ସମୟ



ପୂର୍ବ କାଳରେ ଆମ ଲୋକମାନେ ସୂର୍ଯ୍ୟ,ଚନ୍ଦ୍ର, ତାରା,ଗ୍ରହ,ନକ୍ଷତ୍ର କୁ ଦେଖି
ଅନୁମାନ କରୁଥିଲେ ସମୟ କୁ ରାତି ଦିନ…
ନାହିଁ ତାର ରୂପ ରଙ୍ଗ ରେଖା ନାହିଁ ଚକ୍ଷୁରେ ସେ ଯାଉଥିଲା ଦେଖା
ତଥାପି ସମୟକୁ କରୁଥିଲେ ଅନୁଭବ ମନେ ମନେ..

ବଜାରରେ ଆମେ ହାତ ଘଣ୍ଟା ଓ କାନ୍ଥ ଘଣ୍ଟା କିଣିପାରିବା ହେଲେ ସମୟ କୁ ନୁହଁ..
ବିଶ୍ବରେ କୌଣସି ବ୍ୟାଙ୍କ୍ କୌଣସି ଧନୀ ଲୋକ ସମୟ କୁ କିଣି ପାରିବେ କି କୁହ…

ସମୟ ସୂଚକ ଯନ୍ତ୍ର ଖରାପ ହେଲେ
ସମୟ ଅଟକି ରହେନି ସେଠାରେ କେବେ..
ସମୟ କେବେ ବିଶ୍ରାମ କରେନା କାହାକୁ ଅପେକ୍ଷା କରେନା
ହେଉ ପର୍ବ ପର୍ବାଣି ହଉ ଯୁଦ୍ଧ ବନ୍ୟା,ବାତ୍ୟା,ମରୁଡି ତେବେ…

ପ୍ରତିଦିନ ସମସ୍ତ ଙ୍କୁ ମିଳେ 24 ଘଣ୍ଟା ସମୟ ମାତ୍ର
କାହାକୁ ମିଳେନି କମ୍ କିମ୍ବା ବେଶୀ..
ଯେଁଉ କାଯ୍ୟ ପାଇଁ ଆମେ ଅଧିକା ସମୟ ଦେବା
ସେ କାଯ୍ୟ ଦ୍ଵାରା ପାଇବା ଆମେ ମାନ ସମ୍ମାନ ହସି ହସି…

ଧିରେ ଧିରେ ବଦଳି ଯାଉଛି ଆମ ଶରୀର ଏବଂ ପ୍ରକୃତିର ରୂପ ରଙ୍ଗ ଛବି..
କେତେ ସୁନ୍ଦର ଭାବରେ ଉଦୟ ହେଉଛନ୍ତି ପ୍ରାଚୀର ଦେଖ ରବି…

Hrusikesh Kushulia
Muniguda, Rayagada

ମନ ଖୋଜେ ଭଲ ଜୀବନ ସାଥି କବିତା ଟିକୁ ପଢନ୍ତୁ

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading