ଗୃହ ଚଣ୍ଡୀ (ଶେଷ ଭାଗ)

Part-5

ଅନିତା ସଙ୍ଗେ ସଙ୍ଗେ ନିଜ ମୁଣ୍ଡ ଖଟେଇ କହିଲା, ମୁଁ କିଛି କରିନି ଯାହା କରିଛି ସବୁ ଏ ସିପ୍ରା କରିଛି । ସିପ୍ରା ରାଗରେ ଅନିତା ଆଡକୁ ଚାହିଁ ରହିଥାଏ। ପୋଲିସ କହିଲା ତମର ସବୁ ଭୁଲ ର ହିସାବ ଜେଲ୍ ଭିତରେ ହେବ। ଅନିତା ରାକେଶ ର ଗୋଡ଼ ତଳେ ପଡିଗଲା ଏବଂ ମୋର ଭୁଲ ହୋଇଗଲା ମୋତେ କ୍ଷମା କରିଦିଅ। ମୁଁ ଜେଲ୍ ଯିବାକୁ ଚାହୁଁ ନାହିଁ। ଆଉ ଭୁଲ କରିବି ନାହିଁ । ମୁଁ ବାପାଙ୍କୁ ସେବା କରିବି। ମୁଁ ତମ ଠାରୁ ଅଲଗା ହେବାକୁ ଚାହୁଁ ନାହିଁ । ବାକି ସମସ୍ତେ ମଧ୍ୟ ଆସି ପହଞ୍ଚି ଗଲେ। ଅନିତା, ମଧୁ ଏବଂ ସୁଧୀର କୁ ଦେଖି ଟିକେ ସାହାସ ପାଇଲା । ସେ ମଧୁ ଏବଂ ସୁଧୀର କୁ ଅନୁରୋଧ କରି କହିଲା, ଜିଜୁ ତମେ ତାଙ୍କୁ ଟିକେ ବୁଝାଇ କୁହ। ମଧୁ, ତୁ ତ କହ। ମଧୁ କହିଲା, ଛି..ତୋତେ ମୋ ସାଙ୍ଗ କହିବାକୁ ଖରାପ ଲାଗୁଛି । ଆଜି ତୋର ସବୁ କଳା କର୍ମ ମୁଁ CCTV ରେ ଦେଖି ମୋତେ ବିଶ୍ୱାସ ହେଉ ନଥିଲା। ତୁ ଏମିତି ଗୃହ ଚଣ୍ଡୀ ପାଲଟି ଯିବୁ ବୋଲି ମୁଁ କେବେ ଭାବି ନଥିଲି । ତୋର ଭୁଲ କୁ ଲୁଚେଇ ମୁଁ ରାକେଶ ର ଜୀବନ ନଷ୍ଟ କରିଛି ବୋଲି ମୋତେ ଏବେ ଅନୁତାପ ହେଉଛି । ରାକେଶ ଆଗରେ ମଧୁ ହାତ ଯୋଡ଼ି କହିଲା । ରାକେଶ ମୋତେ କ୍ଷମା କରିବ ମୋ ସାଙ୍ଗ ପାଇଁ ମୁଁ ବହୁତ୍ ଲଜ୍ଜିତ । ଅନିତା କୁ କେବେ କ୍ଷମା କରିବ ନାହିଁ। ସେ କଲେଜ ସମୟରୁ ଖରାପ ଥିଲା କିନ୍ତୁ ମୁଁ ଭାବିଥିଲି କାଳେ ସେ ସୁଧୁରି ଯିବ କିନ୍ତୁ ମୋ ଭାବନା ଭୁଲ ଥିଲା। ରାକେଶ କହିଲା, କିଛି ନାହିଁ ଭାଉଜ। ତମେ କାହିଁକି କ୍ଷମା ମାଗୁଛ। ଏ ଗୃହ ଚଣ୍ଡୀ କୁ ଦଣ୍ଡ ଦରକାର। ପୋଲିସ ବାବୁ ଅନିତା କୁ ନେଇ ଯାଆନ୍ତୁ। ପ୍ରମାଣ ମୁତାବକ ଯାହା ଦଣ୍ଡ ଦେବାର ଅଛି ଆଇନ ଦେବ । କିନ୍ତୁ ଅନିତା ଅନୁରୋଧ କରି ଚାଲିଥାଏ ପ୍ଲିଜ୍ ରାକେଶ ମୋତେ କ୍ଷମା କର, ମୋତେ କ୍ଷମା କର। ରାକେଶ ରାଗରେ ଅନିତା ଆଡକୁ ଚାହିଁ ରହିଥାଏ, କିଛି କହୁ ନଥାଏ।

Click the image for read this story



ତାପରେ ମହିଳା ପୋଲିସ ଅଫିସର ଅନିତା ଆଉ ସିପ୍ରା କୁ ଜେଲ୍ ନେଇ ଗଲେ। ରାକେଶ ମଧ୍ୟ ନିରୁପାୟ ଥିଲା । ସେ ବାଧ୍ୟ ହେଲା ଯେ ଏମିତି ଗୃହ ଚଣ୍ଡୀ କୁ ଉଚିତ୍ ଦଣ୍ଡ ଯଦି ଦିଆ ନ ଯିବ ତେବେ କାଲି ସେ ମୋ ଜୀବନ ସହିତ ଖେଳିବ । ଅନିତା ଏବଂ ସିପ୍ରା ର ଜେଲ୍ ପରେ କେସ କୋର୍ଟ ରେ ଯାଇ ପହଁଚିଲା । ସେଠି ମଧ୍ୟ ଅନିତା ଏବଂ ସିପ୍ରା ଦୋଷୀ ସାବ୍ୟସ୍ତ ହେଲା ଏବଂ କିଛି ବର୍ଷ ପାଇଁ କାରାଗାର ର ଶୁଣାଣି ହେଲା ।

ଏପଟେ ରାକେଶ ମଧ୍ୟ ଛାଡ଼ପତ୍ର ପାଇଁ ଅପିଲ କରିଥିଲା ଏବଂ ପରେ ଦୁହିଁଙ୍କ ଛାଡ଼ପତ୍ର ମଧ୍ୟ ହୋଇଗଲା। ବର୍ତ୍ତମାନ୍ ରାକେଶ ସ୍ଥିର କରିଲା ଯେ ସେ ଏକା ରହିବ ଏବଂ ନିଜ ଘର ମଧ୍ୟ ବଦଳି କରି ଷ୍ଟୁଡ଼ିଓ କରିଥିବା ଘରରେ ବାପାଙ୍କ ସହିତ ରହିଲା। କାମବାଲୀ ଆସେ କେବଳ ବାପାଙ୍କ ସେବା ଏବଂ ରୋଷେଇ କରିବା ପାଇଁ । ଯେବେ ରାକେଶ ବାହାରକୁ ଯାଏ କାମବାଲୀ ନିଜ ବାପା ଭଳି ରାତି ରହି ବାପାଙ୍କ ସେବା ମଧ୍ୟ କରେ ।

ତେବେ କାହାଣୀ ଟି ଏତିକି ଥିଲା ଏଵଂ ଏହି କାହାଣୀ ସମ୍ପୂର୍ଣ୍ଣ କାଳ୍ପନିକ ଅଟେ ଏଠି ଲେଖକ କୌଣସି ବ୍ୟକ୍ତି ବିଶେଷ କୁ ଇଙ୍ଗିତ କରି ଏହି କାହାଣୀ କୁ ପଦାର୍ପଣ କରିବାକୁ ଚେଷ୍ଟା କରି ନାହାନ୍ତି ।

ତେବେ କାହାଣୀ କୁ ଶେଷ ପର୍ଯ୍ୟନ୍ତ ଧର୍ଯ୍ୟ ର ସହିତ ପଢ଼ି ଥିବାରୁ ଆପଣଙ୍କୁ ଲେଖକ ଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ।

ଆପଣଙ୍କ ପ୍ରିୟ ଗାଳ୍ପିକ
ନୀଳମାଧବ ଭୂୟାଁ

.

.

.

.

ଏହି କାହାଣୀ ଟି ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ। ତାଙ୍କର ଲିଖିତ ଅନ୍ୟ କାହାଣୀ ଗୁଡ଼ିକ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ କୁ କ୍ଲିକ୍ କରନ୍ତୁ

Click Here

Click the image for read this story

Part-1 କୁ ପୁଣି ଥରେ ପଢ଼ିବା ପାଇଁ ଏଠି କ୍ଲିକ୍ କରନ୍ତୁ

ଗୃହ ଚଣ୍ଡୀ (ପଞ୍ଚମ)

Part-4

ରାକେଶ , ଅନିତାକୁ ମେଡ଼ିକାଲ ବାହାର କୁ ଡାକି ନିଶା ଔଷଧ ବିଷୟରେ ପଚାରିଲା । ସେ ପୁଣି ମିଛ ଉପରେ ମିଛ କହି ଚାଲିଲା। ସେ ନିଜ ଭୁଲ ମାନିଲା ନାହିଁ । ମାତ୍ର ଅନିତା ର ଆଖି ଦେଖି ରାକେଶ ଜାଣି ପାରୁଥିଲା। କିନ୍ତୁ ରାକେଶ ମଧ୍ୟ ଚୁପ୍ ନ ରହି କହି ଉଠିଲା, ମୁଁ ଜାଣି ସାରିଲିଣି ଏ ସବୁ ତମେ କରୁଛ। କେବଳ ପ୍ରମାଣ ନାହିଁ ବୋଲି ମୋତେ ଆଉ ମୋ ବାପାଙ୍କୁ ହଇରାଣ କରୁଛ ନା ?? ଅନିତା ମଧ୍ୟ କହି ଉଠିଲା, ହଁ ହଁ ଏ ସବୁ ମୁଁ କରୁଛି । ତମେ ପ୍ରମାଣ ନେଇ ଆସ ଆଉ ବେଶୀ କିଛି କହିବ ତେବେ ମହିଳା କମିଶନ ରେ ଯାଇ ତୁମ ନାମରେ ଅଭିଯୋଗ କରି ତୁମକୁ ଜେଲ୍ ପଠେଇବି ଆଉ ତୁମ ବାପାଙ୍କୁ ସିଧା ଉପରକୁ । ରାକେଶ ରାଗରେ ଜଳୁ ଥାଏ । ଅନିତା ମେଡିକାଲ କୁ ନ ଯାଇ ଗାଡ଼ି ଭିତରେ ବସି ରହିଲା । ସେ ମନେ ମନେ ଭାବୁଥିଲା ଏଥର କିଛି ବଡ ପଦକ୍ଷେପ ନେବ ବୋଲି । ସେ ମନେ ମନେ ରାଗରେ ଜଳୁଥାଏ , ରାକେଶ ମଧ୍ୟ ମନରେ ସ୍ଥିର କରି ସାରିଥିଲା ଯେ ଶେଷ ଉପାୟ ହେଲା ଯେ ଛାଡ଼ପତ୍ର ଆଉ ଯଦି ପ୍ରମାଣ ମିଳେ ତେବେ ସିଧା ଜେଲ୍ ପଠେଇବି। ଆଉ ଏହି ଗୃହ ଚଣ୍ଡୀ କୁ ସମ୍ଭାଳିବା ଅସମ୍ଭବ ହୋଇଗଲାଣି।

ସେପଟେ ସିସିଟିଭି ଫିଟ୍ ହୋଇ ସାରିଥିଲା ଏବଂ ପୋଲିସ କୁ ମଧ୍ୟ ଖବର ଦେଇ ସତର୍କ କରି ରଖିଥିଲା ସୁଧୀର । ସଭିୟେଁ ଘରକୁ ଆସିଲେ ଏବଂ ରାକେଶ କହିଲା ମୋର ବାହାଘର କଲ୍ ଅଛି ମୁଁ କାଲି ସନ୍ଧ୍ୟାରେ କିମ୍ବା ତା ପର ଦିନ ସକାଳେ ଆସିବି କହି ଚାଲିଗଲା। ଅନିତା କୁ ପୁଣି ମଉକା ମିଳିଲା ଏବଂ ମନେ ମନେ ଭାବିଲା । ଏ ବୁଢ଼ା କୁ ଆଜି ସିଧା ଉପରକୁ ପଠେଇବି। ମୋତେ କିଛି ବି କରିବାକୁ ପଡେ ତେବେ କରିବି। ସେପଟେ ରାକେଶ ସୁଧୀର , ରାକେଶ ର ଘର ଠାରୁ କେବଳ ୫୦ ମିଟର ଦୂରରେ ତାର ସାଙ୍ଗ ଘରେ ବସି ସିସିଟିଭି ରେ ସବୁ ଦେଖୁଥାନ୍ତି ଏବଂ ସିସିଟିଭି ରୁମ୍ ରେ ଗୋଟିଏ ସ୍ପେସିଆଲ ପୋଲିସ୍ ଅଫିସର୍ ଦେଖିବାକୁ ବସିଥିଲେ। ପୋଲିସ ର ଯୋଜନା ମୁତାବକ ରାକେଶ ସବୁ କଥା ମାନି ପୋଲିସ କୁ ସାହାଯ୍ୟ କରିବାକୁ ଲାଗିଥିଲା । କିନ୍ତୁ ଏତିକି ବିଶ୍ୱାସ ଥିଲା ଯେ ଅନିତା ଯାହା ଭୁଲ କାମ କରିବାର ଅଛି ଆଜି ହିଁ କରିବ ଅବା କାଲି ସକାଳ ଭିତରେ କରିବ । ସମସ୍ତେ କେବଳ ପ୍ରମାଣ ଅପେକ୍ଷାରେ ଥିଲେ ।

Click the image for read this story



ଅନିତା ମଧ୍ୟ ବହୁତ୍ ଚାଲାକ୍ ସେ ମଧ୍ୟ ଭାବିଲା ରାକେଶ ଆଉ ସୁଧୀର ମିଶି ଘରେ ସିସିଟିଭି ଲଗେଇ ନାହାନ୍ତି ତ ? ସେ ଭାବନାରେ ଅନିତା ପ୍ରଥମେ ପୁରା ଘର ଚେକ୍ କରିଲା କିନ୍ତୁ ଭାଗ୍ୟ ବଶତଃ ସେ କିଛି ମଧ୍ୟ ପାଇଲା ନାହିଁ କିନ୍ତୁ ବାପାଙ୍କ ଶୋଇବା ଘର, ରାକେଶ ର ବେଡ୍ ରୁମ୍ ଏବଂ ରୁମ୍ ରେ ସିସିଟିଭି ଲାଗିଥାଏ ଏବଂ ଯାହା କଥା ବାର୍ତ୍ତା ହେବ ତାହା ମଧ୍ୟ ଶୁଣି ପାରୁଥିଲେ ଏବଂ ଏଥର ଅନିତା ଭାବିଲା ଏଥର ସେ ସିଧା ଉପରକୁ ପଠେଇବା ବ୍ୟବସ୍ଥା କରିବ। ସେ ତାର ଅନ୍ୟ ଏକ ସାଙ୍ଗ ସିପ୍ରା କୁ ଫୋନ୍ କରି ଡାକିଲା। ସିପ୍ରା ହେଉଛି ତାର କଲେଜ କ୍ଲାସ୍ ମେଟ୍ । ସେ ତାର ନୂଆ ବଏଫ୍ରେଣ୍ଡ କୁ ମଧ୍ୟ ଡାକିଲା କିନ୍ତୁ ସେ କିଛି କାମ ବ୍ୟସ୍ତ ଯୋଗୁ ସେ ଫୋନ୍ ରେ ମନା କରିଦେଲା ଏହା ସବୁ ପୋଲିସ ଏବଂ ରାକେଶ CCTV ରେ ଦେଖି ପାରୁଥିଲେ । ସିପ୍ରା ଜଣେ ଚରିତ୍ର ହିନ ମହିଳା ଟିଏ ସେ ତାର ପ୍ରଥମ ସ୍ବାମୀ କୁ ବିଷ ଦେଇ ମାରି ନିଜ ପ୍ରେମିକା ସହ ଦ୍ଵିତୀୟ ବିବାହ କରିଛି କିନ୍ତୁ ତଥାପି ଅନ୍ୟ ଏକ ପ୍ରେମିକା ସହିତ ସମ୍ପର୍କରେ ଅଛି । ଲାଗୁଥିଲା ଏହି ଯୋଜନା ବିଷୟରେ ସେ ଦୁଇ ଜଣ ଆଗରୁ ଏ ବିଷୟରେ କଥା ହୋଇ ସାରି ଥିଲେ । ଅନିତା ବାପାଙ୍କୁ ପୁଣି ନିଶା ଔଷଧ ଦେଇ ଦେଲା ।



ସିପ୍ରା ସ୍କୁଟି ରେ ଆସି ପହଞ୍ଚିଲା ଏବଂ ନିଜ ବ୍ୟାଗ୍ ରୁ ହେଣ୍ଡ gloves ବାହାର କରି ଅନିତା କୁ ଦେଇ କହିଲା ତାକୁ ପିନ୍ଧି ନେ ଏବଂ କହିଲା ଯାହା କରିବା ଜଲ୍ଦୀ କରିବା । ସିପ୍ରା ପଚାରିଲା କଣ କରିବା?? ଅନିତା କହିଲା ଏ ବୁଢାକୁ ଉପରକୁ ପଠେଇବାକୁ ପଡ଼ିବ । ସିପ୍ରା ପଚାରିଲା କେମିତି ଆଉ କଣ ଭାବିଛୁ କହ। ଅନିତା କହିଲା ଗଳା ଚିପି ମାରିଦେବା। ସିପ୍ରା କହିଲା ନା, ନା, ପୋଷ୍ଟ ମୋର୍ଟମ୍ ହେଲେ ଜଣା ପଡ଼ିଯିବ । ଶୁଣ ତକିଆ ମୁହଁରେ ଦେଇ ମାରିଦେବା। ଅନିତା ସିପ୍ରା କଥା ରେ, ହଁ ଭରିଲା। ସେପଟେ ଏଇ କଥା ହେବା ଭିତରେ ରାକେଶ ଆଉ ଦୁଇଟି ମହିଳା ପୋଲିସ ପାଖ ଘର ଛାତ ଦେଇ ଘର ଭିତରକୁ ପଶି କେବଳ ସମୟ କୁ ଅପେକ୍ଷା କରିଥିଲେ । କେତେବେଳେ ସେମାନେ ଏମିତି କିଛି କାମ କରିବେ ଆଉ ତାଙ୍କୁ ପ୍ରମାଣ ସହିତ ଧରିବୁ ବୋଲି । ମାତ୍ର ସେ ସମୟ ବହୁତ୍ ବିପଦ ଜନକ ଥିଲା । ଦେଖୁ ଦେଖୁ ସେ ସମୟ ମଧ୍ୟ ଆସି ପହଂଚି ଗଲା। ସେମାନେ ତକିଆ ମୁହଁରେ ଦେଇଛନ୍ତି ନା ନାହିଁ, ସଙ୍ଗେ ସଙ୍ଗେ ଦୁହେଁ ପୋଲିସ ଆଉ ରାକେଶ ପହଁଚିଗଲେ ଏବଂ ବୁଢ଼ା ବାପା ଙ୍କୁ ବଞ୍ଚେଇବାରେ ସଫଳ ମଧ୍ୟ ହେଲେ। ଅଳ୍ପ ଭୁଲ ରେ ଜୀବନ ମଧ୍ୟ ଚାଲି ଯାଆନ୍ତା କିନ୍ତୁ ରାକେଶ ଆଉ ପୋଲିସ କର୍ମୀ ସତର୍କ ଥିବାରୁ ପ୍ରମାଣ ମଧ୍ୟ ମିଳିଲା ଆଉ ଜୀବନ ମଧ୍ୟ ବଞ୍ଚିଗଲା। ଅନିତା ଡରରେ ଥରିବାକୁ ଲାଗିଲା । ସିପ୍ରା ଭାବିଲା ଖସିଯିବ କିନ୍ତୁ ପୋଲିସ ତାକୁ ଧରି ନେଲେ ।

Click the image for read this story

To be continued…..

Last Part

ଆଗକୁ ପଢ଼ିବେ : ମଧୁ କହିଲା, ଛି..ତୋତେ ମୋ ସାଙ୍ଗ କହିବାକୁ ଖରାପ ଲାଗୁଛି । ଆଜି ତୋର ସବୁ କଳା କର୍ମ ମୁଁ CCTV ରେ ଦେଖି ମୋତେ ବିଶ୍ୱାସ ହେଉ ନଥିଲା। ତୁ ଏମିତି ଗୃହ ଚଣ୍ଡୀ ପାଲଟି ଯିବୁ ବୋଲି ମୁଁ କେବେ ଭାବି ନଥିଲି

ଏହି କାହାଣୀ ଟି ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ। ତାଙ୍କର ଲିଖିତ ଅନ୍ୟ କାହାଣୀ ଗୁଡ଼ିକ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ କୁ କ୍ଲିକ୍ କରନ୍ତୁ

Click Here