ଆରେଞ୍ଜ୍ ମେରେଜ ର ପ୍ରଥମେ ଝିଅ କୁ କଣ ପଚାରିବେ ???

ଆରେଞ୍ଜ ମେରେଜ୍


ଆରେଞ୍ଜ ମେରେଜ୍ ରେ ଆପଣ ଯୋଉ ଝିଅ ଦେଖିବାକୁ ଯାଉଛନ୍ତି ତାଙ୍କୁ ପ୍ରଥମେ ବୁଝିବା ଦରକାର ।
ବହୁତ୍ ଥର ଲୋକେ ଝିଅ ଦେଖିବା କୁ ଯାଆନ୍ତି କିନ୍ତୁ ସେମାନେ ଝିଅ ସହ କଣ କଥା ହେବେ ଜାଣିପାରନ୍ତି ନାହିଁ।

କେମିତି ଜାଣିବେ


ଆରେଞ୍ଜ ମେରେଜ୍ ରେ ପୁଅ, ଝିଅ କୁ ଗୋଟିଏ କିମ୍ବା ଦୁଇଟି ଦେଖା ରେ ଝିଅ ବିଷୟରେ ସବୁ କିଛି ଜାଣିବାକୁ ଇଚ୍ଛା ରଖନ୍ତି । ତେଣୁ କିଛି ପ୍ରଶ୍ନ ଉପରେ ଅତ୍ୟଧିକ ଧ୍ୟାନ ଦେବା ଉଚିତ୍ ।

କେମିତି ଏବଂ କୋଉ ସ୍ଥିତି ରେ ପଚାରିବେ


ଝିଅ ସହିତ ଦେଖା ହେଲା ପରେ ତାଙ୍କୁ ବହୁତ୍ ଜରୁରୀ ପ୍ରଶ୍ନ ପଚାରିବା ଦ୍ଵାରା ଝିଅର ସ୍ଵଭାବ ବିଷୟରେ ଜାଣିପାରିବେ । ଏହା କେବଳ ତୁମେ ଏବଂ ଦେଖା କରିବାକୁ ଯାଇଥିବା ଝିଅ ସହିତ ଏକାନ୍ତ ରେ କିମ୍ବା ପରିବାର ବର୍ଗ ଙ୍କ ଠାରୁ ଟିକେ ଦୂରରେ ରହି ପଚାରିବା ଉଚିତ୍ । ହଁ ଯଦିଓ ତୁମ ସାଙ୍ଗ ଏବଂ ଝିଅ ର ସାଙ୍ଗ ରହିବାକୁ ଚାହୁଁଛନ୍ତି ତେବେ ଅନୁମତି ଦିଅନ୍ତୁ। ତାଙ୍କୁ ପଚରା ଯାଉଥିବା ପ୍ରଶ୍ନ ର ଉତ୍ତର ଦେବାକୁ ସେ ସଙ୍କୋଚ ମନେ କରିବେ ନାହିଁ ଏବଂ ସେ ବହୁତ୍ ଶୀଘ୍ର ଉତ୍ତର ଦେଇ ପାରିବେ ।

https://bhuyansblog.in/odia/odia1/

ପ୍ରଥମ

ଝିଅ କୁ ପ୍ରଥମ ପ୍ରଶ୍ନରେ ପଚାରିବେ ଯେ ଆପଣଙ୍କୁ କେମିତିକା ଜୀବନ ସାଥି ଦରକାର ।ଏଥିରୁ ଜଣାପଡ଼ିବ କି ଆପଣଙ୍କ ପାଇଁ ସେ ଝିଅ ଠିକ୍ କି ନୁହଁ ଏବଂ ଆପଣଙ୍କ ତାଙ୍କ ପସନ୍ଦ ମୁତାବକ ପାର୍ଟନର କି ନୁହଁ।

