିଲା ବହୁତ୍ ଶୀଘ୍ର ମୁଁ ଟଙ୍କା ଫେରାଇ ଦେବୀ।
ତେବେ କଣ କହିବି ବୋଲି ଚୁପ୍ ରହିଲି। ସାଙ୍ଗ ବୋଲି କିଛି କହି ପାରୁନି ଏବଂ ତାର ଅଣଦେଖା ଦେଖି ମୋତେ ରାଗ ଜଳୁଛି, କଣ କରିବା ଠିକ୍ ହେବ ???
କମେଣ୍ଟ ରେ ଟିକେ କୁହନ୍ତୁ ଏମିତି ସାଙ୍ଗ ପାଇଁ କଣ ପଦକ୍ଷେପ ନେବା ଦରକାର ।
???????
Facebook Comments