ଆପଣ ମୋତେ ଏତେ ଦିନ ରଖି ପାଠ ପଢେଇଲେ ସେଥିପାଇଁ ମୁଁ ଆପଣଙ୍କ ପାଖେ ରୁଣୀ ହୋଇ ରହିଲି ଯଦି ଆଗାମୀ ଜୀବନରେ କିଛି ସାହାଯ୍ୟ କରିବାକୁ ସୁଯୋଗ ଦେଲେ ମୁଁ ନିଶ୍ଚୟ ସାହାଯ୍ୟ କରିବି।
ଏବେ ମୋତେ ଅନୁମତି ଦିଅନ୍ତୁ। ମାମୁଁ ମନା କରି କହିଲେ ତୋ ମାଇଁ କଥା ଭୂଲି ଯା, ସେ ପାଗେଳି କିଛି ଜାଣିନି। ମିହିର ମାମୁଁ ଙ୍କ ଗୋଡ଼ ତଳେ ପଡି କହିଲା ନାହିଁ ମାମୁଁ ଆପଣଙ୍କୁ ଅନୁରୋଧ କରୁଛି କି ମୋତେ ଆମ ଗାଁ କୁ ଯିବାକୁ ଅନୁମତି ଦିଅନ୍ତୁ।
ମାମୁଁ ରାଗରେ ଉଠି ଚାଲିଗଲେ ଏବଂ ମିହିର ତାଙ୍କ ପଛେ ପଛେ ଗଲା , କହିଲା ମାମୁ ମୁଁ ଏ ଘରକୁ ନିଶ୍ଚୟ ଆସିବି କିନ୍ତୁ ଏବେ ମୁଁ ଆମ ଗାଁ ରେ ରହି ଯିବା ଆସିବା କରିବି କିମ୍ବା ଅନ୍ୟ ଉପାୟ ଦେଖିବି।
ମାଇଁ ଚୁପ୍ ଥିଲେ , ରାନି ମୋ ହାତକୁ ଟାଣି ନେଇଥାଏ । ନାଇଁ ଭାଇ ତମେ ଯାଅ ନାହିଁ । ମୁଁ ଏଠି ଏକା ହୋଇଯିବି । ମାମୁଁ କହିଲେ ହଉ ବ୍ୟାଗ୍ ରେ ତୋ ସାମାନ ନେଇ ବାହାରକୁ ଆସେ। ମିହିର ଆଗରୁ ବ୍ୟାଗ୍ ରେ ସବୁ ସାମାନ ରଖିଥିଲା ।
ସେ ସଙ୍ଗେ ସଙ୍ଗେ ନିଜ ବ୍ୟାଗ୍ ନେଇ ମାମୁଁ ପାଖରେ ପହଞ୍ଚିଲା। ମାମୁଁ ମିହିର କୁ ନେଇ ତାଙ୍କ ଗାଁ ରେ ଛାଡି ଆସିଲେ । ଏପଟେ ରାନି ର ଆଖିରୁ ଲୁହ ବାହାରି ଯାଉଥାଏ ଏବଂ ମାମୁଁ ମଧ୍ୟ ବହୁତ୍ ଦୁଃଖୀ ଥିଲେ ।
ତା ପର ଦିନ ସକାଳେ ମୁଁ ଗାଁ ମୁଣ୍ଡରେ ମିହିର କୁ ଅପେକ୍ଷା କରିଥାଏ। ପ୍ରାୟ ୩୦ ମିନିଟ୍ ଅପେକ୍ଷା ପରେ କୁନି ପଛପଟୁ ଆସି କହିଲା ମିହିର କୁ ଅପେକ୍ଷା କରିଛୁ ନା କଣ? ମୁଁ ହଁ କରିଲି । କୁନି କହିଲା ମିହିର ଗତ କାଲି ସନ୍ଧ୍ୟାରେ ନିଜ ଗାଁ କୁ ପୁଣି ଥରେ ଫେରିଯାଇଛି ।
ଆଜି ସକାଳେ ରାନି ଦୋକାନ କୁ ଆସିଥିଲା ଏବଂ ସେତେବେଳେ ମୁଁ ମଧ୍ୟ ସେଠୀ କିଛି ଜିନିଷ କିଣିବା ପାଇଁ ଯାଇଥିଲି। ସେ ମୋତେ ମନ ଦୁଃଖରେ ସବୁ କଥା କହିଲା । ମୁଁ ତୋତେ କହିବି ବୋଲି ଭାବିଲି କିନ୍ତୁ ତମ ସାହି କୁ ଯିବାକୁ ସମୟ ହେଲାନି।
ମୁଁ ପୁଣି ଥରେ ଦୁଃଖୀ ହୋଇଗଲି ଏବଂ ମିହିର ଉପରେ ରାଗ ଆସିଲା । ଦୁହେଁ କଲେଜ୍ ଗଲୁ। ମୁଁ ଭାବିଥିଲି ମିହିର ଆଜି ଆସିବ ନାହିଁ ବୋଲି କିନ୍ତୁ ଆମେ ପହଞ୍ଚିବା ପୂର୍ବରୁ ଗେଟ୍ ପାଖରେ ସେ ଅପେକ୍ଷା କରିଥାଏ । ମୁଁ ସାଇକେଲ ରୁ ଓହ୍ଲାଇ ତା ପାଖକୁ ଗଲି । କୁନି କଲେଜ୍ ଭିତରକୁ ଗଲା।
ସେ ଗତ କାଲି ଘଟଣା ବିଷୟରେ କହିବା ପରେ ମୁଁ କହିଲି ତୋତେ ତ ଯିବା ପାଇଁ ମନା କରିଥିଲି, କିନ୍ତୁ ତୁ ଶୁଣିଲୁ ନାହିଁ । ହଉ ଏବେ କହ କଣ ଭାବିଛୁ ? ମିହିର କହିଲା କଣ କରିବି ମୁଣ୍ଡରେ କିଛି ବୁଦ୍ଧି ବାଟ ଦିଶୁନି। ପ୍ରତିଦିନ କଲେଜ୍ ବସ୍ ରେ ଯିବା ଆସିବା ଅସମ୍ଭବ । ଠିକ୍ ସମୟରେ ବସ୍ ମିଳିବ କି ନାହିଁ କିଛି ଗାରେଣ୍ଟି ନାହିଁ ।
ମୁଁ କହିଲି ମୋର ଇଛା ହେଉଛି ତୋତେ ଆମ ଘରକୁ ନେଇଯିବି କିନ୍ତୁ ଆମ ଗାଁ କୁ ଗଲେ ତୋତେ ମଧ୍ୟ ଲୋକେ କହିବେ ଏବଂ ମୋତେ ମଧ୍ୟ ଶୁଣେଇବେ । ଶୁଣ ମୁଁ ତୋ ପାଇଁ ଗୋଟିଏ କଥା ଭାବିଛି ତୁ ହଁ କରିଲେ ହେଲା ।
ମିହିର କହିଲା , ଏବେ ତୁ ହିଁ ସ୍ଥିର କର, ମୁଁ କଣ କରିବି । ମୁଁ କହିଲି ତୁ କଲେଜ୍ ପାଖରେ ରୁମ୍ ନେଇ ରହିଯା । ମିହିର ମୁଣ୍ଡ ତଳକୁ କରି ରହିଲା। ମୁଁ ପଚାରିଲି ପଇସା ଚିନ୍ତା କରୁଛୁ ତ ?? ମିହିର, ହଁ କରିଲା । ମୁଁ କହିଲି ତୋ ପାଇଁ ମୁଁ ବହୁତ୍ କିଛି ଭାବିଛି, ତୁ ମନ ଦେଇ ଶୁଣ। କଲେଜ୍ ପାଖରେ ପ୍ରବୀଣ ଏବଂ ଅନନ୍ତ ରୁମ୍ ନେଇ ରହୁଛନ୍ତି ତୁ ତାଙ୍କ ସହିତ ରହି ଯା ଏବଂ ମୋର ପିଉସୀ ଙ୍କ ଝିଅ କଲେଜ୍ ପାଖରେ କୋଚିଙ୍ଗ ସେଣ୍ଟର୍ ରେ ପାଠ ପଢ଼ୋଉଛି ।
ତୁ ଯଦି ଇଚ୍ଛା କରିବୁ ସନ୍ଧ୍ୟା ସମୟରେ ସେଠୀ ଗଣିତ କୋଚିଙ୍ଗ ଦେବୁ। ସେଠୁ କିଛି ମିଳିଯିବ ଆଉ ତୋର ପାଠ ପଢା ଏବଂ ରୁମ୍ ଭଡ଼ା ମଧ୍ୟ ବାହାରିଯିବ। ଆଉ ସେଥିରେ ଯଦି କମ୍ ପଡେ ତେବେ ମୁଁ ତୋତେ ବେଳେବେଳେ ସାହାଯ୍ୟ କରିଦେବି।
ମିହିର କହିଲା ରୁମ୍ କଥା ଆଉ କୋଚିଙ୍ଗ କଥା ଠିକ୍ ଅଛି କିନ୍ତୁ ତୋ ଠାରୁ ଟଙ୍କା ନେବି ନାହିଁ । ମୁଁ କହିଲି , ମୁଁ ତୋତେ ସେ ସମୟରେ ସାହାଯ୍ୟ କରିବି ଯୋଉ ସମୟରେ ତୋତେ ବହୁତ୍ ଜରୁରୀ ହେବ । ଆଉ ତୁ କହ ମୁଁ ଯଦି ତୋତେ ସାହାଯ୍ୟ କରିବି କଣ ଅସୁବିଧା ହଁ ଯଦି ସାହାଯ୍ୟ କରିଦେଲି ତେବେ ତୁ ଚାକିରି ପରେ ଫେରେଇ ଦେବୁ ଆଉ ଗୋଟିଏ କଥା ଶୁଣ ମୁଁ ଯୋଉ ଟଙ୍କା ଦେବୀ ତାର ସୁଧ ମୂଳ ସହିତ ମୋତେ ଫେରେଇବୁ। ଦୁହେଁ ହସିଲୁ।
ମୁଁ ମିହିର ର ଗାଲକୁ ଚିମୁଟି କହିଲି ମୋ ଭୋଳା ବାବା ତୋର କିଛି ଅସୁବିଧା ହେବ ନାହିଁ । ମିହିର ପୁଣି ଥରେ କହିଲା ଦେଖ୍ ତୋ ଠାରୁ ମୁଁ ଟଙ୍କା ଟିଏ ମଧ୍ୟ ନେବି ନାହିଁ କାରଣ ସାଙ୍ଗ ଠାରୁ ଟଙ୍କା ନେଲେ ସମ୍ପର୍କ ଖରାପ ହୋଇଯାଏ।
ମୁଁ କହିଲି ମୁଁ ଜାଣିଛି ଆମ ସମ୍ପର୍କ ଖରାପ ହେବ ନାହିଁ। ମୁଁ ତାକୁ ବୁଝେଇ କହିଲି ହଉ ଠିକ୍ ଅଛି ମୁଁ ତୋତେ ଟଙ୍କାଟିଏ ମଧ୍ୟ ଦେବିନି ଏବେ ଖୁସି ତ? ଏବଂ ତୁ ରୁମ୍ ରେ ରହିବୁ ଯଦି ଏବେ ପ୍ରବୀଣ ସହିତ କଥା ହେବା ଚାଲ ।
ସେତେବେଳେ ପ୍ରବୀଣ କଲେଜ୍ ଗ୍ରାଉଣ୍ଡ ରେ କ୍ରିକେଟ ଖେଳୁଥାଏ । ତାକୁ ଡାକି କଥା ହେଲୁ ସେ ହଁ କରିଲା ଏବଂ ତା ପରେ ମୁଁ ପିଉସୀ ଝିଅ ସହିତ କଥା ହେଲି। ସେ ମଧ୍ୟ ହଁ କରିଲା । ତା ପର ଦିନ ମିହିର ଆସି ପ୍ରବୀଣ ର ରୁମ୍ ରେ ରହିଲା ।
ପ୍ରତିଦିନ କଲେଜ୍ ରେ ଦେଖା ଏବଂ ସମୟ ମିଳିଲେ ମିହିର ର ରୁମ୍ ରେ ବସି କଥା ବାର୍ତ୍ତା କରୁ । ବେଳେବେଳେ ରୋଷେଇ ରେ ମୁଁ ସାହାଯ୍ୟ କରିଦିଏ । ରବିବାର ଦିନ ମଧ୍ୟ ମୁଁ ଏବଂ କୁନି କଲେଜ୍ ବାହାନା ରେ ଆସି ମିହିର ,ପ୍ରବୀଣ ଏବଂ ସାଙ୍ଗ ମାନେ ମିଶି ସେ ରୁମ୍ ରେ ରୋଷେଇ କରୁ ।
ବେଳେବେଳେ ପଢା ପଢ଼ି ମଧ୍ୟ କରୁ। ମୁଁ ଚାହୁଁଥିଲି ମୋତେ ଯଦି ଅଳ୍ପ ସମୟ ମିଳେ ତେବେ ମିହିର ସହିତ ବହୁତ୍ କଥା ହେବାକୁ, କିନ୍ତୁ ସେ ଭୋଳା ବାବା କେବଳ ପାଠ ପଢା ରେ ମନ ଛଡ଼ା ଆଉ କିଛି କଥା ହେବାକୁ ଇଚ୍ଛା କରେନି। ଏମିତି ଚାଲିଲା +୩ ଶେଷ ବର୍ଷ ପର୍ଯ୍ୟନ୍ତ । ପରୀକ୍ଷା ସରିଲା ।
ମୁଁ ସଦା ସର୍ବଦା ମିହିର ର ଚିନ୍ତା କରୁଥାଏ। ଆମର ଏତେ ଦେଖା ସାକ୍ଷାତ ରେ ମୋତେ କେବେ ଅନୁଭବ ହୋଇନି ଯେ ମିହିର ମୋତେ ଭଲ ପାଏ ବୋଲି। ସେ କେବଳ ମୋ ସହିତ ଜଣେ ଭଲ ବନ୍ଧୁ ର ସ୍ଥାନ ଦେଇ ମୋ ସହିତ କଥା ହେଉଥିଲା।
ମୁଁ ମଧ୍ୟ ତାକୁ କେବେ ବାଧ୍ୟ କରିନି କି କେବେ ପ୍ରପୋଜ ମଧ୍ୟ କରିନି । କୁନି ବହୁତ୍ ଥର କହିଥିବ ତୁ ତାକୁ ଭଲ ପାଉଛୁ ଯଦି କହି ଦେଉନୁ କିନ୍ତୁ ମୁଁ ସେ ଦିନ କୁ ଅପେକ୍ଷା କରିଥାଏ ଯୋଉ ଦିନ ମିହିର ମୋ ଭଲ ପାଇବା କୁ ବୁଝି ପାରିବ।
ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
If you like this story so share to your friends, Thanking You.


2 Responses
[…] Click here Part-8 ମିହିର ର ସାଙ୍ଗ ମାନେ ମଧ୍ୟ ମୋତେ ବେଳେବେଳେ ଭାଉଜ… ଭାଉଜ… ବୋଲି ଡାକନ୍ତି ତ କେତେବେଳେ ନାଁ ଧରି ଡାକନ୍ତି। ସେମାନେ ଯେତେବେଳେ ଭାଉଜ ବୋଲି ଡାକନ୍ତି ମୁଁ ବହୁତ୍ ଖୁସି ହୁଏ । ସେ ସମୟରେ ମିହିର ସେମାନଙ୍କୁ ରାଗି ଚାହେଁ ସେମାନେ ଚୁପ୍ ରହି ଯାଆନ୍ତି ଏବଂ ସେ ବୁଲି ମୋତେ ଦେଖି କିଛି କୁହେନା କେବଳ ଛୋଟ ୨୪ କ୍ୟାରେଟ ର ମୁରୁକି ହସ ଟିଏ ଦେଇ ଦିଏ। ମୁଁ ମଧ୍ୟ କିଛି କୁହେ ନାହିଁ । ଲୋକମାନେ ଆମ ବିଷୟରେ ବହୁତ୍ କଥା ହୁଅନ୍ତି କିନ୍ତୁ ନା ମିହିର କିଛି କୁହେ ନା ମୋତେ କିଛି ଅସୁବିଧା ହୁଏ । ସେ ଏତେ ଭଲ ଯେ ତା ବିଷୟରେ ମିଛ କହିବା ପାପ। ବେଳେବେଳେ ଛୁଟି ଦିନରେ ଆମେ ରୁମ୍ ରେ ପାଠ ପଢ଼ୁ ପଢ଼ୁ ନିଦ ଲାଗି ଯାଏ, ସେ ଶୋଇ ଯାଏ ଏବଂ ମୁଁ ଜାଣି ଶୁଣି ମିହିର ଉପରେ ମୁଣ୍ଡ ରଖି ଶୋଇ ଯାଏ ମାତ୍ର ସେ କେବେ ମୋତେ ଖରାପ ଭାବେ ଛୁଇଁବାକୁ ଚେଷ୍ଟା ମଧ୍ୟ କରିନି । ଆମେ ଏମିତି ବହୁତ୍ ସମୟ ରୁମ୍ ରେ ଏକା ଏକା ପାଠ ପଢ଼ିଛୁ କିନ୍ତୁ କେବେ ମଧ୍ୟ ସେ ଖରାପ ଭାବେ ଦେଖିନି ଓଲଟା ମୁଁ ତା ଉପରେ ଶୋଇଗଲେ ସେ ମୋ ମୁଣ୍ଡକୁ ଘୁଂଚେଇ ଶୋଇ ଯାଏ। ସତରେ ସେ ମୋ ସୁନା ମୁଣ୍ଡା ଟିଏ । ପରୀକ୍ଷା ପରେ ଭଗବାନ ମୋ ଗୁହାରି ଏବଂ ମିହିର ର କଷ୍ଟ କୁ ବୁଝି ପାରିଲେ। ପାଠ ପଢା ସରିଲା ବିଜ୍ଞାନ ବିଭାଗ ର ଭଲ ମାର୍କ ରଖି କଲେଜ୍ ଟପ୍ପର ହେବା ପରେ ସେ ନିଜକୁ ଗର୍ବ ଅନୁଭବ କରିଲା ନାହିଁ ଓଲଟା ମୁଁ କଲେଜ୍ ରେ ଷଷ୍ଠ ନମ୍ୱର୍ ରହିଲି ବୋଲି ସେ ବହୁତ୍ ଦୁଃଖୀ ହେଲା । ସେ କହେ ଟପ୍ପର ହେବା ର ମୁଖ୍ୟ କାରଣ ହେଉଛି ତୁ, ମାନେ ମୋ ବାୟାଣୀ । ସେ ମୋତେ କହେ ତୋ ଯୋଗୁ ମୁଁ ଆଜି ସଫଳ ହୋଇଛି । ଏହି କଥା ଶୁଣି ସେଦିନ ମୋ ଆଖିରୁ ଖୁସିରେ ଲୁହ ବାହାରି ଗଲା ଏବଂ ମୋର କମ୍ ମାର୍କ ଆଣିଥିବା ଦୁଃଖକୁ ମଧ୍ୟ ମୁଁ ଭୁଲିଗଲି । ମୁଁ ପୁଣି ଥରେ ତାକୁ କୁଣ୍ଢେଇ ନେଲି । ସେ ମଧ୍ୟ ବହୁତ୍ ଖୁସି ହେଲା । କଲେଜ୍ ରେ ଆମ ବିଷୟରେ ବହୁତ୍ ଚର୍ଚ୍ଚା ହୁଏ । କଲେଜ୍ ରେ ଆମ ଦୁହିଁଙ୍କ ନାମ କେତେ ବେଳେ ବ୍ଲାକ ବୋର୍ଡ ରେ ତ କେତେବେଳେ ରୁମ୍ କାନ୍ଥରେ ଲେଖା ଥାଏ । କିଏ କେତେ କଣ ନାମ ଧରି ଡାକନ୍ତି । କଲେଜ୍ ରେ ସାର୍ ମାନେ ମଧ୍ୟ ଆମକୁ ଗୋଟିଏ ଜାଗାରେ ବସିଥିବା ଦେଖି କେତେଥର ମନା କରିଥିବେ କିନ୍ତୁ ଆମେ ସେତେବେଳେ ଅଲଗା ବସି ପର କ୍ଲାସ୍ ରେ ଯେମିତି ସେମିତି । ଆମ କଲେଜ୍ ରେ ସେ ସମୟରେ ହିଟ୍ ଯୋଡି ଥିଲୁ । କଲେଜ୍ ରେ ମଧ୍ୟ ବହୁତ୍ ଝିଅ ମିହିର କୁ ଲାଇନ୍ ମାରୁଥିଲେ କିନ୍ତୁ ମିହିର କହେ ମୋ ବାୟାଣୀ କୁ ଯାଇ ପ୍ରଥମେ ଦେଖା କର ତା ପରେ ମୋ ପାଖକୁ ଆସିବ । ଯଦି ତମେ ମୋ ସହିତ କଥା ହେବାର ଦେଖି ଦେବ ସେ ତୁମ ରକ୍ତ ପିଇ ଯିବ । ଆମେ ଦୁହେଁ ସବୁ ଜାଗାରେ ବସି ଥାଉ । ମିହିର ବେଳେବେଳେ ଲାଜ କରେ କିନ୍ତୁ ମୁଁ ଜାଣିଶୁଣି ମିହିର ପାଖେ ବସେ ଏବଂ ତା ଆଗରେ ପଛରେ ଲାଗି ରହିଥାଏ । କଲେଜ୍ ରେ କିଛି ଭାଷଣ ଦେବାକୁ ଥିଲେ ଆମ ଦୁହିଁକୁ ସବୁ ସାର୍ ଖୋଜୁଥିଲେ । ମିହିର ମଧ୍ୟ ଭଲ ଭାଷଣ ଦିଏ । ମୋ ମନରେ ତା ପାଇଁ ସବୁବେଳେ ଭଲ ପାଇବା ଥିଲା କିନ୍ତୁ ତା ମନରେ ମୋ ପାଇଁ କେବଳ ବନ୍ଧୁତା ର ଆଦର ଏବଂ ଭଲ ପାଇବା ଥିଲା। ଦୁଃଖ ଲାଗେ ବେଳେବେଳେ କିନ୍ତୁ ପରେ ଭୁଲି ଯାଏ । ପରୀକ୍ଷା ସରିବାର ଦୁଇ ମାସ ପରେ ସେ ଭାରତୀୟ ବାୟୁ ସେନା ପରୀକ୍ଷା ରେ ପାସ୍ କରିଲା । ଏହି ଦୁଇ ମାସ କେତେବେଳେ ଦେଖା ହୁଏ ତ କେତେବେଳେ ନାହିଁ କିନ୍ତୁ କେମିତି ହେଲେ ଦୁଇ ତିନି ଦିନରେ କେମିତି ହେଲେ ମିହିର ସହିତ ଦେଖା ହୋଇଯାଏ । କାରଣ ପରୀକ୍ଷା ପରେ ମଧ୍ୟ ସେ ଭଡ଼ା ରୁମ୍ ରେ ରହି ପଢୁଥାଏ । ମୁଁ କିଛି ନା କିଛି ବାହାନା କରି ପହଞ୍ଚି ଯାଏ କିମ୍ବା ସେ ଆମ ଗାଁ ପାଖକୁ ଆସି ଯାଏ । ଏବେ ଆସିଥିଲା ସବୁଠୁ ବଡ ବିଚ୍ଛେଦ ସମୟ, ଯାହା ବହୁତ୍ କଷ୍ଟକର ଥିଲା। ସେଦିନ ସେ ମିଠା ପ୍ୟାକେଟ ନେଇ ପ୍ରଥମେ ଆମ ଘରକୁ ଆସିଲା। ଆମ ଘରେ ମଧ୍ୟ ବହୁତ୍ ଖୁସି ହେଲେ । ଘରେ ବାପା ବୋଉ ବହୁତ୍ ଭଲରେ କଥା ହେଲେ । ମନ୍ମଥ କହିଲା ଭାଇ ମୁଁ ମଧ୍ୟ ତୁମ ଭଳି ଚାକିରି କରିବାକୁ ଚାହେଁ । ମିହିର ତାକୁ ବୁଝେଇ କହିଲା ଭଲ ପାଠ ପଢ଼ିବୁ ଏବଂ ଖବର କାଗଜ ଦେଖୁଥିବୁ ଯେତେବେଳେ ଏମିତି ଖାଲି ପଦବୀ ବାହାରିବ ତୁ ନିଯୁକ୍ତି ପାଇଁ ଫର୍ମ ଭରିବୁ ତେବେ ତୁ ମଧ୍ୟ ଚାକିରି କରିବୁ । ସେତେବେଳେ ମୁଁ ଭାବୁଥିଲି କାଳେ ମୋ ବାପା ବୋଉ ତାକୁ ଜୋଇଁ ପୁଅ ରୂପରେ ଗ୍ରହଣ କରି ଥାନ୍ତେ କି? ଅବା ସେମିତି ତାଙ୍କ ମନରେ ପ୍ରଶ୍ନ ଉଠି ଥାନ୍ତା କି? କିନ୍ତୁ ତାହା ଥିଲା କେବଳ ମୋ ଭାବନା !! ତାପରେ ମୁଁ ,ମନ୍ମଥ ଏବଂ ମିହିର ମିଶି ତା ମାମୁଁ ଘରକୁ ଗଲୁ ସେଠୀ ସେ ମିଠା ଦେଲା ପରେ ମାମୁଁ ଙ୍କ ଆଖି ମଧ୍ୟ ଖୁସିରେ ଲୁହ ଛଳ ଛଳ ହୋଇଗଲା। ସେପଟେ ମାଇଁ ଙ୍କ ଈର୍ଷା ବହୁତ୍ ବଢ଼ି ଯାଇଥିଲା କାରଣ ମୁଁ ମିହିର ସହିତ ଯାଇ ଥାଏ। ରାନି ମିହିର ର ଶବ୍ଦ ଶୁଣି ଦଉଡ଼ି ଆସି କୁଣ୍ଢେଇ ନେଲା। ରାନି କୁଣ୍ଢେଇ ନେବାର ଦେଖି ମୋତେ ଟିକେ ଇର୍ଷା ହେଲା କିନ୍ତୁ ତାପରେ ନିଜ ମନକୁ ବଦଳେଇ ଭାବିଲି ନା ନା ମିହିର ତାକୁ ଭଉଣୀ ଭଳି ସ୍ନେହ କରେ । ମନ୍ମଥ ଏବଂ ରାନି ଦୁହିଁଙ୍କ ସେତେବେଳେ +୨ ଦ୍ଵିତୀୟ ବର୍ଷ । ସେଠି ମାମୁଁ ମାଇଁ ସମସ୍ତେ ଥିଲେ ସମସ୍ତେ କିଛି ସମୟ କଥା ହେଲୁ । ତାପରେ ମିହିର ତା ପଢା ଘରକୁ ନେଇ ଗଲା । ସେଠି ସେ ଦେଖିଲା ସେ ଘରେ ତାଲା ପଡ଼ିଥିଲା। ରାନି କହିଲା ମିହିର ଭାଇ ଯୋଉ ଦିନ ଠାରୁ ଯାଇଛନ୍ତି ସେ ଦିନଠୁ ମୁଁ ବେଳେବେଳେ ଏହି ରୁମ୍ କୁ ଖୋଲି ଝାଡୁ କରି ପୁଣି ବନ୍ଦ କରିଦିଏ । ଯେତେବେଳେ ଝାଡୁ କରିବାକୁ ଏହି ରୁମ୍ କୁ ଆସେ ମୋ ମିହିର ଭାଇ କଥା ବହୁତ୍ ମନେ ପଡେ । ମିହିର ତାର ପଢା ଘର ଦେଖାଇଲା। ମୁଁ ସେଦିନ ଏତେ ଖୁସି ଥିଲି ଯେ ମୋତେ ମିହିର କୁ କୁଣ୍ଢେଇ ନେଇ କିଛି ସମୟ ରହିବାକୁ ଇଚ୍ଛା ହେଉଥିଲା କିନ୍ତୁ ସେ ସମୟ ମଧ୍ୟ ମୋତେ ମିଳିଗଲା । ସେଠି ରାନି ଏବଂ ମନ୍ମଥ ଥିଲେ । ମୁଁ ସେ ଦୁଇ ଜଣ ଙ୍କୁ ଧ୍ୟାନ ନ ଦେଇ ମିହିର କୁ କୁଣ୍ଢେଇ ନେଲି , ଆମର ଏ ଦୃଶ୍ୟ ଦେଖି ସେମାନେ ଅଳ୍ପ ଲାଜେଇ ଅନ୍ୟ ରୁମ୍ କୁ ଚାଲିଗଲେ । ଆମେ କିଛି ସମୟ ବସି କଥା ହେଲୁ । ତା ପରେ ସେ ଦୁଇ ଜଣ ମଧ୍ୟ ବସି କଥା ହେଲେ । ଆଗରୁ ରାନି ଏବଂ ମନ୍ମଥ ଜାଣିଥିଲେ ଆମେ ଦୁଇ ଜଣ ପରସ୍ପରକୁ ପସନ୍ଦ କରୁ ବୋଲି ସେଥିପାଇଁ ସେ କିଛି କହିଲେ ନାହିଁ । […]
[…] Love Forever…8 […]