କୁନି ପଚାରିଲା ତୁ କୁଆଡେ ଯିବୁ କି?? ମୁଁ କହିଲି ମିହିର ଘରକୁ ଯିବି । କୁନି ମନା କରିଲା, ନା ନା , ତୁ କୁଆଡେ ଯିବୁନି । ଚାଲ ମୋ ସାଙ୍ଗରେ ଘରକୁ । ତୋ ବୋଉ ଜାଣିଲେ , ଜାଣିଛୁ କଣ ହେବ ?
ମୁଁ କହିଲି କିଏ ଜାଣିବ ନାହିଁ , ତୁ ଯା । ମିହିର ର ଗାଁ ପାଖକୁ ବସ୍ ଯାଉଥାଏ । ମାତ୍ର ମିହିର ର ଗାଁ କୁ ଯିବା ପାଇଁ ଗୋଟିଏ କିମି ଚାଲି ଚାଲି ଯିବାକୁ ପଡ଼େ । ମୁଁ କୁନି କଥା ନ ଶୁଣି ବାହାରିଲି ମିହିର ଗାଁ କୁ ଯିବାକୁ ।
କୁନି ମନା କରୁଥାଏ ମୁଁ କିଛି ଶୁଣିଲି ନାହିଁ । ବସ୍ ରେ ବସି ଚାଲିଲି। କିଛି ଦିନ ପୂର୍ବରୁ ଏମିତି କଥା ବାର୍ତ୍ତା ବେଳେ ମିହିର ମୋତେ ତା ଗାଁ କୁ କେମିତି ଯିବ ସେ ସବୁ କହିଥିଲା ଏବଂ ମୁଁ ତାକୁ ମୋର ନୋଟ୍ ବୁକ୍ ରେ ଲେଖି ରଖିଥିଲି।
ସେ ଯେମିତି କହିଥିଲା ଠିକ୍ ସେମିତି ବସ୍ ମୋତେ ସେହି ସ୍ଥାନରେ ଓହ୍ଲାଇ ଚାଲିଗଲା। ଦିନ ୨ଟା ବାଜିଲାଣି । ସାହାସ କରି ତ ଆସିଗଲି ମନ ଭିତରେ ଡର ଭରି ରହିଥିଲା । ମୋ ମନରେ କେବଳ ମିହିର ଚିନ୍ତା ଥିଲା । ସାହାସ କରି ପାଦ ଆଗକୁ ବଢେଇ ଚାଲିଲି । ସେ ରାସ୍ତାର ର ଦି ପାଖରେ କାଜୁ ତୋଟା। ସେ ତୋଟା କୁ ଦେଖି ବହୁତ୍ ଡର ଲାଗୁଥିଲା।
ମନ ଭିତରେ କେତେ କଣ ଖରାପ ଚିନ୍ତା ମଧ୍ୟ ଆସୁ ଥାଏ, କାଳେ କିଏ ଟାଣି ନେଇ ଜବରଦସ୍ତି କରିବ କିନ୍ତୁ ମୁଁ ଭଗବାନ କୁ ବାରମ୍ବାର ଡାକୁଥାଏ । ପୁଣି ଭାବିଲି ମିହିର ର ଗାଁ କୁ ଯିବି, ସେ ଯଦି ନଥିବ ତେବେ ମୋତେ ତ କିଏ ଚିହ୍ନି ନାହାନ୍ତି ମୁଁ ଫେରିବି କେମିତି?
ଯଦି ମୁଁ ମିହିର ର ଘରେ ପହଞ୍ଚି ଗଲି ତେବେ ତାଙ୍କ ଘରେ ପଚାରିଲେ ମୁଁ କଣ ବୋଲି କହିବି ? ଏମିତି ବହୁତ୍ ପ୍ରଶ୍ନ ଉଠୁଥାଏ । ସେ ସମୟରେ ମୋ ପାଖରେ ଏତେ ସାହାସ କୁଆଡୁ ଆସୁଥିଲା କେଜାଣି । ମୁଁ ସବୁ ଭାବି ମଧ୍ୟ ମୋ ପାଦ ପଛଘୁଞ୍ଚା ଦେଉ ନଥିଲା ।
ମିହିର କହିଥିବା ଗାଁ ମୁହଁରେ ଯାଇ ପହଞ୍ଚିଲି । ଭାଗ୍ୟ ଭଲ ମୋର, ଗାଁ ମୁହଁରେ ପହଞ୍ଚିବା ପରେ ଗୋଟିଏ ପୋଲ ଉପରେ ମିହିର ଏବଂ ତାର ଦୁଇ ସାଙ୍ଗ ବସିଥାନ୍ତି । ମିହିର ର ନଜର ମୋ ଉପରେ ପଡ଼ିଲା ଏବଂ ସେ ଆଶ୍ଚର୍ଯ୍ୟ ରେ ଚାହିଁ ରହିଲା ।
ସେ ମୋତେ ଦେଖି ମୋ ପାଖକୁ ଆସିଲା ଏବଂ ମୁଁ ପୂର୍ବ ଭଳି ଦଉଡ଼ି ଯାଇ ମିହିର କୁ କୁଣ୍ଢେଇ ନେଲି । ମିହିର ଦୁଃଖୀ ଥିବାର ଅନୁଭବ କରିଲି । ସେ ମଧ୍ୟ ମୋତେ ବହୁତ୍ ମିସ୍ କରୁଥିଲା । ପାଖରେ ମିହିର ର ସାଙ୍ଗ ମାନେ କହିଲେ , ଆବେ ଏଇଟା ରୋଡ କେହି ଦେଖିବ ନା? ତମର ପ୍ରେମଲୀଳା ପୁରା ଗାଁ ସାରା ଧେଣ୍ଡୁରା ବାଜିଯିବ ।
ଏତିକି ଶୁଣି ଦୁହେଁ ଦୁହିଁଙ୍କୁ ଛାଡିଲୁ । ଦୁହିଁଙ୍କ ଆଖିରେ ଲୁହ ଥିଲା । ମୁଁ ଗେଲରେ ତାକୁ ଚାପୁଡା ଟିଏ ଦେଲି କହିଲି ତୁ ମୋତେ ନ କହି କେମିତି ଆସିଗଲୁ ?
ମୋ ଚାପୁଡା ରେ ତାକୁ କଷ୍ଟ ହେଇ ନଥିବ ମାତ୍ର ସେ ଭିତରେ ବହୁତ୍ କଷ୍ଟ ଅନୁଭବ କରୁଥିଲା । ମିହିର ଆଖିରୁ ଲୁହ ବାହାରି ଗଲା । ତା ଆଖି ଲୁହ ପୋଛି ମୁଁ କହିଲି , ତୁ ବିଲକୁଲ କାନ୍ଦିବୁ ନାହିଁ ।
ସେ ମୋ ହାତ କୁ ଧରି କହିଲା । ମୁଁ କିଛି କରିନି, ମୋତେ ଏତେ ବଡ ଦୋଷ ଟିଏ ଦେଲେ । ମୁଁ ନିର୍ଦ୍ଦୋଷ । ସେତେବେଳେ ମୁଁ ପୁରା ଘଟଣା ଜାଣି ନଥିଲି । ମୁଁ ପଚାରିଲି , ପ୍ରଥମେ ମୋତେ କହ, ତୋ ସହିତ କଣ ହୋଇଛି ।
ସେ ମୋତେ ସବୁ କଥା କହିଲା । ତା କଥା ଶୁଣି ମୋ ଆଖିରୁ ପୁଣି ଥରେ ଲୁହ ବାହାରିଗଲା । ମୋର ମାମୁଁ ମାଇଁ ଉପରେ ବହୁତ୍ ରାଗ ହେଲା । ସଂଧ୍ୟା ଚାରିଟା ବାଜିଲାଣି । ମିହିର ତା ସାଙ୍ଗକୁ ଇଶାରା ଦେଲା।
ତା ସାଙ୍ଗ ୫ ମିନିଟ୍ ଭିତରେ ବାଇକ୍ ନେଇ ପହଁଚିଲା। ମୋତେ ମିହିର ନେଇ ତା ଘରକୁ ଗଲା। ସେଠି ଗଲା ପରେ ମିହିର ର ପରିବାର କୁ ଦେଖି ପୁଣି ଥରେ ଦୁଃଖୀ ହୋଇଗଲି ।
ମିହିର ର ପରିବାର ରେ ସଦସ୍ୟ କଥା କହିବାକୁ ଗଲେ ବାପା ମା ଦୁଇ ଭଉଣୀ ଏବଂ ମିହିର, ପାଞ୍ଚ ପ୍ରାଣୀ । ମିହିର ର ବାପା ଙ୍କ ଯେତେ ପେନସନ ଆସୁଥିଲା। ତାହା ସମୁଦ୍ର ର ମୁଠାଏ ବାଲି ସଦୃଶ୍ୟ। ମିହିର ମା ଘରେ ସିଲେଇ କରନ୍ତି ଏବଂ ବଡ ଭଉଣୀ ଘରେ ପିଲାଙ୍କୁ ଟିଉସନ କରି ଯାହା ଟଙ୍କା ମିଳେ କିଛି ଘର ଖର୍ଚ୍ଚ ହୁଏ ଆଉ ବାକି ମିହିର ର ପଢା ଖର୍ଚ୍ଚ ପାଇଁ ପଠେଇ ଦିଅନ୍ତି ।

ମିହିର ର ପଢା ପାଇଁ ଅଳ୍ପ ଖର୍ଚ୍ଚ ମାମୁଁ ମଧ୍ୟ କରୁଥିଲେ କିନ୍ତୁ ତାହା ସେ ଘଟଣା ଠାରୁ ବନ୍ଦ ହୋଇ ଯାଇଥିଲା। ତାଙ୍କର ଗୋଟିଏ ଲକ୍ଷ ଥିଲା ମିହିର ଭଲ ପାଠ ପଢ଼େ ଏବଂ ସେ ଯଦି ଚାକିରି କରେ ତେବେ ତାଙ୍କ ଘରର ଦାରିଦ୍ର୍ୟ ଦୂରେଇ ଯିବ।
ଏପଟେ ବଡ ଭଉଣୀ ର ବିବାହ ହେବ। ସାନ ଭଉଣୀ ର ସପ୍ତମ ଶ୍ରେଣୀ। ଏତେ ଖର୍ଚ୍ଚ କେମିତି ହେଉଥିବ ତାହା ଭାବି ଭାବି ମୁଁ ଦୁଃଖୀ ହେଉଥିଲି । ମୋତେ ମିହିର ର ବଡ ଭଉଣୀ ଘରକୁ ଡ଼ାକି ଆଣିଲେ ଏବଂ ମୋତେ ବସି ଲେମ୍ବୁ ପଣା ଦେଇ କହିଲେ ।
ତମେ ବହୁତ୍ ସୁନ୍ଦର୍ । ମିହିର ଏବଂ ତା ଭଉଣୀ ଦେଖିବାକୁ ଏକା ଭଳି ଗୋଟିଏ ବର୍ଷରେ ସାନ ବଡ । ଦିଦି ମଧ୍ୟ ଦଶମ ପର୍ଯ୍ୟନ୍ତ ପଢ଼ି ଘରେ ଅଛନ୍ତି। ତାଙ୍କର ମଧ୍ୟ ଭଲ ପାଠ ହୁଏ କିନ୍ତୁ ପଇସା ଅଭାବ ରୁ ପାଠ ପଢା ଛାଡ଼ି ଘରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କୁ ଟିଉସନ ପଢାନ୍ତି।
ତାଙ୍କୁ ପ୍ରଣାମ ଜଣାଇଲି । ଦିଦି ମୋତେ କହିଲେ ମିହିର ଯେବେ ଛୁଟିରେ ଆସେ, ସେ କେବଳ ତୋ ବିଷୟରେ ହିଁ କହେ। ତୋର ଏତେ ତାରିଫ ଶୁଣୁଥିଲି ଯେ ତୋତେ ଦେଖିବାକୁ ବହୁତ୍ ଇଛା ଥିଲା।
ଏତିକି ବେଳେ ମିହିର ର ବାପା ବୋଉ ଆସି ପହଁଚିଲେ, ଦୁହିଁଙ୍କୁ ଦେଖି ମୁଁ ପ୍ରଣାମ କରିଲି। ସେମାନେ ମଧ୍ୟ ମୋତେ ବହୁତ୍ ସ୍ନେହ ଦେଲେ । ସେ ମୋତେ ପ୍ରଶ୍ନ କରିଲେ ନାହିଁ କି କାହିଁକି ଆସିଛୁ ?କଣ ପାଇଁ ଆସିଛୁ?
ସେ ମୋତେ ଓଲଟା କହିଲେ ତୁ ଆଜି ଆମ ଘରେ ରହିଯା । କାଲି ଯିବୁ ଏବଂ ସେମାନେ ମିହିର ର କଥା ପାଇଁ ଦୁଃଖୀ ଥିବେ ନିଶ୍ଚୟ କିନ୍ତୁ ମୋତେ ସେ ଅନୁଭବ ହେବାକୁ ଦେଲେ ନାହିଁ ।
ସେମାନଙ୍କ ଭଲ ପାଇବା ଦେଖି ମୁଁ ବହୁତ୍ ଖୁସି ହୋଇଗଲି। ମୁଁ ମିହିର ପାଖକୁ ଗଲି ଏବଂ ଧିରେ କହିଲି ମୁଁ ଆଉ ଆମ ଘରକୁ ଯିବି ନାହିଁ ତମେ ମୋତେ ମନ୍ଦିର ରେ ବାହା ହୋଇ ଯାଅ।
ମୁଁ ଆଜିଠୁ ଏଠି ରହିବି। ମିହିର ମୋତେ ବଡ ବଡ ଆଖିରେ ଅନେଇ ରହିଲା। ମୁଁ ପଚାରିଲି ଆରେ ଡରିଗଲୁ ନା କଣ । ମୁଁ ଥଟ୍ଟା କରୁଛି। ତାପରେ ମୁଁ ସେଠୁ ସମସ୍ତଙ୍କୁ ପ୍ରଣାମ କରି ନିଜ ଘରକୁ ଫେରିବାକୁ ବାହାରିଲି ।
ମିହିର କୁ କହିଲି ମୋତେ ନେଇ ଛାଡ଼ି ଆସିବ । ମିହିର କହିଲା ଏବେ ରହିବ ବୋଲି କହୁଥିଲ , ପୁଣି ଫେରିଯିବ ବୋଲି କଣ କହୁଛ ?? ମୁଁ କହିଲି ଥଟ୍ଟା କରିବ ପଛରେ ମୋତେ ନେଇ ଛାଡ଼ି ଆସ, ମୁଁ ତମ ଗାଁ ରେ ଏକୁଟିଆ ବୁଲୁଛି। ମିହିର ଏବଂ ତାର ସାଙ୍ଗ ଶଙ୍କର ଏବଂ ମୁଁ ମିଶି ନିଜ ଗାଁ କୁ ଫେରିଲୁ ।
Part-7 ରେ ପଢ଼ିବେ : (ଭାଇ ତମେ ମୋତେ ନ କହି କେମିତି ଚାଲିଗଲ । ମମି ତମ ଉପରେ ଏତେ ଖରାପ ଦୋଷ ଲଗେଇଲେ ଯେ ମୁଁ ସେକଥା ଶୁଣି ମମି ଉପରେ ବହୁତ୍ ରାଗିଲି)
Bhuyans Blog
ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)
ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link
ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
If you like this story so share to your friends, Thanking You.

2 Responses
[…] Click here Part-6 ସେତେବେଳେ ସଂଧ୍ୟା ପାଞ୍ଚଟା ବାଜିଲାଣି । ରାସ୍ତାରେ କଥା ହୋଇ ହୋଇ ଚାଲିଲୁ, ମିହିର କହିଲା ମୋତେ କଲେଜ୍ ଯିବାକୁ ହେଲେ ମୋତେ ବସ୍ ରେ ଯିବାକୁ ହେବ । ମୋ ପାଖରେ ତ ବାଇକ୍ ମଧ୍ୟ ନାହିଁ । ମୁଁ କାଲି ଠାରୁ ବସ୍ ରେ ଯିବା ଆସିବା କରିବି। ମନ ଦୁଃଖ ଥିଲା ସେଥିପାଇଁ ଆସି ନଥିଲି ମାତ୍ର କାଲି ନିଶ୍ଚୟ ଆସିବି । ଅଳ୍ପ ସମୟ ମଧ୍ୟରେ ଆମ ଗାଁ ରେ ପହଞ୍ଚିଲୁ , ସେତିକିବେଳେ ଅଳ୍ପ ଅନ୍ଧାର ହୋଇଗଲାଣି। ମିହିର କୁ କହିଲି ତମେ ଗାଁ ବାହାରେ ରୁହ। ତା ସାଙ୍ଗ ଶଙ୍କର ମୋତେ କୁନି ଘର ପାଖରେ ଛାଡ଼ି ଆସିଲା । ମୁଁ ଜାଣିଲି ଯେ ସେତେ ପର୍ଯ୍ୟନ୍ତ କୁନି ଆମ ଘରକୁ ଯାଇ କହିନି ବୋଲି। ଘରେ ପହଞ୍ଚିଲା ପରେ ମୋତେ ପ୍ରଶ୍ନ କରିଲେ କି ଏତେ ଲେଟ୍ କାହିଁକି ହେଲା । ମୁଁ କଣ କହିବି ଭାବି କହିଲି କି ଆଜି କଲେଜ୍ ରେ ସେମିନାର ଥିଲା ଏବଂ ମୋତେ ଭାଷଣ ଦେବାକୁ ପଡ଼ିଲା । ମନ୍ମଥ ପଚାରିଲା କୁନି ତ କେତେବେଳେ ଠାରୁ ଆସି ଗଲାଣି । ମୁଁ କହିଲି ତାକୁ ମୁଁ ସାଇକେଲ ଦେଇ ପଠେଇ ଦେଲି । ମୋର ଲେଟ୍ ହେଲେ ସାର୍ ଛାଡ଼ିବାକୁ ଯିବେ ବୋଲି କହିଥିଲେ । ଏତିକି କହିବା ପରେ ଘରେ ଆଉ କେହି କିଛି ପ୍ରଶ୍ନ କରିଲେ ନାହିଁ । ତା ପର ଦିନ ମିହିର ବସ୍ ରେ କଲେଜ୍ ଆସିଲା । ସେପଟେ ମାମୁଁ ମିହିର ଘରେ ପହଞ୍ଚି ଥିଲେ । ଆମେ କଲେଜ୍ ସାରି ଫେରିଲୁ । ମିହିର ଘରେ ପହଞ୍ଚିଲା ପରେ ମାମୁଁ ଅପେକ୍ଷା କରିଥିଲେ। ମାମୁଁ ମିହିର ର ବାପା କୁ ଭୁଲ ମାଗିଲେ କହିଲେ ମୁଁ ମିହିର କୁ ଭୁଲ ଭାବି ତା ଉପରେ ହାତ ଉଠେଇ ବହୁତ୍ ବଡ ଭୁଲ କରିଛି । ଯେବେ ସତ ଜାଣିଲି ତେବେ ମୋତେ ଅନୁତାପ ହେଲା। ରାନି ସବୁ ସତ କହିବା ପରେ ମୁଁ ପ୍ରକୃତ ଘଟଣା ଜାଣିଲି । ମିହିର କୁ ମାମୁଁ କହିଲେ ଚାଲ ମୋ ସହିତ ଆମ ଘରକୁ ଯିବା । ମିହିର ଚୁପ୍ ରହିଲା । ମାମୁଁ ମିହିର ଆଗରେ କହିଲେ। ମୁଁ ତୋତେ ପୁଅ ଭଳି ଭାବେ । ତୋତେ ଅବିଶ୍ବାସ କରି ମୁଁ ଭୁଲ କରିଛି । ସତ ମୁଁ ଜାଣି ସାରିଛି। ତୁ ନିର୍ଦ୍ଦୋଷ, ଚାଲ ଆମ ଘରକୁ । ମୋ ଭୁଲ ମୁଁ ବୁଝି ସାରିଛି । ତୁ ଯଦି କହିବୁ ମୁଁ ତୋତେ କ୍ଷମା ମାଗିବାକୁ ମଧ୍ୟ ରାଜି ଅଛି। ମିହିର ମାମୁଁ କୁ କହିଲେ , ମାମୁଁ ତମେ ମୋତେ କ୍ଷମା ମାଗି ମୋତେ ଦୋଷୀ କରାଅ ନାହିଁ । ତମେ ଏବେ ଯାଅ ମୁଁ ଦୁଇ ଦିନ ପରେ ଘରେ କଥା ହୋଇ ଆସିବି। ମାମୁଁ ବାପା ସହିତ କଥା ହୋଇ ଫେରିଗଲେ । ମିହିର ଘରେ ମିହିର କୁ ଯିବା ପାଇଁ ମନା କରିଲେ । ମିହିର ତା ପର ଦିନ କଲେଜ୍ ଆସିଲା । ସେ ମୋତେ ସବୁ କଥା କହିଲା । ମୁଁ ସବୁ ଶୁଣିଲା ପରେ ମିହିର କୁ କହିଲି ତୁ ଖରାପ ଭାବିବୁନି ଯଦି ତେବେ ମୋର ମତ ଦେବୀ । ମିହିର ହଁ କରିଲା । ମୁଁ କହିଲି ମାମୁ ସିନା ବୁଝିଗଲେ କିନ୍ତୁ ମାଇଁ ଙ୍କର ତୋ ଉପରେ ଏମିତି ଦୋଷ ଲଦିବା ଶୁଣି ତୋତେ ସେଠୀ ଯିବା ଠିକ୍ ହେବନି। ମିହିର ଅଳ୍ପ ଭାବି କହିଲା ମୋର ମଧ୍ୟ ଇଚ୍ଛା ନାହିଁ କିନ୍ତୁ ମାମୁଁ କାଲି ବାଧ୍ୟ କରି ଯାଇଛନ୍ତି । ଥରେ ଯାଇ ବୁଲି ଆସିବି । ମୁଁ କହିଲି ଯିବୁ ଯଦି ଯା, ଯଦି ମାଇଁ ତୋତେ ଭଲ ରେ କଥା ହେଲେ ନାହିଁ ତେବେ ସେଠୀ ରହିବୁ ନାହିଁ। ମିହିର ହଁ କରି, ତା ପର ଦିନ ରବିବାର ଥିଲା, ସେ ପହଞ୍ଚିଲା ମାମୁଁ ଘରେ। ସେଠି ପହଞ୍ଚିଲା ପରେ ରାନି ମିହିର ପାଖକୁ ଦଉଡ଼ି ଆସି କୁଣ୍ଡେଇ ହୋଇ କାନ୍ଦିବାକୁ ଲାଗିଲା। ରାନି ମିହିର କୁ ନିଜ ଭାଇ ଭଳି ଭଲ ପାଏ । ସେ କହିଲା, ଭାଇ ତମେ ମୋତେ ନ କହି କେମିତି ଚାଲିଗଲ । ମମି ତମ ଉପରେ ଏତେ ଖରାପ ଦୋଷ ଲଗେଇଲେ ଯେ ମୁଁ ସେକଥା ଶୁଣି ମୁଁ ମମି ଉପରେ ବହୁତ୍ ରାଗିଲି ଏବଂ ବାପା ଙ୍କୁ ସବୁ ସତ କଥା କହିଦେଲି। ମିହିର ରାନି ର ମୁଣ୍ଡ କୁ ଥାପୁଡ଼ି କହିଲେ ହଉ ଦେଖୁଛି କଣ ହେଉଛି । ମିହିର ତା ପର ଦିନ କଲେଜ୍ ଆସିଲା । ମିହିର ସବୁ କଥା କହିଲା ଏବଂ ମାଇଁ କଥା ପଚାରିବା ପରେ ମିହିର କହିଲା , ମାଇଁ ଭଲରେ କଥା ହେଉ ନାହାନ୍ତି ସେ କାନ୍ଥ କୁ ଦେଖି କଥା ହେଉଛନ୍ତି ଏବଂ ନିଜ ଘରର ସ୍ଥିତି ସୁଧାରିବ ପାଇଁ ସେ ଏଠି ରହି ପଢ଼ି ଚାକିରି କରିବ ସେ ଆଶା କେବଳ ଆଶାରେ ରହିଯିବ ବୋଲି କହିଲା ଏବଂ କେବେ ପୁରା ହେବନି ଲାଗୁଛି । ମିହିର କହିଲା କିଛି ଦିନ ଦେଖିବି ତାଙ୍କର ବ୍ୟବହାର ରେ ଯଦି କିଛି ସୁଧାର ଆସେ ତେବେ ରହିବି ନହେଲେ ଅନ୍ୟ ଉପାୟ କିଛି ଦେଖିବି । ଏତିକି କଥା ହୋଇ ସେଦିନ କଲେଜ୍ ସାରି ଫେରିଲୁ । ଏମିତି ଚାଲିଲା ପ୍ରାୟ ୬ ଦିନ । ସପ୍ତମ ଦିନ ରବିବାର, ମାମୁଁ ଙ୍କ ଛୁଟି ଥିଲା ସେ ଘରେ ଥିଲେ । ମିହିର ଏବଂ ରାନି ଟିଭି ଦେଖୁଥିଲେ ଅନ୍ୟ ରୁମ୍ ରେ ମାମୁଁ କିଛି ଲେଖୁଥିଲେ ହଠାତ୍ ମାଇଁ ଡାକିବାର ଶବ୍ଦ ଶୁଣା ଗଲା । ମାମୁଁ ରୋଷେଇ ଘରକୁ ଗଲେ । ମାଇଁ ଧିର ସ୍ଵରରେ କହୁଥାନ୍ତି କିନ୍ତୁ ମାଇଁ ଙ୍କ କଥା ମିହିର ଏବଂ ରାନି କୁ ଶୁଣା ଯାଉଥାଏ । ମାଇଁ କହିଲେ , ତାକୁ ଆଉ କେତେଦିନ ଘରେ ରଖିବ । ସେ ତ ମୋ କଥା ରଖିଲାନି ତେବେ ଆମେ ତାକୁ ରଖି ଲାଭ କଣ । ମାମୁଁ ମାଇଁ କୁ ରାଗରେ କହିଲେ ତମେ ସୁଧୁରିବ ନାହିଁ । କାହିଁକି ତା ପଛରେ ପଡ଼ିଛ କହିଲ ? ମୋ ଭଉଣୀ ଅବସ୍ଥା ଯଦି ଖରାପ ହୋଇ ନଥାନ୍ତା ତେବେ ତମକୁ ଏତିକି କହିବାକୁ ସୁଯୋଗ ଦେଇ ନଥାନ୍ତି। ସେ ଯଦି ଚାକିରି କରେ ତେବେ ମୋତେ ଭଲ ଲାଗିବ । ମୋ ଘରେ ସେ ମଣିଷ ହୋଇ ପାରିଲା ବୋଲି ମୁଁ ଗର୍ବ କରିବି। ମାଇଁ କହିଲେ ଗର୍ବ କିଛି ନାହିଁ ତାକୁ ଯଦି ରଖିବ ତେବେ ତାଙ୍କ ଘରୁ ତାର ପ୍ରତି ମାସ ଖର୍ଚ୍ଚ ଏବଂ ଡାଲି ଚାଉଳ ମାଗି ଆଣ ତେବେ ମୁଁ ତାକୁ ମୋ ଘରେ ରହିବି। ମାମୁଁ ମାଇଁ କୁ ଗୋଟିଏ ଚାପୁଡା ମାରିବାର ଶବ୍ଦ ଶୁଣା ଗଲା । ମିହିର ଏବଂ ରାନି ଦୌଡ଼ି ଗଲେ ରୋଷେଇ ଘରକୁ। ମିହିର କହିଲା, ମାମୁଁ ମୋ ପାଇଁ ମାଇଁ ଙ୍କୁ କାହିଁକି ଦଣ୍ଡ ଦେଉଛ। ମାମୁଁ ରାଗି ମିହିର ଏବଂ ରାନି କୁ ଅନ୍ୟ ଘରକୁ ଯିବା ପାଇଁ କହିଲେ। ସେ ଦୁହେଁ ଟିଭି ବନ୍ଦ କରି ପଢା ଘରକୁ ଆସିଗଲେ । ରାନି ମିହିର କୁ ଅନୁରୋଧ କରୁଥାଏ, କି ଭାଇ ତମେ ଯାଅନି, ମମି ଙ୍କ କଥା କୁ ଭୁଲି ଯାଅ । ତମ ଯୋଗୁ ମୁଁ କ୍ଲାସ୍ ରେ ଏତେ ଭଲ ନମ୍ୱର୍ ରଖୁଛି । ଭାଇ ତମେ ଯିବନି ନା ?? ମିହିର ଦ୍ଵନ୍ଦ ରେ ପଡ଼ିଲା କହିଲା ହଉ କିଛି ନିଷ୍ପତି ନେଉଛି । ସଂଧ୍ୟା ବେଳେ ମିହିର ମାମୁଁ ପାଖକୁ ଯାଇ କହିଲା । ମାମୁଁ ମୋର ଗୋଟିଏ ଅନୁରୋଧ ରଖିବ। ମାମୁଁ କହିଲେ କଣ? ମିହିର କହିଲା , ମୋତେ ଆମ ଗାଁ କୁ ଯିବାକୁ ଈଛା ହେଲାଣି। ମୋର ଏଠି ରହିବା, ମାଇଁ କୁ ପସନ୍ଦ ଲାଗୁନି ଏବଂ ମୋ ପାଇଁ ଏଠି ସମସ୍ୟା ହେଉଛି। […]
[…] Love Forever…6 […]