ଦ୍ବିତୀୟ

ଏହି ପ୍ରଶ୍ନ ଜରୁରି ପଚାରିବା ଦରକାର
ତୁମେ ବାହାଘର ପାଇଁ ରେଡ଼ି ଅଛ କି ନାହିଁ ? ଏମିତି ନୁହଁ କି ତୁମେ ପରିବାରଙ୍କ ବାଧ୍ୟ ବାଧକତା ରେ ତୁମେ ଏହି ବାହାଘର ପାଇଁ ରାଜି ଅଛ ।

ତୃତୀୟ

ତାପରେ ତାଙ୍କର ପସନ୍ଦ ଏବଂ ନାପସନ୍ଦ ବିଷୟରେ ପଚାରି ବୁଝିବା ଦରକାର । ଏଥିରୁ ଆପଣକୁ ଜାଣିବା ପାଇଁ ସହଜ ହେବ ଯେ, ଝିଅ ଟିର କଣ ପସନ୍ଦ ଆଉ ନାପସନ୍ଦ ଏବଂ ଆପଣଙ୍କ ପସନ୍ଦ ସହିତ କେତେ ପ୍ରତିଶତ ମିଶୁଛି।

ଚତୁର୍ଥ

ଚତୁର୍ଥ ପ୍ରଶ୍ନ ପଚାରିବା ଦରକାର ଯେ ସେ ପରିବାର ସହ ମିଶିକି ରହିବା ପାଇଁ ଚାହୁଁଛନ୍ତି ନା ଅଲଗା ରହିବାକୁ ପସନ୍ଦ କରନ୍ତି । ପ୍ରାୟତଃ ଏହି ପ୍ରଶ୍ନ କେହି ମଧ୍ୟ ପଚାରନ୍ତି ନାହିଁ ଏବଂ ପରେ ଏହି କାରଣ ପାଇଁ ବହୁତ୍ ଝଗଡା ହୁଏ ।

ପଞ୍ଚମ

ଝିଅ ଙ୍କୁ ନିଜ କେରୀୟର ଆଉ ଚାକିରି କରିବା ବିଷୟରେ ପଚାରିବା ଦରକାର। ବାହାଘର ପରେ ସେ ଚାକିରି କରିବା ପାଇଁ ଚାହୁଁଛି କି ନାହିଁ । କେରୀୟର ବିଷୟରେ କଣ ଭାବିଛନ୍ତି ?

ଷଷ୍ଠ

ତାପରେ ଝିଅର ନେଚର୍ ବିଷୟରେ ବୁଝିବା ଦରକାର ଯେମିତି ତାଙ୍କୁ କୌଣସି କଥାରେ ରାଗ ଆସେ କି ନାହିଁ ଆଉ କଣ ପସନ୍ଦ ନାହିଁ । ଏଥିରେ ଝିଅ କୁ ବୁଝିବା ରେ ଅତି ସହଜ ହୁଏ ।

ସପ୍ତମ

ଆଗକୁ ଆସୁଥିବା ମାନେ ଭବିଷ୍ୟତ ରେ କେମିତି ପ୍ଲାନିଂ ଅଛି ସେ ବିଷୟରେ ପ୍ରଶ୍ନ ପଚାରିବା ଦରକାର। ଏଥିରୁ ଜଣାଯିବ ଯେ ସେ ଜୀବନ ସାଥି ସହିତ ଆପଣଙ୍କ ଭବିଷ୍ୟତ ଅତି ସୁଖ ଶାନ୍ତିରେ କଟିବ ନା ନାହିଁ ଏବଂ ଭବିଷ୍ୟତ କିପରି ଗଢିବେ ତାକୁ ନେଇ ଆପଣ ଉଚିତ୍ ପଦକ୍ଷେପ ନେଇ ପାରିବେ ।



ଏହି ତଥ୍ୟ ଟି କେମିତି ଲାଗିଲା ଜଣାନ୍ତୁ ଏଵଂ ଏମିତି ଅନ୍ୟ କିଛି ତଥ୍ୟ ଜାଣିବା ପାଇଁ କମେଣ୍ଟ କରନ୍ତୁ ।

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading