Category Archives: #ଓଡ଼ିଆ

ପୁରୁଣା ବର୍ଷ ଟି ମୋର…




ନୁଆଁ ବର୍ଷ ଆସିଲା କିନ୍ତୁ
ମନରେ ହସ ନାହିଁ
ମାତ୍ର ପୁରୁଣା ସ୍ମୃତି ଗୁଡାକ
ମନରୁ ଲିଭିଲା ନାହିଁ. 🎶🥀

କ୍ୟାଲେଣ୍ଡର ବଦଳିଲା
ଦୁଃଖ ରହିଗଲା
ସମୟ ଚାଲିଲା
ପଛରେ ଅଟକି ଗଲା
କିଛି ଅଲିଭା ସ୍ବପ୍ନ ???

ସବୁ ଏଠି ନୂଆ ବର୍ଷ ର ଶୁଭ କାମନା
କହି ମନକୁ ଆଶ୍ଵାସନା
ଦେଉଛନ୍ତି ସତ
କିନ୍ତୁ ସେମାନେ
କଣ ହରେଇ ଛନ୍ତି
ଆଉ କଣ ପାଇବେ ଆଗକୁ
ସବୁ ପ୍ରଶ୍ନ ବାଚକ ???

ସତରେ ମୋହ ଭରା ଏହି ବର୍ଷ ଟି
କେତେ ଯେ ମନକୁ ଚୁପ୍ କରିଛି
ଆଉ କେତେ ଆଖିକୁ ସେ ଲୁହ ଦେଇଛି
କଣ ସେ ଫେରେଇ ପାରିବ
ନା ତାର ହିସାବ କେହି ଦେଇ ପାରିବ ???

ଅଧିକାର ସାବ୍ୟସ୍ତ କରିବାକୁ
ବର୍ଷ ଟିଏ କମ୍ ପଡ଼ିଲା
ହେଲେ ଏଠି ଅଧିକାର କାହାର
ମୋର ନା ସମୟର ???

ଜିତେନ୍ଦ୍ର ସ୍ୱାଇଁ
ସୋଲଣ୍ଡି, ଗଞ୍ଜାମ ।

ନୂତନ ସମ୍ଭାର…

ବର୍ତ୍ତମାନ ଅତୀତ ହେଲାପରେ
‘ସମୃଦ୍ଧ ଇତିହାସ’ ପାଲଟି ଯାଇଥିଲା
କେବେକେବେ ଖୁସିର-ପ୍ରେମର, ଲୁହର ..
କେବେକେବେ ସଂଘର୍ଷର-ପ୍ରତ୍ୟାରଣାର-ଛଳନାର
ସମୟର ମୁକ ସାକ୍ଷୀ ପାଲଟୁ ଥିବା
‘ ମୁଁ ‘ ତ୍ଵ ପାଖରେ ବନ୍ଦୀ ହୋଇ…।। 
ଭବିଷ୍ୟତକୁ……
ପୂର୍ଣତୋୟା କରିବାକୁ ଯାଇ
କେବେ ନ ଆସୁ ମନରେ
ଅହଂକାର – ଈର୍ଷା – ଲୋଭର ଷଡଯନ୍ତ୍ର । 
ଜୀବନରେ ଭରିଦେଉ 
ସୂର୍ଯ୍ୟ ର ସୁନେଲି କିରଣ,
ଚଲାପଥ ନିଃକଣ୍ଟକ ମାର୍ଗ ଦର୍ଶକ ହୋଇ
ଫେରି ଆସୁ ଶିଶୁର ଦରଦି ଓଠରେ
କଲ୍ଲୋଳ ଉଲ୍ଲାସ, 
କୋମଳ ପାଦରେ ନୂତନ ସଂହାର ନେଇ
ସୁପୁଷ୍ପିତ ହୋଇ …. ।

ନବ ବର୍ଷ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା…

ମନୋଜ କୁମାର ବେହେରା

ଲକ୍ଷ୍ମୀପୁର, ବୁଗୁଡ଼ା (ଗଞ୍ଜାମ)