Love Forever 13( A Story of Love Birds) …13

Love Forever( A Story of Love Birds) ...13
Love Forever( A Story of Love Birds) …13
ଦଶମ ପରେ ସେ ତା ମାଉସୀ ଘରେ ରହି କଲେଜ୍ ରେ ପଢ଼ୁଥିଲା । ଭଲ ହେଲା ଆମ କଲେଜ୍ ରେ ପଢିଲା ନାହିଁ । ଏବେ ସମସ୍ୟା ଥିଲା ଯେ ସେ ଜାଣି ସାରିଛି ମିହିର ର ଚାକିରି ହୋଇ ଯାଇଛି ଏବଂ ସେ ତାର ବାପା ଙ୍କୁ ମିହିର ବିଷୟରେ କହିବା ପରେ ତା ବାପା ଖୁସିରେ ଦିପୁ ର ପ୍ରସ୍ତାବ କଥା ନେଇ ଦିପୁ ର ମାମୁଁ ମିହିର ଘରେ ପହଞ୍ଚି ଥିଲେ । ମିହିର ର ଘର ଲୋକେ କହିଲେ ଯେ ସେ ଟ୍ରେନିଂ ରେ ଅଛି । ସେ ଟ୍ରେନିଂ ସାରି ଗାଁକୁ ଆସିଲା ପରେ ଆମେ କିଛି କହି ପାରିବୁ କହି ତାଙ୍କୁ ଫେରେଇ ଦେଲେ କିନ୍ତୁ ଦିପୁ ର ମାମୁଁ ମିହିର ର ବାପା କୁ କହିଲେ ଆମେ ମିହିର ଆସିଲା ପରେ ପୁଣି ଆସିବୁ କହି ଚାଲିଗଲେ।
ମିହିର ର ବାପା ଭାବିଲେ ପୁଅ ଘର ଲୋକେ ଝିଅ ଦେଖିବାକୁ ଯାଆନ୍ତି କିନ୍ତୁ ଏଠି ଝିଅ ଘର ଲୋକେ ପୁଅ ଦେଖିବାକୁ ଆସିଛନ୍ତି। ଏହି ଖବର ମିହିର ର ବାପା ମିହିର କୁ କହିଲେ ନାହିଁ କାରଣ ମିହିର ର ବାପା ଭାବିଲେ ପୁଅ ଯେବେ ଗାଁକୁ ଆସିବ ସେ ସମୟରେ କହିବି। ମିହିର ଯେବେ ଟ୍ରେନିଂ ପାଇଁ ଗଲା ସେତେବେଳେ ତା ସାଙ୍ଗ ଶଙ୍କର କୁ କହିଥିଲା କି ଘର ର କିମ୍ବା ଅନୁ ର କିଛି ଦରକାର ପଡେ ତେବେ ସାହାଯ୍ୟ କରିବୁ।
ଶଙ୍କର ଏହି ପ୍ରସ୍ତାବ କଥା ଜାଣି ମିହିର କୁ ନ କହି ସେ ସିଧା ମୋତେ କହିଲା । ମୋର ରାଗ ପ୍ରଚଣ୍ଡ ମୁଁ ଏବଂ ମୁଁ ମନ୍ମଥ କୁ ନେଇ ପହଞ୍ଚିଲି ଦିପୁ ର ଗାଁରେ, ସେ ଗାଁ ଆମ ଗାଁ ଠାରୁ ୨ କିମି ଦୂରରେ । ଦିପୁ ଘରେ ପହଞ୍ଚିବା ପରେ ଦେଖିଲି ସେଠୀ ତାଙ୍କ ମା ଥିଲେ , ଦିପୁ ମୋତେ ଦେଖି ଘରକୁ ଡାକିଲା ନାହିଁ ।
