ବସ୍ତ୍ର



ଦିନକୁ ଦିନ, ବର୍ଷ କୁ ବର୍ଷ, ବଦଳୁଛି ଫେସନ୍ …
ଟଙ୍କା ଲୁଟି ନେବା…..ଗୋଟିଏ ଏ ହାତ
ବଡ କନେକ୍ସନ୍ ….ହୋ….ବଡ କନେକ୍ସନ୍…


ଭାରତୀୟ ପୋଷାକ…..ଦେଖିବାକୁ
ଜମା ମିଳୁ ନାହିଁ …..
ବିଦେଶୀ ପୋଷାକ ଗ୍ରହଣ ଯେ ….. କଲେ
ଆମର ଭଉଣୀ ଭାଇ…..


ଦିନକୁ ଦିନ ବର୍ଷ କୁ ବର୍ଷ
କପଡ଼ା ହେଲା ଛୋଟ…..ଅତି ଛୋଟ
ଲାଜ ସରମ ଟିକିଏ କରନ୍ତି ନାହିଁ
ପିନ୍ଧି ହସି ଉଠାନ୍ତି ସେଲଫି ଫୋଟ…

ଶରୀର ରକ୍ଷା ଲଜ୍ଜ୍ୟା ନିବାରଣ ପାଇଁ
ପରିଧାନ କରୁ ଆମେ ବସ୍ତ୍ର…
ବସ୍ତ୍ର ହରଣ ପାଇଁ ଭାରତ ବର୍ଷରେ
ମହାଭାରତ ଯୁଦ୍ଧରେ ରକ୍ତ ସ୍ନାନ କଲା ଅସ୍ତ୍ର…

ଆଜି ଯଦି ଆମେ ସଚେତ ନହେଲେ
ହେବ ଆଉ କିଏ ଏଠି…
ଭାରତୀୟ ପୋଷାକ ପରିଧାନ କରିବା ଆମେ
ଭାରତ ବାସି ଏ ଆମ ଜନମ ମାଟି…

ହୃଷୀକେଶ କୁଶୁଲିଆ
ମୁନିଗୁଡ଼ା, ରାୟଗଡ଼ା ।

ଲେଖକ ଙ୍କ ” ଛାଡ଼ପତ୍ର” କବିତା କୁ ପଢନ୍ତୁ

Leave a Reply

Your email address will not be published. Required fields are marked *