ମୁଁ ବାହାରେ ରହି ଦିପୁ କୁ କହିଲି ମିହିର ଘରକୁ ତୋର ପ୍ରସ୍ତାବ ନେଇ ଯାଇ, ତୁ ବହୁତ୍ ବଡ ଭୁଲ କରିଛୁ । ଯଦି ପୁଣି ଥରେ ଯିବାକୁ ଚେଷ୍ଟା କରିବୁ ନା ତେବେ ମୋର କାଳୀ ରୂପ ଦେଖିବୁ । ଏଇଟା ମୋର ଶେଷ ଚେତାବନୀ । ଏତିକି କହି ମୁଁ ଫେରି ଆସିଲି ନିଜ ଘରକୁ। ତା ପର ଠାରୁ ଦିପୁ ର ପରିବାର ମିହିର ଆସିଲା ପରେ ମଧ୍ୟ ପ୍ରସ୍ତାବ ପାଇଁ ମିହିର ଘରକୁ ଯାଇ ନାହାନ୍ତି ।
ଏହି ଘଟଣା ପରେ ମୁଁ ମିହିର କୁ ଦିପୁ କଥା କହିଲି ସେ ମୋତେ ବୁଝେଇ କହିଲା ତମେ ଯିବା ଠିକ୍ ହେଲା ନାହିଁ ଆଉ କାହା ଦ୍ଵାରା ଏ କାମ କରି ପାରି ଥାନ୍ତ । ମୁଁ କହିଲି ଯୋଉ କାମ ମୋ ଦ୍ଵାରା ସମ୍ଭବ ସେ କାମ ଅନ୍ୟ କୁ କାହିଁକି କହିବି । ମିହିର ହସି କହିଲା, ମୋ ବାୟାଣୀ ସବୁ କାମରେ ଫିଟ୍ କହି ମୋତେ ସାବାସ୍ ଦେଲା ।
ଏମିତି ପୁଣି ବିତିଗଲା ଗୋଟିଏ ମାସ । ହଠାତ୍ ଦିନେ ବାପାଙ୍କ ଅଫିସ ରୁ କିଛି ଲୋକ ଆସିଲେ । ମୁଁ ଆଉ ମନ୍ମଥ ବସି ଭିଡିଓ ଗେମ୍ ରେ ବ୍ୟସ୍ତ । ବାପା ଆସିଲେ ଏବଂ କହିଲେ ଅନୁ ରୋଷେଇ ଘରକୁ ଯା ଆଉ ବୋଉ କୁ କହିବୁ 5ଟା ଚାହା କରିବ । ମୁଁ ପଚାରିଲି କାହିଁକି । ବାପା କହିଲେ ଆମର 5 ଜଣ ଷ୍ଟାଫ୍ ଆସିଛନ୍ତି ଜଙ୍ଗଲ ଭିଜିଟ୍ ପାଇଁ । ମୁଁ ଏବଂ ମନ୍ମଥ ଉଠି ଚାଲିଗଲୁ। ସେମାନେ ଘରେ ଆସି ବସିଲେ । ଭିଡିଓ ଗେମ୍ ଚାଲୁଥିଲା। ସେ ସମୟରେ ସେଥି ମଧ୍ୟରୁ ଜଣେ ଅଫିସର ଭିଡିଓ ଗେମ୍ ଖେଳିଲେ ଏବଂ କହିଲେ ମୋତେ ମଧ୍ୟ ଭିଡିଓ ଗେମ୍ ପସନ୍ଦ । ତାପରେ କଥା ରେ ଲାଗି ପଡ଼ିଲେ ।
ମୁଁ ପହଞ୍ଚିଲି ଚାହା ନେଇ । ମନ୍ମଥ ଜଳଖିଆ ନେଇ ପଛେ ପଛେ ଆସିଲା । ଏମିତି ବେଳେବେଳେ କିଛି ଷ୍ଟାଫ୍ ଆସନ୍ତି କିନ୍ତୁ ସେଦିନ 03 ଜଣ ନୂଆ ଷ୍ଟାଫ୍ ଆସିଥିଲେ । କିଛି ସମୟ ବସି କଥା ହେଲେ । ସେ ନୂଆ ଷ୍ଟାଫ୍ ଭିତରୁ ଜଣେ ମୋତେ ବାରମ୍ଵାର ଚାହୁଁଥାଏ । ମୁଁ ଅନ୍ୟ ରୁମ୍ ର ଚେୟାର ରେ ଆସି ବସି ଥାଏ । ମୋର ନଜର ସେ ଷ୍ଟାଫ୍ ଉପରେ ପଡ଼ିଲା ପରେ ମୋତେ ଠିକ୍ ଲାଗିଲାନି ମୁଁ ଉଠି ଚାଲିଗଲି ।
ମୋର ପିନ୍ଧା ଡ୍ରେସ ସେତେ ଖରାପ ନଥିଲା । ମୁଁ ଭାବିଲି ମୋ ଡ୍ରେସ କୁ ଦେଖୁଛନ୍ତି ନା ମୋତେ ? ସେତେବେଳେ ଧଳା ଫ୍ରକ୍ ଟିଏ ପିନ୍ଧିଥିଲି, ଯାହା ମୋର ଦିନ ପିନ୍ଧା ଥିଲା । ମୁଁ ବୋଉ ପାଖକୁ ଗଲି । ପଚାରିଲି ବୋଉ ସେ ଷ୍ଟାଫ୍ ଭିତରୁ ଜଣେ ମୋତେ ବାରମ୍ଵାର ଦେଖୁଛନ୍ତି। ବୋଉ କହିଲେ ସେ ଏମିତି ଦେଖୁଥିବେ । ମୁଁ କହିଲି ନା, ସେ ବାରମ୍ବାର ଦେଖୁଛି ଏବଂ ସେ ମୋତେ ଖରାପ ନଜର ରେ ଦେଖୁଛନ୍ତି ।
ତମେ ଯାଅ ଦେଖିବ ସେ ଏବେ ପର୍ୟନ୍ତ ଏପଟେ ମୁଣ୍ଡ ଟୁଙ୍ଗାରି ବସିଥିବ । ବୋଉ ଗଲେ, ସେ ସମୟରେ ମଧ୍ୟ ସେ ଏପଟେ ଦେଖୁଥିଲା । ବୋଉ କହିଲେ ହଉ ଛାଡ଼ ତୁ ସେପଟେ ଯିବା ଦରକାର ନାହିଁ । ତୁ ମୋ ପାଖେ ବସେ । ସେମାନେ ଅଧ ଘଣ୍ଟାଏ ବସିଲା ପରେ ସେ ଷ୍ଟାଫ୍ ଜଣକ କହୁଛନ୍ତି ଝିଅ କୁ କୁହନ୍ତୁ ସେ ଚାହା କପ୍ ଗୁଡ଼ିକ ଉଠେଇ ନେବେ । ଏତିକି ଶୁଣି ବୋଉ କହିଲେ ତୁ ବସ୍ ମୁଁ ଯାଇ ନେଇ ଆସୁଛି ।
ସେତେବେଳେ ମଧ୍ୟ ସେ ଷ୍ଟାଫ୍ ଜଣଙ୍କ ବାରମ୍ବାର ରୋଷେଇ ଘର ଆଡେ ଦେଖୁଥାଏ । ବୟସ ପାଖାପାଖି 37 ରୁ 38 ଅଧା ଚନ୍ଦା ଏବଂ ବଡ ବଡ ଆଖି, ଡ୍ରେସ ପିନ୍ଧା ରୁ ଲାଗୁଥିଲା କୋଉ ଅଫିସର କିନ୍ତୁ ରଙ୍ଗରେ ପୁରା ଆଫ୍ରିକା ଦେଶ ର ଲୋକ ଭଳି। ମାନେ କାଳିଆ ଷଣ୍ଢ, ନାମ କଣ କେଜାଣି ବାପା ଏତିକି କହିଲେ କି ତାଙ୍କ ନାମ ଭଗବାନ ସାର୍ ।
ଗୋଟିଏ ଘଣ୍ଟା କଥା ବାର୍ତ୍ତା ପରେ ସେମାନେ ଉଠି ଚାଲିଗଲେ । ସେଦିନ ଏମିତି କିଛି ଖାସ୍ ଚର୍ଚ୍ଚା ଥିଲା ଯାହା ଫଳରେ ଏତେ ସମୟ ଲାଗିଲା । ଚର୍ଚ୍ଚା ର ପରିଣାମ କିଛି ଖରାପ ହେବାକୁ ଯାଉ ଥିଲା ।
ତାର ଠିକ୍ 5 ଦିନ ପରେ ସେ ଭଗବାନ ସାର୍ ଆଉ ତାଙ୍କ ସହିତ ଆଉ ଜଣେ ଆମ ଘରେ ଆସି ପୁଣି ହାଜର ମୁଁ ଗପୁ ଥାଏ ମିହିର ସହିତ । ସେ କଳା ଷଣ୍ଢ କୁ ଦେଖି ଫୋନ୍ ରଖିଦେଲି । ଚାଲିଗଲି ରୋଷେଇ ଘରକୁ । ବୋଉ କୁ କହିଲି ସେ ଷଣ୍ଢ ଆଜି ପୁଣି ଆସିଛି । ବୋଉ କହିଲେ ହଉ ତୁ ରୋଷେଇ କର ଯାହା ମାଗିବେ ମୁଁ ଦେବାକୁ ଯିବି ।
ମୁଁ ରୋଷେଇ କାମରେ ବ୍ୟସ୍ତ ହୋଇଗଲି । ସେଦିନ 10 ମିନିଟ୍ ରହିଲେ ଚାହା ଜଳଖିଆ ଖାଇଲେ ଏବଂ ଥରେ ମୋତେ ଶୁଣା ଗଲା ଯେ ଝିଅ ନାହିଁ କି । ବାପା କହିଲେ ରୋଷେଇ କରୁଥିବ । ସେମାନେ ଗଲା ପରେ ମୁଁ ପୁଣି ଗପି ବାରେ ଲାଗିଲି ମିହିର ସହିତ । ଯେବେ ଠାରୁ ବାପା ଙ୍କ ପ୍ରମୋସନ୍ ହୋଇଛି ନା ସେଦିନ ଠାରୁ ବାପା ବହୁତ୍ ବ୍ୟସ୍ତ ରହୁଥିଲେ ।
ବେଳେବେଳେ ରାତି 10 ଟା କେତେବେଳେ ରାତି 12 ଟା ହୋଇଯାଏ । ଡିଉଟି କଣ କରନ୍ତି କେଜାଣି । ବେଳେବେଳେ ଅଳ୍ପ ମଦ ପିଇ ଆସନ୍ତି କିନ୍ତୁ ତାହା ମଧ୍ୟ ଏହି ପ୍ରମୋସନ ପର ଠାରୁ ଆରମ୍ଭ ହୋଇଛି । ଦିନେ ମୁଁ ବୋଉ କୁ ପଚାରିଲି ଯେ ବାପା ମଦ କେବେଠୁ ପିଇଲେଣି । ବୋଉ କହିଲେ ଆମର ବାହାଘର ପରେ ମୁଁ ରାଣ ପକାଇଥିବା ପରେ ସେ ଛାଡ଼ି ଦେଇଥିଲେ କିନ୍ତୁ ଏବେ ପୁଣି କାହିଁକି ପିଉଛନ୍ତି କେଜାଣି ।

…………………………………………….
Part-14 ରେ ପଢ଼ିବେ : (ପ୍ରାୟ ଅଧା ଘଣ୍ଟା ପରେ ମାନେ ୫ ଟା ପାଖାପାଖି ବାପା ବୋଉ ଉପରେ ଚିତ୍କାର କରି କଣ କଣ କହୁଛନ୍ତି )
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।

ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link
ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

2 Responses

  1. […] Click here part-13 ଦିନେ ରାତିରେ ଖାଇବା ପୂର୍ବରୁ ବାପା ଙ୍କୁ ମୁଁ ପଚାରିଦେଲି, ବାପା ତମେ ମଦ କାହିଁକି ପିଇ ଆସିଥିଲ । ବାପା ଚୁପ୍ ହୋଇ ରହିଲେ ,ମୁଁ ପୁଣି ପଚାରିଲି ବାପା କହିଲେ , ଆମର ଷ୍ଟାଫ୍ ମାନେ ପାର୍ଟି କରିଥିଲେ । ମୋତେ ବାଧ୍ୟ କରିଲେ ତ ମୁଁ ପିଇ ଦେଲି । ବାପାଙ୍କୁ ପଚାରିଲି କିଏ ଦେଇଥିଲା ପାର୍ଟି । ବାପା କହିଲେ ଭଗବାନ ସାର୍ । ମୋର ରାଗ ପ୍ରବଳ । ସେ ଷଣ୍ଢ ନାମ ଶୁଣି ମୁ କହିଲି ସେ ମାଗଣା ଦେଇଥିବ ଆଉ ତମକୁ ଅମୃତ ଭଳି ଲାଗିଥିବ ନା? ବାପା କହିଲେ ସେମିତି ନାହିଁ ମା, ସେ ଖୁସିରେ ଦେଲେ । ବୋଉ ଆସି ପହଁଚିଲେ, ଏବଂ କହିଲେ କଥା ସରିଲା ଯଦି ହାତ ଧୋଇ ଖାଇବାକୁ ବସ । ମୁଁ ବୋଉ କୁ କହିଲି ଯେ ବାପା ଙ୍କୁ କୁହ, ନା ମୋତେ ମଦ ପସନ୍ଦ ଏବଂ କୋଉଠି କାହା ସହିତ ମାଗଣା ମଦ ପିଇବା ଛାଡି ଦିଅନ୍ତୁ । ବୋଉ ବାପା ଙ୍କୁ ଚାହିଁଲେ । ବାପା ଇଶାରା ରେ ବୋଉ କୁ ହଁ ବୋଲି କହିଲେ । ତାପରେ ସମସ୍ତେ ମିଶି ଖାଇଲୁ । ମିହିର ଆସିବାର ୪ ମାସ ବାକି ଥିଲା ଦିନେ ସକାଳ ସମୟରେ ମିହିର ସହିତ ଫୋନ୍ ରେ କଥା ହୋଇ ଜାଣିଲି ଯେ ତାର ଦେହ ଭଲ ନାହିଁ ତାକୁ ଜ୍ଵର ହୋଇ ଯାଇଛି । ମିହିର କଥା ନେଇ ମୁଁ ଚିନ୍ତାରେ ବସିଛି। ବାପା ଡିଉଟି ଯିବା ସମୟରେ ମୋତେ ଚିନ୍ତାରେ ବସି ଥିବା ଦେଖି ପଚାରିଲେ କଣ ହେଲା ଅନୁ? ମୁଁ କହିଲି ବାପା ମିହିର ର ଦେଖ ଖରାପ ଏବଂ ସେ ସେଠୀ ମେଡିକାଲ୍ ରେ ଅଛି ଏତିକି ଶୁଣି ବାପା ଙ୍କ ମୁଡ୍ ଗରମ। କହିଲେ ସେ ମିହିର କୁ ଭୁଲି ଯାଆ । ସବୁବେଳେ ମିହିର ମିହିର କହି ମୋତେ ଏ ଝିଅ ପାଗଳ କରିଦେବ ଲାଗୁଛି । କଣ ଅଛି ଯେ ତା ପାଖରେ, ତା ନାମକୁ ଦିନ ରାତି ଜପି ବାରେ ଲାଗିଛୁ । ସେ ତ ଆମ କୁଳ ସମାଜର ନୁହଁ ଏବଂ ଆମ କୂଳ ସମାଜ ଭାଇ ଲୋକ ତାଙ୍କ କୂଳ ରେ ତୋତେ ବିବାହ କରିବାକୁ ଅନୁମତି ଦେବେ ନାହିଁ । ତାକୁ ଭୁଲିବାକୁ ଚେଷ୍ଟା କର । ଏତିକି କହି ସେ ଡିଉଟି ଚାଲିଗଲେ। ବୋଉ ଏବଂ ମନ୍ମଥ ଆସି ପହଞ୍ଚିଗଲେ। ବୋଉ ମୋ ପାଖକୁ ଆସି କହିଲେ, ବାପା ଙ୍କ ର ବୋଧେ ମୁଡ୍ ଖରାପ ଅଛି ତୁ ତାଙ୍କ କଥା କୁ ଭୁଲି ଯାଆ । ଏତିକି ବାର୍ତ୍ତାଳାପ ପରେ ମୋ ଆଖିରୁ ଲୁହ ବହି ଯାଉଥାଏ। ସେପଟେ ମିହିର ର ଦେହ ଖରାପ ଆଉ ଏପଟେ ଘରେ ଗୃହ ଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା । ସେଦିନ ମୁଁ ବାପା ଙ୍କ ସହିତ କଥା ହେଲି ନାହିଁ । ରାଗରେ ଖାଇଲି ନାହିଁ କିନ୍ତୁ ବୋଉ ବୁଝେଇବା ପରେ ଖାଇଲି। ଦିନେ ସେ ଷଣ୍ଢ ଆମ ଘରକୁ ଫୋନ୍ କରିଲା ସେତେବେଳେ ମୁଁ ଘରେ ଥିଲି। ବାପା ଡିଉଟି ରେ ଥିଲେ ମା ଏବଂ ବଡ ମା ମିଶି ଛାତ ଉପରେ ଲିଆ ବଢ଼ି ସୁଖେଇବା ରେ ଲାଗିଥିଲେ । ମନ୍ମଥ ଶୋଇଥିଲା । ମୁଁ ଡାଏରୀ ଲେଖିଥିଲି । ଫୋନ୍ ବାଜିବା ପରେ ମୁଁ ଯାଇ ଉଠେଇଲି। ସେ ଷଣ୍ଢ ଧିର ସ୍ଵରରେ ହେଲୋ ବୋଲି କହିଲା ମୁଁ ଭାବିଲି ମିହିର କରିଛି ବୋଲି ମୁଁ ମୋ ଯେମିତି ସବୁଦିନ କଥା ହୁଏ ସେମିତି କଥା ହେବା ଆରମ୍ଭ କରିଦେଲି । ” ମୋ ଗେଲୁ, ମୋ ଧନ, ଆଜି କେମିତି ଖରା ବେଳା ସମୟରେ ମନେ ପଡ଼ିଗଲା । ତମେ ତ କହୁଥିଲ ବାହାରେ କୋଉଠି ଟ୍ରେନିଂ ପାଇଁ ଯିବ । ହଉ ଭଲ ହେଲା ଗଲ ନାହିଁ । ଆଜି କଣ ଟ୍ରେନିଂ ନାହିଁ କି । ଆଉ କଣ ଖାଇଛ , ଜାଣିଛ ତମକୁ ବହୁତ୍ ମିସ୍ କରୁଛି । ତମର ଆସିବା ଦିନ କୁ ମୁଁ କ୍ୟାଲେଣ୍ଡର ରେ ଗୋଟିଏ ଗୋଟିଏ ଦିନ କାଟିବାରେ ଲାଗିଛି । ତମେ କଣ କହୁନ ଯେ, ଆଚ୍ଛା ମୋ ଧନ କୁ ମୋ କଥା, ମୋ ସ୍ୱର ବହୁତ୍ ପସନ୍ଦ ପରା । ହଉ କୁହ କେମିତି ଚାଲିଛି ଟ୍ରେନିଂ ??? ସେପଟୁ ଉତ୍ତର ଆସିଲା ଟ୍ରେନିଂ ତ କୋଉ ଦୁଇ ବର୍ଷ ପୂର୍ବରୁ ସରିଗଲାଣି। ଏତିକି ସ୍ୱର ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ସେ ସ୍ବର ସେ ଷଣ୍ଢ ର ଥିଲା । ଡରରେ ମୋର ଦେହ ସାରା ଲୋମ ଟାଙ୍କୁରି ଗଲା । ମୁଁ ଭଗବାନ ସାର୍ କହୁଛି ବୋଲି କହିଲେ । ତାପରେ ମୋ ରାଗ ବଢ଼ିଗଲା । ମୁଁ କହିଲି, ଭୁଲ ରେ ମୋ ସାଙ୍ଗ ବୋଲି କଥା ହୋଇଗଲି । ଆପଣ ମଧ୍ୟ ସେତେବେଳୁ ଚୁପ୍ ଥିଲେ । ସେ ଷଣ୍ଢ କହିଲା କିଛି ଅସୁବିଧା ନାହିଁ ଏମିତି ବେଳେବେଳେ ହୋଇଯାଏ । ମୁଁ କହିଲି ବାପା ଡିଉଟି ରେ ଅଛନ୍ତି । କଣ କାମ ଥିଲା କି?? ସେ କହିଲେ ବାପା ଅଫିସ ରେ ନାହାନ୍ତି, ମୁଁ ଭାବିଲି ଘରେ ଅଛନ୍ତି ବୋଲି ଫୋନ୍ କରିଦେଲି । ମୁଁ କହିଲି ସେ ଡିଉଟି ରେ ଅଛନ୍ତି ସେଠୀ କୋଉଠି ଥିବେ, ଆଉ କଣ କାମ ଅଛି କୁହନ୍ତୁ। ସେ ମୋତେ ପଚାରିଲା ଆଉ କଣ କୁହ, ତୁମର ପଢା ପଢ଼ି କେମିତି ଚାଲିଛି । ମୁଁ କହିଲି ପଢା ପଢ଼ି ସରିଗଲାଣି । ସେ ପଚାରିଲା, ବାହାଘର ପାଇଁ ରେଡ଼ି ହେଉଛ । ମୁଁ ଚୁପ୍ ରହିଲି କାରଣ ତାର ଅସଲ ରୂପ ଜାଣି ନଥିଲି। ଏତିକିବେଳେ ବୋଉ ଆସିଗଲେ । ମୁଁ ବୋଉ କୁ ଫୋନ୍ ଦେଇ ଧିରେ କହିଲି ସେ ଷଣ୍ଢ ଫୋନ୍ କରିଛି। ବୋଉ ଫୋନ୍ ଧରିବା ପରେ ସେ ଅଳ୍ପ କଥା ହୋଇ ରଖି ଦେଲା । ସେ ସେଦିନ ମୋ ସହିତ କଥା ହେବାକୁ ଫୋନ୍ କରିଥିଲା । ବାପା ଘରକୁ ଆସିବା ପରେ ମୁଁ ବାପା ଙ୍କୁ ପଚାରିଲି । ବାପା କହିଲେ ଭଗବାନ ସାର୍ ମୋତେ ଅଫିସ କାମରେ ବ୍ୟାଙ୍କ୍ ଯିବାକୁ କହିଥିଲେ । ମୁଁ ସବୁ ସତ କଥା କହିଲି । ବାପା ଭଲ ହେଲା ସେ ଫୋନ୍ କରିଥିଲେ କଥା ହେଲୁ ତ ? ମୁଁ ବୁଝି ନ ପାରି ପୁଣି ପଚାରିଲି କଣ ଭଲ । ବୋଉ ପଚାରିଲେ ସେ ସାର୍ କାହିଁକି ଫୋନ୍ କରିଥିଲେ । ବାପା ବୋଉ କୁ କହିଲେ ମୁଁ ପରେ କହିବି ସବୁ କଥା । ଏବେ ମୁଁ ଯାଇ ଗାଧେଇ ଆସେ । ବାପା ଚାଲିଗଲେ ବାଥରୁମ୍ କୁ ଏବଂ ମୋ ମୁଣ୍ଡରେ ସେ କଥା ଗୋଳି ଘାଣ୍ଟି ହେଉଥାଏ । ବୋଉ କୁ ପଚାରିଲି ବାପା ଦିନ କୁ ଦିନ ବଦଳି ବାରେ ଲାଗିଛନ୍ତି କଣ ହେଇଛି ତାଙ୍କର । ବୋଉ କହିଲେ ତୁ ଯାଅ ତୋ ରୁମ୍ କୁ ମୁଁ ବାପା ସହିତ କଥା ହେଉଛି । ମୁଁ ଚାଲିଗଲି ମୋ ରୁମ୍ କୁ । ପ୍ରାୟ ଅଧା ଘଣ୍ଟା ପରେ ମାନେ ୫ ଟା ପାଖାପାଖି ବାପା ବୋଉ ଉପରେ ଚିତ୍କାର କରି କଣ କଣ କହୁଛନ୍ତି । ମୁଁ ରୁମ୍ କୁ ଆସିବା ପରେ ମୋର ଆଖି ଲାଗି ଯାଇଥିଲା । ମୁଁ ଶବ୍ଦ ଶୁଣି ତଳକୁ ଗଲି ସେ ସମୟରେ ବାପା କହୁଛନ୍ତି ଯେ ତାକୁ ବୁଝେଇ ଦିଅ, ସେ ବାହାଘର ପାଇଁ ରାଜି ହେବ ନ ହେଲେ ମୋ ରୂପ ଦେଖିବ । ସେ ମିହିର କୁ ଭୁଲିବା ପାଇଁ ଚେଷ୍ଟା କରୁ । ବୋଉ କହିଲେ ଧିରେ କୁହ ସେ ଶୁଣିବ । ସେତେବେଳେ ମୁଁ ପହଞ୍ଚି ଗଲି । ବାପା ମୋତେ ଦେଖି ରାଗ ଆଖିରେ କିଛି ନ କହି ବାହାରକୁ ଚାଲିଗଲେ । ମୁଁ ବୋଉ କୁ ପଚାରିଲି ମୋର ବାହାଘର କାହା ସହିତ କହୁଛନ୍ତି ବାପା। ବୋଉ କହିଲେ ସେ ଭଗବାନ ସାର୍ ସହିତ । ମୋ ପାଦ ତଳୁ ମାଟି ଖସିବା ଭଳି ଅନୁଭବ ହେଲା । ମୁଁ ମୁଣ୍ଡରେ ହାତ ଦେଇ ବସିଲି । ବାପା ଏମିତି କଣ ନିଷ୍ପତି ନେଉଛନ୍ତି । ପାଖରେ ମନ୍ମଥ ସବୁ ଶୁଣିଥିଲା ମୋତେ ସବୁ କହିଲା । […]

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading